ମଧ୍ୟାହ୍ନଭୋଜନରେ ପୋକ, ଘରକୁ ଫେରିଲେ ଛାତ୍ରୀଛାତ୍ର

କଣାସ/ସାକ୍ଷୀଗୋପାଳ,୨୨।୧୧ (ବିଭୂତି ଭୂଷଣ ତ୍ରିପାଠୀ/ଭରତ ରାଉତ): ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମାଗଣାରେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ପାଇଁ ମଧ୍ୟାହ୍ନଭୋଜନ ଯୋଜନା କାର୍ଯ୍ୟକାରୀ ହେଉଛି। ସରକାର ଏ ବାବଦ ଖର୍ଚ୍ଚରାଶି ବହନ କରୁଥିବାବେଳେ କେତେକ ଘରୋଇ ଅନୁଷ୍ଠାନକୁ ଦାୟିତ୍ୱ ଦେଇଛନ୍ତି। ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରାଯାଇ ପୁରୀ ଜିଲାର ବିଭିନ୍ନ ବିଦ୍ୟାଳୟକୁ ଯୋଗାଇ ଦିଆଯାଉଛି। ତେବେ ଗୁରୁବାର ସମ୍ପୃକ୍ତ ଅନୁଷ୍ଠାନ ପକ୍ଷରୁ କଣାସ ଓ ସାକ୍ଷୀଗୋପାଳ ବ୍ଲକର କେତୋଟି ବିଦ୍ୟାଳୟରେ ଯୋଗାଇ ଦିଆଯାଇଥିବା ମଧ୍ୟାହ୍ନ ଭୋଜନରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳିଛି। ଏ ନେଇ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, କଣାସ ବ୍ଲକର କଳାପଦର ପ୍ରାଥମିକ ବିଦ୍ୟାଳୟ, ଓହ୍ଲାଣ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ, ଉତ୍ତର ଚିଲିକା ପ୍ରାଥମିକ ବିଦ୍ୟାଳୟ, ବିରିତୋଇ ପ୍ରାଥମିକ ବିଦ୍ୟାଳୟ, ତେଲେଙ୍ଗାପଡ଼ା ପ୍ରାଥମିକ ବିଦ୍ୟାଳୟ, ସାହାସପୁର ପ୍ରାଥମିକ ବିଦ୍ୟାଳୟ ସମେତ ଅନ୍ୟ କେତୋଟି ସ୍କୁଲରେ ଗୁରୁବାର ପିଲାଙ୍କୁ ମଧ୍ୟାହ୍ନଭୋଜନରେ ଭାତ, ଡାଲି, ବୁଟ ତରକାରି ଖାଇବାକୁ ଦିଆଯାଇଥିଲା। କେତେଜଣ ପିଲା ଖାଇବା ଆରମ୍ଭ କରିବା ମାତ୍ରେ ବୁଟ ତରକାରିରେ କଳା ରଙ୍ଗର ଅତି ଟିକି ଟିକି ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ପାଇଥିଲେ। ଏକଥା ଅନ୍ୟ ପିଲାମାନେ ଜାଣିବା ପରେ କେହି ଖାଇ ନ ଥିଲେ। ସମସ୍ତେ ଏ ନେଇ ଶିକ୍ଷକଙ୍କୁ ଜଣାଇବା ପରେ ସେମାନଙ୍କୁ ବିସ୍କୁଟ ଖାଇବାକୁ ଦିଆଯାଇଥିଲା। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଅବଗତ କରିଥିବା ଜଣାପଡ଼ିଛି। ସେହିପରି ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କାଦୁଆ କ୍ଲଷ୍ଟରର କାଦୁଆ ପ୍ରାଥମିକ ବିଦ୍ୟାଳୟ ଓ ବୀରରାମଚନ୍ଦ୍ରପୁର କ୍ଲଷ୍ଟରର ତାଳପଡ଼ା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ ଖାଉଥିବାବେଳେ ପୋକ ବାହାରିଥିଲା। ଫଳରେ ସେମାନେ ଖାଦ୍ୟକୁ ନ ଖାଇ ଫିଙ୍ଗିଦେଇଥିଲେ। ପରେ ସେମାନେ ଉପାସରେ ଘରକୁ ଫେରି ଏ ସମ୍ପର୍କରେ ନିଜ ଅଭିଭାବକଙ୍କୁ ଜଣାଇଥିଲେ। ଅଭିଭାବକମାନେ ସ୍କୁଲରେ ପହଞ୍ଚତ୍ କର୍ତ୍ତୃପକ୍ଷଙ୍କୁ ଘେରି କୈଫିୟତ ମାଗିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅନୁରୂପ ଭାବେ ମହାବଳପଡ଼ା ଓ ଅନ୍ୟ କେତେକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଅଭିଯୋଗ ଆସିଛି। ଅନ୍ୟପକ୍ଷରେ ସତ୍ୟବାଦୀ ମଣ୍ଡଳ ଶିକ୍ଷା ଅଧିକାରୀ ଭବମ ପ୍ରଧାନ କହିଛନ୍ତି, ଉକ୍ତ ଘଟଣା ସମ୍ପର୍କରେ ତାଙ୍କ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନା ଥାଉକି, ଗତ ଜୁଲାଇ ୩୦ରେ ମଧ୍ୟ କାଦୁଆ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଭାତରୁ ପୋକ ବାହାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri