ଉନ୍ନୟନ କାମ ଅବ୍ୟବସ୍ଥା ନେଇ ଉଦ୍‌ବେଗ

ଦେଓଗାଁ,୪ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ବିଭିନ୍ନ ବିଭାଗ କାର୍ଯ୍ୟର ଅଗ୍ରଗତି ନେଇ ବିଧାୟକ ନରସିଂହ ମିଶ୍ର ସମୀକ୍ଷା କରିଛନ୍ତି। ପ୍ରଥମେ ୨୦୧୪-୧୫ ସମିହାରୁ ବିଧାୟକଙ୍କ ପାଣ୍ଠି ବିନିଯୋଗକୁ ନେଇ ସମୀକ୍ଷା କରିଥିଲେ। ତେବେ ଏହି ଆର୍ଥିକ ବର୍ଷରେ ବିଧାୟକ ପ୍ରଦତ୍ତ ବିଭିନ୍ନ ପ୍ରକଳ୍ପରେ ବିନିଯୋଗ ହୋଇ ନ ପାରି ୧୭ଲକ୍ଷ ୨୧ ହଜାର ଟଙ୍କା ରହିଯାଇଥିବା ଜଣାପଡିଥିଲା। ସେହିପରି କେତେକ ପ୍ରକଳ୍ପ କାମ ଆଦୌ କରାଯାଇ ନ ଥିବାରୁ ବିଧାୟକ ବୈଠକରେ ଅସନ୍ତୋଷ ପ୍ରକାଶ କରିଥିଲେ। ଆଜିକୁ ବର୍ଷାଧିକ କାଳ ହେଲା ଜରାସିଂହା ପ୍ରାଥମିକ ବିଦ୍ୟାଳୟ ଓ ୪୦ଲକ୍ଷ ଟଙ୍କାର ବନ୍ଧ ଉନ୍ନତୀକରଣ କାର୍ଯ୍ୟ ହୋଇ ନ ପାରି ପଡି ରହିଥିବାରୁ ତୁରନ୍ତ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ପର୍ଯ୍ୟଟନସ୍ଥଳୀ ଭୀମପାହାଡ ଠାରେ ନୂତନ ଗେଟ ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ୧୫ଲକ୍ଷ ଟଙ୍କାର ଟେଣ୍ଡର କରି କାମ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ଅବା ବିଜୁ କେବିକେ ପାଣ୍ଠି କାମ ହୋଇ ନ ପାରି ଅର୍ଥ ପଡି ରହିବାକୁ ନେଇ ବିଧାୟକ ମିଶ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଦେଓଗାଁରୁ ଜରାସିଂହା ସୋନଗଡନଦୀ ମଧ୍ୟରେ ଜଳ ସଂରକ୍ଷଣ କରିବା ଲାଗି ଏକ ବ୍ୟାରେଜ ପାଇଁ ବିଧାୟକ ପ୍ରସ୍ତାବ ଦେଇଥିବା ବେଳେ ତାହା ନ ପଠାଇ ଅନ୍ୟତ୍ର ସ୍ଥାନାନ୍ତର କରାଯିବାରୁ ଜଳସେଚନ ବିଭାଗର ଅଧିକାରୀଙ୍କୁ ତାଗିଦ କରିଥିଲେ। ଆସନ୍ତା ୧୦ଦିନ ମଧ୍ୟରେ ଏଦିଗରେ ପଦକ୍ଷେପ ଗ୍ରହଣ କରି ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମ୍ୟ ଜଳଯୋଗାଣ ବିଭାଗକୁ ବ୍ଲକର ୧୨୭ଖଣ୍ଡ ଗାଁରେ ପାନୀୟ ଜଳ ଯୋଗାଣର ସ୍ଥିତି ଉପରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ପାନୀୟ ଜଳ ସଙ୍କଟ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବେ ମଧ୍ୟ ଅନେକ ଯୋଗ୍ୟ ହିତାଧିକାରୀ ବଞ୍ଚତ୍ତ ରହିଥିବା ନେଇ ବିଧାୟକ ଚିନ୍ତା ବ୍ୟକ୍ତ କରିଥିଲେ। ବର୍ତ୍ତମାନ ଦେଓଗାଁ ବ୍ଲକରେ ୧୦୩୧ଜଣ ହିତାଧିକାରୀ ଭତ୍ତା ପାଇଁ ଆବେଦନ କରିଥିବା ବେଳେ ତାହା ମଞ୍ଜୁର ହୋଇ ନ ଥିବା ସାମାଜିକ ସୁରକ୍ଷା ଅଧିକାରୀ ଶୁଶାନ୍ତ ବାଗ ସୂଚନା ଦେଇଥିଲେ। ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ କୃଷିକ୍ଷେତ୍ରରେ ବିଦ୍ୟୁତ ବିଲ ଆଦାୟ ବାହାନାରେ ବିଦ୍ୟୁତ ବିଚ୍ଛିନ୍ନ ନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ। ବୈଠକରେ ବିଡିଓ ସୁରେନ୍ଦ୍ର କୁମାର ମେହେର, ତହସିଲଦାର ଯୁଗଳ କିଶୋର ବିଶ୍ୱାଳ, ସ୍ଥାନୀୟ ସରପଞ୍ଚ ଜଗବନ୍ଧୁ ମେହେରଙ୍କ ସମେତ ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ, ଓଡିଶା ଜୀବିକା ମିଶନ, ଆରଡି, ପୂର୍ତ୍ତ ଓ ଗୃହନିର୍ମାଣ, ମୃର୍ତ୍ତିକା ସଂରକ୍ଷଣ, କୃଷି ଆଦି ବିଭାଗର ବିଭାଗୀୟ ଅଧିକାରୀ ତଥା ବିଧାୟକଙ୍କ ବ୍ଲକ ପ୍ରତିନିଧି କାନ୍ତେଶ୍ୱର ପଧାନ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri