ଚିନ୍ତା ବଢ଼ାଉଛି ଡାଲି ଦର: ବେଆଇନ ମହଜୁଦକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୪ା୬(ଅନୁରାଧା ମହାରଣା): ଗତ କିଛିଦିନ ଧରି ଓଡ଼ିଶା ସମେତ ସମଗ୍ର ଦେଶରେ ଖାଇବା ସାମଗ୍ରୀର ଦରଦାମ୍‌ ଅହେତୁକ ବୃଦ୍ଧି ଘଟିବାରେ ଲାଗିଛି। ବିଶେଷକରି ମାସକ ମଧ୍ୟରେ ୨୦ଟଙ୍କାରୁ ଅଧିକ ମୂଲ୍ୟରେ ବିଭିନ୍ନ ପ୍ରକାର ଡାଲି ଜାତୀୟ ଶସ୍ୟ ବିକ୍ରି ହେଉଛି। ଏହା ମଧ୍ୟରେ ହୋର୍ଡିଂ ବିରୋଧରେ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ ହରଡ଼ ଓ ବୁଟ ଡାଲି ଉପରେ ଷ୍ଟକ୍‌ ସୀମା ଧାର୍ଯ୍ୟ କରିଛନ୍ତି। ଏହା ଡାଲିର ବେଆଇନ ମହଜୁଦକୁ ବନ୍ଦ କରିବ ବୋଲି ଆଶା କରାଯାଉଛି।

ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତି ଅନୁଯାୟୀ ହୋଲ୍‌ସେଲର, ଖୁଚୁରା ବ୍ୟବସାୟୀ, ବଡ଼ ଚେନ୍‌ ରିଟେଲର, ମିଲର ଏବଂ ଆମଦାନୀକାରୀଙ୍କ ପାଇଁ ଡାଲି ଉପରେ ଷ୍ଟକ୍‌ ସୀମା ଧାର୍ଯ୍ୟ କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ହୋଲ୍‌ସେଲରଙ୍କ ପାଇଁ ୨୦୦ ଏମ୍‌ଟି, ଖୁଚୁରା ବ୍ୟବସାୟୀଙ୍କ ପାଇଁ ୫ ଏମ୍‌ଟି, ପ୍ରତ୍ୟେକ ଖୁଚୁରା ଆଉଟ୍‌ଲେଟ୍‌ରେ ୫ ଏମ୍‌ଟି ଏବଂ ବଡ଼ ଚେନ୍‌ ରିଟେଲରଙ୍କ ପାଇଁ ଡିପୋରେ ୨୦୦ ଏମ୍‌ଟି ମହଜୁଦ ସ୍ଥିର କରାଯାଇଛି।

ସେହିଭଳି ମିଲ୍‌ ମାଲିକମାନଙ୍କ ପାଇଁ ଷ୍ଟକ୍‌ ସୀମା ଉତ୍ପାଦନର ଶେଷ ୩ ମାସ କିମ୍ବା ବାର୍ଷିକ କ୍ଷମତାର ୨୫% ମଧ୍ୟରୁ ଯାହାର ପରିମାଣ ଅଧିକ ହେବ ତାହା ଲାଗୁହେବ। ଡାଲି ପାଇଁ ଏହି ଷ୍ଟକ୍‌ ସୀମା ଜୁନ୍‌ ୨୧ରୁ କାର୍ଯ୍ୟକାରୀ ହୋଇଥିବାବେଳେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ଲାଗୁହେବ। ଏହି ଆଦେଶ ହରଡ଼ , ବୁଟ , କାବୁଲି ଡାଲି ଆଦି କ୍ଷେତ୍ରରେ ଲାଗୁ ହେବ। ଆମଦାନୀକାରୀଙ୍କୁ କୁହାଯାଇଛି, ସେମାନେ ଆମଦାନୀ ହୋଇଥିବା କଷ୍ଟମସ୍‌ କ୍ଲିୟରାନ୍ସ ତାରିଖଠାରୁ ୪୫ ଦିନରୁ ଅଧିକ ସମୟ ଧରି ଷ୍ଟକ୍‌ ରଖିପାରିବେ ନାହିଁ।

ନୂତନ ନିର୍ଦ୍ଦେଶର ଅନୁପାଳନ ନିଶ୍ଚିତ କରିବାକୁ ସରକାର ସମସ୍ତ ସମ୍ପୃକ୍ତ ବ୍ୟବସାୟୀ, ମିଲ୍‌ ଅପରେଟର ଏବଂ ଆମଦାନୀକାରୀଙ୍କୁ କହିଛନ୍ତି। ଏଥିପାଇଁ ସମସ୍ତ ସମ୍ପୃକ୍ତ ଦଳ ଗ୍ରାହକ ବ୍ୟାପାର ବିଭାଗର ପୋର୍ଟାଲ https://fcainfoweb.nic.in/pspରେ ଷ୍ଟକ୍‌ ସୂଚନା ଦେବେ। ଯଦି ସେମାନଙ୍କର ଧାର୍ଯ୍ୟ ଷ୍ଟକ୍‌ ସୀମାଠାରୁ ଅଧିକ ସାମଗ୍ରୀ ଅଛି, ତେବେ ସେମାନଙ୍କୁ ଜୁଲାଇ ୧୨ ସୁଦ୍ଧା ନିର୍ଦ୍ଧାରିତ ଷ୍ଟକ୍‌ ସୀମା ମଧ୍ୟକୁ ଆଣିବାକୁ ପଡିବ । ସୂଚନା ଥାଉକି, ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ସରକାର ୨୦୨୪ ମେ ୪ରୁ ଦେଶୀ ଡାଲି ଉପରେ ଆମଦାନୀ ଶୁଳ୍କ ୬୬ ପ୍ରତିଶତ ହ୍ରାସ କରିଥିଲେ।

ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆରେ ଡାଲି ଉତ୍ପାଦନ ଗତ ବର୍ଷ ତୁଳନାରେ ୨୦୨୪-୨୫ରେ ୫ ଲକ୍ଷ ଟନ୍‌ରୁ ୧୧ ଲକ୍ଷ ଟନ୍‌କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏହା ଅକ୍ଟୋବରରୁ ଉପଲବ୍ଧ ହେବ। ପୂର୍ବ ଆଫ୍ରିକୀୟ ଦେଶରୁ ହରଡ଼ ଡାଲି ଆମଦାନୀ ଅଗଷ୍ଟ ମାସରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?