ବିଶ୍ୱର ଫାର୍ମାସୀ ଭାରତ

ଡ. ନରେନ୍ଦ୍ର ସେଠୀ

ଟିକା ନେବା ରୋଗ ପାଇଁ ଏକ ପ୍ରତିଷେଧକ ବ୍ୟବସ୍ଥା। ଏହା ଆମ ଶରୀର ଭିତରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ କରେ। ତେବେ କରୋନା ମହାମାରୀ ପାଇଁ କୋଉଦିନ ପ୍ରତିଷେଧକ ଟିକା ଆସିବ ପୂରା ଦେଶ ଅନେଇ ବସିଛି। ଭାରତ ସମେତ ଅନେକ ଦେଶ ଏଥିପାଇଁ ଅଣ୍ଟା ଭିଡି ସାରିଛନ୍ତି। ବୈଶିକ ମହାମାରୀ କରୋନା ପାଇଁ କୌଣସି ଔଷଧ ନ ଥିବା ବେଳେ ସମଗ୍ର ବିଶ୍ୱ ଅତି ବ୍ୟଗ୍ରତାର ସହ ଟିକା ପାଇଁ ଅପେକ୍ଷା କରିଛି। ଆଉ କିଛିଦିନ ପରେ କରୋନା ଟିକା ପ୍ରସ୍ତୁତ ହୋଇଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ବୟାନ ଶୁଣିଲା ପରେ ଦେଶବାସୀ ଆଶ୍ୱସ୍ତ ଲାଭ କଲେ। ତୃତୀୟ ବା ଅନ୍ତିମ ସୋପାନରେ ଭାରତ ବାୟୋଟେକ ପକ୍ଷରୁ ବିକଶିତ ଟିକାକୁ ଦେଶର ଦଶଟି ସହରର ୧୮ ବର୍ଷରୁ ଅଧିକ ୨୮, ୫୦୦ ସ୍ବେଚ୍ଛାକୃତ ଲୋକଙ୍କୁ ଦିଆଯିବାର ଯୋଜନା ରହିଛି। ଏହା ଭିତରେ ରୁଷ, ବ୍ରିଟେନ ପ୍ରଭୃତି ଦେଶରେ ଟିକା ବିକଶିତ ହେଇ ଲୋକମାନଙ୍କୁ ଦିଆ ଗଲାଣି। ଯଦିଓ ବିଭିନ୍ନ ଦେଶରେ ଏହିପରି ୧୭୦ଟି ପୃଥକ୍‌ ପୃଥକ୍‌ କରୋନା ଟିକା ବିକାଶ କାର୍ଯ୍ୟ ଚାଲିଥିବା ବେଳେ ଭାରତରେ ବିକଶିତ ଟିକା କୋଭାକ୍‌ସିନ ଉପରେ ପୂରା ବିଶ୍ୱର ନଜର ରହିଛି। କାରଣ ବିଶ୍ୱର ସର୍ବାଧିକ ଷାଠିଏ ପ୍ରତିଶତ ଟିକା ଭାରତରେ ଉତ୍ପାଦନ ହେଇଥାଏ। ଅର୍ଥାତ୍‌ ବିଶ୍ୱର ପ୍ରତି ପାଞ୍ଚ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ତିନିଜଣ ନେଉଥିବା ଟିକା ଭାରତରେ ଟିଆରି ହେଇଥାଏ। ସୂଚନାଯୋଗ୍ୟ, ପୁଣେରେ ଅବସ୍ଥିତ ସେରମ ଇନ୍‌ଷ୍ଟିଚୁଟ ଅଫ ଇଣ୍ଡିଆ ବିଶ୍ୱର ସର୍ବାଧିକ ଟିକା ତିଆରି ଓ ରପ୍ତାନି କରୁଥିବା କମ୍ପାନୀ। ତେଣୁ ଭାରତକୁ ବିଶ୍ୱର ଫାର୍ମାସୀ ବୋଲି ମଧ୍ୟ କୁହାଯାଏ କାରଣ ଭାରତ ବିଶ୍ୱର ଅନ୍ୟତମ ଦଶଟି ସର୍ବାଧିକ ଔଷଧ ରପ୍ତାନିକାରୀ ରାଷ୍ଟ୍ର ଭିତରେ ଅଛି। ଅନେକ ରୋଗର ଔଷଧ ଏଇଠି ତିଆରି ହୋଇ ବିଶ୍ୱକୁ ରପ୍ତାନି ହେଇଥାଏ। ଖାଲି ସେତିକି ନୁହେଁ, କୋଭିଡ୍‌ ସମୟରେ ଭାରତ ମାସ୍କ ଓ ଅନ୍ୟ ସୁରକ୍ଷା ଉପକରଣ ତିଆରି କରିବାରେ ଆତ୍ମ ନିର୍ଭରଶୀଳ ହୋଇପାରିଥିଲା।
ନିକଟ ଅତୀତରେ କ୍ଲୋରୋକୁଇନ୍‌ ବଟିକାକୁ ବିଶ୍ୱର ୧୫୦ରୁ ଅଧିକ ଦେଶକୁ ଯୋଗେଇ ଭାରତ ତା’ର ଔଷଧ ତିଆରି କ୍ଷମତାକୁ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ବୈସୁଧେବ କୁଟୁମ୍ବକମ୍‌ ମନ୍ତ୍ରକୁ ସାକାର କରିଥିଲା। ପ୍ରାଚୀନ ଭାରତରେ ଧନନ୍ତ୍ୱରି, ଶୁଶ୍ରୁତ, ଚରକ ଇତ୍ୟାଦି ମହାନ୍‌ ଚିକିତ୍ସକମାନେ ଚମତ୍କାର ଚିକିତ୍ସା ପଦ୍ଧତି ବିଶ୍ୱକୁ ଦେଇଥିଲେ। ଆୟୁର୍ବେଦ ଏକମାତ୍ର ଚିକିତ୍ସା ଓ ଉପଚାର ପଦ୍ଧତି ଭାବରେ ମଣିଷ ପାଖରେ ଥିଲା। ସେଇ ଧରୋହରକୁ ଆଗେଇ ନେଇ କରୋନା ମହାମାରୀ ସମୟରେ ଭାରତ ପୁଣି ସାରା ବିଶ୍ୱର ସାହା ଭରସା ହୋଇ ଛିଡ଼ା ହୋଇଛି । ଆମ ଦେଶର ତିନୋଟି ଗବେଷଣା ସଂସ୍ଥା କରୋନା ଏକା ସାଙ୍ଗରେ ଟିକା ବିକଶିତ କରି ସାରା ବିଶ୍ୱକୁ ଚକିତ କରିଛନ୍ତି। ନିକଟରେ ଷାଠିଏଟି ଦେଶର ରାଷ୍ଟ୍ରଦୂତ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ, ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଓ ବାୟୋଲୋଜିକାଲ ପରିଦର୍ଶନ କରି ଭାରତର ଟିକା ଉତ୍ପାଦନ କ୍ଷମତା ଓ ଆନୁଷଙ୍ଗିକ ବ୍ୟବସ୍ଥା ବୁଲି ଦେଖିଥିଲେ। ଅର୍ଥାତ ବିଶ୍ୱର ଅନ୍ୟ ଦେଶରେ ଟିକା ବିକଶିତ ହେଇ ଉତ୍ପାଦନ ହେଲେ ମଧ୍ୟ ସାରା ବିଶ୍ୱର ନଜର ଭାରତ ତିଆରି ଶସ୍ତା ଓ କାରିଗର ଟିକା ଉପରେ ରହିଛି। ତେଣୁ ବର୍ତ୍ତମାନ ସମୟରେ ଭାରତକୁ ଟିକା ଗୁରୁ ଆଖ୍ୟା ଦିଆ ଗଲାଣି। ବର୍ତ୍ତମାନ ଭାରତ ଏକ ଅଗ୍ରଣୀ ଔଷଧ ଉତ୍ପାଦକ ରାଷ୍ଟ୍ର ଭାବରେ ମୁଣ୍ଡ ଟେକିଛ। ୧୯୬୦ ଦଶକରେ ଯେତେବେଳେ ଭାରତ ସରକାର ଔଷଧ ତିଆରି ପାଇଁ ପ୍ରୋତ୍ସାହନ ଦେବା ଆରମ୍ଭ କଲେ ସେତେବେଳେ ଭାରତ ଅଧିକାଂଶ ଔଷଧ ବାହାରୁ ଆମଦାନୀ କରୁଥିଲା। ୨୦୧୮ ମସିହାରେ ଭାରତ ସରକାରଙ୍କ ଏକ ରିପୋର୍ଟ ଅନୁଯାୟୀ ଭାରତର ଔଷଧ ବ୍ୟବସାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ହେଲାଣି। ବିଶ୍ୱର ଅନ୍ୟତମ ଅଗ୍ରଣୀ ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡିକ ଭାରତୀୟ। ୨୦୧୭-୧୮ ଆର୍ଥିକ ବର୍ଷରେ ଭାରତ ୧୭.୨୭ ବିଲିୟନ ଡଲାରର ଔଷଧ ରପ୍ତାନି କରିଥିଲା। ସିପ୍ଲା, ରାନବାକ୍ସି, ରେଡିଜ ଲ୍ୟାବ, ସନ ଫାର୍ମା, ସିପଲା, ଅରବିନ୍ଦ ଫର୍ମା, ଲୁପିନ, ଯାଇଦସ, ଆଲକେମ ଇତ୍ୟାଦି ଭାରତୀୟ ଔଷଧ ତିଆରି କମ୍ପାନୀ ବିଶ୍ୱରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି।
ଏହି ପରିପ୍ରେକ୍ଷୀରେ ଭାରତକୁ ବିଶ୍ୱର ଔଷଧାଳୟ ବା ଫାର୍ମାସୀ କହିଲେ ଭୁଲ୍‌ ହବନି।
ତେବେ କୌଣସି ରୋଗ ପାଇଁ ଟିକା ତିଆରି କରିବା ଏତେ ସହଜ କାମ ନୁହେଁ ଓ ଏଥିପାଇଁ ବର୍ଷ ବର୍ଷ ଲାଗିପାରେ। ଏତେ ସ୍ବଳ୍ପ ସମୟ ଭିତରେ କରୋନା ଟିକା ବିକଶିତ ହୋଇଥାଇ ପାରିଥିବାରୁ ତାହା ନିଶ୍ଚୟ ଏକ ଚମତ୍କାର କହିଲେ ଭୁଲ୍‌ ହେବନି। ଉଦାହରଣ ସ୍ବରୂପ ଏଡ଼ସ ପରି ରୋଗ ପାଇଁ ପ୍ରତିଷେଧକ ତିଆରି କରିବା ପାଇଁ କୋଡିଏ ବର୍ଷ ହେଲା ଚେଷ୍ଟା ଚାଲିଛି। କହିବା ବାହୁଲ୍ୟ ଯେ SARS, MERS ଭଳି ଅନେକ ଥଣ୍ଡା କାଶ ଜର ଭଳି ରୋଗର ସମୂହ ଶ୍ରେଣୀରେ ଆସୁଥିବା କୋଭିଡ୍‌-୧୯ ଭାଇରସକୁ ଏପର୍ଯ୍ୟନ୍ତ ସକ୍ଷମତାର ସହ ମୁକାବିଲା କରାଯାଇ ପାରିନି। ବିଶ୍ୱରେ SARS ଓ MERS ଭଳି ରୋଗ ପାଇଁ ମଧ୍ୟ ଠିକ୍‌ ଭାବରେ ଟିକାଟିଏ ବାହାରି ପାରିନି। ସେହିପରି ଆମେରିକାର ବୈଜ୍ଞାନିକ ଜନ କୋମଲର ଦ୍ୱାରା ୧୯୩୫ ମସିହାରୁ ପ୍ରଥମ କରି ଆରମ୍ଭ ହୋଇଥିବା ପୋଲିଓ ରୋଗର ଟିକା ଯଦିଓ ସମ୍ପୂର୍ଣ୍ଣ ନିରାପଦ ନ ଥିଲା ତାହା ଧୀରେ ଧୀରେ ବିକଶିତ ହୋଇ ଆଜିର ସ୍ତରରେ ପହଞ୍ଚତ୍ଛି। ଏହା ପଛରେ ଅନେକ ଦେଶର ଅନେକ ଭୂତାଣୁବୀତ୍‌ମାନଙ୍କର ଚେଷ୍ଟା ରହିଛି। ସେହିପରି ଆଉ ଗୋଟେ ଭୂତାଣୁଜନିତ ରୋଗ ହେଲା ମିଳିମିଳା, ଯାହାର ସଫଳ ଟିକା ଉପଲବ୍ଧ। ଏହି ଟିକାର ବିକାଶ ପାଇଁ ୧୯୫୪ ମସିହାରୁ ୧୯୬୩ ମସିହା ପର୍ଯ୍ୟନ୍ତ ଅର୍ଥାତ ଦଶ ବର୍ଷ ଲାଗିଥିଲା। ପରେ ଏକ ଘରୋଇ କମ୍ପାନୀ ୧୯୭୧ ମସିହାରେ MMR ଟିକା ବଜାରକୁ ଆଣିଲା, ଯାହା ଏପର୍ଯ୍ୟନ୍ତ ବ୍ୟବହାର ହେଉଛି। ସେହିପରି ହେପାଟାଇଟିସ ପାଇଁ ଟିକା ୧୯୬୮ ମସିହାରୁ ଗବେଷଣା ଆରମ୍ଭ କରି ଶେଷରେ ୨୦୧୭ ବେଳକୁ ଏକ ସମ୍ପୂର୍ଣ୍ଣ ଦୁଇ ଡୋଜ ବିଶିଷ୍ଟ ଟିକା ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ସଂସ୍ଥା ଦ୍ୱାରା ସ୍ବୀକୃତି ଲାଭ କରିଥିଲା। ତେଣୁ ଟିକା ବିକଶିତ କରିବା ଭଳି ଲମ୍ବା ଓ ସମୟ ସାପେକ୍ଷ ପ୍ରକ୍ରିୟାକୁ ତରବର କରି ଛୋଟ କରି ଦିଆଗଲେ ଏହାର ଗୁଣାତ୍ମକ ଦିଗ କମିଯିବାର ସମ୍ଭାବନା ଅଛି।
ବୈଜ୍ଞାନିକ, ଭାବା ପରମାଣୁ ଗବେଷଣା କେନ୍ଦ୍ର, ପରିବେଶ ନିରୀକ୍ଷଣ ପରୀକ୍ଷାଗାର,
ଯାଦୁଗୁଡା, ପୂର୍ବ ସିଂଭୁମି, ଝାରଖଣ୍ଡ,
ମୋ-୯୪୭୧୩୮୦୮୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri