ସର୍ବବୃହତ ସେତୁ ଉଦ୍‌ଘାଟିତ

ଇସ୍ତାନବୁଲ,୧୯।୩: ବିଶ୍ବର ସର୍ବବୃହତ ସେତୁ ‘୧୯୧୫ କାନାକଲେ’ ତୁର୍କି ରାଷ୍ଟ୍ରପତି ରିସେପ ତାଇପ ଏରଦୋଗାନ ଉଦ୍‌ଘାଟନ କରିଛନ୍ତି। କାନାକଲେ ନିକଟରେ ନିର୍ମିତ ଏହି ସେତୁ ଗେଲିବୋଲୁ ସହର ସହିତ ଏସିଆର ଲାପ୍ସେକି ସହରକୁ ସଂଯୋଗ କରୁଛି। ଏହି ସେତୁ ଦ୍ବାରା ଯାତ୍ରୀମାନଙ୍କୁ ଡାର୍ଡାନେଲ୍ସ ପାରି ହେବା ସହଜ ହୋଇଯିବ। ଯାତ୍ରୀଙ୍କୁ ଯେଉଁ ରାସ୍ତା ଅତିକ୍ରମ କରିବାକୁ ଅଧା ଘଣ୍ଟା ଲାଗୁଥିଲା ତାହାକୁ ମାତ୍ର ୬ ମିନିଟରେ ଅତିକ୍ରମ କରାଯାଇପାରିବ।

ଉଦ୍‌ଘାଟନୀ ସମାରୋହରେ ତୁର୍କୀର ରାଷ୍ଟ୍ରପତି, ଦକ୍ଷିଣ କୋରିଆର ପ୍ରଧାନମନ୍ତ୍ରୀ କିମ୍‌ ବୋ କ୍ୟୁମ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏଜି ସାଗରକୁ ମାରମାରା ସାଗର ସହିତ ସଂଯୋଗ କରୁଥିବା ଏହି ସେତୁର ଟାୱାର ମଧ୍ୟରେ ଦୂରତା ୨,୦୨୩ ମିଟର ରହିଛି । ୧୯୧୫ରେ ପ୍ରଥମ ବିଶ୍ବଯୁଦ୍ଧ ବେଳେ ତୁର୍କୀର ଡାରଡାନେଲ୍ସ ଉପରେ ଆକ୍ରମଣ କରିବାକୁ ଆସୁଥିବା ବ୍ରିଟିଶ ଏବଂ ଫରାସୀ ଜାହାଜ ଉପରେ ନୌସେନା ଆକ୍ରମଣ କରି ବିଜୟ ହୋଇଥିଲେ। ତେଣୁ ଏହି ବିଜୟର ୧୦୭ ବର୍ଷ ପୁରଣ ହେବାକୁ ଯାଉଥିବାରୁ ଏହି ବ୍ରିଜର ନାମକରଣ ‘୧୯୧୫ କାନାକଲେ’ କରାଯାଇଥିବା ରାଷ୍ଟ୍ରପତି ଏରଦୋଗାନ କହିଛନ୍ତି।

ପ୍ରଥମ ବିଶ୍ବ ଯୁଦ୍ଧରେ ମୃତ ସୈନିକମାନଙ୍କୁ ସ୍ମରଣ କରି ଦକ୍ଷିଣ କୋରିଆର ପ୍ରଧାନମନ୍ତ୍ରୀ କିମ ବୋ-କିୟୁମ କହିଛନ୍ତି, ତୁର୍କୀ ଏବଂ ଦକ୍ଷିଣ କୋରିଆ ଦ୍ୱାରା ନିର୍ମିତ ଏହି ସେତୁ ତୁର୍କୀ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ସମ୍ପର୍କର ବନ୍ଧନକୁ ମଜବୁତ କରିବ। ଏହି ବ୍ରଜ ନିର୍ମାଣ ପାଇଁ ୨.୭ ବିଲିୟନ ଡଲାର ଖର୍ଚ୍ଚ ହୋଇଛି। ପ୍ରଥମ ବିଶ୍ବଯୁଦ୍ଧରେ ତୁର୍କୀର ଅବଦାନକୁ ସ୍ମରଣ କରିବା ପାଇଁ ଏହି ବ୍ରିଜକୁ ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

AIକୁ ନେଇ ବିଲ ଗେଟ୍ସଙ୍କ ଚେତାବନୀ, କହିଲେ ‘କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ’, ଚିନ୍ତାରେ ସାରା ବିଶ୍ୱ!

ଓ୍ବାଶିଂଟନ,୨୭।୯: କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ବିପଦପୂର୍ଣ୍ଣ ପରିଣାମ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ବିତର୍କ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

‘ଟ୍ରମ୍ପ ଆମ ଜୀବନ ବଞ୍ଚାଇଥିଲେ’ ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଏବେ ମଧ୍ୟ ଭୁଲିନାହିଁ ପାକିସ୍ତାନ; ମନେ ପକାଇ କହିଲା…

ଇସଲାମାବାଦ,୨୬।୯: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମେ’ ୨୦୨୫ରେ ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିବା ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଭୁଲି ନାହାନ୍ତି; ସେଥିପାଇଁ ସେ…

ବଡ଼ ବିମାନ ଦୁର୍ଘଟଣା; ଦୁଇ ବରିଷ୍ଠ ସାମରିକ ଅଧିକାରୀଙ୍କ ସମେତ ୧୪ ମୃତ

କିନଶାସା,୨୬।୯: ଆଫ୍ରିକୀୟ ଦେଶ ‘ଡେମୋକ୍ରାଟିକ ରିପବ୍ଲିକ ଅଫ ଦ କଙ୍ଗୋ’ (DRC) ରେ ଏକ ବିମାନ ଦୁର୍ଘଟଣାରେ ୧୪ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦେଶର…

ଟ୍ରମ୍ପଙ୍କ ବଡ଼ ଘୋଷଣା: ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ରଖିଲେ ଏହି ନାଁ, ସାରା ବିଶ୍ୱ ଆଶ୍ଚର୍ଯ୍ୟ!

ଓ୍‌ବାଶିଂଟନ୍‌,୨୬।୯: ଇରାନ ଆମେରିକା ସମ୍ମୁଖରେ ଷ୍ଟ୍ରେଟ ଅଫ ହର୍ମୁଜକୁ ପୁଣିଥରେ ଖୋଲିବା ପାଇଁ ପ୍ରସ୍ତାବ ରଖିଛି। ଏହି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?