ଉନ୍ନୟନ କାମ ଅବ୍ୟବସ୍ଥା ନେଇ ଉଦ୍‌ବେଗ

ଦେଓଗାଁ,୪ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ବିଭିନ୍ନ ବିଭାଗ କାର୍ଯ୍ୟର ଅଗ୍ରଗତି ନେଇ ବିଧାୟକ ନରସିଂହ ମିଶ୍ର ସମୀକ୍ଷା କରିଛନ୍ତି। ପ୍ରଥମେ ୨୦୧୪-୧୫ ସମିହାରୁ ବିଧାୟକଙ୍କ ପାଣ୍ଠି ବିନିଯୋଗକୁ ନେଇ ସମୀକ୍ଷା କରିଥିଲେ। ତେବେ ଏହି ଆର୍ଥିକ ବର୍ଷରେ ବିଧାୟକ ପ୍ରଦତ୍ତ ବିଭିନ୍ନ ପ୍ରକଳ୍ପରେ ବିନିଯୋଗ ହୋଇ ନ ପାରି ୧୭ଲକ୍ଷ ୨୧ ହଜାର ଟଙ୍କା ରହିଯାଇଥିବା ଜଣାପଡିଥିଲା। ସେହିପରି କେତେକ ପ୍ରକଳ୍ପ କାମ ଆଦୌ କରାଯାଇ ନ ଥିବାରୁ ବିଧାୟକ ବୈଠକରେ ଅସନ୍ତୋଷ ପ୍ରକାଶ କରିଥିଲେ। ଆଜିକୁ ବର୍ଷାଧିକ କାଳ ହେଲା ଜରାସିଂହା ପ୍ରାଥମିକ ବିଦ୍ୟାଳୟ ଓ ୪୦ଲକ୍ଷ ଟଙ୍କାର ବନ୍ଧ ଉନ୍ନତୀକରଣ କାର୍ଯ୍ୟ ହୋଇ ନ ପାରି ପଡି ରହିଥିବାରୁ ତୁରନ୍ତ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ପର୍ଯ୍ୟଟନସ୍ଥଳୀ ଭୀମପାହାଡ ଠାରେ ନୂତନ ଗେଟ ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ୧୫ଲକ୍ଷ ଟଙ୍କାର ଟେଣ୍ଡର କରି କାମ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ଅବା ବିଜୁ କେବିକେ ପାଣ୍ଠି କାମ ହୋଇ ନ ପାରି ଅର୍ଥ ପଡି ରହିବାକୁ ନେଇ ବିଧାୟକ ମିଶ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଦେଓଗାଁରୁ ଜରାସିଂହା ସୋନଗଡନଦୀ ମଧ୍ୟରେ ଜଳ ସଂରକ୍ଷଣ କରିବା ଲାଗି ଏକ ବ୍ୟାରେଜ ପାଇଁ ବିଧାୟକ ପ୍ରସ୍ତାବ ଦେଇଥିବା ବେଳେ ତାହା ନ ପଠାଇ ଅନ୍ୟତ୍ର ସ୍ଥାନାନ୍ତର କରାଯିବାରୁ ଜଳସେଚନ ବିଭାଗର ଅଧିକାରୀଙ୍କୁ ତାଗିଦ କରିଥିଲେ। ଆସନ୍ତା ୧୦ଦିନ ମଧ୍ୟରେ ଏଦିଗରେ ପଦକ୍ଷେପ ଗ୍ରହଣ କରି ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମ୍ୟ ଜଳଯୋଗାଣ ବିଭାଗକୁ ବ୍ଲକର ୧୨୭ଖଣ୍ଡ ଗାଁରେ ପାନୀୟ ଜଳ ଯୋଗାଣର ସ୍ଥିତି ଉପରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ପାନୀୟ ଜଳ ସଙ୍କଟ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବେ ମଧ୍ୟ ଅନେକ ଯୋଗ୍ୟ ହିତାଧିକାରୀ ବଞ୍ଚତ୍ତ ରହିଥିବା ନେଇ ବିଧାୟକ ଚିନ୍ତା ବ୍ୟକ୍ତ କରିଥିଲେ। ବର୍ତ୍ତମାନ ଦେଓଗାଁ ବ୍ଲକରେ ୧୦୩୧ଜଣ ହିତାଧିକାରୀ ଭତ୍ତା ପାଇଁ ଆବେଦନ କରିଥିବା ବେଳେ ତାହା ମଞ୍ଜୁର ହୋଇ ନ ଥିବା ସାମାଜିକ ସୁରକ୍ଷା ଅଧିକାରୀ ଶୁଶାନ୍ତ ବାଗ ସୂଚନା ଦେଇଥିଲେ। ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ କୃଷିକ୍ଷେତ୍ରରେ ବିଦ୍ୟୁତ ବିଲ ଆଦାୟ ବାହାନାରେ ବିଦ୍ୟୁତ ବିଚ୍ଛିନ୍ନ ନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ। ବୈଠକରେ ବିଡିଓ ସୁରେନ୍ଦ୍ର କୁମାର ମେହେର, ତହସିଲଦାର ଯୁଗଳ କିଶୋର ବିଶ୍ୱାଳ, ସ୍ଥାନୀୟ ସରପଞ୍ଚ ଜଗବନ୍ଧୁ ମେହେରଙ୍କ ସମେତ ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ, ଓଡିଶା ଜୀବିକା ମିଶନ, ଆରଡି, ପୂର୍ତ୍ତ ଓ ଗୃହନିର୍ମାଣ, ମୃର୍ତ୍ତିକା ସଂରକ୍ଷଣ, କୃଷି ଆଦି ବିଭାଗର ବିଭାଗୀୟ ଅଧିକାରୀ ତଥା ବିଧାୟକଙ୍କ ବ୍ଲକ ପ୍ରତିନିଧି କାନ୍ତେଶ୍ୱର ପଧାନ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri