ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ, ରୁଷିଆ-ୟୁକ୍ରେନ୍‌ ମୁହାଁମୁହିଁ…

ମସ୍କୋ,୫।୧୨: ୟୁକ୍ରେନ ସୀମାରେ ରୁଷିଆ ସୈନ୍ୟ ଠୁଳ କରିବା ନେଇ ଆମେରିକା ଚିନ୍ତା ପ୍ରକଟ କରିଛି। ଏହା ଯୋଗୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍‌ଙ୍କ ସହିତ ମଙ୍ଗଳବାର ଟେଲିଫୋନ୍‌ରେ ଆଲୋଚନା କରିବେ। କ୍ରେମଲିନ ମୁଖପାତ୍ର ଡିମିଟ୍ରି ପେସ୍କୋଭ ଏନେଇ ସୂଚନା ପ୍ରଦାନ କରିଛନ୍ତି। ଏହାଦ୍ୱାରା ୟୁକ୍ରେନ୍‌ ଏବଂ ରୁଷିଆ ମଧ୍ୟରେ ମୁାହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।

ୟୁକ୍ରେନକୁ ନାଟୋ ସାମରିକ ସହଯୋଗରେ ଅନ୍ତର୍ଭୁକ୍ତ କରାଯିବ ନାହିଁ ବୋଲି ଆମେରିକା କହିଛି। ଆମେରିକାର ଗୁପ୍ତଚର ସଂସ୍ଥା ଦାବି କରିଛି ଯେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଛି। ତେବେ ପୁଟିନ ପ୍ରଶାସନ ଏହାକୁ ଅସ୍ବୀକାର କରିଛନ୍ତି।

ୟୁକ୍ରେନ ସୀମାରେ ୭୦ ହଜାରରୁ ଅଧିକ ସୈନିକ ରୁଷିଆ ମୁତୟନ କରିଛି। ଆମେରିକାର ଅଧିକାରୀ ତଥା ଆମେରିକାର ପୂର୍ବତନ କୂଟନୀତିଜ୍ଞମାନେ କହିଛନ୍ତି ଯେ ପୁଟିନ୍‌ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି। ଏହାଯୋଗୁ ପାଶ୍ଚାତ୍ୟ ଦେଶଗୁଡିକ ଦ୍ୱାରା ପ୍ରତିବନ୍ଧକ ଲାଗୁ ହେବା ଯୋଗୁ ରଷିଆର ଅର୍ଥନୀତିକୁ ଗୁରୁତର କ୍ଷତି ପହଞ୍ଚାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

ଆମେରିକା ସମର୍ଥିତ ପାଶ୍ଚାତ୍ୟ ସାମରିକ ସଂଗଠନ ନାଟୋ ୟୁକ୍ରେନକୁ ସମର୍ଥନ କରୁଛି। ବ୍ରୁସେଲ୍ସରେ ଥିବା ନାଟୋ କାର୍ଯ୍ୟାଳୟ ପକ୍ଷରୁ ବିବୃତ୍ତି ଜାରି କରାଯାଇ ରୁଷିଆର ପଦକ୍ଷେପକୁ ଆକ୍ରମଣାତ୍ମକ ନିନ୍ଦା କରାଯାଇଛି। ୟୁକ୍ରେନ ନାଟୋର ସମ୍ପୂର୍ଣ୍ଣ ସଦସ୍ୟ ନୁହେଁ। ତେଣୁ ନାଟୋ ଚାହିଁଲେ ମଧ୍ୟ ସିଧାସଳଖ ସାମରିକ କାର୍ଯ୍ୟରେ ଲିପ୍ତ ରହିପାରିବ ନାହିଁ। ତେବେ ନାଟୋ ଦେଶଗୁଡ଼ିକ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାର ତୃତୀୟ ଲହର: ସମସ୍ତ ସ୍କୁଲ କଲେଜ ବନ୍ଦ

ଟୋରଣ୍ଟୋ,୭।୪: କାନାଡ଼ାରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଟୋରଣ୍ଟୋରେ ଥିବା ସମସ୍ତ ସ୍କୁଲ କଲେଜକୁ ବନ୍ଦ କରାଯାଇଛି। ବୁଧବାରଠାରୁ ଟୋରଣ୍ଟୋ ବିଶ୍ୱବିଦ୍ୟାଳୟ...

ରାଷ୍ଟ୍ରପତି ଘାନୀଙ୍କ ନିର୍ବାଚନୀ ସଭାରେ ବିସ୍ଫୋରଣ

କାବୁଲ,୧୭।୯ : ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘାନୀଙ୍କ ନିର୍ବାଚନୀ ସଭାରେ ମଙ୍ଗଳବାର ବିସ୍ଫୋରଣ ଘଟିଛି। ପରଓ୍ବାନ ପ୍ରଦେଶରେ ଘାନିଙ୍କ ନିର୍ବାଚନୀ ସଭାରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିବା...

ରୋମାନିଆ ମେୟର-ବିମାନ ଚଳାଚଳ ମନ୍ତ୍ରୀ ମୁହାଁମୁହିଁ

ରୋମାନିଆ,୪ା୩: ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରୋମାନିଆର ମେୟର ମୁହାଁମୁହିଁ ହୋଇଛନ୍ତି। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର ପାଇଁ...

ନୀଳ ନୟନା ନିଶାରେ ହୋଇଥିଲେ ଅନ୍ଧୁଣୀ

ମଣିଷକୁ ବିଭିନ୍ନ ପ୍ରକାରର ନିଶା ଘାରିଥଏ। ତା’ ଭିତରେ ସୁନ୍ଦର ଦେଖାଯିବାର ନିଶା ଅନ୍ୟତମ। ବେଳେ ବେଳେ ଏଇ ନିଶାରେ ମଣିଷ ନିଜ ଜୀବନକୁ ବିପଦରେ...

୧୦ ଦେଶର ରାଷ୍ଟ୍ରଦୂତଙ୍କୁ ଦେଶରୁ ବାହାର କରିବାକୁ ନିର୍ଦ୍ଦେଶ ଜାରି କଲା ତୁର୍କୀ…

ଆଙ୍କ୍ରା,୨୪।୧୦: ମାନବାଧିକାର କର୍ମୀ ଓସମାନ କଓ୍ବାଲାଙ୍କୁ ମୁକ୍ତ କରିବାକୁ ଦାବି କରୁଥିବା ୧୦ଟି ଦେଶର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବାକୁ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ...

ଇମ୍ରାନଙ୍କୁ ମିଳିଲା ୭୨ ଘଣ୍ଟା: ନ୍ୟାଶନାଲ ଆସେମ୍ଲି ୩ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ

ଇସଲାମାବାଦ,୩୧ ।୩: ପାକିସ୍ତାନର ଅବସ୍ଥା ବେଳକୁ ବେଳ ବଦଳିବାରେ ଲାଗିଛି । ପାକିସ୍ତାନ ଆସେମ୍ଲିର ଡେପୁଟି ସ୍ପିକର ସଂସଦରେ ଭୋଟିଂ ପୂର୍ବରୁ ୩ ଏପ୍ରିଲ ସକାଳ...

ୟୁରୋପୀୟ ୟୁନିୟନ ନେତାଙ୍କୁ ଭେଟିଲେ ମୋଦି

ରୋମ୍‌, ୨୯।୧୦: ଜି ୨୦ ସମିଟ୍‌ରେ ଯୋଗଦେବା ପାଇଁ ଦୁଇଦିନିଆ ଇଟାଲୀ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ୟୁରୋପୀୟ ୟୁନିୟନ(ଇୟୁ)ର ଶୀର୍ଷ ନେତାମାନଙ୍କୁ...

ମାଡ଼ି ଆସୁଛି ବିପଦ: ଡାଇନୋସରସ୍‌ଙ୍କ ବିନାଶ କରିଥିବା ଗ୍ରହାଣୁ ୨୦୨୭ରେ ହେବ ପୃଥିବୀ ମୁହାଁ

ଓ୍ବାଶିଂଟନ,୧୭।୮: ପୃଥିବୀ ପୃଷ୍ଠରୁ ୬୬ ନିୟୁତ ବର୍ଷ ତଳେ ଡାଇନୋସରସ୍‌ଙ୍କ ବିନାଶ କରିଥିବା ଗ୍ରହାଣୁ ୧୯୯୦-ଏମ୍‌ୟୁ ଆସନ୍ତା ୨୦୨୭ରେ ପୃଥିବୀ ମୁହାଁ ହେବ। ଏବେ ଏହି...

Advertisement
Archives

Model This Week