Posted inଜାତୀୟ

ଭାରତୀୟ ବାଳକଙ୍କ ବିଶ୍ୱ ରେକର୍ଡ: ମାଉଣ୍ଟ ଏଲ୍‌ବ୍ରସ୍‌ରେ ଚଢ଼ିଲେ ୬ ବର୍ଷୀୟ ତେଘବୀର

ଚଣ୍ଡିଗଡ଼,୩୦।୬:ପଞ୍ଜାବର ରୋପର ଜିଲା ନିବାସୀ ତେଘବୀର ସିଂ(୬) ୟୁରୋପ ମହାଦେଶର ସବୁଠାରୁ ବଡ଼ ପର୍ବତ ମାଉଣ୍ଟ ଏଲ୍‌ବ୍ରସ୍‌ରେ ଚଢ଼ି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ରୁଷିଆରେ ଅବସ୍ଥିତ ୧୮,୫୧୦ ଫୁଟ (୫,୬୪୨ ମିଟର) ଉଚ୍ଚତାର ଏହି ଗିରି ଶୃଙ୍ଗର ଶିଖରକୁ ଚଢ଼ିବାରେ ତେଘବୀର ବିଶ୍ୱର ସର୍ବକନିଷ୍ଠ ବ୍ୟକ୍ତି ହୋଇପାରିଛନ୍ତି। ସେ ଗତ ୨୦ ତାରିଖରୁ ମାଉଣ୍ଟ ଏଲ୍‌ବ୍ରସରେ ନିଜର ଏହି ପର୍ବତାରୋହଣ ଯାତ୍ରା ଆରମ୍ଭ କରିଥିଲେ। ଶନିବାର ସେ ଗିରିଶୃଙ୍ଗର ସର୍ବୋଚ୍ଚ ଶିଖରରେ ପହଞ୍ଚି ଇତିହାସ ରଚିଥିଲେ। ସାଧାରଣତଃ ମାଉଣ୍ଟ ଏଲ୍‌ବ୍ରସ୍‌ରେ ଚଢ଼ିବା ସମୟରେ କମ୍‌ ଅମ୍ଳଜାନ ଏବଂ ଅସୁସ୍ଥତା ସହ ଜଡ଼ିତ ବିଭିନ୍ନ ସମସ୍ୟାରେ ପର୍ବତାରୋହୀମାନେ ପଡ଼ିଥାନ୍ତି। ତେବେ ଏସମସ୍ତ ଚ୍ୟାଲେଞ୍ଜକୁ ପରାସ୍ତ କରି ତେଘବୀର ସଫଳତାର ସହ ମାଉଣ୍ଟ ଏଲ୍‌ବ୍ରସ୍‌ର ଶିଖରରେ ପହଞ୍ଚିଥିଲେ,
ଯେଉଁଠାରେ ସାଧାରଣ ତାପମାତ୍ରା -୧୦ ଡିଗ୍ରୀ ସେଲ୍‌ସିୟସ ରହିଥାଏ। ତେଘ୍‌ବୀରଙ୍କୁ କାବାର୍ଡିନୋ-ବାଲ୍‌କାରିଆନ୍‌ ଗଣରାଜ୍ୟ (ରୁଷିଆ)ର ପର୍ବତାରୋହଣ, କ୍ରୀଡ଼ା ଏବଂ ପର୍ଯ୍ୟଟନ ଫେଡେରେଶନ୍‌ ଦ୍ୱାରା ପ୍ରମାଣପତ୍ର ମିଳିଛି। ମାତ୍ର ୬ ବର୍ଷ ୯ ମାସ ଏବଂ ୪ ଦିନରେ ସବୁଠାରୁ କମ୍‌ ବୟସ୍କ ପର୍ବତାରୋହୀ ଭାବେ ସେ ମାଉଣ୍ଟ ଏଲ୍‌ବ୍ରସ୍‌ର ଶିଖରରେ ଚଢ଼ିଥିବା ନେଇ ଏହି ପ୍ରମାଣପତ୍ରରେ ଉଲ୍ଲେଖ କରାଯାଇଛି। ଏହି ସଫଳତା ସହ ପଞ୍ଜାବର ରୋପରସ୍ଥିତ ଶିଓ୍ବାଲିକ ପବ୍ଲିକ ସ୍କୁଲର ଦ୍ୱିତୀୟ ଶ୍ରେଣୀ ଛାତ୍ର ତେଘବୀର ମହାରାଷ୍ଟ୍ରର ସୋଲାପୁର ନିବାସୀ ଓ୍ବାଘା କୁଶାଗ୍ରଙ୍କ ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ୨୦୨୧ ଅଗଷ୍ଟ ୧୭ରେ ଓ୍ବାଘା ମାତ୍ର ୭ ବର୍ଷ ୩ ମାସର ହୋଇଥିବା ବେଳେ ମାଉଣ୍ଟ ଏଲ୍‌ବ୍ରସ୍‌ ଚଢ଼ି ବିଶ୍ୱ ରେକର୍ଡ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri