Posted inଖେଳ

ଇତିହାସରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା-ସ୍ପେନ୍‌ ମଧ୍ୟରେ ବିଶ୍ୱକପ ଫାଇନାଲ

ଆଟଲାଣ୍ଟା, ୧୬।୭: ୭ ମିନିଟ ବ୍ୟବଧାନରେ ୨ ଗୋଲ ବଳରେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା ଏଥର ପୁଣି ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଲିଓନେଲ ମେସିଙ୍କ ଦଳ ୨-୧ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି। ଫଳରେ ଇଂଲଣ୍ଡର ଅଭିଯାନ ସେମିଫାଇନାଲରୁ ଶେଷ ହୋଇଛି। ଆସନ୍ତା ରବିବାର ଇତିହାସରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା ଓ ସ୍ପେନ୍‌ ମଧ୍ୟରେ ଫାଇନାଲ ଅନୁଷ୍ଠିତ ହେବ। ପୂର୍ବରୁ ପ୍ରଥମ ସେମିଫାଇନାଲରେ ସ୍ପେନ୍‌ ୨-୦ ଗୋଲରେ ଫ୍ରାନ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା।
ମ୍ୟାଚ ଆରମ୍ଭରୁ ବେଶ୍‌ ଉତ୍ତେଜନାପୂର୍ଣ୍ଣ ରହିଥିଲା। ଫ୍ରାନ୍ସ-ସ୍ପେନ୍‌ ପ୍ରଥମ ସେମିଫାଇନାଲ ତୁଳନାରେ ଏହି ମ୍ୟାଚ କମ୍‌ କୌଶଳପୂର୍ଣ୍ଣ ଏବଂ ଅଧିକ ଫିଜିକାଲ ଟଚ୍‌ ବିଶିଷ୍ଟ ହୋଇଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିବାବେଳେ ଇଂଲଣ୍ଡ ଖେଳାଳି ୭ଟି ଓ ଆର୍ଜେଣ୍ଟିନା ଖେଳାଳି ୧୨ ଫାଉଲ ମାରିଥିବା ଏହାର ପ୍ରମାଣ। ୫୫ତମ ମିନିଟରେ ଗୋଲ ଦେଇ ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ ଇଂଲଣ୍ଡର ଆନ୍ଥୋନୀ ଗର୍ଡନ। ମୋର୍ଗାନ ରୋଜର୍ସ କ୍ରସ୍‌ପାସ୍‌ ଦେଇଥିବାବେଳେ ତତ୍‌କ୍ଷଣାତ ବଲ୍‌କୁ ଡାହାଣ ଗୋଡ଼ରେ ଗୋଲପୋଷ୍ଟକୁ ପଠାଇ ଦେଇଥିଲେ ଗର୍ଡନ। ଗୋଲ ପରିଶୋଧ ପାଇଁ ଆର୍ଜେଣ୍ଟିନା ଘନଘନ ଆକ୍ରମଣ କରିଥିଲା। ୮୫ତମ ମିନିଟରେ ଲିଓନେଲ ମେସିଙ୍କ କର୍ନର ପାସ୍‌କୁ ଗୋଲରେ ପରିଣତ କରି ଆର୍ଜେଣ୍ଟିନାର ଇଞ୍ଜୋ ଫର୍ନାଣ୍ଡେଜ ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ। ଷ୍ଟପେଜ ଟାଇମ୍‌ ୯୦+୨ ମିନିଟରେ ଲୌଟାରୋ ମାର୍ଟିନେଜଙ୍କ ହେଡର ଗୋଲ ବଳରେ ଆର୍ଜେଣ୍ଟିନା ୨-୦ରେ ଅଗ୍ରଣୀ ହୋଇ ଯାଇଥିଲା। ମେସିଙ୍କଠାରୁ ପାଇଥିବା ପାସ୍‌କୁ ସେ ହେଡ୍‌ ଜରିଆରେ ଗୋଲରେ ପରିଣତ କରିଥିଲେ। ଆର୍ଜେଣ୍ଟିନା ୧୯୭୮, ୧୯୮୬ ଓ ୨୦୨୨ରେ ଚାମ୍ପିୟନ ହୋଇଥିବାବେଳେ ୧୯୩୦, ୧୯୯୦ ଓ ୨୦୧୪ରେ ରନରଅପ୍‌ ହୋଇଥିଲା। ଅର୍ଥାତ୍‌ ପୂର୍ବରୁ ଦଳ କେବେହେଲେ ସେମିଫାଇନାଲରେ ପରାଜିତ ହୋଇ ନାହିଁ। ଇଂଲଣ୍ଡ ୧୯୬୬ରେ ଚାମ୍ପିୟନ ହୋଇଥିବାବେଳେ ୧୯୯୦ ଓ ୨୦୧୮ରେ ସେମିଫାଇନାଲରେ ପରାଜିତ ହୋଇ ଟାଇଟଲ ଦୌଡ଼ରୁ ବାଦ୍‌ ପଡ଼ିଥିଲା। ଏଥର ମଧ୍ୟ ଦଳ ସେହି ଦଶା ଭୋଗିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡି ନିଜର ବିଜନେସ୍‌ ସାମ୍ରାଜ୍ୟ ତିଆରି କରନ୍ତି ଏହି ୨ ରାଶି, ବସ୍‌ ହେବାର ରହିଛି କ୍ୱାଲିଟି…

ଅଧିକାଂଶ ଲୋକ ଚାକିରିକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ଭାବନ୍ତି। ପ୍ରତି ମାସରେ ଦରମା ମିଳୁଥାଉ, କାମ ଚାଲିଥାଉ ଏବଂ ରିସ୍କ (ବିପଦ) କମ ଥାଉ। ଏହି…

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…

ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

ଜନ୍ମାଷ୍ଟମୀରେ ମହାସଂଯୋଗ: ଚମକିବ ୫ ରାଶିର ଭାଗ୍ୟ, କାହ୍ନାଙ୍କ କୃପାରେ ହୋଇଯିବେ ମାଲାମାଲ!

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ ଚଳିତ ବର୍ଷ ୪ ସେପ୍ଟେମ୍ୱରରେ ଶ୍ରଦ୍ଧା ଓ ଉଲ୍ଲାସର ସହିତ ପାଳିତ ହେବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ଏହି ଦିନ ଧାର୍ମିକ ଆସ୍ଥା…

ବୁଧ-ମଙ୍ଗଳଙ୍କ ଯୋଗରେ ୪ ରାଶିଙ୍କ ଖୋଲିବ ଭାଗ୍ୟ, ୨ଗୁଣା କରିବେ ଇନକମ୍‌! ମାସେ ଯାଏ ଧନଯୋଗ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳବାର ୧ ସେପ୍ଟେମ୍ୱର, ୨୦୨୬ ସଂଧ୍ୟା ୬ଟା ୪୮ ମିନିଟରୁ ବୁଧ ଏବଂ ମଙ୍ଗଳ ଗ୍ରହ ପରସ୍ପରଠାରୁ ୬୦ଓ ଦୂରତାରେ ଅବସ୍ଥାନ କରିବେ,…

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ୟୁକ୍ରେନ୍‌ରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ୧୨ ମୃତ

କିଭ୍‌,୧ା୯: ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍‌ର ବିଭିନ୍ନ ସହର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri