ସୋଆରେ ୫ଦିନିଆ ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର,୧୦।୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ଷ୍ଟାଟିଷ୍ଟିକାଲ ମେଶିନ ଲର୍ନିଂ ସମ୍ପର୍କିତ ଏକ ୫ ଦିନିଆ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ନିକଟରେ ଆରମ୍ଭ ହୋଇଯାଇଛି। ସେହିଭଳି ସେଣ୍ଟର ଅଫ୍‌ ଡେଟା ସାଇନ୍ସ ଏବଂ ସେଣ୍ଟର ଅଫ୍‌ ଆର୍ଟିଫିସିଆଲ୍‌ ଇନ୍‌ଟେଲିଜେନ୍ସ ଆଣ୍ଡ ମେଶିନ ଲର୍ନିଂ ଦ୍ୱାରା ପରିକଳ୍ପନା କରାଯାଇଥିବା ଏହି ନ୍ୟାଶନାଲ ଲେଭେଲ୍‌ ଶର୍ଟ ଟର୍ମ ଟ୍ରେନିଂ ପ୍ରୋଗ୍ରାମ ଅନ୍‌ ଷ୍ଟାଟିଷ୍ଟିକାଲ୍‌ ମେଶିନ ଲର୍ନିଂ (ଏନ୍‌ଏଲ୍‌ଏସ୍‌ଟିଟିପି-୨୦୨୩) ପ୍ରୋଗ୍ରାମ ଅନେକ ଆଗ୍ରହୀ ଶିକ୍ଷାର୍ଥୀଙ୍କୁ ଆକର୍ଷିତ କରିଛି। ଏହି ପରିପ୍ରେକ୍ଷୀରେ ଆଇଆଇଆଇଟି ଖଡଗପୁରର ଗଣିତ ବିଭାଗ ଅଧୀନ ସେଣ୍ଟର ଫର୍‌ ଏକ୍ସିଲେନ୍ସ ଇନ୍‌ ଆର୍ଟିଫିସିଆଲ୍‌ ଇନ୍‌ଟେଲିଜେନ୍ସରେ ଡ. ବୁଦ୍ଧାନନ୍ଦ ବାନାର୍ଜୀ ଏବଂ ଏମ୍‌ଏନ୍‌ଆଇଟି ଜୟପୁର ସ୍ଥିତ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଡ. ଦୀପକ ରଞ୍ଜନ ନାୟକ ବିଶେଷଜ୍ଞ ଭାବେ ଯୋଗଦେଇଥିବା ପ୍ରୋଗ୍ରାମ ଚେୟାର ପ୍ରଫେସର ଦେବାହୁତି ମିଶ୍ର ମତପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ଓ କ୍ଷେତ୍ରର ପ୍ରାୟ ୧୨୫ ଜଣ ଅଂଶଗ୍ରହଣକାରୀ ଯୋଗଦେଇଥିବାରୁ ଆମେ ବେଶ୍‌ ଉତ୍ସାହିତ। ଏହା ବିଶ୍ୱସ୍ତରର ଶିଳ୍ପ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନ ଓ ଷ୍ଟାଟିଷ୍ଟିକାଲ୍‌ ମେଶିନ ଲର୍ନିଂର ଗୁରୁତ୍ୱ ଓ ପ୍ରାସଙ୍ଗିକତାକୁ ପ୍ରତିଫଳନ କରୁଛି ବୋଲି ପ୍ରଫେସର ମିଶ୍ର କହିଥିଲେ। ଉଦ୍‌ଘାଟନୀ ସମାରୋହରେ ଡ. ବାନାର୍ଜୀ ଅଂଶଗ୍ରହଣକାରୀ ଓ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଷ୍ଟାଟିଷ୍ଟିକାଲ୍‌ ମେଶିନ ଲର୍ନିଂର ଭବିଷ୍ୟତ ସମ୍ଭାବନା ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବହୁବିଧ ଗବେଷଣା କ୍ଷେତ୍ରରେ ମେଶିନ ଲର୍ନିଂ ଉପରେ ଗୁରୁତ୍ୱାରୋପ କରିବା ସହ ଏହି ପ୍ରଶିକ୍ଷଣ ଅଧିବେଶନରୁ ଲାଭବାନ ହେବା ପାଇଁ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ସେହିଭଳି ଆଇଟିଇଆର୍‌ର ଡିନ୍‌ ପ୍ରଫେସର ପି.କେ.ସାହୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗ ଓ ସେଣ୍ଟର ଅଫ୍‌ ଆର୍ଟିଫିସିଆଲ ଇନ୍‌ଟେଲିଜେନ୍ସ ଆଣ୍ଡ ମେଶିନ ଲର୍ନିଂ ପକ୍ଷରୁ ଆୟୋଜିତ ଏହି ସ୍ବଳ୍ପକାଳୀନ ପ୍ରଶିକ୍ଷଣ ଶିବିରକୁ ଉଚ୍ଚ ପ୍ରଶଂସା କରିଥିଲେ। ସେହିପରି ପ୍ରଫେସର ମିଶ୍ର କହିଥିଲେ, ଏହି ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ହେଉଛି, ଷ୍ଟାଟିଷ୍ଟିକାଲ୍‌ ମେଶିନ ଲର୍ନିଂର ମୌଳିକ ତତ୍ତ୍ୱକୁ ସ୍ପଷ୍ଟ କରିବା ଏବଂ ଏକ ସୁଦୃଢ଼ ତାତ୍ତ୍ୱିକ ଭିତ୍ତି ନିର୍ମାଣ କରିବା। ଉକ୍ତ କାର୍ଯ୍ୟକ୍ରମର ଆବାହକ ଡ. ଅଭିଜିତ ସୂତ୍ରଧର ଧନ୍ୟବାଦ ଅର୍ପଣ କରିବା ଅବସରରେ କାର୍ଯ୍ୟକ୍ରମର ଅର୍ଗାନାଇଜିଂ ଚେୟାର ଡ. ମନୋରଞ୍ଜନ ପାଢ଼ୀ, ଅର୍ଗାନାଇଜିଂ କୋ-ଚେୟାର ଡ.ଅଳକାନନ୍ଦ ତ୍ରିପାଠୀ ଓ ଡ. ସ୍ବାଧୀନ କୁମାର ବରିସାଲ୍‌ଙ୍କ ସମେତ ଅନ୍ୟମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri