ବିଶ୍ୱ ସମସ୍ୟା

ଅଲେଖ ଚନ୍ଦ୍ର ସାମଲ

 

 

ବିଶ୍ୱ ସମସ୍ୟା ବର୍ତ୍ତମାନ ଅଦ୍ଭୁତ ଆକାର ଏବଂ ବିରାଟ ଅବସ୍ଥା ଧାରଣ କରୁଛି। ସେଗୁଡ଼ିକ ଆଉ ବ୍ୟକ୍ତିଗତ ଅଥବା ସ୍ଥାନୀୟ ନୁହେଁ। ସେ ସବୁ ବିଶ୍ୱଜନୀନ ଏବଂ ସମସ୍ତ ମାନବ ଜାତିକୁ ଆକ୍ରାନ୍ତ କରୁଛି। ଗୋଟିଏ ଦିଗରେ ବିଶ୍ୱ ସମୃଦ୍ଧି ସହିତ ବିଜ୍ଞାନ ଓ ଯାନ୍ତ୍ରିକତାର ଅଗ୍ରଗତି ଘଟୁଛି। ପ୍ଲାଷ୍ଟିକ, ଇଲେକ୍ଟ୍ରୋନିକ ଏବଂ କମ୍ପ୍ୟୁଟର ଯାନ୍ତ୍ରିକତା ମାଧ୍ୟମରେ ଏହି ଚମତ୍କାରିତା ଶୀର୍ଷରେ ଉପନୀତ ହୋଇଛି। ଅନ୍ୟ ଦିଗରେ ବାରମ୍ବାର ଘଟୁଥିବା ରାଜନୈତିକ ଓ ଅର୍ଥନୈତିକ ସଙ୍କଟ, ରାଷ୍ଟ୍ରୀୟ, ରାଜ୍ୟସ୍ତରୀୟ, ଧାର୍ମୀୟ, ଜାତିଗତ ଏବଂ ବର୍ଣ୍ଣ ବିଦ୍ୱେଷ, ସଂକୀର୍ଣ୍ଣ ବିଶ୍ୱସ୍ତତା ଏବଂ ଶିକ୍ଷାୟତନରେ ଅଶାନ୍ତିର ବିସ୍ଫୋରଣ ଦ୍ୱାରା ମାନବଜାତି ଉପତ୍ୀଡ଼ିତ। ଏସବୁ ସମଗ୍ର ବିଶ୍ୱରେ ଅଶାନ୍ତି ଏବଂ ଉଚ୍ଛୃଙ୍ଖଳତା ପରିବ୍ୟାପ୍ତ କରିଛି। ଏହା ଏକ ଭାରସାମ୍ୟହୀନ ଏବଂ ପରସ୍ପର ବିରୋଧୀ ଅବସ୍ଥା। ଏହାର ପ୍ରକୃତ କାରଣ କ’ଣ? ଧର୍ମ ଏବଂ ନୈତିକତାପୁଷ୍ଟ କରିଥିବା ମଣିଷ ମନର ଭୟଙ୍କର ଅଧଃପତନରେ ଏହାର କାରଣ ନିହିତ ଅଛି କି?
ପୂର୍ବ ଅପେକ୍ଷା ମଣିଷ ଅଧିକ ଅନାଚାରୀ ହୋଇଛି। ପୂର୍ବ ଯୁଗମାନଙ୍କ ଅପେକ୍ଷା ନିଷ୍ଠୁର ଆଚରଣରେ ସେ ନିଜର ବୁଦ୍ଧି ଓ ଦକ୍ଷତା ଅଧିକ ପରିମାଣରେ ନିୟୋଗ କରୁଛି। ଅସଂଖ୍ୟ ଯୁଦ୍ଧ ହୋଇଛି । ତେବେ ଏହି ଭୟଙ୍କର ଖେଳ ଯେ ବନ୍ଦ ହେବ ଏଯାଏ କୌଣସି ସଙ୍କେତ ମିଳୁନାହିଁ। ଆସନ୍ନ ପରମାଣୁ ଯୁଦ୍ଧ ସମଗ୍ର ମାନବଜାତିକୁ ଧ୍ୱଂସ କରିବା ପାଇଁ ଭୟ ସଞ୍ଚାର କରୁଛି। ଏହା ସୁସ୍ପଷ୍ଟ ଯେ ମଣିଷ ମଧ୍ୟରେ ପଶୁର ପ୍ରାଧାନ୍ୟ ତଥାପି ରହିଛି। ଏହା ଅଦ୍ୟାବଧି ପରାଭୂତ ହୋଇନାହିଁ। ଯଦି ହୁଏ ତା’ହେଲେ ଆମେ ଶାନ୍ତି ଓ ଆନନ୍ଦ ଲାଭ କରିବା। ଆମର ରାଷ୍ଟ୍ର ଏବଂ ବିଶ୍ୱରେ ମଧ୍ୟ ଶାନ୍ତି ଓ ଆନନ୍ଦ ବିରାଜମାନ କରିବ। ଆଜିର ପୃଥିବୀ ନୂତନ ନିୟମ, ନୂତନ ଶିକ୍ଷା ପଦ୍ଧତି, ନୂତନ ସମାଜ ଅଥବା ନୂତନ ଧର୍ମ ଆବଶ୍ୟକ କରୁନାହିଁ। ମନ ପାଇଁ ଆରୋଗ୍ୟ ଆବଶ୍ୟକ, ହୃଦୟ ପବିତ୍ରତାରେ ପୂର୍ଣ୍ଣ ହେବା ଆବଶ୍ୟକ। ପବିତ୍ରତା ଅଙ୍କୁରିତ ହେବା ଉଚିତ। ଏହି କ୍ଷେତ୍ରରେ କେବଳ ବ୍ରହ୍ମବିଦ୍ୟା ମାଧ୍ୟମରେ ସାଥର୍କତା ଲାଭ ହୋଇପାରିବ। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ଆଜିର ମଣିଷ କେବଳ ସମ୍ପଦ ସଂଗ୍ରହ ଓ ସଞ୍ଚୟ ସମ୍ପର୍କରେ ଗଭୀର ଆସ୍ଥାବାନ। ସେ ତ୍ୟାଗ କରି ଜାଣେ ନାହିଁ। ସତ୍ୟ ଉପରେ ତା’ର ଆସ୍ଥା ନାହିଁ। ମଣିଷ ସବୁ ବିଷୟ ଜାଣିବା ପାଇଁ ଆଗ୍ରହୀ। ମାତ୍ର ସତ୍ୟ ଉପଲବ୍ଧି ପାଇଁ ତା’ର ଆଗ୍ରହ ନାହଁି। ସେ ନିଜର ଆଶଙ୍କା ଓ ଅନ୍ଧବିଶ୍ୱାସଗୁଡ଼ିକର ସତ୍ୟତା ପ୍ରତିପାଦିତ କରିଥାଏ। ତେଣୁ ମଣିଷର ପ୍ରଥମ କର୍ତ୍ତବ୍ୟ ହେଉଛି ନିଜର ଦୁର୍ବଳତା ଓ ଅନ୍ୟର ଅନିଷ୍ଠ କରିବା ମନୋବୃତ୍ତିକୁ ପରିହାର କରିବା।
ମଣିଷକୁ ବିଶ୍ୱର ପ୍ରତ୍ୟେକ ପଦାର୍ଥର ମୂଲ୍ୟ ଏବଂ ଉପଯୋଗିତା ଅନୁସନ୍ଧାନ କରିବାକୁ ହେବ। ଦୃଷ୍ଟାନ୍ତ ସ୍ବରୂପ, ଜନ୍ମ ପୂର୍ବରୁ ଶରୀର ନ ଥିଲା ଏବଂ ମୃତ୍ୟୁ ପରେ ମଧ୍ୟ ଏହା ଏଠାରେ ରହିବ ନାହିଁ। ଯେ କୌଣସି ପଦାର୍ଥ ହେଲେ ବି ବିଶ୍ୱ ବ୍ରହ୍ମାଣ୍ଡର କୌଣସି ବସ୍ତୁ ସମୟ ପ୍ରଭାବରୁ ମୁକ୍ତ ନୁହେଁ, ମୃତ୍ୟୁ ଏବଂ ଧ୍ୱଂସ ଦାଉରୁ ଏହା ରକ୍ଷା ପାଇପାରିବ ନାହିଁ। ବୃକ୍ଷ ଓ ଭୂମି, ସଦନ ଓ ଶରୀର, ସମ୍ରାଟ ଓ ସାମ୍ରାଜ୍ୟ ସମସ୍ତଙ୍କୁ ଏଇ ଶେଷ ପରିଣତି ଭୋଗ କରିବାକୁ ହେବ। ନିଜ ମଧ୍ୟରେ ଥିବା ଅମରତ୍ୱ ସମ୍ପର୍କରେ ସଚେତନ ହେବାର ଉପାୟକୁ ମଣିଷ ଉପେକ୍ଷା କରିଥାଏ। ନୈତିକ ସ୍ତର ସହିତ ସମ୍ପର୍କିତ ଜ୍ଞାନରେ ସେ ମୋହିତ ହୋଇଥାଏ। ଯେଉଁମାନେ ଏହି ସହଜ ଆକର୍ଷଣର ଶିକାର ହୁଅନ୍ତି ସେମାନେ ନନ୍ଦନ ବନ ପରିତ୍ୟାଗ କରି ବିଷାକ୍ତ ଉଦ୍ଭିଦଭରା ଜଙ୍ଗଲରେ ପ୍ରବେଶ କରନ୍ତି। ପ୍ରକୃତି ବା ଆତ୍ମାଠାରୁ ସେମାନେ ଦୂରେଇ ଯାଆନ୍ତି। ପ୍ରତିବିମ୍ବ ଅଥବା ଦୃଶ୍ୟ ଦ୍ୱାରା ସେମାନେ ବିମୋହିତ ହୁଅନ୍ତି। ଏପରି ମନୋବୃତ୍ତି ସେମାନଙ୍କୁ ସତ୍ୟ ସନ୍ଧାନ ବା ସତ୍ୟଜ୍ଞାନ କହି ଅଜ୍ଞ ରୂପେ ପରିଣତ କରେ।
ମଣିଷ ଜାଣିବା ଉଚିତ ଯେ ତ୍ରିଭୁବନ, ତ୍ରିକାଳ (ଅତୀତ, ବର୍ତ୍ତମାନ, ଭବିଷ୍ୟତ) ଏବଂ ଚେତନାର ଅବସ୍ଥାତ୍ରୟରୁ (ଜାଗ୍ରତ, ସ୍ବପ୍ନ, ସୁଷୁପ୍ତ) ବିନ୍ଦୁଏ ହେଲେ ନିଚ୍ଛକ ସୁଖ ମିଳିବ ନାହିଁ। ମଣିଷମାନଙ୍କ ମଧ୍ୟରୁ କେବଳ ମୂଢ଼ମାନେ ସାଂସାରିକ କର୍ମ ମାଧ୍ୟମରେ ସୀମିତ ଅସାର ସୁଖ ଲାଭ କରି ସଂତୃପ୍ତ ହେବା ପାଇଁ ଉଦ୍ୟମ କରନ୍ତି। ଜ୍ଞାନୀମାନେ କିନ୍ତୁ ଉତ୍ତମ ରୂପେ ବୁଝିଥାନ୍ତି। ଆକର୍ଷଣୀୟ ମିଠା ଅଙ୍ଗୁର ପେନ୍ଥା ଏଡ଼ାଇ ଦେଲେ ଯେଉଁମାନେ କଣ୍ଟାଆଡ଼କୁ ଦୌଡ଼ନ୍ତି ସେମାନେ ଉଷ୍ଟ୍ର। ସେମାନଙ୍କୁ ଭିନ୍ନ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିହେବନାହିଁ।
ପୂର୍ବତନ ଡିଏଫ୍‌ଓ (କେନ୍ଦୁଲିଫ୍‌)
ଜୟପୁର ଡିଭିଜନ
ମୋ: ୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri