ଜଙ୍ଗଲ ନିଆଁକୁ ନେଇ ଚିନ୍ତା

ନୟାଗଡ଼ ଅଫିସ,୨।୨: ନୟାଗଡ଼ ବନଖଣ୍ଡରେ ଜଙ୍ଗଲ ନିଆଁ ଚିନ୍ତାର କାରଣ ହୋଇଛି । ଗତବର୍ଷ ନୟାଗଡ଼ ବନଖଣ୍ଡର ୧୮୪ ପଏଣ୍ଟର ୧୩୯ ହେକ୍ଟରରେ ନିଆଁ ଲାଗିଥିଲା । ଗଛର ପତ୍ରଝଡ଼ା ପରେ ନିଆଁ ଲାଗିବାର ସମ୍ଭାବନା ରହୁଛି । ଫେବୃୟାରୀରୁ ଆରମ୍ଭ ହୋଇଥାଏ ଜଙ୍ଗଲରେ ନିଆଁ ଲାଗିବା। ଜଙ୍ଗଲରେ ନିଆଁ ମନୁଷ୍ୟକୃତ ହୋଇଥିଲେ ହେଁ ଏହା ଉପରେ ଲଗାମ ଲାଗିପାରୁନି । ବଣ ଜଙ୍ଗଲ ଘେରା ନୟାଗଡ଼ ଜିଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ନୟାଗଡ଼ ସହର ସମେତ ଜିଲାର ବିଭିନ୍ନ ଗଁା ଧୂଆଁମୟ ହୋଇ ଯାଇଥାଏ। ଯାହାର ଭୟାବହତା ୨୦୨୧ ଫେବୃୟାରୀ ଓ ମାର୍ଚ୍ଚରେ ଦେଖିବାକୁ ମିଳିଥିଲା । ଜିଲା ସଦର ମହକୁମାରେ ସହର ସାରା ନିଆଁ ଜମି ରହିଥିଲା । ନିଆଁର ନିଆଁରେ ଆଖି ପୋଡ଼ିଥିଲା, ଏପରିକି ନିଃଶ୍ୱାସ ପ୍ରଶ୍ୱାସ ନେବା କଷ୍ଟ ହୋଇଥିଲା। ନିଆଁର ପ୍ରକୋପ କମିବା ବଦଳରେ ବଢ଼ିଥିଲା । ଫଳରେ ଆକାଶ ମେଘାଚ୍ଛନ୍ନ ଥିବାବେଳେ ପରିବେଶରେ ଧୂଆଁ କୁହୁଡିର ଭ୍ରମ ସୃଷ୍ଟି କରିଥିଲା। ସେହି ବର୍ଷ ନିଆଁରେ ପୋଡ଼ି ହୋଇ ଏକାଧିକ ବନ୍ୟଜନ୍ତୁ ପ୍ରାଣ ହରାଇଥିଲେ।

ବହୁ ଜୀବଜନ୍ତୁ ଗଁା ଓ ସହର ମୁହଁା ହୋଇ ଶିକାର ପାଲଟିଥିଲେ। ଗଛର ପତ୍ରଝଡା ସମୟରେ ଜଙ୍ଗଲରେ ନିଆଁ ଲଗାଇ ଜୀବଜନ୍ତୁଙ୍କୁ ସୁବିଧାରେ ଶିକାରୀ ଶିକାର କରିଥାଆନ୍ତି । ସେହିପର ଅଙ୍ଗାର ପାଇଁ ମଧ୍ୟ ଜଙ୍ଗଲରେ ନିଆଁ ଲାଗେ । କେତେଜଣ ଲୋକ ପୋଡୁ ଚାଷ କରି ଜଙ୍ଗଲକୁ ପଦା କରିବା ପାଇଁ ନିଆଁ ଲଗାଇଥାନ୍ତି । ଏପରି ବିଭିନ୍ନ କାରଣରୁ ଜଙ୍ଗଲ ଜଳେ। ନିଆଁ ଲଗାଇବା ଦଣ୍ଡନୀୟ ଅପରାଧ। ନିଆଁ ଲଗାଉଥିବା ବ୍ୟକ୍ତିଙ୍କୁ ଓଡ଼ିଶା ଜଙ୍ଗଲ ଆଇନ ୧୯୭୨ ଧାରା ୨୭(୧)(ଏ)୩(ବି) ଅନୁସାରେ ୩ରୁ ୭ବର୍ଷ ଜେଲ ଦଣ୍ଡ ରହିଛି । ସବୁ ସତ୍ତ୍ୱେ ଜଙ୍ଗଲରେ ନିଆଁ ଲାଗିବା ପ୍ରତି ବର୍ଷ ବଢ଼ି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri