ବିଶ୍ୱକୁ କ୍ଷୁଧା ସଙ୍କଟ

ମିଳିତ ଜାତିସଂଘ ୧୯୪୮ରେ ଘୋଷଣା କରିଥିଲା, ‘ପ୍ରତ୍ୟେକ ବ୍ୟକ୍ତିର ଖାଦ୍ୟ ଅଧିକାର ଏକ ମାନବିକ ଅଧିକାର। ବ୍ୟକ୍ତି ପାଇଁ ସୁଷମ ଖାଦ୍ୟ ନିଶ୍ଚିତ କରିବା ରାଷ୍ଟ୍ରର ଦାୟିତ୍ୱ। କିନ୍ତୁ ଦେଖିବାକୁ ମିଳିଛି ଭୋକିଲାମାନେ ବଡ଼ବଡ଼ିଆଙ୍କର ଭୋଜିଭାତ ବା ହୋଟେଲର ଅଇଁଠା ବା ବଳକା ଖାଦ୍ୟ ଅଳିଆ ଗଦାରୁ ଖାଇବା ପାଇଁ ନିଜ ଭିତରେ କଳିଗୋଳ କରୁଛନ୍ତି। ବ୍ରାଜିଲ, ପେରୁ ଓ ଇଥିଓପିଆରେ ଖାଦ୍ୟ ବଣ୍ଟନ କେନ୍ଦ୍ରରେ ଭୋକିଲାଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲାଠି ଚାଳନା କରିବା ମଧ୍ୟ ଦୃଷ୍ଟାନ୍ତ ଅଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଆଫଗାନିସ୍ତାନ । ଏବେ ଆଫଗାନିସ୍ତାନବାସୀଙ୍କୁ ମରୁଡ଼ି, ମହାମାରୀ, ଅର୍ଥନୈତିକ ଦୁର୍ଗତି ଏକକାଳୀନ ଗ୍ରାସ କରିଛି। ଦେଶର ୪୦ନିୟୁତ ଲୋକଙ୍କ ମଧ୍ୟରୁ ପ୍ରାୟ ୨୩ନିୟୁତ ଭୋକରେ ରହିଛନ୍ତି। ଏପରି କି ଘୋର ଆର୍ଥିକ ସଙ୍କଟ ଯୋଗୁ ଜୀବନ ବଞ୍ଚାଇବା ପାଇଁ ନିଜ ଶରୀରର ଅଙ୍ଗପ୍ରତ୍ୟଙ୍ଗ ବିକ୍ରି କରୁଛନ୍ତି। ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି) ମୁଖ୍ୟ ଡେଭିଡ ବାସ୍‌ଲେ କହିଛନ୍ତି ଯେ ଖାସ୍‌କରି ତାଲିବାନ କ୍ଷମତା ଦଖଲ ପରେ ଆଫାଗାନିସ୍ତାନର ପ୍ରାୟ ଅଧା ଲୋକ ଭୋକ ଉପବାସରେ ରହୁଥିବାରୁ ବିଶ୍ୱ ସମୁଦାୟ ଅଧିକ ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସିବା ଦରକାର।
କଲମ୍ବୋ ଗେଜେଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ଦ୍ୱିଗୁଣ କ୍ଷତିର ସମ୍ମୁଖୀନ ହୋଇଛି। ଗୋଟିଏ ହେଉଛି ଆର୍ଥିକ କ୍ଷତି ଓ ଅନ୍ୟଟି ବ୍ୟବସାୟିକ କ୍ଷତି। ପ୍ରାୟ ୨୨ ନିୟୁତ ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କା ଏକ ଅଦୃଶ୍ୟ ଅର୍ଥନୈତିକ ସଙ୍କଟରେ। ଚାଇନାଠାରୁ ଅତ୍ୟଧିକ ଋଣ ନେବା ଓ ଶୁଝି ନ ପାରିବା ଶ୍ରୀଲଙ୍କାକୁ ମହଙ୍ଗା ପଡ଼ିଛି। ଖାଦ୍ୟ ପଦାର୍ଥର ମୂଲ୍ୟ ୧୫%ରୁ ୨୦% ବୃଦ୍ଧି ପାଇଛି। ଦେଶ ଚଳାଇବା ପାଇଁ ଯେତିକି ଅର୍ଥ ଆବଶ୍ୟକ ଶ୍ରୀଲଙ୍କା ନିକଟରେ ସେତିକି ନାହିଁ। ଫଳରେ ଉକତ୍ଟ ଖାଦ୍ୟ ସମସ୍ୟା ଶ୍ରୀଲଙ୍କାରେ ଦେଖାଯାଇଛି। ସାଧାରଣ ଓ ମଧ୍ୟବିତ୍ତ ପରିବାରଙ୍କ ଅବସ୍ଥା ଅତ୍ୟନ୍ତ ସଙ୍ଗିନ। ପାକିସ୍ତାନ ମଧ୍ୟ ଚାଇନା ପ୍ରେମରେ ପଡ଼ି ନିଜର ଅର୍ଥନୀତିକୁ ଧ୍ୱଂସ୍ତ କରିଛି। ପରିସ୍ଥିତି ଏପରି ହେଲା ଯେ ଆର୍ଥିକ ସଙ୍କଟ ଯୋଗୁ ଇମ୍ରାନ ସରକାରଙ୍କ ପତନ ଘଟିଲା।
ଦୁଇବର୍ଷର କରୋନା ମହାମାରୀ ଓ ରୁଷ-ୟୁକ୍ରେନ୍‌ ଯୁଦ୍ଧ ବୈଶ୍ୱିକ ବଜାରକୁ ଗୁରୁତର ପ୍ରଭାବିତ କରିଛି। ଅନେକ ଦେଶରେ ଖାଦ୍ୟ ସଙ୍କଟକୁ ଦେଖି ଏକାଧିକ ରାଷ୍ଟ୍ର ନିଜର ଖାଦ୍ୟ ସୁରକ୍ଷାକୁ ନିରନ୍ତର ଅବ୍ୟାହତ ରଖିବା ଲାଗି ଖାଦ୍ୟ ସାମଗ୍ରୀ ରପତ୍ାନି ଉପରେ କଟକଣା ଲଗାଇଛନ୍ତି। ଉପତ୍ାଦନଶୀଳ ରାଷ୍ଟ୍ରଙ୍କ ଏହି କଟକଣା ଯୋଗୁ ଅନେକ ଗରିବ ଦେଶରେ ଦେଖାଦେଲାଣି ଖାଦ୍ୟ ସଙ୍କଟ। ଶ୍ରୀଲଙ୍କା, ପାକିସ୍ତାନ ପରେ ଏବେ ଭୁଟାନରେ ଅନୁରୂପ ସ୍ଥିତି। ଭୁଟାନର ଗ୍ରାମାଞ୍ଚଳରେ ଖାଦ୍ୟ ଓ ପାନୀୟ ଅଭାବ ଦେଖାଦେଇଛି। ଭୁଟାନର ଅର୍ଥମନ୍ତ୍ରୀ ଲୋକନାଥ ଶର୍ମା ଏହି ସୂଚନା ଦେବା ସହ ଏଥିପାଇଁ ଭାରତର ସହଯୋଗ ମାଗିଛନ୍ତି।
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ନିକଟରେ ଚେତାବନୀ ଦେଇ କହିଛନ୍ତି, ଆଗାମୀ ଦିନରେ ବିଶ୍ୱ ଗୁରୁତର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି। ଏ ଦିଗରେ ଆନ୍ତର୍ଜାତିକ ସ୍ତରରେ ଜରୁରୀ ପଦକ୍ଷେପ ନିଆ ନ ଗଲେ ଏହି ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିବ। ଜାତିସଂଘ ପକ୍ଷରୁ କରାଯାଇଥିବା ଆକଳନରେ କୁହାଯାଇଛି ଯେ ଗତବର୍ଷ (୨୦୨୧) ବିଶ୍ୱ ବଜାରରେ ଖାଦ୍ୟ ମୂଲ୍ୟ ପ୍ରାୟ ଏକ ତୃତୀୟାଂଶ ବୃଦ୍ଧି ପାଇଥିବା ବେଳେ ସାର ମୂଲ୍ୟ ପ୍ରାୟ ୫୦% ଏବଂ ତୈଳ ଦର ଦୁଇ ତୃତୀୟାଂଶ ବୃଦ୍ଧିପାଇଛି। ଏଥିସହିତ ଖାଦ୍ୟାନ୍ନ ସଙ୍କଟର ସମ୍ମୁଖୀନ ହେଉଥିବା ଲୋକଙ୍କ ସଂଖ୍ୟା ଗତ ଦୁଇବର୍ଷ ମଧ୍ୟରେ ୧୩୫ ନିୟୁତରୁ ବୃଦ୍ଧିପାଇ ସମ୍ପ୍ରତି ୨୭୬ ନିୟୁତରେ ପହଞ୍ଚିଛି। ଇଥିଓପିଆ, ସୋମାଲିଆ ଏବଂ କେନିୟା ଭଳି ରାଷ୍ଟ୍ରରେ ମାତ୍ରାଧିକ କ୍ଷୁଧାର ଶିକାର ଲୋକ ସଂଖ୍ୟା ଗତବର୍ଷ ତୁଳନାରେ ଦ୍ୱିଗୁଣିତ ହୋଇଛି।
ଏକ ତଥ୍ୟ ଅନୁଯାୟୀ ବିଶ୍ୱର ପ୍ରାୟ ୨୦ଟି ରାଷ୍ଟ୍ର ଖାଦ୍ୟ ସାମଗ୍ରୀ ଓ ସାର ରପତ୍ାନି ଉପରେ କଟକଣା ଲଗାଇଛନ୍ତି। ଭାରତର କୃଷି ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ। ଦେଶର କୌଣସି ନା କୌଣସି ଭାଗରେ ବର୍ଷତମାମ ଅତ୍ୟନ୍ତ ପ୍ରତିକୂଳ ପାଣିପାଗ ପରିସ୍ଥିତି ଲାଗି ରହିଥିବାରୁ କୃଷି ଉପତ୍ାଦନ ପ୍ରଭାବିତ ହେଉଛି। ତା’ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ଭୋଟର ତୃଷ୍ଟୀକରଣ ଯୋଜନାରେ ଦରିଦ୍ର ଜନସାଧାରଣଙ୍କ ପାଇଁ ମାଗଣା/ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଣ ସରକାରଙ୍କୁ ଏହାର ରପତ୍ାନି ଉପରେ ଅନେକ ଥର ଗଭୀର ଭାବରେ ଚିନ୍ତା କରିବାକୁ ବାଧ୍ୟ କରୁଛି। ନିକଟରେ ଭାରତ ସରକାରଙ୍କ ନୀତି ଆୟୋଗ ଦ୍ୱାରା ୨୦୨୧ ପାଇଁ ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ରିପୋର୍ଟ ଲୋକାର୍ପିତ ହୋଇଛି। ଦାରିଦ୍ର୍ୟ ସୂଚକାଙ୍କ ୩ଟି ମୁଖ୍ୟ ବିଷୟ ଉପରେ ପର୍ଯ୍ୟବସିତ: ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଜୀବନଶୈଳୀ। ଏହି ୩ଟି ସୂଚକାଙ୍କ ଆହୁରି ୧୨ଟି ବିଭାଗ ଉପରେ ଆଧାରିତ: ପୁଷ୍ଟିକର ଖାଦ୍ୟ, ଶିଶୁ ଏବଂ କିଶୋର ମୃତ୍ୟୁ, ପ୍ରସବକାଳୀନ ଯନତ୍, ବିଦ୍ୟାଳୟର ବର୍ଷ, ବିଦ୍ୟାଳୟରେ ଉପସ୍ଥାପନ, ରନ୍ଧନ ଇନ୍ଧନ, ପରିମଳ, ପାନୀୟ ଜଳ, ବିଦ୍ୟୁତ୍‌, ଗୃହ, ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ଇତ୍ୟାଦି। ମିଳିତ ଜାତିସଂଘର ରିପୋର୍ଟରେ ପୃଥିବୀର ପ୍ରତି ଆଠ ଜଣରେ ଜଣେ ଭୋକିଲା। ପୃଥିବୀ ଜନସଂଖ୍ୟାର ଅର୍ଦ୍ଧେକ ଅର୍ଥାତ୍‌ ୩୫୦କୋଟି ଅପପୁଷ୍ଟିର ଶିକାର। ଦକ୍ଷିଣ ଏସିଆର ବିକାଶଶୀଳ ଦେଶଗୁଡ଼ିକ ପୃଥିବୀର ସବୁଠାରୁ ଅଧିକ ଭୋକିଲା। ଏଫ୍‌ଏଓର ୨୦୦୩-୨୦୦୪ ରିପୋର୍ଟରେ ଏହି ଦେଶଗୁଡ଼ିକୁ ‘ଭୋକିଲା ମହାଦେଶ‘ ନାମ ମିଳିଛି। ଆଫ୍ରିକା ମହାଦେଶ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଆଡ୍ଡା। ସେଠାରେ ବ୍ୟବସାୟିକ କୃଷି ପାଇଁ କ୍ଷୁଧା। ବର୍ଷ ବର୍ଷ ଧରି ଦୁର୍ଭିକ୍ଷ। ଭାରତରେ ଭୋକିଲା ସଂଖ୍ୟା ୧୧ କୋଟିରୁ ଅଧିକ। ପୃଥିବୀରେ ଭୋକର ଭୂଗୋଳରେ ଭାରତର ସ୍ଥାନ ୧୦୧। କ୍ୟୁବା ବିଶ୍ୱ କ୍ଷୁଧା ତାଲିକାରେ ପ୍ରଥମ ୧୭ଟି ଦେଶ ମଧ୍ୟରେ ସ୍ଥାନ ପାଇଛି।
ବିଶ୍ୱ ବ୍ୟାଙ୍କ ଓ ବିଶ୍ୱ ଖାଦ୍ୟ ସଂସ୍ଥାର ରିପୋର୍ଟ ଅନୁସାରେ କେବଳ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକମାନେ ପୃଥିବୀରେ ୮୦% ଖାଦ୍ୟ ଉପତ୍ାଦନ କରିଥାନ୍ତି। ମାତ୍ର ଦୁଃଖର କଥା, ଏଇ ଲୋକମାନେ ହିଁ କ୍ଷୁଧାର୍ତ୍ତ।
ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁଯାୟୀ ବିଶ୍ୱର ୮୩ଟି ରାଷ୍ଟ୍ରରେ ଏବେ ସଂଖାଗରିଷ୍ଠ ଜନତା କ୍ଷୁଧାର ସମ୍ମୁଖୀନ ହୋଇଛନ୍ତି। ଏହାର କାରଣ ମଧ୍ୟରେ ଦେଶ ଦେଶ ମଧ୍ୟରେ ବିବାଦ, ସାମାଜିକ, ଅର୍ଥନୈତିକ, ପ୍ରାକୃତିକ ବିପର୍ଯ୍ୟୟ, ଜଳବାୟୁ ପରିବର୍ତ୍ତନ ଏବଂ ଫସଲରେ କୀଟପତଙ୍ଗ ଆକ୍ରମଣ ଆଦି ଅନ୍ୟତମ। ଏହାକୁ ଦୃଷ୍ଟିରେ ରଖି ଜି ୭ ରାଷ୍ଟ୍ର ସମୂହ ଚଳିତ ବର୍ଷ ମେ’ ମାସରେ ‘ଗ୍ଲୋବାଲ ଆଲାଏନ୍ସ ଫର ସିକ୍ୟୁରିଟିଂ’ ସ୍ଥାପନ କରିଛନ୍ତି। ଏହା ବିଶ୍ୱ କ୍ଷୁଧା ସମସ୍ୟାର ସମାଧାନ ଦିଗରେ ଜରୁରୀ ସମ୍ମିଳିତ ପଦକ୍ଷେପ ଗ୍ରହଣ ନିମନ୍ତେ ଲକ୍ଷ୍ୟ ରଖିଛି। କ୍ଷୁଧା ନିବାରଣ ରାସ୍ତା ଖୁବ୍‌ ଦୁର୍ଗମ। ବିଶ୍ୱ କ୍ଷୁଧା ମଣିଷକୃତ। ଶାସକ ଗୋଷ୍ଠୀଙ୍କ ମାନସିକତା ବଦଳରେ ହିଁ ଏହା ସମ୍ଭବ। କୃଷି ମାଧ୍ୟମରେ ସ୍ଥାନୀୟ ଖାଦ୍ୟ ସମସ୍ୟା ସମାଧାନ ଦ୍ୱାରା କ୍ଷୁଧା ମୁକ୍ତ ବିଶ୍ୱ ସମ୍ଭବ। ‘ଆତ୍ମନିର୍ଭର’ ଚେଷ୍ଟାରେ ପ୍ରତ୍ୟେକ ରାଷ୍ଟ୍ର ଏବେଠୁ ପ୍ରୟାସ ଆରମ୍ଭ କରିବା ଉଚିତ। ଋଣ ରାକ୍ଷସଠାରୁ ସର୍ବଦା ଦୂରେଇ ରହିବାର ସମୟ ଉପନୀତ। ତେଣୁ ପ୍ରତ୍ୟେକ ରାଷ୍ଟ୍ର ନିଜକୁ ଅନ୍ୟର ଦାସତ୍ୱ ବନ୍ଧନରେ ନ ବାନ୍ଧି ବନ୍ଧୁତ୍ୱର ବନ୍ଧନରେ ଯୋଡ଼ିହେବା ଉଚିତ ଏବଂ ‘ଆତ୍ମନିର୍ଭର ରାଷ୍ଟ୍ର’ର ବାନା ଉଡ଼ାଇବା ଉଚିତ।

  • ଡ. ଅଜୟ କୁମାର ପାତ୍ର
    ପରିବେଶ ବିଜ୍ଞାନୀ
    ମୋ: ୯୪୩୮୬୨୧୩୯୧

Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri