Posted inଖେଳ

ଅଷ୍ଟ୍ରେଲିଆର ଚିନ୍ତା ଟପ୍‌ ଅର୍ଡର

ଆବୁଧାବି,୨୩।୧୦: ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌ର ମେନ ଇଭେଣ୍ଟ (ସୁପର-୧୨)। ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଅଷ୍ଟ୍ରେଲିଆ। ଗ୍ରୁପ୍‌-୧ର ଏହି ମ୍ୟାଚ୍‌ ପୂର୍ବରୁ ଆରୋନ ଫିଞ୍ଚଙ୍କ ନେତୃତ୍ୱାଧୀନ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ଟପ୍‌ ଅର୍ଡର। ଡେଭିଡ୍‌ ଓ୍ବାର୍ନର ଫର୍ମରେ ନାହାନ୍ତି। ଏଭଳି ପରିସ୍ଥିତିରେ ଦଳକୁ ଭଲ ଆରମ୍ଭ ଦେବାର ପୂରା ଭାର ପଡ଼ୁଛି ଅଧିନାୟକ ଫିଞ୍ଚଙ୍କ ଉପରେ। କିନ୍ତୁ ମଧ୍ୟକ୍ରମରେ ଷ୍ଟିଭ ସ୍ମିଥ, ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ, ଇନ୍‌ଫର୍ମ ଗ୍ଲେନ ମ୍ୟାକ୍ସଓ୍ବେଲ ଓ ମିଚେଲ ମାର୍ଶଙ୍କ ଭଳି ଅଭିଜ୍ଞ ବ୍ୟାଟର ଅଛନ୍ତି।

ଡେଭିଡ ଓ୍ବାର୍ନର ଦୁର୍ବଳ ଫର୍ମ ଦେଇ ଗତି କରୁଛନ୍ତି ଓ ଏହା ଟିମ୍‌ ମାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ଦୁଇଟି ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ସେ ୦ ଓ ୧ ରନ କରି ଆଉଟ ହୋଇଥିଲେ। ଆଣ୍ଠୁରେ ଅସ୍ତ୍ରୋପଚାର କରାଇଥିବା ଅଧିନାୟକ ଆରୋନ ଫିଞ୍ଚ୍‌ ଫିଟ୍‌ନେସ ହାସଲ କରିଥିଲେ ମଧ୍ୟ ମ୍ୟାଚ୍‌ ପ୍ରାକ୍ଟିସ କରିପାରିନାହାନ୍ତି। ସେହିପରି ଉପ-ଅଧିନାୟକ ପ୍ୟାଟ କୁମିନ୍ସ ଏପ୍ରିଲରେ ଆଇପିଏଲ୍‌ ଖେଳିବା ପରଠାରୁ କୌଣସି ପ୍ରକାର କ୍ରିକେଟ ଖେଳିନାହାନ୍ତି। ସ୍ପିନ ବୋଲିଂ ବିପକ୍ଷରେ ଦଳ ସଂଘର୍ଷ କରୁଥିବା ସ୍ପଷ୍ଟ ଜଣାପଡୁଛି। ବୋଲିଂରେ ଅଷ୍ଟ୍ରେଲିଆର ଗଭୀରତା ରହିଛି। ଦୁଇ ସ୍ପିନର ଆଷ୍ଟନ ଅଗର ଓ ଆଡାମ ଜାମ୍ପା ୟୁଏଇର ସ୍ପିନ ଫ୍ରେଣ୍ଡଲି ଉଇକେଟରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ। ସେହିପରି ଦ୍ରୁତ ବୋଲିଂରେ କୁମିନ୍ସ, ମିଚେଲ ଷ୍ଟାର୍କ, କେନ ରିଚାର୍ଡସନ ଓ ଜୋଶ ହାଜେଲଉଡ ମଧ୍ୟ ନିଜର ଦକ୍ଷତା ପ୍ରତିପାଦନ କରିବେ।

ଅପରକ୍ଷରେ ଦକ୍ଷିଣ ଆଫ୍ରିକା କ୍ରମାଗତ ୩ଟି ସିରିଜରେ ଓ୍ବେଷ୍ଟଇଣ୍ଡିଜ, ଆୟର୍ଲାଣ୍ଡ ଓ ଶ୍ରୀଲଙ୍କାକୁ ହରାଇବା ସହ ଦୁଇଟି ଅଭ୍ୟାସ ମ୍ୟାଚ୍‌ରେ ବିଜୟୀ ହୋଇଛି। ଏଥିରୁ ଜଣାପଡ଼ୁଛି ଦଳର ଫର୍ମ। ତେବେ ଦଳରେ ପୂର୍ବଭଳି ସୁପରଷ୍ଟାରମାନେ ନାହାନ୍ତି। ଦଳ ଗଠନର ପ୍ରକ୍ରିୟା ଚାଲୁ ରହିଥିବାରୁ ଦକ୍ଷିଣ ଆଫ୍ରିକା ହଟ୍‌ ଫେଭରାଇଟ ମନେ ହେଉନାହିଁ। ଦଳରେ ଟେମ୍ବା ବଭୁମା, କ୍ୱିଣ୍ଟନ ଡିକକ, ଏଡେନ ମାରକ୍ରାମ ଓ ରିଜା ହେଣ୍ଡ୍ରିକ୍ସଙ୍କ ଭଳି ବ୍ୟାଟର ରହିଛନ୍ତି। ତେବେ ପାଓ୍ବାର ହିଟର ଡେଭିଡ ମିଲରଙ୍କ ଫର୍ମକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତିତ ରହିଛି। ଦଳର ବୋଲିଂ ଆଟାକ ବେଶ୍‌ ଦୃଢ ଅଛି। କାଗିସୋ ରାବାଡା, ଲୁନ୍‌ଗି ଏନ୍‌ଗିଡି ଓ ଅନରିଚ ନୋର୍ଜ ଦ୍ରୁତ ବୋଲର ଥିବା ବେଳେ ତାବରେଜ ସାମସି ଏବଂ କେଶବ ମହାରାଜଙ୍କ ଭଳି ସ୍ପିନର ଅଛନ୍ତି। ସେହିପରି ଡ୍ବେନ ପ୍ରିଟୋରିୟସ ଓ ଓ୍ବିଆମ ମୁଲଡରଙ୍କ ଭଳି ସିମ ବୋଲିଂ ଅଲରାଉଣ୍ଡର ଟୁର୍ନାମେଣ୍ଟରେ ଉପଯୋଗୀ ସାବ୍ୟସ୍ତ ହେବେ। ବିଶ୍ୱର ୧ ନମ୍ବର ବୋଲର ଶାମସି ନିଜ ଭେରିଏଶନ ମାଧ୍ୟମରେ ଟି୨୦ ଫର୍ମାଟରେ ସର୍ବାଧିକ ଉଇକେଟ ହାସଲ କରିଛନ୍ତି। ସେ ଦଳର ମୁଖ୍ୟ ଅସ୍ତ୍ର ହେବେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri