Posted inଫୁରସତ

ପୃଥିବୀର କ୍ଷୁଦ୍ରତମ ଏଣ୍ଡୁଅ

ଆନ୍ତନାନାରିଭୋ, ୬।୨: ମାଡାଗାସ୍କରର ମାଲାଗାସିର ଉତ୍ତରରେ ଥିବା ଜଙ୍ଗଲରୁ ପୃଥିବୀର କ୍ଷୁଦ୍ରତମ ଏଣ୍ଡୁଅକୁ ଚିହ୍ନଟ କରାଯାଇଛି। ଏହାର ଲମ୍ବ ୩୦ ମିଲିମିଟରରୁ କମ୍‌। ମାଈ ଏବଂ ଅଣ୍ଡିରା ଦୁଇଟି ଏଣ୍ଡୁଅର ସନ୍ଧାନ ଏଠାରେ ମିଳିଛି। ଏଣ୍ଡୁଅ ଦୁଇଟି ବ୍ରୋକିସିଆ ନାନା ପ୍ରଜାତିର ବୋଲି ପ୍ରାଣୀବିଜ୍ଞାନୀମାନେ କହିଛନ୍ତି। କ୍ଷୁଦ୍ର ଏଣ୍ଡୁଅ ଜଣେ ମନୁଷ୍ୟର ଆଙ୍ଗୁଠି ଟିପରେ ମଧ୍ୟ ସହଜରେ ବସି ପାରିବେ। ମାଈ ଏଣ୍ଡୁଅର ଲମ୍ବ ଅଣ୍ଡିରାଠାରୁ ଅଧିକ ରହିଛି। ମାଈର ଲମ୍ବ ୨୮.୯ ମିଲିମିଟର ଥିବାବେଳେ ଅଣ୍ଡିରା ଏଣ୍ଡୁଅର ଲମ୍ବ ୨୧.୬ ମିଲିମିଟର ରହିଛି। ଅଣ୍ଡିରା ଏଣ୍ଡୁଅର ପ୍ରଜନନ ଅଙ୍ଗ ଶରୀର ଆକାର ଅନୁସାରେ ବଡ଼ ରହିଛି। ଏହା ମୋଟ ଶରୀର ୨୦ ପ୍ରତିଶତ ବୋଲି ସରିସୃପ ବିଜ୍ଞାନୀ ଫ୍ରାଙ୍କ ଗ୍ଲ କହିଛନ୍ତି। ଏହି କ୍ଷୁଦ୍ରତମ ପ୍ରଜାତିକୁ ସ୍ଥାନୀୟ ସରକାରଙ୍କ ପକ୍ଷରୁ ଖୁବ୍‌ ଶୀଘ୍ର ଲୁପ୍ତପ୍ରାୟ ପ୍ରଜାତିରେ ସାମିଲ୍‌ କରାଯିବ ବୋଲି ଉଦ୍ୟମ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ହେଲ୍‌ମେଟ ଘରକୁ କରୋନା ଆଣୁନାହିଁ ତ

ଆପଣଙ୍କ ହେଲମେଟ ଘରକୁ କରୋନା ଭାଇରସ୍‌ ଆଣୁ ନାହିଁ ତ? ଏହି ପ୍ରଶ୍ନ ଶୁଣି ଆପଣ ଟିକେ ଅଜବ ଅନୁଭବ କରିପାରନ୍ତି, କିନ୍ତୁ ବର୍ତ୍ତମାନ ଏହି...

ନାଚିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି

ୱେଲିଂଟନ,୯।୬: ନ୍ୟୁଜିଲାଣ୍ଡରୁ ଏକ ସୁଖଦ ଖବର ଆସିଛି। ଏହି ଦେଶ ଏବେ ସମ୍ପୂର୍ଣ୍ଣ କରୋନାମୁକ୍ତ ଦେଶ ଭାବେ ଘୋଷଣା କରାଯାଇଛି। ଏଠାରେ ଚିକିତ୍ସାଧୀନ ଥିବା ଶେଷ...

ଗଙ୍ଗାରେ ବିସର୍ଜନ କଲେ କୁକୁର ଅସ୍ଥି

ପୁର୍ଣ୍ଣିଆ,୨୦।୨: ହିନ୍ଦୁ ପରମ୍ପରା ଅନୁସାରେ ମୃତକଙ୍କ ଅନ୍ତିମ ସଂସ୍କାର ପରେ ଅସ୍ଥି ଗଙ୍ଗାରେ ବିସର୍ଜନ କରାଯାଇଥାଏ। ତେବେ ବିହାର ପୁର୍ଣ୍ଣିଆ ଜିଲାରେ ଜଣେ ବ୍ୟକ୍ତି ତାଙ୍କ...

ଭିକ ମାଗି ଧନୀ: ମାସକୁ ରୋଜଗାର ୭୫ ହଜାର

ନୂଆଦିଲ୍ଲୀ,୨୮।୨: ଭିକ ମାଗି ମାସକୁ ରୋଜଗାର ୭୫ ହଜାର ଟଙ୍କା। ପାଖରେ ୭୦ ଟଙ୍କାର ଦୁଇ ଦୁଇଟି ଆପାର୍ଟମେଣ୍ଟ୍‌। ଏସବୁ ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ।...

ଫାଙ୍କା ସମୟରେ ଏହି ଫିଲ୍ମ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି ରୋହିତ ଶର୍ମା

୨୦୧୯ ବିଶ୍ୱକପରେ ଭାରତ ପକ୍ଷରୁ ଜବରଦସ୍ତ ପ୍ରଦର୍ଶନ କରିଥିବା ରୋହିତ ଶର୍ମା ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପୂର୍ବରୁ ନିଜ ପରିବାର ସହ ଛୁଟି କଟାଉଛନ୍ତି। ଝିଅ ସମାଇରା...

ଭଙ୍ଗା ଏରୋପ୍ଲେନ୍‌ରେ ରେଷ୍ଟୁରାଣ୍ଟ୍‌…

ପରିବର୍ତ୍ତିତ ସମୟ ସହିତ ଲୋକଙ୍କ ରୁଚିକୁ ଦୃଷ୍ଟିରେ ରଖି ଅନେକ କମ୍ପାନୀ ସେମାନଙ୍କର କାରବାର ବୃଦ୍ଧି ପାଇଁ ତଥା ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ...

ପ୍ରଥମ ରୋଜଗାରରେ ମମି, ଡାଡିଙ୍କ ପାଇଁ ନୂଆ ଲୁଗା କିଣିଥିଲି: ଚକ୍ଷୁରୋଗ ବିଶେଷଜ୍ଞ ଡା. ତରୁଣ କୁମାର ପଣ୍ଡା

ଚକ୍ଷୁରୋଗ ବିଶେଷଜ୍ଞ ତଥା ସାମାଜିକ କର୍ମୀ ଡା. ତରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ବ୍ରହ୍ମପୁର ଟାଉନ୍‌ରେ ମୋ ଜନ୍ମ।...

୧୯ କୋଟିରେ ନିଲାମ ହେବ ଚନ୍ଦ୍ର ପଥର

ଲଣ୍ଡନ,୪।୫: ବ୍ରିଟେନ୍‌ରେ ରହିଥିବା ଚନ୍ଦ୍ର ପଥର ୧୯ କୋଟି ଟଙ୍କାରେ ନିଲାମ ହେବ। ଏହି ୧୩.୫ କିଲୋଗ୍ରାମ୍‌ ଓଜନର ପଥରକୁ ଲଣ୍ଡନର କ୍ରିଷ୍ଟି ନିଲାମ ହାଉସ୍‌ରେ...

Advertisement

BGU

Archives

Model This Week

Why Dharitri