ପୁଣି ରକ୍ତମୁଖା ହେଲା ରୁଷିଆ: ଅଧରାତିରେ ୟୁକ୍ରେନ ଉପରେ ମିଶାଇଲ୍‌ ମାଡ଼

କିଭ୍‌/ମସ୍କୋ,୩୦ା୬(ରଏଟର୍ସ/ଏପି):୨୦୨୨ ଫେବୃଆରୀ ୨୪ରେ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିଲା। ସେବେଠୁ ଯୁଦ୍ଧରେ ଉଭୟ ପକ୍ଷଙ୍କ ବହୁ ଧନଜୀବନ ହାନି ହେଲାଣି। ଯୁଦ୍ଧ ଆଗକୁ ନ ବଢ଼ାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର ରୁଷୀୟ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ ଓ ୟୁକ୍ରେନ୍‌ ରାଷ୍ଟ୍ରମୁଖ୍ୟ ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଉପରେ ଚାପ ପକାଉଛନ୍ତି।
ଟ୍ରମ୍ପ୍‌ଙ୍କ ଯୁଦ୍ଧବିରତି ପ୍ରସ୍ତାବରେ ଜେଲେନ୍‌ସ୍କି ଏକପ୍ରକାର ସହମତି ପ୍ରକାଶ କରିଥିବାବେଳେ ପୁଟିନ୍‌ କିନ୍ତୁ ସବୁବେଳେ କେଁ ପୂରାଇ ବିଭ୍ରାଟ ସୃଷ୍ଟି କରୁଛନ୍ତି। ଫଳରେ ଶାନ୍ତି ଆଲୋଚନା ଆଗେଇ ପାରୁନାହିଁ। ସମଗ୍ର ୟୁକ୍ରେନ୍‌ ଦଖଲ ସ୍ବପ୍ନ ଦେଖୁଥିବା ପୁଟିନ୍‌ଙ୍କ ସେନା ଶନିବାର ରାତିରେ ୫୩୭ ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣ କରିଛି। ଏନେଇ ୟୁକ୍ରେନୀୟ ବାୟୁସେନାର ଯୋଗାଯୋଗ ମୁଖ୍ୟ ୟୁରିୟ ଇହାନତ୍‌ କହିଛନ୍ତି, ସୀମାଠାରୁ ବହୁ ଦୂରେ ଥିବା ପଶ୍ଚିମ ୟୁକ୍ରେନ୍‌ ସମେତ ଦେଶର ବିଭିନ୍ନ ଭାଗକୁ ରୁଷିଆ ଟାର୍ଗେଟ କରିଛି। ଖେରସନ୍‌ ରିଜିୟନ୍‌ରେ ଡ୍ରୋନ୍‌ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଖାରକିଭ୍‌ରେ ଏକ କାର୍‌କୁ ଡ୍ରୋନ୍‌ ମାଡ଼ କରାଯିବାରୁ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଦେଶର ପଶ୍ଚିମଭାଗରେ ରୁଷିଆର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏଫ୍‌-୧୬ ପାଇଲଟ୍‌ ମକ୍‌ସିମ୍‌ ଉସ୍ତିମେନ୍‌କୋ ଉଦ୍ୟମ ଚଳାଇଥିଲେ। ସେ ୭ଟି ଏରିଏଲ୍‌ ଟାର୍ଗେଟ୍‌କୁ ଖସାଇବା ପରେ ରୁଷୀୟ ଷ୍ଟ୍ରାଇକ୍‌ରେ ପ୍ରାଣ ହରାଇଛନ୍ତି। ସେ ଚଳାଉଥିବା ଏଫ୍‌-୧୬ ଯୁଦ୍ଧବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ଏକ୍ସ’ରେ ସୂଚନା ଦେଇଛନ୍ତି। ରୁଷିଆ ଛାଡ଼ିଥିବା ଅଧିକାଂଶ ଡ୍ରୋନ୍‌ ଇରାନ୍‌ ନିର୍ମିତ ଥିଲା।
ଜେଲେନ୍‌ସ୍କି ଆହୁରି କହିଛନ୍ତି, ଶାନ୍ତି ପାଇଁ ବିଶ୍ୱର ଆହ୍ବାନ ସତ୍ତ୍ୱେ ପୁଟିନ୍‌ ଯୁଦ୍ଧ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆକ୍ରମଣକାରୀ ଉପରେ ଚାପ ପକାଯାଇ ଏହି ଯୁଦ୍ଧକୁ ବନ୍ଦ କରାଯିବା ଜରୁରୀ ହୋଇପଡ଼ିଛି। ୟୁକ୍ରେନ୍‌ ନିଜ ଏୟାର ଡିଫେନ୍ସକୁ ମଜଭୁତ କରିବାକୁ ଚାହେଁ। ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବା। ଆମେରିକାଠାରୁ ଆମେ ଉନ୍ନତ ଏୟାର ସିଷ୍ଟମ୍‌ କିଣିବାକୁ ପ୍ରସ୍ତୁତ। ଆମେରିକା, ୟୁରୋପ ଓ ଆମ ଅନ୍ୟ ସହଯୋଗୀଙ୍କଠାରୁ ସମର୍ଥନ ଆବଶ୍ୟକ କରୁଛୁ। ଗତ ସପ୍ତାହରେ ରୁଷିଆ ୟୁକ୍ରେନ୍‌ ଉପରେ ୧୧୪ ମିଶାଇଲ, ୧,୨୭୦ ଡ୍ରୋନ୍‌ ଓ ପ୍ରାୟ ୧,୧୦୦ ଗ୍ଲାଇଡ୍‌ ବୋମା ଛାଡ଼ିଥିଲା। ଆକ୍ରମଣ କ୍ଷମତା ଥିବା ପର୍ଯ୍ୟନ୍ତ ରୁଷିଆ ୟୁକ୍ରେନ୍‌ ଉପରେ ମିଶାଇଲ୍‌ ମାଡ଼ କରିଚାଲିଥିବ ବୋଲି ଜେଲେନ୍‌ସ୍କି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ନେତାମାନେ ବୁଧବାର ସାମରିକ ମେଣ୍ଟର ପ୍ରତିରକ୍ଷା ବ୍ୟୟରେ ଏକ ବଡ଼ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ସହଯୋଗୀଗୁଡ଼ିକ ୨୦୩୫ ମସିହା ସୁଦ୍ଧା ସେମାନଙ୍କ ବାର୍ଷିକ ପ୍ରତିରକ୍ଷା ବ୍ୟୟରେ ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୫% ବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଏଥିସହ ‘ଗୋଟିଏ ଦେଶ ଉପରେ ଆକ୍ରମଣକୁ ସମସ୍ତଙ୍କ ଉପରେ ଆକ୍ରମଣ’ ରୂପେ ଅଭିହିତ କରି ସାମୂହିକ ପ୍ରତିରକ୍ଷା ପ୍ରତି ରହିଥିବା ନିଜ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ରୁଷିଆ ଏହାକୁ ନିଜ ପ୍ରତି ଏକ ଆସନ୍ନ ବିପଦ ମନେକରି ୟୁକ୍ରେନ୍‌ ଉପରେ ଏଭଳି ଆକ୍ରମଣ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଆଉ ୩୭ ଲକ୍ଷ ପରିବାରଙ୍କୁ ପକ୍କା ଘର ମଞ୍ଜୁର କରିବ ସରକାର

ଭୁବନେଶର,୭ା୭: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G) ଅଧୀନରେ ଓଡ଼ିଶାରେ ଆଉ ୩୭ ଲକ୍ଷ ପରିବାରଙ୍କୁ ପକ୍କା ଘର ମଞ୍ଜୁର କରାଯିବ। ଏହି ଘୋଷଣା ଆଜି ପଞ୍ଚାୟତିରାଜ...

ମଙ୍ଗଳବାରଠାରୁ ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱର,୭।୭: ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ସାରା ରାଜ୍ୟରେ ‘ଷ୍ଟିଅରିଂ ଛାଡ଼’ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛି। ୬ ଦଫା ଦାବି ନେଇ ଏହି...

ସରିଲା ଶ୍ରୀବିଗ୍ରହଙ୍କ ଅଧରପଣା ନୀତି: ନୀଳାଦ୍ରିିବିଜେକୁ ଭକ୍ତଙ୍କ ଅପେକ୍ଷା

ପୁରୀ,୭ା୭(ଅଜିତ୍‌ ମହାନ୍ତି)- ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ ଅବସ୍ଥାନ...

‘ମୋ ଚିନ୍ତା କର ନାହିଁ, ଭାରତ ପାଇଁ ଭଲ ଖେଳ..’, କାହିଁକି ଏମିତି ମେସେଜ ଲେଖିଲେ କ୍ରିକେଟର ଆକାଶ ଦୀପଙ୍କ ଭଉଣୀ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୭।୭: ଭାରତୀୟ ଦଳର ଦ୍ରୁତ ବୋଲର ଆକାଶ ଦୀପଙ୍କ ଭଉଣୀ ଅଖଣ୍ଡ ଜ୍ୟୋତି ସିଂହ ଏଜବାଷ୍ଟନରେ ତାଙ୍କ ଭାଇଙ୍କ ପ୍ରଦର୍ଶନ ଦେଖି ଭାବପ୍ରବଣ ହୋଇଯାଇଛନ୍ତି। ଏଜବାଷ୍ଟନରେ...

ଡିସ୍‌ଚାର୍ଜ ହେଲେ ନବୀନ ପଟ୍ଟନାୟକ, ଜାଣନ୍ତୁ କେବେ ଫେରିବେ ଓଡ଼ିଶା

ମୁମ୍ବାଇ,୭।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମୁମ୍ବାଇର କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି। ସର୍ଭାଇକାଲ୍‌ ଆର୍ଥ୍ରରାଇଟ୍‌ସ...

ଚାଇନାକୁ ଲାଗିଲା ଆଉ ଏକ ଝଟକା, ଦଲାଇ ଲାମାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, ଚାଇନା କହିଲା…

ନୂଆଦିଲ୍ଲୀ/ବେଜିଂ,୭।୭: ଚାଇନାକୁ ପୁଣିଥରେ ବଡ଼ ଝଟକା ଲାଗିଛି। ସୋମବାର ଚାଇନା କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ତାଙ୍କ ୯୦ତମ...

ଏତିକି ଟଙ୍କାରେ ବିକ୍ରି ହେଲେ କୋହଲିଙ୍କ ଭଣଜା: DPL 2025ରେ ଦେଖାଇବେ ଜଲଓ୍ବା

ନୂଆଦିଲ୍ଳୀ,୭।୭: ଦିଲ୍ଲୀ ପ୍ରିମିୟର ଲିଗ ୨୦୨୫ ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ ହେବ। ଏହାର ପ୍ରାୟ ଗୋଟିଏ ମାସ ପୂର୍ବରୁ ନିଲାମ ହୋଇଥିଲା। ଯେଉଁଥିରେ ଈଶାନ୍ତ...

ଐତିହାସିକ ବିଜୟ ପରେ ପ୍ରିୟ ସାମ୍ବାଦିକଙ୍କୁ ଖୋଜିଲେ ଶୁମବନ ଗିଲ୍‌: ଜାଣନ୍ତୁ କାହିଁକି

ବର୍ମିଂହାମ,୭।୭: ଏଜବାଷ୍ଟନରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଶୁବମନ ଗିଲ କେବଳ ପ୍ରଥମ ଭାରତୀୟ ନୁହଁନ୍ତି ବରଂ ପ୍ରଥମ ଏସୀୟ ଅଧିନାୟକ ଯିଏ ଏଜବାଷ୍ଟନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri