Posted inଜାତୀୟ

ଭାରତୀୟ ବାଳକଙ୍କ ବିଶ୍ୱ ରେକର୍ଡ: ମାଉଣ୍ଟ ଏଲ୍‌ବ୍ରସ୍‌ରେ ଚଢ଼ିଲେ ୬ ବର୍ଷୀୟ ତେଘବୀର

ଚଣ୍ଡିଗଡ଼,୩୦।୬:ପଞ୍ଜାବର ରୋପର ଜିଲା ନିବାସୀ ତେଘବୀର ସିଂ(୬) ୟୁରୋପ ମହାଦେଶର ସବୁଠାରୁ ବଡ଼ ପର୍ବତ ମାଉଣ୍ଟ ଏଲ୍‌ବ୍ରସ୍‌ରେ ଚଢ଼ି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ରୁଷିଆରେ ଅବସ୍ଥିତ ୧୮,୫୧୦ ଫୁଟ (୫,୬୪୨ ମିଟର) ଉଚ୍ଚତାର ଏହି ଗିରି ଶୃଙ୍ଗର ଶିଖରକୁ ଚଢ଼ିବାରେ ତେଘବୀର ବିଶ୍ୱର ସର୍ବକନିଷ୍ଠ ବ୍ୟକ୍ତି ହୋଇପାରିଛନ୍ତି। ସେ ଗତ ୨୦ ତାରିଖରୁ ମାଉଣ୍ଟ ଏଲ୍‌ବ୍ରସରେ ନିଜର ଏହି ପର୍ବତାରୋହଣ ଯାତ୍ରା ଆରମ୍ଭ କରିଥିଲେ। ଶନିବାର ସେ ଗିରିଶୃଙ୍ଗର ସର୍ବୋଚ୍ଚ ଶିଖରରେ ପହଞ୍ଚି ଇତିହାସ ରଚିଥିଲେ। ସାଧାରଣତଃ ମାଉଣ୍ଟ ଏଲ୍‌ବ୍ରସ୍‌ରେ ଚଢ଼ିବା ସମୟରେ କମ୍‌ ଅମ୍ଳଜାନ ଏବଂ ଅସୁସ୍ଥତା ସହ ଜଡ଼ିତ ବିଭିନ୍ନ ସମସ୍ୟାରେ ପର୍ବତାରୋହୀମାନେ ପଡ଼ିଥାନ୍ତି। ତେବେ ଏସମସ୍ତ ଚ୍ୟାଲେଞ୍ଜକୁ ପରାସ୍ତ କରି ତେଘବୀର ସଫଳତାର ସହ ମାଉଣ୍ଟ ଏଲ୍‌ବ୍ରସ୍‌ର ଶିଖରରେ ପହଞ୍ଚିଥିଲେ,
ଯେଉଁଠାରେ ସାଧାରଣ ତାପମାତ୍ରା -୧୦ ଡିଗ୍ରୀ ସେଲ୍‌ସିୟସ ରହିଥାଏ। ତେଘ୍‌ବୀରଙ୍କୁ କାବାର୍ଡିନୋ-ବାଲ୍‌କାରିଆନ୍‌ ଗଣରାଜ୍ୟ (ରୁଷିଆ)ର ପର୍ବତାରୋହଣ, କ୍ରୀଡ଼ା ଏବଂ ପର୍ଯ୍ୟଟନ ଫେଡେରେଶନ୍‌ ଦ୍ୱାରା ପ୍ରମାଣପତ୍ର ମିଳିଛି। ମାତ୍ର ୬ ବର୍ଷ ୯ ମାସ ଏବଂ ୪ ଦିନରେ ସବୁଠାରୁ କମ୍‌ ବୟସ୍କ ପର୍ବତାରୋହୀ ଭାବେ ସେ ମାଉଣ୍ଟ ଏଲ୍‌ବ୍ରସ୍‌ର ଶିଖରରେ ଚଢ଼ିଥିବା ନେଇ ଏହି ପ୍ରମାଣପତ୍ରରେ ଉଲ୍ଲେଖ କରାଯାଇଛି। ଏହି ସଫଳତା ସହ ପଞ୍ଜାବର ରୋପରସ୍ଥିତ ଶିଓ୍ବାଲିକ ପବ୍ଲିକ ସ୍କୁଲର ଦ୍ୱିତୀୟ ଶ୍ରେଣୀ ଛାତ୍ର ତେଘବୀର ମହାରାଷ୍ଟ୍ରର ସୋଲାପୁର ନିବାସୀ ଓ୍ବାଘା କୁଶାଗ୍ରଙ୍କ ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ୨୦୨୧ ଅଗଷ୍ଟ ୧୭ରେ ଓ୍ବାଘା ମାତ୍ର ୭ ବର୍ଷ ୩ ମାସର ହୋଇଥିବା ବେଳେ ମାଉଣ୍ଟ ଏଲ୍‌ବ୍ରସ୍‌ ଚଢ଼ି ବିଶ୍ୱ ରେକର୍ଡ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

ଜମନକିରାରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ଜମନକିରା,୧୪।୭(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମା ଅନ୍ତର୍ଗତ ରାଧାକୃଷ୍ଣପଡ଼ା ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଖରୀରେ ବୁଡ଼ି…

ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ମଧ୍ୟରେ ଭୀଷଣ ଧକ୍କା: ଚୂରମାର ହେଲା…

ତେହରାନ,୧୪।୭: ହର୍ମୁଜ୍ ପ୍ରଣାଳୀରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ହୋଇଛି । ​​ଏକ ବଲ୍କ କ୍ୟାରିଅର୍ ଅନ୍ୟ ଏକ ଜାହାଜ ସହିତ ଧକ୍କା ହୋଇଛି । ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri