Posted inଫୁରସତ

ଆଜି ବିଶ୍ୱ ସାମାଜିକ ନ୍ୟାୟ ଦିବସ: ଭେଦଭାବ ପ୍ରଗତିରେ ବାଧକ

ଭେଦଭାବ ସାମାଜିକ ବିଧି ବ୍ୟବସ୍ଥାରେ ମହାମାରୀ ଭଳି। ସଭ୍ୟତାର ବିକାଶ ସହିତ ସମାନ୍ତରାଳ ଭାବେ ଏହା ରହି ଆସିଛି। ଗୋଟିଏ ଗୋଷ୍ଠୀ ସର୍ବଦା ସୁବିଧାବାଦୀ ନୀତି ଆପଣାଇ ବ୍ୟବସ୍ଥାକୁ କରାୟତ୍ତ କରି ରଖିବାକୁ ଉଦ୍ୟମ କରୁଥିବାବେଳେ ଅପେକ୍ଷାକୃତ ଦୁର୍ବଳ ଗୋଷ୍ଠୀ ସାମାଜିକ ନ୍ୟାୟର ସ୍ବାଦ ବାରିପାରୁନି। ଏହାର ନକାରାତ୍ମକ ପ୍ରଭାବ ସାମାଜିକ ବିଧି ବ୍ୟବସ୍ଥା ଉପରେ ପଡୁଥିବାବେଳେ ଅନେକ ସମୟରେ ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ରରୂପ ନେଉଛି। ଏହା ମଣିଷ ମଣିଷ ଭିତରେ ବିରାଟ ବ୍ୟବଧାନ ସୃଷ୍ଟି କରି ଚାଲିଛି। ଏଭଳି ଜଟିଳ ସମସ୍ୟାର ସମାଧାନ କରିବା ଏବଂ ବିଶ୍ୱ ମଞ୍ଚରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଳିତ ହେଉଛି ବିଶ୍ୱ ସାମାଜିକ ନ୍ୟାୟ ଦିବସ। ଚଳିତ ବର୍ଷ ଏହାର ଥିମ୍‌ ରହିଛି ‘ଡିଜିଟାଲ ଅର୍ଥ ବ୍ୟବସ୍ଥା ସାମାଜିକ ନ୍ୟାୟ ପାଇଁ ଆହ୍ବାନ’।
ଏକବିଂଶ ଶତାବ୍ଦୀରେ ପ୍ରଗତିଶୀଳ ଚିନ୍ତାଧାରା ସହ ସାମାଜିକ ନ୍ୟାୟର ଆବଶ୍ୟକତା ମଧ୍ୟ ସେତିକି ବଢ଼ିଛି। ଏହାର ଲକ୍ଷ୍ୟ ସୁଦୂରପ୍ରସାରୀ କରିବାକୁ ମିଳିତ ଜାତିସଂଘର ପରାମର୍ଶକ୍ରମେ ୨୦୦୭ରେ ସର୍ବପ୍ରଥମେ ଏହାର ପରିକଳ୍ପନା କରାଯାଇଥିଲା। ଏଥିପୂର୍ବରୁ ୧୯୯୫ରେ ଡେନମାର୍କର ରାଜଧାନୀ କୋପେନ୍‌ହାଗେନ୍‌ରେ ସାମାଜିକ ଉନ୍ନୟନ ଲାଗି ଆୟୋଜିତ ବିଶ୍ୱ ଶିଖର ସମ୍ମିଳନୀରେ ଏକାଠି ହୋଇଥିଲେ ୧୦୦ରୁ ଊର୍ଦ୍ଧ୍ୱ ବିଶ୍ୱନେତା। ସମ୍ମିଳନୀରେ ଗରିବୀ, ରୋଜଗାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ଜନତାଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଲାଗି ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବା ଏବଂ ସାମାଜିକ ବ୍ୟବସ୍ଥାରୁ ଆବିଳତା ହଟାଇବାକୁ ସାମୂହିକ ନିଷ୍ପତ୍ତି ହୋଇଥିଲା। ୨୦୦୭ ନଭେମ୍ବର ୨୬ରେ ମିଳିତ ଜାତିସଂଘ ସାଧାରଣ ସଭାରେ ବିଧିବଦ୍ଧ ଭାବେ ସାମାଜିକ ନ୍ୟାୟ ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିଲାଗି ଫେବୃୟାରୀ୨୦କୁ ଚୟନ କରାଯାଇଥିଲା। ସାମାଜିକ ନ୍ୟାୟ ଦିବସର ଲକ୍ଷ୍ୟ ପୂରଣ ଲାଗି ୨୦୦୯ରୁ ଏହି ଦିବସକୁ ବିଶ୍ୱବ୍ୟାପୀ ପାଳନ କରାଯାଉଛି। ମିଳିତ ଜାତିସଂଘ ଏବଂ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ ମିଳିତଭାବେ ସାମାଜିକ ନ୍ୟାୟ ଦିବସର ଉଦ୍ଦେଶ୍ୟ ସାକାର କରିବା ଲାଗି କାର୍ଯ୍ୟ କରୁଛନ୍ତି। ସେହିପରି ପ୍ରତି ଦେଶ ନିଜ ନିଜସ୍ତରରେ ଦିବସ ପାଳନର ମହତ୍ତ୍ୱକୁ ଜନମାନସରେ ପ୍ରସାର କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।
ବହୁ ଭାଷା, ଧର୍ମବିଶ୍ୱାସ ଏବଂ ପରମ୍ପରାକୁ ନେଇ ସମୃଦ୍ଧ ଭାରତରେ ସାମାଜିକ ନ୍ୟାୟ ବ୍ୟବସ୍ଥା ନୂଆ କଥା ନୁହେଁ। ଏଥିଲାଗି ସମ୍ବିଧାନରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିବା ଲାଗି ସ୍ବତନ୍ତ୍ର ଧାରା ମଧ୍ୟ ରହିଛି। ସ୍ବାଧୀନତା ପରବର୍ତ୍ତୀ ସମୟରୁ ଲଗାତର ଭାବେ ସରକାରଙ୍କ ପକ୍ଷରୁ ନାଗରିକଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବାକୁ ବହୁବିଧ ପଦକ୍ଷେପ ନିଆଯାଇଛି। ଏଥିଲାଗି ଦେଶରେ ଏକ ଆୟୋଗ ଗଠନ କରାଯାଇଛି। ଏହାକୁ ବାଦ୍‌ ଦେଲେ ଅନେକ ବହୁମୁଖୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। ମହିଳା, ଶିଶୁଙ୍କ ଲାଗି ପୃଥକ୍‌ ଆୟୋଗ କାମ କରୁଛି। ୨୫ ସେପ୍ଟେମ୍ବରକୁ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ଦିବସ ଭାବେ ପାଳନ କରାଯାଉଛି। ଏହି ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା, ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଏସବୁ ସତ୍ତ୍ୱେ ଦେଶରେ ବୃଦ୍ଧି ପାଉଥିବା ବେକାରି, ଅସମାନତା, ଧର୍ମୀୟ ଭେଦଭାବ ସାମାଜିକ ନ୍ୟାୟ ପ୍ରଦାନରେ ପରିପନ୍ଥୀ ପାଲଟିଛି। ଶିକ୍ଷିତ ଏବଂ ସଚେତନ ହେଲେ ଏହି ଦିବସ ପାଳନର ଉଦ୍ଦେଶ୍ୟ ସାକାର ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri