ଆକ୍ରମଣ, ଖାମେନେଇଙ୍କ ମୃତ୍ୟୁକୁ ନେଇ ବିଶ୍ୱନେତାଙ୍କ ପ୍ରତିକ୍ରିୟା

ବ୍ରୁସେଲ୍ସ, ୨ା୩: ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍‌ର ମିଳିତ ଆକ୍ରମଣ ଏବଂ ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁକୁ ନେଇ ବିଶ୍ୱନେତାମାନେ ମାପିଚୁପି ପ୍ରତିକ୍ରିୟା ଦେଇଛନ୍ତି। ଆମେରିକାର ଆକ୍ରମଣକୁ ଅଷ୍ଟ୍ରେଲିଆ ଏବଂ କାନାଡା ଖୋଲା ସମର୍ଥନ କରିଥିବାବେଳେ ଚାଇନା ଏବଂ ରୁଷିଆ ଏହାକୁ ସମାଲୋଚନା କରିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ କେଇର ଷ୍ଟାର୍ମର, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍‌ରଁ ଏବଂ ଜର୍ମାନ ଚାନ୍‌ସେଲର ଫ୍ରେଡରିକ୍‌ ମେର୍ଜ ଆମେରିକା ଏବଂ ଇରାନକୁ ପୁନର୍ବାର ଆଲୋଚନାକୁ ଫେରିବା ପାଇଁ ଆହ୍ବାନ ଦେଇଛନ୍ତି। ଆପୋସ ସମାଧାନକୁ ସେମାନେ ସମର୍ଥନ କରିଛନ୍ତି। ସେମାନଙ୍କ ଦେଶ ଇରାନ ଆକ୍ରମଣରେ ଭାଗ ନେଇନାହିଁ କିନ୍ତୁ ଆମେରିକା, ଇସ୍ରାଏଲ୍‌ ଓ ଉକ୍ତ ଅଞ୍ଚଳର ସହଯୋଗୀମାନଙ୍କ ସହ ଯୋଗାଯୋଗରେ ରହିଛି। ଇରାନର ଆଣବିକ କାର୍ଯ୍ୟକ୍ରମ ଉପରେ ସମାଧାନରେ ପହଞ୍ଚତ୍ବାକୁ ଉକ୍ତ ୩ ଦେଶ ଉଦ୍ୟମ କରିଛନ୍ତି। ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକ ଉପରେ ଆକ୍ରମଣ ଜାରି ରଖିଥିବାରୁ ସେମାନେ ଏହାକୁ ନିନ୍ଦା କରିଛନ୍ତି। ଇରାନ ଅବିଚାରିତ ସାମରିକ କାର୍ଯ୍ୟାନୁଷ୍ଠାନରୁ ବିରତ ରହୁ। ଇରାନୀୟମାନଙ୍କୁ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଅନୁମତି ମିଳିବା ଜରୁରୀ ବୋଲି ସେମାନେ କହିଛନ୍ତି।
ଆକ୍ରମଣ ବିଭିନ୍ନ ଦେଶର ସାର୍ବଭୌମତ୍ୱର ଘୋର ଉଲ୍ଲଂଘନ ବୋଲି ଆରବ ଲିଗ୍‌ର ୨୨ଟି ଦେଶ କହିଛନ୍ତି। ସେମାନେ ଶାନ୍ତି ଓ ସ୍ଥିରତା ଫେରିବା ସପକ୍ଷରେ ମତ ଦେଇଛନ୍ତି। ଇସ୍ରାଏଲ୍‌ ଇ ଆମେରିକାର ଆକ୍ରମଣକୁ ଉକ୍ତ ଦେଶୁଡ଼ିକ ନିନ୍ଦା କରିଛନ୍ତି। ସେମାନଙ୍କ ଆକ୍ରଣ ଆଞ୍ଚଳିକ ଅସ୍ଥିରତା ସୃଷ୍ଟି କରିବ ବୋଲି ଆରବ ରାଷ୍ଟ୍ରଗୁଡ଼ିକ କହିଛନ୍ତି। କୁଏଟ୍‌, ବାହରିନ୍‌, କାତାର ଏବଂ ଏମିରେଟ୍ସରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନ ଆକ୍ରମଣକୁ ମରକ୍କୋ, ଜୋର୍ଡାନ, ସିରିଆ ଏବଂ ୟୁନାଇଟେଡ୍‌ ଆରବ ଏମିରେଟ୍ସ ନିନ୍ଦା କରିଛନ୍ତି। ୟୁରୋପ ଏବଂ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଆମେରିକାର ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କିମ୍ବା ସିଧାସଳଖ ନିନ୍ଦା ନ କରି ମାପିଚୁପି ପ୍ରତିକ୍ରିୟା ଦେଇଛନ୍ତି। ଆମେରିକା ଏବଂ ଇସ୍ରାଏଲ୍‌ର ଆକ୍ରମଣକୁ ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ପୂର୍ବପ୍ରସ୍ତୁତ ଯୋଜନା ଏବଂ ଏକ ସାର୍ବଭୌମ ତଥା ନିରପେକ୍ଷ ଜାତିସଂଘ ସଦସ୍ୟ ରାଷ୍ଟ୍ର ବିରୋଧରେ ଅକାରଣ ସଶସ୍ତ୍ର ଆକ୍ରମଣ। ଇରାନ ଆଣବିକ କାର୍ଯ୍ୟକ୍ରମଜନିତକୁ ନେଇ ଓ୍ବାଶିଂଟନ ଏବଂ ତେଲ୍‌ ଆଭିଭ୍‌ର ଲୋକଦେଖାଣିଆ ଉଦ୍‌ବେଗ ପ୍ରକାଶ କରୁଥିବାବେଳେ ବାସ୍ତବରେ ସେଠାର ଶାସନ ବଦଳାଇବାକୁ ଚାହୁଁଛି ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ସେହିପରି ଇରାନ ଉପରେ ଇସ୍ରାଏଲ୍‌ ଓ ଆମେରିକାର ଆକ୍ରମଣକୁ ନେଇ ଚାଇନା ସରକାର ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରି ବୁଝାମଣାକୁ ଫେରିବା ପାଇଁ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତିରେ କହିଛି। ଇରାନର ସାର୍ବଭୌମତ୍ୱ, ସୁରକ୍ଷା ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦିଆଯିବା ଆବଶ୍ୟକ ବୋଲି ବେଜିଂ କହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri