ଚାକିରି ପାଇଁ ଆସିଥିବା ଝିଅକୁ ପ୍ରେମ ବିବାହ କରିଥିଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି: ଜାଣନ୍ତୁ ତାଙ୍କ ପ୍ରେମ କାହାଣୀ ସମ୍ପର୍କରେ…

ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫ ବେଜୋସ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ଅଗଷ୍ଟ ୧୮ରେ ପ୍ରକାଶିତ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ୧୮୮ ବିଲିୟନ ଡଲାର। ଆମେରିକାର ୧୪୧ ବର୍ଷର ପୂରୁଣା ଖବରକାଗଜ ‘ଦି ଓ୍ବାଶିଂଟନ୍‌ ପୋଷ୍ଟ’ର ମାଲିକ ହେଉଛନ୍ତି ବେଜୋସ୍‌। ଏହି ଖବରକାଗଜକୁ ସେ ୨୩ କୋଟି ଡଲାରରେ କିଣିଥିଲେ। ତେବେ ବେଜୋସ୍‌ଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ନିଆରା। ଜାଣିବା ତାଙ୍କ ପ୍ରେମ କାହାଣୀ ସମ୍ପର୍କରେ।


ବେଜୋସ୍‌ଙ୍କ ବୟସ ବର୍ତ୍ତମାନ ୫୬। ତେବେ ତାଙ୍କ ନିକଟକୁ ଚାକରି ପାଇଁ ଆସିଥିବା ମାକେଞ୍ଜିଙ୍କ ପ୍ରେମରେ ସେ ପଡ଼ିଯାଇଥିଲେ। ୩ ମାସର ପ୍ରେମ ସମ୍ପର୍କ ପରେ ସେମାନେ ୧୯୯୩ରେ ବିବାହ କରିଥିଲେ। ସେହି ସମୟରେ ବେଜୋସ୍‌ ସେତେ ଧନୀ ନ ଥିଲେ। ଉଭୟ ଏକ ଭଡ଼ା ଘରେ ରହୁଥିଲେ। ପରେ ବେଜୋସ୍‌ ଏବଂ ମାକେଞ୍ଜି ଏକାଠି ‘ଆମାଜନ୍‌’ ପ୍ରତିଷ୍ଠା କଲେ। ଯାହାକି ବର୍ତ୍ତମାନ ବିଶ୍ୱର ସର୍ବବୃହତ ଇ-କମର୍ସ ଓ୍ବେବସାଇଟ୍‌ ପାଲଟିଛି। କୁହାଯାଏ ବେଜୋସ୍‌ଙ୍କ ସଫଳତା ପଛରେ ମାକେଞ୍ଜିଙ୍କର ବଡ଼ ହାତ ରହିଛି। ବେଜୋସ୍‌-ମାକେଞ୍ଜିଙ୍କ ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ଥିଲା। ବେଜୋସ୍‌ ସବୁବେଳେ ନିଜ ପସନ୍ଦର ପୋଷାକ ମାକେଞ୍ଜିଙ୍କ ପାଇଁ କିଣିଥାନ୍ତି। ଏକ ସାକ୍ଷାତକାରରେ ନିଜେ ବେଜୋସ୍‌ ଏହା କହିଥିଲେ। ସେହିପରି ବେଜୋସ୍‌ ଜଣେ ଉତ୍ତମ ସ୍ବଭାବର ବ୍ୟକ୍ତି ଏବଂ ସେ ଲୋକଙ୍କ ସହ ସାକ୍ଷାତ କରିବାକୁ ବହୁତ ଭଲ ପାଆନ୍ତି ବୋଲି ମାକେଞ୍ଜି କହିଥିଲେ।
ମାକେଞ୍ଜି ପିଲାଟି ଦିନରୁ ଜଣେ ଲେଖିକା ହେବାକୁ ଚାହୁଁଥିଲେ। ପାଠପଢ଼ା ଏବଂ ଲେଖାଲେଖିରେ ଅଧିକାଂଶ ସମୟ ସେ ବିତାଉଥିଲେ। ତେବେ ପିଲାଟିଦିନରୁ ତାଙ୍କ ଜୀବନ ଅତ୍ୟନ୍ତ ସଂଘର୍ଷମୟ ଥିଲା। କଲେଜ ସମୟରେ ସେ ନିଜର ଫିସ୍‌ ଭରିବା ପାଇଁ ଓ୍ବେଟର ଭାବେ କାମ କରୁଥିଲେ। ତାଙ୍କର ପ୍ରଥମ ପୁସ୍ତକ ପ୍ରସିଦ୍ଧି ଲାଭ କରିଥିଲା। ଏହା ଭଲ ବ୍ୟବସାୟ ମଧ୍ୟ କରିଥିଲା।
ଚାହୁଁ ଚାହୁଁ ଆମାଜନ ବିଶ୍ୱର ସର୍ବଶ୍ରେଷ୍ଠ କମ୍ପାନୀ ହୋଇଗଲା। ବେଜୋସ୍‌ଙ୍କ ସମ୍ପତ୍ତି ବୃଦ୍ଧି ପାଇବାକୁ ଲାଗିଲା। ଇତିମଧ୍ୟରେ ତାଙ୍କ ଜୀବନରେ ଆଉ ଜଣେ ମହିଳା ପ୍ରବେଶ କରିଥିଲେ। ସେ ହେଲେ ଲରେନ୍‌ ସାଞ୍ଚେଜ୍‌। ଲରେନ୍‌ ପୂର୍ବରୁ ବିବାହିତା ଥିବାବେଳେ ଜଣେ ପାୟଲଟ୍‌ ଏବଂ ପୂର୍ବତନ ଆଙ୍କର ଥିଲେ। ସେହି ସମୟରେ ଲରେନଙ୍କ ସହ ବେଜୋସ୍‌ଙ୍କ ପ୍ରେମ ସମ୍ପର୍କ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ୪ ଅପ୍ରେଲ, ୨୦୧୯ରେ ବେଜୋସ୍‌ ତାଙ୍କ ସ୍ତ୍ରୀ ମାକେଞ୍ଜି ପରସ୍ପରର ସହମତି ଅନୁଯାୟୀ ଛାଡପତ୍ର ଘୋଷଣା କରିଥିଲେ। ଏହି ସମାନ ଦିନରେ ଲରେନ ଏବଂ ତାଙ୍କ ସ୍ବାମୀ କୋର୍ଟରେ ଛାଡପତ୍ର ପାଇଁ ମଧ୍ୟ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri