Posted inଫୁରସତ

ବିଶ୍ୱ ରେଡ୍‌କ୍ରସ ଦିବସ

ପ୍ରତିବର୍ଷ ମେ’ ୮ରେ ବିଶ୍ୱ ରେଡ୍‌କ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡ୍‌କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେ ରଖିବା ପାଇଁ ଏହା ପାଳନ କରାଯାଏ। ବିଶ୍ୱ ରେଡ୍‌କ୍ରସ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଅସହାୟ ତଥା ଆହତ ସୈନିକ ଏବଂ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା। ରେଡ୍‌କ୍ରସର ଅନ୍ତର୍ଜାତୀୟ କମିଟିର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମ ବାର୍ଷିକୀ ଏହି ଦିନ ଅର୍ଥାତ୍‌ ମେ’ ୮ରେ ପାଳନ କରାଯାଏ। ଉକ୍ତ ଦିନଟିକୁ ଲୋକମାନେ ମାନବିକ ସଂଗଠନ ତଥା ମାନବିକତାକୁ ସାହାଯ୍ୟ କରିବାରେ ଏହାର ଅଦ୍ୱିତୀୟ ଅବଦାନକୁ ଶ୍ରଦ୍ଧାଞ୍ଜଳି ଉତ୍ସର୍ଗ କରି ପାଳନ କରିଥାନ୍ତି।

ରେଡ୍‌କ୍ରସ ହେଉଛି ଏକ ଅନ୍ତର୍ଜାତୀୟ ସଂଗଠନ। ଏହାର ମୁଖ୍ୟାଳୟ ସ୍ବିଜରଲାଣ୍ଡର ଜେନେଭାରେ ଅବସ୍ଥିତ। ରେଡ୍‌କ୍ରସର ଅନ୍ତର୍ଜାତୀୟ କମିଟି ଏବଂ ବହୁ ଜାତୀୟ ସମାଜ ମିଳିତ ଭାବରେ ଏହି ସଂଗଠନ ଚଳାନ୍ତି।

ବିଶ୍ୱ ରେଡ୍‌୍‌କ୍ରସ ସୋସାଇଟିର କାର୍ଯ୍ୟ ସର୍ବଦା ଜାରି ରହିଛି। କୌଣସି ରୋଗ କିମ୍ବା ଯୁଦ୍ଧ ସଙ୍କଟ ହେଲେ ଏହାର ସେଚ୍ଛାସେବୀମାନେ ଲୋକଙ୍କ ସେବା କରିବାକୁ ଆଗେଇ ଆସିଥାନ୍ତି। କରୋନା ମହାମାରୀ ସମୟରେ ସେମାନଙ୍କର କାର୍ଯ୍ୟ ସାରା ବିଶ୍ୱ ଦେଖିଥିଲା। ସମଗ୍ର ବିଶ୍ୱରେ ଅଭାବୀ ଲୋକଙ୍କୁ ସେବା ଯୋଗାଉଛି ରେଡ୍‌କ୍ରସ।

ରେଡ୍‌କ୍ରସ ସୋସାଇଟିର ଗୁରୁତ୍ୱ ଏହାର ଇତିହାସରେ ଲୁଚି ରହିଛି। ୧୮୫୯ରେ ସ୍ବିଜରଲାଣ୍ଡର ବ୍ୟବସାୟୀ ଜନ୍‌-ହେନେରୀ ଡୁନାଣ୍ଟ ଇଟାଲୀରେ ସୋଲ୍‌ଫେରିନୋ ଯୁଦ୍ଧର ସାକ୍ଷୀ ହୋଇଥିଲେ। ଯେଉଁଥିରେ ବହୁ ସଂଖ୍ୟକ ସୈନିକ ପ୍ରାଣ ହରାଇବା ସହିତ ଅନେକ ଆହତ ମଧ୍ୟ ହୋଇଥିଲେ। ଏହି ଆହତ ସୈନିକମାନଙ୍କର ଯତ୍ନ ନେବା ପାଇ କୌଣସି ସେନାର ଚିକିତ୍ସାଳୟ ନ ଥିଲା। ଡୁନାଣ୍ଟ ସ୍ବେଚ୍ଛାସେବୀମାନଙ୍କ ଏକ ଦଳ ଗଠନ କରିଥିଲେ। ଯେଉଁମାନେ ଯୁଦ୍ଧରେ ଆହତ ସୈନିକମାନଙ୍କୁ ଖାଦ୍ୟ ଏବଂ ଜଳ ବିତରଣ କରିଥିଲେ। କେବଳ ଏତିକି ନୁହେଁ, ଏହି ଗୋଷ୍ଠୀ ତାଙ୍କୁ ଚିକିତ୍ସା କରିଥିଲେ ଏବଂ ତାଙ୍କ ପରିବାରକୁ ଚିଠି ମଧ୍ୟ ଲେଖିଥିଲେ।

ଏହି ଘଟଣାର ତିନି ବର୍ଷ ପରେ ହେନେରୀ ତାଙ୍କର ଅନୁଭୂତି ‘ଏ ମେମୋରି ଅଫ୍‌ ସୋଲ୍‌ଫେରିନୋ’ ପୁସ୍ତକ ଆକାରରେ ପ୍ରକାଶ କରିଥିଲେ। ଏହି ପୁସ୍ତକରେ ସେ ଏକ ସ୍ଥାୟୀ ଅନ୍ତର୍ଜାତୀୟ ସମାଜ ଗଠନ ପାଇଁ ପରାମର୍ଶ ଦେଇଥିଲେ। ଏକ ସମାଜ ଯିଏ ଯୁଦ୍ଧରେ ଆହତ ଲୋକଙ୍କୁ ଚିକିତ୍ସା କରିପାରିବ। ଯିଏ କୌଣସି ଦେଶର ନାଗରିକତ୍ୱ ଆଧାରରେ ନୁହେଁ ବରଂ ମାନବିକତା ଆଧାରରେ ଲୋକଙ୍କ ପାଇଁ କାମ କରିବ। ତାଙ୍କର ପରାମର୍ଶ ପରବର୍ତ୍ତୀ ବର୍ଷ କାର୍ଯ୍ୟକାରୀ କରାଯାଇଥିଲା।

ଫେବୃଆରୀ ୧୮୬୩ରେ ଜେନେଭା ଜନ୍‌ କଲ୍ୟାଣ ସମାଜ ଏକ କମିଟି ଗଠନ କଲା। ଯାହାର ସୁପାରିସରେ ଅକ୍ଟୋବର ୧୮୬୩ରେ ଏକ ବିଶ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୬ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ଅନେକ ପ୍ରସ୍ତାବ ଏବଂ ନୀତି ଗ୍ରହଣ କରାଯାଇଥିଲା। ଏହା ପରେ ୧୮୭୬ରେ ରେଡ୍‌କ୍ରସର ଅନ୍ତର୍ଜାତୀୟ କମିଟି (ଆଇସିଆର୍‌ସି) ନାମରେ ଗଠନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?