ଗୋଟିଏ ବୋତଲ ହ୍ୟୁସ୍କିର ଦାମ ଏକ କୋଟି!

ଦାମି ମଦ ବିଷୟରେ ପ୍ରାୟ ସମସ୍ତେ ଅବଗତ ଥିବେ । କେବେ କେବେ ଏହା ଲକ୍ଷେ ବା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥିବ । ହେଲେ ଏଥର ଯେଉଁ ଖବର ଆସିଛି ତାହା ସମସ୍ତଙ୍କୁ ଚକିତ କରି ଦେଇଛି । କାରଣ ଗୋଟିଏ ବୋତଲ ହ୍ୟୁସ୍କିର ଦାମ ଏକ କୋଟି ବୋଲି ଜଣାପଡିଛି । ଏହା ବିଶ୍ୱର ସବୁଠାରୁ ପୁରୁଣା ହ୍ୟୁସ୍କି ବୋଲି କୁହାଯାଉଛି । ପ୍ରାୟ ୨୫୦ ବର୍ଷ ପୁରୁଣା ଏହି ମଦର ଦାମଠାରୁ ଏବେ ଏହା ୬ ଗୁଣା ଅଧିକ ଦାମରେ ନିଲାମ ହୋଇଛି । ୧୯ଶ ଶତାଦ୍ଦିର ଏହି ହ୍ୟୁସ୍କି ଏବେ ୧୩୭,୦୦୦ ଡଲାର ବା ୧ କୋଟି ଟଙ୍କାରେ ନିଲାମ ହୋଇଛି । ଏହା ଜର୍ଜିୟାର ଲୌଗ୍ରେଂଜର ଏକ ଜେନରାଲ ଷ୍ଟୋରରେ ସିଲ କରାଯାଇଥିବା କୁହାଯାଏ । ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ପୁରୁଣା ହ୍‌ୁ୍ୟସ୍କି ୧୮୬୦ ଦଶକରେ ବୋତଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ବୋତଲରେ ଥିବା ମଦ ଖରାପ ହୋଇ ନାହିଁ । ଯାହାକି ଏକ ଶତାବ୍ଦି ପୁରୁଣା । କୁହାଯାଉଛି କି ଏହି ପାନୀୟ ଜଣାଶୁଣା ଫାଇନାନସର ବା ଅର୍ଥନୀତିଜ୍ଞ ଜେ.ପି. ମାର୍ଗନଙ୍କର ବୋଲି । ବୋତଲ ଉପରେ ଲାଗିଥିବା ଏକ ଲେବଲରେ ଲେଖାଅଛି ଏହା ବରବର୍ନ । ହୁଏତ ୧୮୬୫ ପୂର୍ବରୁ ପ୍ରସ୍ତୁତ ହୋଇଛି । ଯାହା ଜେ.ପି ମାର୍ଗନଙ୍କ ସେଲଟରରେ ତିଆରି କରାଯାଇଥିଲା । ମାର୍ଗନଙ୍କ ମୃତ୍ୟୁ ପରେ ଏହାକୁ ତାଙ୍କ ସମ୍ପତ୍ତିରୁ ବାହାର କରାଯାଇଛି । ତେବେ ଉକ୍ତ ହ୍ୟୁସ୍କି ବୋତଲଟି ନିଲାମ ହେବା ପରେ କେତେଜଣ ବିଶେଷଜ୍ଞ କହିଛନ୍ତି କି ଜେ.ପି. ମାର୍ଗନ ୧୯୯୦ ପାଖାପାଖି ଏହାକୁ କ୍ରୟ କରିଥିଲେ । ପରେ ସେ ଏହାକୁ ତାଙ୍କ ପୁଅକୁ ଦେଇ ଦେଇଥିଲେ । ଯାହାକୁ ୧୯୪୨ରୁ ୧୯୪୪ ମଧ୍ୟରେ ସେ ଦକ୍ଷିଣ କରୋଲିନାର ଗଭର୍ନର ଜେମ୍ସ ବାୟନର୍ସଙ୍କୁ ଦେଇଥିଲେ । ଗଣମାଧ୍ୟମର ସୂଚନା ଅନୁଯାୟୀ, ବୋତଲର ଦାମ୍ ୨୦,୦୦୦ରୁ ୪୦,୦୦୦ ଡଲାର ମଧ୍ୟରେ ହେବ । ହେଲେ ଜୁନ୍ ୩୦ରେ ମିଡଟାଉନ ମେନହଟ୍ଟନର ଏ ସଂଗ୍ରହାଳୟ ଓ ଗବେଷଣା ସଂସ୍ଥା ମାର୍ଗନ ଲାଇବ୍ରେରୀକୁ ୧୩୭,୦୦୦ ଡଲାରରେ ବିକ୍ରି କରିଦେଇଛି । ଏବେ ବିଶେଷଜ୍ଞଙ୍କ କହିବା କଥା ହେଲା ଦେଖିବାର ଅଛି ହ୍ୟୁସ୍କିଟି ଏବେ ପାନୀୟ ଯୋଗ୍ୟ ଅଛି ନା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri