ଉପାସନା, ସାଧନା ଓ ଆରାଧନା

ଶରତ କୁମାର ମହାନ୍ତି

ଜୀବନ ଧାରଣ ସକାଶେ ଅନ୍ନ, ବସ୍ତ୍ର ଓ ବାସଗୃହର ଯେପରି ଆବଶ୍ୟକତା ରହିଛି, ସେହିପରି ଆମତ୍ିକ ପ୍ରଗତି ନିମନ୍ତେ ଉପାସନା, ସାଧନା ଓ ଆରାଧନାର ପ୍ରୟୋଜନୀୟତା ରହିଛି। ଏଗୁଡ଼ିକୁ କୌଣସି ଗୋଟିଏ ସାହାଯ୍ୟରେ ଲକ୍ଷ୍ୟ ପୂରଣ ହୋଇପାରେ ନାହିିଁ। ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ ଚରଣର ବ୍ୟାଖ୍ୟା କରିଛନ୍ତି।
ଉପାସନାର ବାସ୍ତବ ରୂପ ସମ୍ପର୍କରେ ସେ କହିଛନ୍ତି, ବର୍ତ୍ତମାନ ଲୋକମାନେ ପୂଜା ପାଠକୁ ଉପାସନା ବୋଲି ଗ୍ରହଣ କରିନେଉଛନ୍ତିି। ପୂଜାର ଅନେକ ଅର୍ଥ ଥିବାବେଳେ ଲୋକେ ତାକୁ ଭଗବାନଙ୍କ ପ୍ରଶଂସା ବା ଗୁଣଗାନ କରିବା ବୁଝନ୍ତି। ମନ୍ତ୍ର ଉଚ୍ଚାରଣ କରି ଈଶ୍ୱରଙ୍କୁ କୌଣସି ଛୋଟ ଉପହାରଟିଏ ପ୍ରଦାନ କରିବା ଉପରେ ସେମାନେ ମନୋନିବେଶ କରିଥାନ୍ତି॥ ଆମତ୍ିକ ଉପଲବ୍ଧି ସକାଶେ କେବଳ ଦର୍ଶନ ଓ ପୂଜାପାଠ କରିଦେଲେ କାମ ଚଳିଯିବ ବୋଲି ସେମାନଙ୍କ ବିଶ୍ୱାସ। କିନ୍ତୁ ତାହା ସତ୍ୟ ନୁହେଁ। ଉପାସନାର ଅର୍ଥ ହେଉଛି, ଭକ୍ତ ନିଜକୁ ଭଗବାନଙ୍କ ପାଖରେ ସମର୍ପଣ କରିବା। ଭଗବାନ କାହାର ଇଚ୍ଛା ଅନୁସାରେ ନାଚନ୍ତି ନାହିଁ। ତାଙ୍କର ଭକ୍ତ ହେବାକୁ ପଡ଼ିବ। ତାଙ୍କ ସଙ୍କେତରେ ଚାଲିବାକୁ ପଡ଼ିବ। ଉଦାହରଣ ସ୍ବରୂପ କାଠ ଖଣ୍ଡରେ ଯେତେବେଳେ ଅଗ୍ନି ସହ ସଂଯୋଗ ହୁଏ ତାହା ସେତେବେଳେ ନିଜର ଗୁଣ ଧର୍ମକୁ ତ୍ୟାଗକରି ଅଗ୍ନିର ଗୁରୁ ଧର୍ମକୁ ଗ୍ରହଣ କରେ। ଏହି ସମୟରେ ଅଗ୍ନି କାଠରେ ପରିଣତ ହୁଏ ନାହିଁ, ବରଂ କାଷ୍ଠକୁ ଅଗ୍ନିରେ ପରିଣତ ହେବାକୁ ପଡ଼େ। ନାଳ ନଦୀରେ ମିଶିବା ପରେ ପବିତ୍ର ଓ ମହାନ୍‌ ହୋଇଯାଏ। ପରଶମଣିର ସ୍ପର୍ଶ ଲାଭକରି ଲୌହ ସ୍ବର୍ଣ୍ଣରେ ପରିଣତ ହୋଇଯାଏ। କିନ୍ତୁ ଲୌହ ପରଶମଣି ହୁଏ ନାହିଁ।
ଭକ୍ତକୁ ଭଗବାନଙ୍କ ସଙ୍କେତ ଅନୁସାରେ କାଷ୍ଠ ପୁତ୍ତଳିକା ସଦୃଶ ହେବାକୁ ପଡ଼ିବ। ଏହା ହିଁ ଉପାସନାର ଉପଯୁକ୍ତତତ୍ତ୍ୱ ଦର୍ଶନ। ଗୁରୁଦେବ ଆଚାର୍ଯ୍ୟ କୁହନ୍ତି, ଉପାସନା ନିମନ୍ତେ ଶ୍ରବଣ କୁମାରଙ୍କ ଭଳି ଆଦର୍ଶକୁ ନିଷ୍ଠା ସହକାରେ ପାଳନ କରିବା। ଉପାସନା କ୍ରିୟା ପ୍ରଧାନ ନୁହେଁ, ବରଂ ଶ୍ରଦ୍ଧା ଉପରେ ନିର୍ଭର କରେ। ସମର୍ପଣ, ଏକାଗ୍ରତା,ଏକାମ୍ରତା ଓ ଅଭ୍ୟାସ ବଳରେ ଏହା ଅନ୍ତରରେ ବଳବତ୍ତର ହୋଇ ନିଷ୍ଠାରେ ପରିଣତ ହୁଏ। ଏହା ହିଁ ଉପାସନାର ମୂଳ ଉଦ୍ଦେଶ୍ୟ।
ସାଧନା ସମ୍ପର୍କରେ କହିଛନ୍ତି, ସୁଗ୍ରୀବ, ବିଭୀଷଣ, ସୁଦାମା ଓ ଅର୍ଜୁନ ଆଦି ଭକ୍ତମାନେ ଯାହା ପାଇଥିଲେ, ଯେଉଁ କର୍ମ କରି ଦେଖାଇଥିଲେ, ସେସବୁ ନିଜ ପୌରୁଷତ୍ୱପଣିଆ ବା ପରାକ୍ରମର ଫଳ ନ ଥିଲା, ସେଥିରେ ଈଶ୍ୱରଙ୍କ ମହାନତା ରହିଛି। ଭଗବାନଙ୍କର କାହା ସଙ୍ଗରେ ଶତ୍ରୁତା ନାହିଁ, ସେ ନିୟମରେ ବନ୍ଧା। ଜୀବନ ସାଧନା ଦ୍ୱାରା ଦୈବୀ ଅନୁଗ୍ରହ ମିଳିଥାଏ। ଉପାସନା ସହ ଏହାର ନିବିଡ଼ ସମ୍ବନ୍ଧ ରହିଛି । ବିଦ୍ୟୁତ୍‌ ଧାତୁ ପଦାର୍ଥରେ ଗତି କରେ, ମାତ୍ର ଶୁଖିଲା କାଠରେ କରିପାରେ ନାହିଁ। ସେହିପରି ଭଗବାନଙ୍କ ନିକଟ ହେବା ପାଇଁ ନିଜକୁ ସଫା ସୁତୁରା କରିବା ସହ ଚରିତ୍ରକୁ ଶୁଦ୍ଧ ଓ ପବିତ୍ର କରିବାକୁ ହୁଏ। ଏଥିପାଇଁ ସାଧନା ଆବଶ୍ୟକ। ଯେଉଁ ଦିନଠାରୁ ଭକ୍ତି ଓ ସାଧନା ଆରମ୍ଭ ହୁଏ, ସେହି ଦିନଠାରୁ ବ୍ୟକ୍ତିର କାୟାକଳ୍ପ ବଦଳିଯାଏ। ସାଧକ ହିଁ ପ୍ରକୃତ ଉପାସକ ହୋଇପାରେ। ଯେଉଁମାନେ ଜୀବନରେ ସାଧନା କରି ନାହାନ୍ତି, ଯାହାଙ୍କ ଚିନ୍ତନ ଚରିତ୍ର, ଆଚାରବିଚାର ଅସଂଯତ, ଯାହାଙ୍କ ମସ୍ତିଷ୍କ ଅବାଞ୍ଛିତ ଭାବନାରେ ଜଡ଼ିତ ସେମାନଙ୍କ ମନ ଈଶ୍ୱରଙ୍କଠାରେ ଲାଗେନାହିଁ। ଯେଉଁ ବ୍ୟକ୍ତିଙ୍କ ପାଖରେ ଉତ୍ତମ ଭାବନା ରହିଛି, ଗୁଣ, କର୍ମ ଓ ସ୍ବଭାବରେ ସାତ୍ତ୍ୱିକତା ରହିଛି ତାଙ୍କୁ ପୂଜା କର୍ମ ଫଳ ଆପେ ଆପେ ମିଳିଥାଏ। କ୍ରିୟା ବୃତ୍ତିରୁ ଉପତ୍ନ୍ନ ହୁଏ, ଶରୀର ମନ ଦ୍ୱାରା ସଂଚାଳିତ ହୁଏ, ମନରେ ଯେପରି ଇଚ୍ଛା ଜାଗ୍ରତ ହୁଏ ଶରୀର ସେହିପରି ଆଚରଣକରେ। ତେଣୁ କୁକର୍ମ ପାଇଁ ଶରୀର ନୁହେଁ, ମନ ସମ୍ପୂର୍ଣ୍ଣ ରୂପେ ଦାୟୀ। ଏଥିପାଇଁ ଜୀବନରେ ସାଧନାକୁ କୁଠାର ଭାବେ ବ୍ୟବହାର କରିବା ଆବଶ୍ୟକ।
ଗୁରୁଦେବ ଆଚାର୍ଯ୍ୟ ଆରାଧନାର ଅର୍ଥ ସମ୍ପର୍କରେ ବ୍ୟାଖ୍ୟା କରିବାକୁ ଯାଇ କହିଛନ୍ତି, ଲୋକଙ୍କ ମଙ୍ଗଳ ସାଧନାରେ ନିରତ ରହିବା। ଜୀବନ ସାଧନାର ଅନ୍ୟ ରୂପ ଆତ୍ମ ସଂଯମ ଅଟେ। ଏଥିରୁ ନିମ୍ନତମ ଖର୍ଚ୍ଚ କରି ଅଧିକତମ ସଞ୍ଚୟ କରାଯାଏ। ଶରୀର ତଥା ପରିବାରର ଅନିବାର୍ଯ୍ୟ ଆବଶ୍ୟକତା ପୂରଣ କରିବା ସକାଶେ ଆବଶ୍ୟକମତେ ସମୟ, ଶ୍ରମ ଓ ଧନ ଖର୍ଚ୍ଚ କରିବାକୁ ପଡ଼େ। ଜଣେ ଶିକ୍ଷିତ ବ୍ୟକ୍ତିର ଆୟ ଯେତେ ତହିଁରେ ଅନିବାର୍ଯ୍ୟ ଖର୍ଚ୍ଚ ଯିବା ପରେ କିଛି ବଳକା ରହେ। ଏହାର ସଦୁପଯୋଗକୁ ଆରାଧନା କହନ୍ତି। ଈଶ୍ୱର ନିରାକାର , ପରମାତ୍ମା । ଏହାର ଅର୍ଥ ଆତ୍ମାଗୁଡ଼ିକର ଶ୍ରେଷ୍ଠ ସମୁଚୟ। ଏହା ହିଁ ବିରାଟ ବ୍ରହ୍ମ ବା ବିରାଟ ବିଶ୍ୱ। ଭଗବାନ କୃଷ୍ଣ ଏହି ବିଶ୍ୱ ରୂପ ଅର୍ଜୁନଙ୍କୁ ଓ ମାତା ଯଶୋଦାଙ୍କୁ ଦର୍ଶନ କରାଇଥିଲେ। ଭଗବାନ ରାମ ମାତା କୌଶଲ୍ୟା ଓ ଭୁଷୁଣ୍ଡିକାକଙ୍କୁ ଏହି ରୂପର ଝଲକ ଦେଖାଇଥିଲେ। ଏହି ଦୃଷ୍ଟିରୁ ଲୋକ ସେବା ହିଁ ବିରାଟ ବ୍ରହ୍ମଙ୍କ ଆରାଧନା। ଭଗବାନଙ୍କ ଉଦ୍ଦେଶ୍ୟକୁ ସଫଳ କରିବାରେ ଏ ଜୀବନର ସାର୍ଥକତା ରହିଛି।
ସି-୨୧, ଲିଙ୍ଗରାଜବିହାର,
ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri