Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ପଏଣ୍ଟ ପ୍ରତିଶତକୁ ବିଚାର କରି ଫାଇନାଲିଷ୍ଟ ସ୍ଥିର କରାଯିବ

ନୂଆଦିଲ୍ଲୀ,୧୬।୧୧(ପି.ଟି.): ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ପ୍ରାରମ୍ଭିକ ସଂସ୍କରଣର ଦୁଇ ଫାଇନାଲିଷ୍ଟଙ୍କୁ ଚୟନ କରିବା ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ତା’ର ନୀତି ସ୍ପଷ୍ଟ କରିଛି। କୋଭିଡ୍‌-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଡବ୍ଲ୍ୟଟିସିର ଫାଇନାଲିଷ୍ଟ ହାସଲ କରିଥିବା ପଏଣ୍ଟ ପ୍ରତିଶତକୁ ନେଇ ସ୍ଥିରୀକୃତ ହେବ ବୋଲି ଆଇସିସି ତରଫରୁ କୁହାଯାଇଛି। ଆଇସିସି କ୍ରିକେଟ କମିଟି ଏ ନେଇ ବିଭିନ୍ନ ବିକଳ୍ପ ବିଚାର କରିଛି। ତେବେ ଏ ସଂକ୍ରାନ୍ତରେ ମୁଖ୍ୟ କାର୍ଯ୍ୟନିର୍ବାହୀ କିମିଟି ଅନ୍ତିମ ନିଷ୍ପତ୍ତି ନେବ।
ଦଳଗୁଡିକ ଅଂଶଗ୍ରହଣ କରିଥିବା ମ୍ୟାଚ୍‌ଗୁଡିକରେ ହାସଲ କରିଥିବା ପଏଣ୍ଟର ପ୍ରତିଶତକୁ ବିଚାର କରାଯିବ ଓ ଏହାପରେ ଫାଇନାଲିଷ୍ଟ ସ୍ଥିର କରାଯିବ ବୋଲି ଏକ ରିପୋର୍ଟରେ କୁହାଯାଇଛି। ଆଇସିସିର ଅନ୍ତିମ କ୍ୱାର୍ଟରଲି ବୈଠକ ସୋମବାରଠାରୁ ଆରମ୍ଭ ହୋଇଛି। କୋଭିଡ୍‌-୧୯ କାରଣରୁ ଖେଳାଯାଇ ନ ଥିବା ଟେଷ୍ଟ ମ୍ୟାଚ୍‌ଗୁଡିକୁ ଡ୍ର’ ଅବା ଅମୀମାଂସିତ ବୋଲି ବିଚାର କରାଯିବା ନେଇ କମିଟି ଚିନ୍ତା କରୁଛି।
ଡବ୍ଲ୍ୟୁଟିସି ଅନୁସାରେ ଶ୍ରେଷ୍ଠ ୯ଟି ଦଳ ଦୁଇବର୍ଷ ମଧ୍ୟରେ ୬ଟି ସିରିଜ ଖେଳିବେ। ପ୍ରତ୍ୟେକ ସିରିଜ ଅତିବେଶିରେ ୧୨୦ ପଏଣ୍ଟ ବିଶିଷ୍ଟ ହେବ। ତେବେ ପ୍ରତ୍ୟେକ ସିରିଜରେ ମ୍ୟାଚ୍‌ର ସଂଖ୍ୟାଗୁଡିକୁ ମଧ୍ୟ ଏ ପ୍ରକ୍ରିୟାରେ ବିଚାର କରାଯିବ। ଶ୍ରେଷ୍ଠ ଦୁଇଟି ଦଳ ଫାଇନାଲରେ ପ୍ରବେଶ କରିବେ। ଆସନ୍ତା ଜୁନ୍‌ରେ ଫାଇନାଲ ମୁକାବିଲା ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯିବ।
ନୂଆ ପ୍ରସ୍ତାବ ଅନୁସାରେ ଯଦି ଭାରତ ଅଷ୍ଟ୍ରେଲିଆ ବିପକ୍ଷ ସବୁ ୪ଟି ଟେଷ୍ଟ ହାରିଯାଏ ଓ ଇଂଲଣ୍ଡ ବିପକ୍ଷରେ ସମସ୍ତ ୫ଟି ଟେଷ୍ଟରେ ବିଜୟୀ ହୁଏ ତା’ହେଲେ ୪୮୦ ପଏଣ୍ଟ ହାସଲ କରିବ ଓ ଏହା ୬୬.୬୭ ପ୍ରତିଶତ ବୋଲି ବିବେଚିତ ହେବ। ପୁଣି ଯଦି ଭାରତ ଇଂଲଣ୍ଡ ବିପକ୍ଷ ୫ଟି ଟେଷ୍ଟରେ ବିଜୟୀ ହୁଏ ଓ ଅଷ୍ଟ୍ରେଲିଆଠାରୁ ୩-୧ରେ ପରାସ୍ତ ହୁଏ ତେବେ ୫୧୦ ପଏଣ୍ଟ ଓ ୭୦. ୮୩ ପ୍ରତିଶତ ହାସଲ କରିବ। ଏହା ହେଲେ ଭାରତ ନ୍ୟୁଜିଲାଣ୍ଡର ସମ୍ଭାବ୍ୟ ମ୍ୟାକ୍ସିମମ୍‌ ସ୍କୋରକୁ ପଛରେ ପକାଇବ। ଅନ୍ୟପଟେ ଯଦି ଭାରତ ଇଂଲଣ୍ଡକୁ ୫-୦ରେ ହରାଏ ଓ ଅଷ୍ଟ୍ରେଲିଆଠାରୁ ୨-୦ରେ ହାରେ ତା’ହେଲେ ୫୦୦ ପଏଣ୍ଟ ଓ ୬୯.୪୪ ପ୍ରତିଶତ ହାସଲ କରିବ। ଯଦି ନ୍ୟୁଜିଲାଣ୍ଡ ଘରୋଇ ପରିବେଶରେ ତାର ଟେଷ୍ଟ ସିରିଜ୍‌ରେ କ୍ଲିନ୍‌ ସୁଇପ୍‌ କରେ ତା’ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ୨ଟି ମ୍ୟାଚ୍‌ ଡ୍ର’ ରଖିଥିଲେ ମଧ୍ୟ ଭାରତ ପାଇଁ ଯଥେଷ୍ଟ ହେବ ନାହିଁ। ଅପରପକ୍ଷରେ ଯଦି ନ୍ୟୁଜିଲାଣ୍ଡ ଘରୋଇ ପରିବେଶରେ ଓ୍ବେଷ୍ଟଇଣ୍ଡିଜ୍‌ ଓ ପାକିସ୍ତାନକୁ ଟେଷ୍ଟ ସିରିଜରେ ହରାଏ ତା’ହେଲେ ୪୨୦ ପଏଣ୍ଟ ଓ ୭୦ ପ୍ରତିଶତ ହାସଲ କରିବ। ଏହା ହେଲେ ଶ୍ରେଷ୍ଠ ଦୁଇଟି ଦଳରେ ନ୍ୟୁଜିଲାଣ୍ଡ ପରିଗଣିତ ହେବା ସହ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିବ। ଆଗକୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ଟେଷ୍ଟ ଓ ଇଂଲଣ୍ଡ ବିପକ୍ଷରେ ୫ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇଟି ସିରିଜର ଫଳାଫଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପ୍ରାରମ୍ଭିକ ସଂସ୍କରଣର ଫାଇନାଲିଷ୍ଟ ସ୍ଥିର କରିବ।
ଉଲ୍ଲେଖଥାଉ କି, ଭାରତ ଏପର୍ଯ୍ୟନ୍ତ ୪ଟି ଟେଷ୍ଟ ସିରିଜ ଖେଳିଛି ଓ ୩୬୦ ପଏଣ୍ଟ ପାଇ ଶୀର୍ଷରେ ରହିଛି। ଅଷ୍ଟ୍ରେଲିଆ ୨୯୬ ଓ ଇଂଲଣ୍ଡ ୨୯୨ ପଏଣ୍ଟ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri