ବିଗତ ଯୁଗର ବିଶ୍ୱ ଦୃଶ୍ୟପଟ

ଅନେକ ଦଶନ୍ଧି ଥାଏ ଯେଉଁଥିରେ ବର୍ଷଟିଏର ପରିବର୍ତ୍ତନ ଅନୁଭୂତ ହୁଏ ଏବଂ ଏମିତି ଅନେକ ବର୍ଷ ଥାଏ ଯେଉଁଠି ଗୋଟିଏ ବର୍ଷରେ ଦଶନ୍ଧି ଦଶନ୍ଧିର ପରିବର୍ତ୍ତନ ଅନୁଭୂତ ହୋଇଥାଏ। ବିଗତ ତିନି ବର୍ଷ ହେଉଛି କୋଭିଡ୍‌-୧୯, ରୁଷିଆର ୟୁକ୍ରେନ ଆକ୍ରମଣ ଏବଂ ଏକ ପରିଦୃଶ୍ୟ ସଙ୍କଟମୟ ଜୀବିକାର ବର୍ଷ। ଏସବୁ ଏକ ଭୂରାଜନୈତିକ ଉତ୍ତେଜନା ପରିପ୍ରେକ୍ଷୀରେ ଘଟିଆସୁଛି ଯାହା ପୂର୍ବ ଘଟଣା ଲାଗୁଛି। ୧୯୭୦ ଦଶନ୍ଧି ଆଖପାଖ ବର୍ଷଗୁଡ଼ିକରେ ତୈଳ ଝଟକା (ଦର ବୃଦ୍ଧି ସହ ଅଭାବର ସ୍ଥିତି ) ଭଳି ଏବେ ଠିକ୍‌ ସେମିତି ଘଟୁଥିବା ଅନୁଭବ କରିହେଉଛି। ସେତେବେଳେ ଏଥିରେ ସ୍ଥିରତା ଆସିବା ପାଇଁ ପ୍ରାୟ ୨୦ ବର୍ଷ ଲାଗିଯାଇଥିଲା। ତେବେ ଆମେ ଏବେ ତ୍ୱରିତ ପ୍ରଗତିଶୀଳର ଏକ ନୂଆ ଇତିହାସ ଲେଖିପାରିବା କି। ଦେଖିବାକୁ ଗଲେ ପୂର୍ବରୁ ଆମେ ବହୁ ଆହ୍ବାନପୂର୍ଣ୍ଣ ଘଟଣା ମଧ୍ୟ ଦେଇ ଆସିଛୁ। ଦ୍ୱିତୀୟ ବିଶ୍ୱଯୁଦ୍ଧ(୧୯୪୪-୪୬), ୧୯୭୧-୭୩ ତୈଳ ସଙ୍କଟ ଏବଂ ସୋଭିଏଟ ସାମ୍ରାଜ୍ୟର ବିଭାଜନ(୧୯୮୯-୯୨) ଆମ ସମ୍ମୁଖେରେ ଉଭା ହୋଇଥିଲା। ଏକ ଭୂମିକମ୍ପ ଭଳି ଏହା ପ୍ରତ୍ୟେକଟି ବୈଶ୍ୱିକ ଦୃଶ୍ୟପଟକୁ ପରିବର୍ତ୍ତନ କରିଦେଇଥିଲା। ଏହି ସବୁ ଘଟଣା ବିଶ୍ୱର ପ୍ରମୁଖ ପ୍ରସଙ୍ଗଗୁଡ଼ିକୁ ସଞ୍ଚାଳନ କରୁଥିବା ନିୟମଗୁଡ଼ିକୁ ପରିବର୍ତ୍ତନ କରି ଏକ ନୂଆ ଯୁଗକୁ ପଥପ୍ରଦର୍ଶନ କରୁଛି। ତେବେ ଏସବୁ ମଧ୍ୟରେ ପ୍ରଗତି ଜାରି ରହିଛି। ଏଣୁ ଆମେ ଏବେ ଏକ ନୂଆ ଯୁଗର ଶୀର୍ଷରେ ରହିଛୁ କି ନାହିଁ ତାହାର ଠିକ୍‌ ଉତ୍ତର ଖୋଜିବାକୁ ପଡ଼ିବ ।
ଏଥିପାଇଁ ଏବକାର ବିଶ୍ୱର ୫ଟି ଦିଗ ବା କ୍ଷେତ୍ର ଉପରେ ବିଚାର କରିଥିବା ଏକ ନୂଆ ମ୍ୟାକକିନ୍‌ସେ ଗ୍ଲୋବାଲ ପେପରକୁ ଦେଖିବାକୁ ହେବ। ସେଗୁଡ଼ିକ ହେଉଛି ବୈଶ୍ୱିକ ବ୍ୟବସ୍ଥା, ପ୍ରଯୁକ୍ତି ,ଜନସାଂଖିକ, ସଂସାଧନ ଏବଂ ଶକ୍ତି, ପୁଞ୍ଜିକରଣ।
ଏହିସବୁ କ୍ଷେତ୍ର ଅତୀତର ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ଇତିହାସ ସହ ଜଡ଼ିତ। ଦ୍ୱିତୀୟ ବିଶ୍ୱଯୁଦ୍ଧର ଧ୍ୱଂସଲୀଳା ପରେ ଆର୍ଥିକ କ୍ଷେତ୍ରରେ ଅତ୍ୟଧିକ ବିକାଶ ଘଟି ୧୯୭୧ ପର୍ଯ୍ୟନ୍ତ ଜାରି ରହିଥିଲା। ଜାତିସଂଘ ଏବଂ ବ୍ରିଟନ୍‌ ଉଡ୍‌ ଇନ୍‌ଷ୍ଟିଚ୍ୟୁଶନ ଗଠିତ ହୋଇଥିଲା। ଆମେରିକୀୟ ଡଲାର ବାସ୍ତବରେ ବୈଶ୍ୱିକ ରିଜର୍ଭ କରେନ୍ସି ହୋଇପାରିଥିଲା ଏବଂ ଡଲାର ମୁଦ୍ରାମାନକ ସୁନା ସହ ବିନିମୟତା ହାସଲ କରିଥିଲା। ଅର୍ଥ ବ୍ୟବସ୍ଥା ଓ ସମାଜଗୁଡ଼ିକ ଯୁଦ୍ଧ ବଦଳରେ ଶାନ୍ତି ପ୍ରତିଷ୍ଠା କରିବାକୁ ଗତିଶୀଳ ହୋଇଥିଲେ। ୧୯୪୫ର ପୋଷ୍ଟ୍‌ଡାମ ସମ୍ମିଳନୀରେ ଆମେରିକା ଏହାର ପୃଥକତାବାଦୀ ନୀତିକୁ ସରକାରୀ ସ୍ତରରେ ଶେଷକରି ପ୍ରଭୁତ୍ୱବାଦୀ ରୂପ ଗ୍ରହଣ କରିଥିଲା। ଜୋଶେଫ ଷ୍ଟାଲିନ୍‌ ଆଲୋଚନା ମାଧ୍ୟମରେ ୟୁରୋପ ବିଭାଜନର ବୁଝାମଣା କରିଥିଲେ ଓ ସୋଭିଏଟ ସଂଘର ଆଣବିକ କ୍ଷମତା ବିକାଶକୁ ଜୋର୍‌ଦାର କରିଥିଲେ। ଯୁଦ୍ଧ ପରେ ପ୍ରଥମ ଯୁଗ ପାଇଁ ବିକାଶର ନିଅଁ ପଡ଼ିଥିଲା।
ଏହା ପରେ ଆସିଲା ବିବାଦର ଯୁଗ। ଏହା ୧୯୭୧ରୁ ୧୯୮୯ ଯାଏ ରହିଲା। ଭିଏଟ୍‌ନାମରେ ଅତ୍ୟନ୍ତ ବ୍ୟୟବହୁଳ ଓ ଜଟିଳ ଯୁଦ୍ଧ ଆମେରିକାକୁ ବିଭାଜିତ କଲା ଓ ଏହାର ସୀମିତ ଶକ୍ତିକୁ ସାମ୍ନାକୁ ଆଣିଲା। ୧୯୭୩ରେ ପେଟ୍ରୋଲିୟମ ରପ୍ତାନିକାରୀ ଦେଶର ସଂଗଠନ (ଓପିଇସି)ର ସଦସ୍ୟମାନେ ସେମାନଙ୍କ ଜିନିଷର ଲାଭ ଉଠାଇବାକୁ ଚାହିଁବାରୁ ତୈଳ ଦର ବୃଦ୍ଧି ଓ ରପ୍ତାନିରେ ଝଟକା ଲାଗିଲା। ଫଳରେ ଅର୍ଥ ବ୍ୟବସ୍ଥା ପୂରା ମାନ୍ଦା ପଡ଼ିଗଲା ଏବଂ ୧୫ ବର୍ଷ ଧରି ଶକ୍ତି ଦର ଉଚ୍ଚ ରହିଲା। ଉକ୍ତ ଧାରା ପୂର୍ବକୁ ଗତିକଲା ଓ ଜାପାନର ମୁଣ୍ଡପିଛା ଉପତ୍ାଦ ଜର୍ମାନୀକୁ ଟପିଯାଇଥିଲା। ଏହି ସମୟରେ ଦୁଇ ଦେଶ ମଧ୍ୟରେ ୨୫ ବର୍ଷର କୂଟନୈତିକ ନୀରବତା ଭଙ୍ଗ କରି ନିକ୍ସନ ଚାଇନା ଗସ୍ତରେ ଯାଇଥିଲେ।
୧୯୮୦ ଦଶକର ପ୍ରାରମ୍ଭରେ ଆଉ ଏକ ନୂଆ ଯୁଗର ଭିତ୍ତି ପଡ଼ିଲା। ଏହି ସମୟରେ ବର୍ଲିନ ପାଚେରି ଭାଙ୍ଗିଲା, ସୋଭିଏଟ୍‌ ସଂଘର ପତନ ଘଟିଲା ଏବଂ ୟୁରୋପର ଭୂରାଜନୈତିକ ଆଧାର ବଦଳିଯାଇଥିଲା। ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ ୟୁରୋପ, ଏସିଆ ଓ ଆଫ୍ରିକାର ସବୁଆଡେ ବ୍ୟାପିବା ଥିଲା ଗୁରୁତ୍ୱପୂର୍ଣ୍ଣ। ୧୯୯୨ରେ ସ୍ବାକ୍ଷରିତ ମାଷ୍ଟ୍ରିଚିଟ୍‌ ଚୁକ୍ତି ୟୁରୋପର ଆର୍ଥିକ ଓ ରାଜନୈତିକ ଏକତାକୁ ଆଗକୁ ବଢ଼ାଇଲା। ଡେଙ୍ଗ ଜିଆଓପିନ୍‌ଙ୍କ ବିକଶିତ ଦେଶଗୁଡ଼ିକୁ ଗସ୍ତ ପରେ ମାନ୍ଦା ରହିଥିବା ଚାଇନାର ପ୍ରଗତି ସକ୍ରିୟ ହୋଇ ମାର୍କେଟ ସୁଧାର କ୍ଷେତ୍ରରେ ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ପ୍ରକାଶ କରିଥିଲା। ଏହି ସମୟରେ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଆମେରିକା ମିଲିଟାରି ଶକ୍ତି ପ୍ରଦର୍ଶନ କଲା। ପରେ ୧୯୮୯ରେ ସାରା ବିଶ୍ୱରେ ଜନ୍ମଲାଭ କରିଥିବା ଓ୍ବେ୍‌ବ୍‌ ଡିଜିଟାଲ ବିପ୍ଳବର ପ୍ଲାଟ୍‌ଫର୍ମ ସୃଷ୍ଟିକଲା। ଚାଇନା ଏବଂ ଭାରତ ବୈଶ୍ୱିକ ଅର୍ଥ ବ୍ୟବସ୍ଥାରେ ଯୋଗଦେଲେ ଓ ଏହା ଦ୍ୱାରା ସେମାନେ ଦାରିଦ୍ର୍ୟ ହ୍ରାସ କରିପାରିଲେ। ଏହି ସମୟକୁ ଆମେ ମାର୍କେଟର ଯୁଗ ବୋଲି କହୁ; ଯାହା ଆମ ଲାଗି ଆଣିଥିଲା ଆଖିଦୃଶିଆ ପ୍ରଗତି। ତିନି ଦଶନ୍ଧି ପୂର୍ବେ ବିଶ୍ୱରେ ପାଖାପାଖି ୩୫% ଲୋକ ଉକତ୍ଟ ଦାରିଦ୍ର୍ୟରେ ରହିଥିଲେ ଓ ଏବେ ତାହା ହ୍ରାସ ପାଇ ୯ ପ୍ରତିଶତ ଅଛି। ସେହି ଆଶ୍ଚର୍ଯ୍ୟଜନକ ପ୍ରଗତିଶୀଳ ପ୍ରଭାବ ରହିଆସିଛି ଏବଂ ଏହାକୁ ସଞ୍ଚାଳନ କରିବାର ନିୟମଗୁଡ଼ିକ ମଧ୍ୟଏଯାବତ ଅପରିବର୍ତ୍ତିତ ରହିଛି।
ଆମେ ଜାଣୁନା ନୂତନ ବିବାଦରୁ କ’ଣ ପ୍ରକାଶ ପାଇବ। ଆମେ ଏହାର ଉଦ୍ଦେଶ୍ୟ ବୁଝିିପାରୁଥିଲେ ମଧ୍ୟ ୫ଟି କ୍ଷେତ୍ରର ପ୍ରତ୍ୟେକଟିରେ ଥିବା ଜଟିଳ ପ୍ରଶ୍ନଗୁଡ଼ିକ ଅସମାହିତ ରହିଛି। ବୈଶ୍ୱିକ ବ୍ୟବସ୍ଥାକୁ ଦେଖିଲେ, ଏହା ବହୁଧ୍ରୁବୀୟତା ପ୍ରତି ଢଳିଥିବା ମନେହେଉଛି। କିନ୍ତୁ ଏହା କିଭଳି କାର୍ଯ୍ୟ କରିବ ତାହା ଜାଣୁନା। ଅର୍ଥ ବ୍ୟବସ୍ଥାରେ ବୈଶ୍ୱିକ ସ୍ବଭାବ ଜାରି ରହିବ ନା ଅଣ-ଆର୍ଥିକ ସହଯୋଗ ଲାଗି ଆଉ ଏକ ନୂଆ କାର୍ଯ୍ୟକ୍ଷମ ପ୍ରକ୍ରିୟା ଦେଖିବାକୁ ପାଇବା? ଅନ୍ତର୍ଜାତୀୟ ରାଜନୀତିରେ ଥିବା ଦୀର୍ଘ ବର୍ଷର ସମଭାବ ଅଧିକ ଧ୍ରୁବୀକରଣ ମୁହଁା ହେବ କି? ଟେକ୍‌ନୋଲୋଜିକୁ ଦେଖାଯାଉ। ଡିଜିଟାଇଜେଶନ ଏବଂ ଯୋଗାଯୋଗ ପରିପୂର୍ଣ୍ଣତା ଲାଭ କରିବାକୁ ଯାଉଥିବାବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ବାୟୋଟେକ ଭଳି ଟେକ୍‌ନୋଲାଜିର ନୂତନ ସ୍ରୋତ ଆଉ ଏକ ନୂତନତ୍ୱ ଆରମ୍ଭ କରିପାରନ୍ତି। ତେବେ ଏହାର କାର୍ଯ୍ୟ ଓ ସାମାଜିକ ବ୍ୟବସ୍ଥା ଏବଂ ଟେକ୍‌ନୋଲୋଜି, ସଂସ୍ଥା ଓ ଭୂରାଜନୀତିକ ସମ୍ପର୍କକୁ କିଭଳି ପ୍ରଭାବିତ କରିବ? ଜନସଂଖ୍ୟା ପ୍ରସଙ୍ଗରେ ଯୁବବିଶ୍ୱ ଧୀରେ ଧୀରେ ବୟସ୍କ ହେବାରେ ଲାଗିଛି। ଦେଶଗୁଡ଼ିକରେ ଅସମାନତା ସାମାଜିକ ସମ୍ପର୍କ ଓ ଯୋଗାଯୋଗ କ୍ଷେତ୍ରରେ ଆହ୍ବାନ ବଢାଇବା ସମ୍ଭାବନା ଦେଖାଯାଇଛି॥
ଆମେ ବୟସ୍କ ଭାବେ କିମ୍ବା ଆମ ସରକାର ଓ ବ୍ୟବସ୍ଥା ଏହି ଅସମାନତାକୁ ପ୍ରତିହତ କରିବାରେ ବିଫଳ ହେବା କି?
ସଂସାଧନ ଓ ଶକ୍ତି କ୍ଷେତ୍ରରେ କମ୍‌ କାର୍ବନ ଉତ୍ସ ପ୍ରତି ନିବେଶକୁ ମୁହଁାଇବାକୁ ଦୃଢ ଇଚ୍ଛା ରହିଛି। ହେଲେ ସବୁପ୍ରକାର ଶକ୍ତିରେ ଆବଶ୍ୟକ ଅନୁଯାୟୀ ସମସ୍ତ ନିବେଶକୁ ଗତିଶୀଳ କରିବା ଲାଗି ସଂଗ୍ରାମ କରୁଛୁ। ତେବେ ଜଳବାୟୁ ସ୍ଥିରତା ଲାଗି ବିଶ୍ୱ ଏକ ସୁବିଧାଜନକ, ଲାଭପ୍ରଦ ତଥା ବ୍ୟବହାର୍ଯ୍ୟ ପଥ ପାଇପାରିବା ତ? ଶେଷରେ ଆର୍ଥିକ ଅଭିବୃଦ୍ଧି ହାର ସାମାନ୍ୟ ରହିବା ଜଣାପଡ଼ୁଛି। ଆମେ ବାସ୍ତବରେ ଏକ ନାଟକୀୟ ପରିବର୍ତ୍ତନର ଯନ୍ତ୍ରଣାଦାୟକ ସ୍ଥିତିରେ ରହିବା ଜଣାପଡ଼ୁଛି। ଏଣୁ ନେତାମାନେ ଏକ ସମ୍ଭାବ୍ୟ ନୂଆ ଯୁଗ ପାଇଁ ପ୍ରସ୍ତୁତ ହେବା ସହ ଏହାକୁ ରୂପରେଖ ଦେବା ପାଇଁ ସଜାଗ ହେବା ଉଚିତ। ଏବକାର ସ୍ଥିତି ନିରାଶବାଦକୁ ଆମନ୍ତ୍ରଣ କରିପାରେ। ତଥାପି ଅତୀତର ସବୁ ଉତ୍‌ଥାନ ଓ ପତନ ମଧ୍ୟରେ ପ୍ରଗତି ଆଗକୁ ବଢିଛି। ଆମ ସମୟ ପଦକ୍ଷେପ ଦାବି କରୁଥିବାବେଳେ ଇତିହାସ ହିଁ ବଡ଼ ଆଶା ଭରିଦେଇଛି।

– କ୍ରିସ୍‌ ବ୍ରାଡ୍‌ଲେ
ଡାଇରେକ୍ଟର, ମ୍ୟାକିନ୍‌ସେ
ଗ୍ଲୋବାଲ ଇନ୍‌ଷ୍ଟିଚ୍ୟୁଟ, ସିଡ୍‌ନୀ


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri