ବିଶ୍ୱ ଶ୍ରମିକ ଦିବସ ଓ ଆଜିର ଶ୍ରମିକ

ଡ. ଅଜୟ କୁମାର ନନ୍ଦ

ସମଗ୍ର ବିଶ୍ୱରେ ଆଜି ପାଳିତ ହେଉଛି ବିଶ୍ୱ ଶ୍ରମିକ ଦିବସ। ଆଜିର ଦିନଟି ସେଇ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ନିଜର ହକ୍‌ ମାଗି ଶିଳ୍ପପତିମାନଙ୍କ ଆକ୍ରୋଶର ଶିକାର ହୋଇଥିତ୍ଲେ, ମୃତ୍ୟୁବରଣ କରିଥିଲେ। ଏମିତି ଏକ ଦୁଃଖଦ ଦିନ ଥିଲା, ଅଷ୍ଟାଦଶ ଶତାବ୍ଦୀର ଶେଷଭାଗରେ। ଯୁକ୍ତରାଷ୍ଟ୍ର ଆମେରିକାର ଶିଳ୍ପପତିମାନଙ୍କ ଏକଚାଟିଆ ମନୋବୃତ୍ତି ଶ୍ରମିକମାନଙ୍କୁ ସ୍ବଳ୍ପ ବେତନରେ ଦୈନିକ ପନ୍ଦର ଘଣ୍ଟା କାମ କରିବା ପାଇଁ ବାଧ୍ୟ କରୁଥିଲା। ଏଥିରେ ଅତିଷ୍ଠ ହୋଇ ଏକ ଶ୍ରମିକ ସଙ୍ଗଠନ ଦୈନିକ ଆଠ ଘଣ୍ଟା ସହିତ ଉପଯୁକ୍ତ ମଜୁରି ସହ ଛୁଟିଦିନ ଦାବି କରି ଏକ ଶାନ୍ତିପୂର୍ଣ୍ଣ ଧର୍ମଘଟ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଏକ ବିରାଟ ଜନ ଆନ୍ଦୋଳନରେ ପରିଣତ ହେବା ପାଇଁ ଖୋରାକ ଯୋଗାଇଥିଲା। ପୃଥିବୀର କୋଣ ଅନୁକୋଣରେ ଥିବା ଦିନମଜୁରିଆଙ୍କୁ ଏହା ଆକୃଷ୍ଟ କରିଥିଲା। ଫଳସ୍ବରୂପ ନ୍ୟୁୟର୍କ ସହରରେ ୧୮୮୬ରେ ପ୍ରଥମ ଶ୍ରମିକ ଦିବସ ପାଳନ କରି ନିଜ ଦାବିକୁ ଯଥାର୍ଥ ପ୍ରତିପାଦନ କରିଥିଲେ। ପରବର୍ତ୍ତୀ ସମୟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମୋଦନ କ୍ରମେ ଭାରତରେ ୧୯୨୩ ମେ ୧ରେ ମାଡ୍ରାସଠାରେ ଲେବର କିଷାନ ପାର୍ଟି ଦ୍ୱାରା ପ୍ରଥମ ଶ୍ରମିକ ଦିବସ ପାଳନ କରାଗଲା। ଶ୍ରମିକ ଭାଇମାନଙ୍କ ଉଦ୍ଦେଶ୍ୟରେ କବି ଅନନ୍ତ ପଟ୍ଟନାୟକ ଏକ ଲୋକପ୍ରିୟ କବିତା ”ଶ୍ରମିକ ଭାଇରେ ଲାଗିପଡ଼, କଳ କାରଖାନା ସଡ଼କ କେନାଲ, ବିଲ କାମ ଅବା ବନ୍ଧ ବାଡ଼।“ ଏହାକୁ ବିଶ୍ଳେଷଣ କଲେ ଶ୍ରମିକଙ୍କ ଅବଦାନ ଦେଶ ନିର୍ମାଣରେ କେତେ ଯେ ସହାୟକ ତାହା ବୁଝିବା ଆଦୌ ଅଛପା ରହିବ ନାହିଁ।
ଏବେ ଆସିବା ମୂଳ କଥାକୁ। ଗତ ବର୍ଷ ମହାମାରୀ ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ରୋଜଗାର ହରାଇବା ସହିତ ଘରବାହୁଡ଼ା ପରିସ୍ଥିତି ସେମାନଙ୍କ ଆର୍ଥିକ ଦୁରବସ୍ଥାକୁ ପଦାରେ ପକାଇଥିଲା। କେତେକ ଶ୍ରମିକ ନିଜ ଭିଟାମାଟିରେ ପହଞ୍ଚତ୍ ବଖାଣିଥିଲେ ନିଜ ନିଜ କର୍ମସ୍ଥଳର ନାନା ରକମର ଅସୁବିଧା। ସେମାନଙ୍କ ମଧ୍ୟରୁ ପ୍ରାୟତଃ କମ୍ପାନୀ ଅଥବା ବେସରକାରୀ ସଂସ୍ଥାର ପ୍ରତ୍ୟକ୍ଷ ବା ମୂଳ କର୍ମଚାରୀ ନୁହନ୍ତି, ଅର୍ଥାତ୍‌ ଏମାନେ ସବୁ ଠିକା କର୍ମଚାରୀ। ଦେଶରେ ‘ନବ ଉଦାର ଅର୍ଥନୀତି’ ଆରମ୍ଭ ପରଠାରୁ ଠିକାକରଣ ନିଯୁକ୍ତି ଏକ ପ୍ରମୁଖ ସମସ୍ୟା ରୂପେ ମୁଣ୍ଡ ଟେକିଛି। ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକରେ ସ୍ଥାୟୀ ବା ନିୟମିତ ନିଯୁକ୍ତି ହ୍ରାସ ପାଇବାରେ ଲାଗିଛି, ଯାହା ଶ୍ରମିକ ଶ୍ରେଣୀ ପାଇଁ ଏକ ପ୍ରମୁଖ ସମସ୍ୟା କହିଲେ ଅତ୍ୟୁକ୍ତି ହେବନାହିଁ। ଏକ ସର୍ବେକ୍ଷଣରୁ ଜଣାଯାଇଛି, ବର୍ତ୍ତମାନ ଠିକା ବା ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ସଂଖ୍ୟା ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାର ସ୍ଥାୟୀ କର୍ମଚାରୀଙ୍କଠାରୁ ପ୍ରାୟ ପଚାଶ ପ୍ରତିଶତରୁ ଅଧିକ। ଏହି ହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି, ଯଦ୍ଦ୍ବାରା ଶ୍ରମିକମାନେ ସେମାନଙ୍କ ଶ୍ରମ ଅଧିକାର ସହିତ ସାମାଜିକ ସୁରକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଦେଶ ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପରେ ମଧ୍ୟ ଶ୍ରମ ନୀତିରେ ସୁଧାର ନ ଆସିବା ପରିତାପର ବିଷୟ। ଦେଖାଯାଉଛି, କେତେକ ରାଜ୍ୟରେ ଶ୍ରମ ଦିବସ ଦୈନିକ ୮ ଘଣ୍ଟାରୁ ଅଧିକ ଧାର୍ଯ୍ୟ କରାଯାଇଛି। ଏସବୁ ତଦାରଖ କରିବା ପାଇଁ ସେମିତି କିଛି ବିଧି ବ୍ୟବସ୍ଥା ନାହିଁ କହିଲେ ଚଳେ। ଏହି ପରିପ୍ରେକ୍ଷୀରେ କିଛି ମୁନାଫାଖୋର ବ୍ୟକ୍ତି ବିଶେଷ ଶ୍ରମ ଆଇନକୁ ଉଲ୍ଲଂଘନ କରି ରାଜ୍ୟ ବା ଦେଶ ବାହାରେ ଠିକା ସଂସ୍ଥାମାନ ଖୋଲି ବିଭିନ୍ନ ସଂସ୍ଥାରେ ଲୋକଙ୍କୁ ନିଯୁକ୍ତି ଦେଇ ମୋଟା ଅଙ୍କରେ ଟଙ୍କା ରୋଜଗାର କରୁଛନ୍ତି। ଅନ୍ୟପକ୍ଷରେ ଶ୍ରମିକମାନେ ବିଭିନ୍ନ ଅଣସଙ୍ଗଠିତ ସଂସ୍ଥାରେ କାମ କରି ଗୁଜରାଣ ମେଣ୍ଟାଉଛନ୍ତି। ଠିକା ସଂସ୍ଥାଗୁଡ଼ିକର ଏଭଳି ବ୍ୟବସ୍ଥାରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକରେ ଚାକିରି କରୁଥିବା ଶ୍ରମିକ ଗୋଷ୍ଠୀ ତାଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି। ଯେଉଁ ଅଫିସରେ ଦେଖିବ ମାଳ ମାଳ ଠିକା କର୍ମଚାରୀ ଭିନ୍ନ ଭିନ୍ନ ସ୍କିମ ସହିତ ଅସଙ୍ଗତ ବେତନ। ଅପରପକ୍ଷେ ଏହି ଠିକା କର୍ମଚାରୀ ବିଭିନ୍ନ ସରକାରୀ ସଂସ୍ଥାରେ ‘ଛଅବର୍ଷ’ରୁ ଊର୍ଦ୍ଧ୍ୱ ସମୟ ଧରି ନିୟମିତ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନେ ସ୍ଥାୟୀ କର୍ମଚାରୀ ମାନ୍ୟତା ପାଇପାରୁନାହାନ୍ତି। ବିଭିନ୍ନ ସଂସ୍ଥାରେ ଚାକିରି କରୁଥିବା ଯୁବତୀ ଯୁବକମାନେ ବର୍ତ୍ତମାନର ଶ୍ରମନୀତିର ବିଭିନ୍ନ ଅସୁବିଧାଗୁଡ଼ିକୁ ଆତ୍ମଚିନ୍ତନ କରି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ଏହି ପରିପ୍ରେକ୍ଷୀରେ ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ଶ୍ରମ ସଂସ୍କାର ସହିତ ଶ୍ରମ ଆଇନରେ ପରିବର୍ତ୍ତନ ଅପରିହାର୍ଯ୍ୟ। ଅବଶ୍ୟ ନିକଟରେ ସୁପ୍ରିମକୋର୍ଟ ଅଙ୍ଗନଓ୍ବାଡ଼ି କର୍ମଚାରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ଏଇତ ଗଲା ସରକାରୀ ଓ ବେସରକାରୀ ଅନୁଷ୍ଠାନର ଠିକା କର୍ମଚାରୀଙ୍କ ସଂଖ୍ୟା। ଶ୍ରମିକ ସଙ୍କଟ ଏବେ ଗାଁ ଗହଳରେ ଏକ ଉତ୍କଟ ସମସ୍ୟା ରୂପେ ବିବେଚିତ ହେଉଛି। ଅନେକ ଯୁବତୀ ଯୁବକ ନିଜ ଗୁଜରାଣ ମେଣ୍ଟାଇବା ପାଇଁ ଅନ୍ୟ ରାଜ୍ୟକୁ ଚାଲିଯାଇଛନ୍ତି ଆଉ ଯେଉଁ କିଛି ରହିଗଲେ,ବିଭିନ୍ନ ସରକାରୀ ଯୋଜନାରୁ ବିନା ପରିଶ୍ରମରେ କିଛି ସୁବିଧା ପାଇ କାମ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଗାଁ ଗହଳିରେ ବିଶେଷକରି କୃଷି କ୍ଷେତ୍ରରେ କାମ କରୁଥିବା ଶ୍ରମିକ ସଙ୍କଟ କହିଲେ ନ ସରେ। ବର୍ତ୍ତମାନ ଶ୍ରମିକ ଅଭାବରୁ ବିଶେଷକରି ଆମ ରାଜ୍ୟରେ ହଜାର ହଜାର ଏକର କୃଷିକ୍ଷେତ୍ର ପଡ଼ିଆ ପଡ଼ୁଛି। କାହିଁକି ନ ପଡିବ! ଯେଉଁଥିପାଇଁ ଆମେ ଚାଷ କରୁଥିଲେ ତାହା ଯଦି ଅନାୟାସରେ ମିଳିଯାଉଛି, ତେବେ ବିଲ ପଡ଼ିଆ ପଡ଼ିବା ସ୍ବାଭାବିକ। ଲୋକସଂଖ୍ୟା ଅନୁପାତରେ କୃଷିଜାତ ଉପତ୍ାଦନ ହ୍ରାସ, ମୂଲ୍ୟବୃଦ୍ଧିକୁ ଅଧିକ ପ୍ରୋତ୍ସାହିତ କରୁଛି। ଗାଁ ଗହଳରେ ଥିବା ଶ୍ରମିକମାନଙ୍କ ମାନସିକତା କିନ୍ତୁ ଭିନ୍ନ। ଯଦି ବିନା ପରିଶ୍ରମରେ କିଛି ମିଳିଯାଉଛି, ତେବେ ପରିଶ୍ରମ କାହିଁକି କରିବେ ବୋଲି ପାଲଟା ପ୍ରଶ୍ନ ମନରେ ଉଙ୍କି ମାରୁଛି। ଶ୍ରମିକମାନେ କୃଷି ସହିତ ଜଡ଼ିତ ନ ହେବାର ଏହା ଏକ କାରଣ ହେଲେ ମଧ୍ୟ ଶ୍ରମ ନୀତିରେ ପରିବତ୍ତର୍ର୍ନ କରି ଶ୍ରମିକମାନଙ୍କୁ ଉତ୍ସାହିତ କରାଯିବା ଦରକାର। ମୁଖ୍ୟତଃ ଅଣସଂଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କ କଲ୍ୟାଣକୁ ଗୁରୁତ୍ୱ ଦିଆଯିବା ଦରକାର। କାରଣ ଏହି କ୍ଷେତ୍ରରେ ଶ୍ରମିକମାନଙ୍କ ସଂଖ୍ୟା ସର୍ବାଧିକ। ଏଥିପାଇଁ ରାଜନୈତିକ ଇଚ୍ଛାଶକ୍ତି ଦରକାର। ଶ୍ରମିକମାନଙ୍କର ସୁରକ୍ଷା ହିଁ ଆଗାମୀ ଦିନରେ ଭାରତକୁ ସ୍ବାବଲମ୍ବୀ ହେବାର ଏକ ନୂତନ ଦିଗନ୍ତ ସୃଷ୍ଟି କରିବ। ଏହା ସହିତ ଦେଶର ଅର୍ଥନୀତିରେ ଅନେକ ସୁଧାର ଆଣିପାରିବ। ଏସବୁକୁ ହୃଦୟଙ୍ଗମ କରି ଶ୍ରମିକମାନଙ୍କ ଅବସ୍ଥାରେ ଦେଖାଯାଉଥିବା ବହୁବିଧ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏଥିରେ ବ୍ୟାପକ ପରିବର୍ତ୍ତନ ଅଣାଗଲେ ଏହା ହିଁ ହେବ ଆଜିର ଦିନର ପ୍ରକୃତ ଉଦ୍ଦେଶ୍ୟ।
ସହକାରୀ ପ୍ରାଧ୍ୟାପକ, କିସ୍‌ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
ajayakumarnanda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri