ଯୁଦ୍ଧ ଅନାଥଙ୍କ ବିଶ୍ୱ ଦିବସ

ଡ.ମୌସୁମୀ ପରିଡ଼ା

ବିଶେଷତଃ ପରିବାରଗୁଡ଼ିକରେ ବୃଦ୍ଧମାନଙ୍କୁ ଛାଡ଼ିଦେଲେ ପିଲାମାନେ ମଧ୍ୟ ଅବହେଳାର ଶିକାର ହୁଅନ୍ତି। ଖାଦ୍ୟ, ପୋଷାକ ସମ୍ବନ୍ଧୀୟ ଆବଶ୍ୟକତା ଛଡ଼ା ଅନ୍ୟ ବିଷୟ ପ୍ରତି ବିଶେଷ ଦୃଷ୍ଟି ଦିଆଯାଏ ନାହିଁ। କେବେକେବେ ସେମାନଙ୍କ ଶାରୀରିକ, ମାନସିକ ଉନ୍ନତି ବା ଅବନତିକୁ ଆମତ୍ୀୟମାନେ ସେତେ ଗୁରୁତ୍ୱପୂର୍ଣ୍ଣ ମନେକରନ୍ତି ନାହିଁ। ସମୟାନୁସାରେ ସେମାନଙ୍କ ବିକାଶଧାରାର ସ୍ବାଭାବିକ ବୃଦ୍ଧିକୁ ଯଥେଷ୍ଟ ମନେକରି ବୟସ୍କମାନେ ସାମାନ୍ୟ ବେପରୁଆ ପାଲଟିଯାଆନ୍ତି। ପରିବାରରେ ଆମତ୍ୀୟମାନଙ୍କ ଗହଣରେ ଲାଳିତପାଳିତ ହେଉଥିବା ପିଲାମାନେ ଯଦି ଏଭଳି ମନୋଦଶାର ଶିକାର ହୁଅନ୍ତି, ତେବେ ଯେଉଁମାନେ ପରିବାର ବିଚ୍ୟୁତ ବା ପିତୃମାତୃହୀନ, ସେମାନେ କିଭଳି ଭାବରେ ଜୀବନ ଅତିବାହିତ କରୁଥିବେ ତାହା ବିଚାର୍ଯ୍ୟ।
ଆକସ୍ମିକ ଦୁର୍ଘଟଣା ବା ଯୁଦ୍ଧ ଦ୍ୱାରା କିମ୍ବା ପରିତ୍ୟକ୍ତ ହେବା ଫଳରେ ସୃଷ୍ଟି ହୋଇଥିବା ଅନାଥଙ୍କ ଦୁର୍ଦ୍ଦଶା କଥା କେହି ଭାବନ୍ତି ନାହିଁ। ଆମତ୍ୀୟଙ୍କଠାରୁ ପୃଥକ୍‌ ହୋଇ ସେମାନେ ସମାଜରେ କିପରି ପ୍ରତିପାଳିତ ହୁଅନ୍ତି, ସେକଥା ଚିନ୍ତାକରିବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ। ସେଥିପାଇଁ ଆନ୍ତର୍ଜାତିକ ସ୍ତରରେ ପ୍ରତିବର୍ଷ ଜାନୁୟାରୀ ୬ ତାରିଖରେ ଯୁଦ୍ଧ-ଅନାଥଙ୍କ ବିଶ୍ୱ ଦିବସ ପାଳନ କରାଯାଏ। ଏହି ଦିନଟିକୁ ସେହି ଅନାଥ ପିଲାମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଏ, ଯେଉଁମାନେ ଯୁଦ୍ଧରେ ନିଜ ମାତାପିତାଙ୍କୁ ହରେଇଛନ୍ତି। ଯୁଦ୍ଧ, ଜାତିଗତ ବିଦ୍ୱେଷ ବା ବିଭିନ୍ନ ସଙ୍ଘର୍ଷ ଦ୍ୱାରା ପୀଡ଼ିତ ପିଲାମାନେ ଯେଉଁମାନେ ନିଜ ମାତାପିତାଙ୍କୁ ହରାଇ ବିଶେଷ ଭାବେ କ୍ଷତିଗ୍ରସ୍ତ, ସେମାନେ ଯେ ସମାଜର ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ବିଶେଷ ଦାୟିତ୍ୱ, ଏହାକୁ ପୁଣିଥରେ ମନେପକାଇବା ପାଇଁ ଏହିଦିନ ସଚେତନତା ସୃଷ୍ଟି କରାଯାଏ। ସେମାନେ ଅର୍ହନିଶ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରାଯାଏ।
ବହୁ ସମୟରେ ଅନାଥାଳୟରେ ବଢ଼ୁଥିବା ପିଲାମାନେ ସମ୍ବେଦନଶୀଳତାର ଅଭାବରେ ନାନାପ୍ରକାରର ସାମାଜିକ ବିଭେଦର ଶିକାର ହୋଇଆସୁଛନ୍ତି। ଶିକ୍ଷା ଅଭାବରେ ସେମାନେ ବିଶୃଙ୍ଖଳିତ ଓ ପୋଷଣ ଅଭାବରୁ ସ୍ବାସ୍ଥ୍ୟହୀନତାର ଶିକାର ହେଉଛନ୍ତି। ଆର୍ଥତ୍କ ଅଭାବ ସେମାନଙ୍କୁ କୁକାର୍ଯ୍ୟରେ ଲିପ୍ତ କରାଉଛି। ବିନା ସ୍ନେହ ଶ୍ରଦ୍ଧା ଓ ଆମତ୍ୀୟତାରେ ସେମାନେ ବିପର୍ଯ୍ୟସ୍ତ। ସମାଜର ଉପେକ୍ଷା, ଅନାଦର ସେମାନଙ୍କୁ ବେଶୀ ବିକ୍ଷିପ୍ତ କରିଛି। ଫଳରେ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇଯାଉଛି। ପ୍ରତ୍ୟେକ ପିଲାର ସ୍ବାଭାବିକ ଜୀବନଯାପନ ସହିତ ମାନସିକ ଓ ଶାରୀରିକ ସୁସ୍ଥତା ନିହାତି ଜରୁରୀ, କାରଣ ପିଲାମାନେ ହିଁ ଦେଶର ଭବିଷ୍ୟତ। ଶୈଶବକୁ ହସଖୁସିରେ ଅତିବାହିତ କରିବା ସେମାନଙ୍କ ମୌଳିକ ଅଧିକାର। ସେଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ସୁବିଧା ସୁଯୋଗ ଯୋଗାଇଦେବା, ଶିକ୍ଷା ଓ ସ୍ବାଭାବିକ ଜୀବନ ପ୍ରବାହ ପ୍ରତି ଆକର୍ଷିତ କରିବା ଏହି ଦିନର ପ୍ରମୁଖ ଲକ୍ଷ୍ୟ। ଏଥରର ଥିମ୍‌ ବା ବିଷୟ ହେଉଛି ବିଶ୍ୱବ୍ୟାପୀ ମହାମାରୀର ଭୟଙ୍କର ଅବସ୍ଥାରେ ପିଲାମାନଙ୍କ ଯତ୍ନ ନେବାର ଦାୟିତ୍ୱ।
ଫ୍ରେଞ୍ଚ୍‌ ସଙ୍ଗଠନ, ଏସ୍‌ଓଏସ୍‌ ଇନ୍‌ଫାନ୍‌ଟ୍ସ ଏନ୍‌ ଡିଟ୍ରେସେସ୍‌ ପ୍ରଥମେ ଯୁଦ୍ଧ-ଅନାଥମାନଙ୍କ ଉଦ୍ଦେଶ୍ୟରେ ବିଶ୍ୱ ଦିବସ ଆରମ୍ଭ କରିଥିଲା। ସେମାନଙ୍କ ଭବିଷ୍ୟତ ପ୍ରତି ସଚେତନ କରିବାକୁ ଗୁରୁତ୍ୱ ଦେଇ ଏହି ଦିବସକୁ ଯୁଦ୍ଧ-ଅନାଥଙ୍କ ବିଶ୍ୱଦିବସ ରୂପେ ପାଳନ କରିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବହୁ ପିଲା ଅନାଥ ହୋଇଥିଲେ। ସେବେଠାରୁ ଛୋଟ ବଡ଼ ବିଭିନ୍ନ ଯୁଦ୍ଧରେ ଯୁଦ୍ଧ-ଅନାଥଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ସେତେବେଳ ସମୟରେ ୟୁରୋପରେ ଲକ୍ଷାଧିକ ଯୁଦ୍ଧ ଅନାଥ ଥିଲେ।
ସେହିପରି ଆଫ୍‌ଗାନିସ୍ତାନର ଅବିରତ ଯୁଦ୍ଧର ପରିଣାମ ଏଇଆ ଯେ ଯୁଦ୍ଧ-ଅନାଥଙ୍କ ମଧ୍ୟରେ ପ୍ରତି ଦଶଜଣରେ ଜଣେ କୁପୋଷଣର ଶିକାର, ଅଧାରୁ ଅଧିକ ପିଲା ଅବିକଶିତ। ସେଠାରେ ପ୍ରାୟ ୨ କୋଟିରୁ ଅଧିକ ଯୁଦ୍ଧ-ଅନାଥ ବାସ କରନ୍ତି ଏବଂ ଏହି ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ସେହିପରି ଆଫ୍ରିକା ମହାଦେଶରେ ଯୁଦ୍ଧ ବା ମହାମାରୀ ଦ୍ୱାରା ପ୍ରାୟ ୩୪ କୋଟିରୁ ଅଧିକ ପିଲା ଯୁଦ୍ଧ-ଅନାଥ। ବିଗତ ଦଶବର୍ଷରେ ୨ କୋଟିରୁ ଅଧିକ ପିଲା ସଂଷର୍ଘରେ ମୃତ୍ୟୁବରଣ କରିଛନ୍ତି। ଏପରି ବାରମ୍ବାର ସଙ୍ଘର୍ଷ ଦ୍ୱାରା ୨୦ କୋଟିରୁ ଅଧିକ ପିଲା ଘରଛାଡ଼ି ପଳାଇବାକୁ ବାଧ୍ୟ ହେଉଛନ୍ତି।
ସେହିପରି ଉତ୍ତରୀ ଉଗାଣ୍ଡାରେ ଦୀର୍ଘ ୧୮ ବର୍ଷର ଯୁଦ୍ଧରେ ଅସଂଖ୍ୟ ଲୋକ ମୃତ୍ୟୁବରଣ କରିଛନ୍ତି। ସ୍କୁଲ୍‌, ଗଁା, ଘର ଓ ପରିବାର ନଷ୍ଟଭ୍ରଷ୍ଟ ହୋଇଯାଇଛି। ବହୁମାତ୍ରାରେ ପିଲା ଅନାଥ ହୋଇଛନ୍ତି। ଏହିପରି ବିଭିନ୍ନ ଆଞ୍ଚଳିକ ବା ଦେଶ-ଦେଶ ଭିତରର ଯୁଦ୍ଧରେ ଅସଂଖ୍ୟ ଲୋକ ମୃତ୍ୟୁବରଣ କରୁଥିବା ହେତୁ ସେମାନଙ୍କ ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି। ରୋଗ, ଶୋକ, ଭୟ, କ୍ଷୁଧା, ଆଶ୍ରୟ, ଶିକ୍ଷା ଅଭାବରେ ଅନେକ ସମୟରେ ମୃତ୍ୟୁମୁଖରେ ପଡ଼ିଛନ୍ତି।
ୟୁନିସେଫ୍‌ ଅନୁସାରେ ଅଠର ବର୍ଷ ଭିତରେ ଜଣେ ପିଲା, ଯିଏ କି ତା’ ମାତାପିତା ଉଭୟ ବା ଜଣକୁ ହରାଏ ସେ ଅନାଥର ପଦବାଚ୍ୟ। ୟୁନିସେଫ୍‌ ଅନୁଯାୟୀ ସାରା ବିଶ୍ୱରେ ପ୍ରାୟ ୧୫.୩ କୋଟିରୁ ଅଧିକ ଅନାଥ ରହିଛନ୍ତି। ଏସିଆରେ ସର୍ବାଧିକ ପ୍ରାୟ ୭.୧ କୋଟି, ଆଫ୍ରିକାରେ ପ୍ରାୟ ୫.୨ କୋଟି, ଲାଟିନ୍‌ ଆମେରିକା ଓ କାରିବିୟନ୍‌ରେ ପାଖାପାଖି ୧ କୋଟି ଅନାଥ ଥିବାବେଳେ ଭାରତରେ ଏହି ସଂ୍ଯଯା ୩.୧ କୋଟି। ସେମାନେ ଖାଦ୍ୟ, ବାସଗୃହ, ଶିକ୍ଷା, ସାମାଜିକ ସମ୍ପର୍କ, ପରିବାର ଅଭାବରୁ ଗଭୀର ଭାବରେ କ୍ଷତିଗ୍ରସ୍ତ। ଯୌନ ଉପତ୍ୀଡ଼ନ, ଶିଶୁ ଶ୍ରମିକ, ବିତାଡ଼ିତ, ପ୍ରତ୍ୟାଖ୍ୟାତ ହୋଇ ବଞ୍ଚତ୍ବା ଦୁର୍ବିଷହ ହୋଇପଡ଼ିଛି।
ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଓସ୍‌ଲୋ (ପିଆର୍‌ଆଇଓ) ଅନୁସାରେ ୨୦୦୦ ଠାରୁ ଯୁଦ୍ଧ-ଅନାଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୧୯ ସୁଦ୍ଧା ୪୨.୬ କୋଟି (ଛଅ ଜଣରେ ଜଣେ ପିଲା) ଯୁଦ୍ଧ-ଅନାଥ ଜୀବନ ସହ ଯୁଦ୍ଧ ଜାରି ରଖିଥିବାବେଳେ ଆଫ୍ରିକାରେ ଏହି ସଂଖ୍ୟା ସର୍ବାଧିକ ୧୭.୯ କୋଟି। ମାତ୍ର ପାଞ୍ଚ ବର୍ଷ ବୟସର ୭.୧ କୋଟି ଯୁଦ୍ଧ-ଅନାଥ। ଯଦିଓ ଲଗାତାର ଯୁଦ୍ଧ ପାଇଁ ଏହି ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ହେବାରେ ଲାଗିଛି। ବିକଶିତ ଦେଶଗୁଡ଼ିକରେ ଯୁଦ୍ଧ ଅନାଥଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‌, କିନ୍ତୁ ଯୁଦ୍ଧଖୋର୍‌ ଦେଶଗୁଡ଼ିକରେ ଏ ସଂଖ୍ୟା ଅଧିକ।
ଯୁଦ୍ଧର ପରିଣତି ଯେ କେତେ ଭୟଙ୍କର, ଏକଥା ଲୋକମାନଙ୍କୁ ବୁଝାଇବା ଓ ବାର୍ତ୍ତା ଦେବା ଜରୁରୀ। ସେମାନଙ୍କ ବିକାଶ ପାଇଁ ଅର୍ଥଦାନ କରିବା ସହିତ ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ ବରଂ ଅନେକ ଦୁର୍ଦ୍ଦଶାର କାରଣ ବୋଲି ସମସ୍ତଙ୍କୁ ଅବଗତ କରିବା ଦରକାର। ଯୁଦ୍ଧ-ଅନାଥମାନଙ୍କ ଦୁଃଖ ଯନ୍ତ୍ରଣାର କାରଣ ଓ ପରିଣାମର ଭୟାବହତା ସବୁ ଦେଶ ବୁଝିବା ଆବଶ୍ୟକ। ନ୍ୟସ୍ତସ୍ବାର୍ଥ ଓ ବୃଥା ଅହମିକା ପାଇଁ କେତେ କୋମଳ ଶିଶୁ ଓ କିଶୋର ବହୁ କଷ୍ଟ ଯନ୍ତ୍ରଣା ସହ ଲଢ଼ିଆସୁଛନ୍ତି, ସେକଥାକୁ ଏଡ଼େଇ ଦେଇ ହେବନାହିଁ। କାରଣ ସେମାନଙ୍କର ମଧ୍ୟ ଅନ୍ୟମାନଙ୍କ ପରି ବଞ୍ଚତ୍ବାର ଅଧିକାର ଅଛି। ସମାଜ ସେମାନଙ୍କ ମା’ବାପାଙ୍କୁ ସିନା ଫେରାଇପାରିବ ନାହିଁ, କିନ୍ତୁ ଆମତ୍ୀୟସ୍ବଜନଙ୍କ ପରି କିଛି ସୁଖସୁବିଧା ଉପଲବ୍ଧ କରାଇ ସେ ଅଭାବକୁ କମ୍‌ କରିପାରିବ।
ଦୁଃସ୍ଥିତି ଅନୁଯାୟୀ ସେମାନେ ଅସଂଖ୍ୟ ସମସ୍ୟାର ସମ୍ମୁଖୀନ ହୋଇ ନାନା ପ୍ରକାରର ଦୁରବସ୍ଥାକୁ ମଥାମାତି ମାନିନେଇଛନ୍ତି, ତେଣୁ ଏଭଳି ଯୁଦ୍ଧ କାହାକୁ ଶାନ୍ତି ଦେଇନାହିଁ ବରଂ ଦେଶଗୁଡ଼ିକୁ ଦାରିଦ୍ର୍ୟ ଆଡ଼କୁ ଠେଲିଦେଇଛି। ଏସବୁର ସଚେତନତା ସୃଷ୍ଟି କରି ପିଲାମାନଙ୍କୁ ସୁମାର୍ଗରେ ପରିଚାଳିତ କରିବା ଆବଶ୍ୟକ। ସେମାନଙ୍କୁ ଉନ୍ନତ ଭବିଷ୍ୟତ ଆଡ଼କୁ ଆକର୍ଷିତ କରିବା ପାଇଁ ଆମ ସମସ୍ତଙ୍କର ସଚେତନତା ଜରୁରୀ। ଏ ସମସ୍ୟା ସବୁଦିନର, କେବଳ ଜାନୁୟାରୀ ୬, ଗୋଟେ ଦିନ ପାଇଁ ଯଥେଷ୍ଟ ନୁହେଁ। ସମାଜର ଏଭଳି ପିଲାମାନଙ୍କ ଉନ୍ନତି ବିଧାନରେ ଆମ ସମସ୍ତଙ୍କର ଯୋଗଦାନ ନିହାତି ଆବଶ୍ୟକ।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri