ଆସିଲା ବିଶ୍ୱ ଖୁସି ତାଲିକା: ଜାଣନ୍ତୁ ଭାରତର ସ୍ଥାନ କେଉଁଠି

ଲଣ୍ଡନ,୨୦ା୩: ବିଶ୍ୱ ଖୁସି ତାଲିକାର ୧୧୮ତମ ସ୍ଥାନରେ ଭାରତ ରହିଛି। ଗତବର୍ଷ ଭାରତ ୧୨୬ତମ ସ୍ଥାନରେ ରହିଥିବା ବେଳେ ଗୁରୁବାର ଅନ୍ତର୍ଜାତୀୟ ବିଶ୍ୱ ଖୁସି ଦିବସରେ ପ୍ରକାଶିତ ଚଳିତ ବର୍ଷର ଖୁସି ରିପୋର୍ଟରେ କିଛିଟା ଉନ୍ନତି ଦେଖାଦେଇଛି। ତଥାପି ତାଲିକାରେ ନେପାଳ, ପାକିସ୍ତାନ, ୟୁକ୍ରେନ୍‌ ଏବଂ ପାଲେଷ୍ଟାଇନ୍‌ଠାରୁ ଭାରତ ପଛରେ ରହିଛି। ଲୋକଙ୍କ ଆନନ୍ଦକୁ ଗୁରୁତ୍ୱ ଦେବା ଓ ପରସ୍ପର ମଧ୍ୟରେ ବାଣ୍ଟିବାର ପ୍ରଭାବକୁ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି।

ଫିନ୍‌ଲାଣ୍ଡ କ୍ରମାଗତ ଅଷ୍ଟମ ବର୍ଷ ପାଇଁ ସବୁଠୁ ଖୁସି ଦେଶ ରହିଥିବା ବେଳେ ଡେନ୍‌ମାର୍କ, ଆଇସ୍‌ଲାଣ୍ଡ ଏବଂ ସୁଇଡେନ୍‌ ଶୀର୍ଷ ୪ଟି ସ୍ଥାନ ବଜାୟ ରଖିଛନ୍ତି। ଅକ୍ସଫୋର୍ଡ ୟୁନିଭର୍ସିଟିର ଓ୍ବେଲ୍‌ବିଙ୍ଗ୍‌ ରିସର୍ଚ୍ଚ ସେଣ୍ଟର ସହ ଗଲପ୍‌ ଜାତିସଂଘ ସ୍ଥାୟୀ ବିକାଶ ସମାଧାନ ନେଟ୍‌ଓ୍ବର୍କ ପକ୍ଷରୁ ମିଳିତ ଭାବେ ଏହି ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି। ୨୦୨୨-୨୪ ମଧ୍ୟରେ ମତାମତ ଦେଇଥିବା ଲୋକମାନଙ୍କ ଦ୍ୱାରା ସ୍ବମୂଲ୍ୟାଙ୍କିତ ଜୀବନ ମୂଲ୍ୟାୟନ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

୬ଟି ପରୋପକାରୀ ଗୁଣର ଆକଳନ କରାଯାଇ ଭାରତକୁ ମୋଟାମୋଟି ଭାବେ ୧୧୮ତମ ର଼୍ୟାଙ୍କ୍‌ ମିଳିଛି। ଲୋକେ କିପରି ଦାନ କରୁଛନ୍ତିରେ ଏହା ୫୭ ସ୍ଥାନରେ ଥିବାବେଳେ ସ୍ବେଚ୍ଛାକୃତ ସେବାରେ ୧୦, ଅପରିଚିତଙ୍କୁ ସହାୟତା କରିବାରେ ୭୪, ପଡୋଶୀ, ଅପରିଚିତ ତଥା ପୋଲିସ ଦ୍ୱାରା ଓ୍ବାଲେଟ୍‌ ଫେରାଇବାରେ ୧୧୫ତମ ସ୍ଥାନରେ ରହିଛି। ୧୪୭ ର଼୍ୟାଙ୍କ୍‌ ସହ ଆଫଗାନିସ୍ତାନ ତାଲିକାର ସବାତଳେ ରହିଥିବାବେଳେ ନେପାଳ ୯୨, ପାକସ୍ତାନ ୧୦୯, ଶ୍ରୀଲଙ୍କା ୧୩୩ ଏବଂ ବାଂଲାଦେଶ ୧୩୪ତମ ସ୍ଥାନରେ ରହିଛି।

ବିଶ୍ୱ ଖୁସି ତାଲିକା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?