ରାଜ୍ୟର ଭିତ୍ତିଭୂମି ଅନୁଧ୍ୟାନ ପାଇଁ ଓଡ଼ିଶା ଗସ୍ତରେ ବିଶ୍ୱବ୍ୟାଙ୍କ ଟିମ୍ 

ଭୁବନେଶ୍ୱର,୨୫।୯: ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାର ବ୍ୟାପକ ରଣନୀତି ସମ୍ପର୍କରେ ଅଧ୍ୟୟନ ଏବଂ ଏ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ବୃଦ୍ଧି ପାଇଁ ସୁପାରିଶ କରିବା ଉଦ୍ଦେଶ୍ୟରେ ଭାରତ ସରକାର, ବିଶ୍ଵବ୍ୟାଙ୍କ ସହଯୋଗରେ ଅଧ୍ୟୟନ ନିମନ୍ତେ ଓଡ଼ିଶା ସମେତ ଗୁଜରାଟ, ମଧ୍ୟପ୍ରଦେଶ ଏବଂ ମେଘାଳୟ ଭଳି ୪ ଟି ରାଜ୍ୟକୁ ଚିହ୍ନଟ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ବରିଷ୍ଠ ସରକାରୀ-ବେସରକାରୀ ସହଭାଗିତା (ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ) ବିଶେଷଜ୍ଞ ଓ ପରାମର୍ଶଦାତାଙ୍କୁ ନେଇ ଗଠିତ ବିଶ୍ୱବ୍ୟାଙ୍କର ଏକ ୫ ଜଣିଆ ଟିମ୍ ଗତକାଲି ମଙ୍ଗଳବାର ଲୋକସେବା ଭବନରେ ରାଜ୍ୟ  ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଅଂଶଗ୍ରହଣ କରି ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ପ୍ରମୁଖ ଭିତ୍ତିଭୂମି ବିଭାଗମାନଙ୍କର ସଚିବ, ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ ନିର୍ଦ୍ଦେଶାଳୟ ଏବଂ ଅର୍ଥ ବିଭାଗର ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଘରୋଇ ଅଂଶଗ୍ରହଣ ରାଜ୍ୟ ପାଇଁ ଲାଭଦାୟକ ହେଉଥିବା ସମ୍ପର୍କରେ ମତ ରଖିଥିଲେ ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗର୍ଗ ପ୍ରତିନିଧି ଦଳକୁ ଓଡ଼ିଶାର ନୂତନ ପିପିପି ନୀତି, ପିପିପି ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ ପାଇଁ ସଂସ୍ଥାଗତ ଢାଞ୍ଚା ଏବଂ ସାମାଜିକ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଘରୋଇ କ୍ଷେତ୍ରର ଅଧିକ ଅଂଶଗ୍ରହଣ ବୃଦ୍ଧି ନିମନ୍ତେ  ନିକଟରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ। ରାଜ୍ୟବାସୀଙ୍କ ଆକାଂକ୍ଷା ଏବଂ ଜାତୀୟ ଓ ବିଶ୍ଵ ସ୍ତରରେ ଓଡିଶା ବହୁମୁଖୀ ସ୍ୱୀକୃତି ପାଇଁ “ଭିଜନ୨୦୩୬” ର ଗୁରୁତ୍ଵପୂର୍ଣ ଭୂମିକା ରହିଛି ବୋଲି ସେ ମତପୋଷଣ କରିଥିଲେ ।
ଅତୀତ ଓ ବର୍ତ୍ତମାନର ପ୍ରକଳ୍ପଗୁଡିକର ସଫଳ ରୂପାୟନ ଏବଂ ଆହ୍ଵାନ ବିଷୟରେ ଅବଗତ ହେବା ଏହି ବିଶ୍ଵବ୍ୟାଙ୍କ ଦଳର ପ୍ରାଥମିକ ଲକ୍ଷ୍ୟ ।ଏହାଦ୍ଵାରା ସେମାନେରାଜ୍ୟରେ ଅନୁସରଣ କରାଯାଉଥିବା କେତେକ ସର୍ବୋତ୍ତମ ଅଭ୍ୟାସ ଉପରେ ଆଲୋକପାତ କରିବାରେ ସକ୍ଷମ ହେବେ, ଯାହିକି, ଅନ୍ୟ ରାଜ୍ୟ ତଥା ପ୍ରମୁଖ ବୈଶ୍ୱିକ ଅଂଶୀଦାରମାନଙ୍କୁ  ଜ୍ଞାନଆହରଣ ପାଇଁ ସହାୟକ ହେବ  । ଏହା ବ୍ୟତୀତ ଆବଶ୍ୟକସ୍ଥଳେ ଭବିଷ୍ୟତ ପ୍ରକଳ୍ପ ପାଇଁ ଗୁରୁତ୍ଵପୂର୍ଣ ବୈଷୟିକ ପରାମର୍ଶଦାତା ସେବା ପ୍ରଦାନ ମଧ୍ୟ ଏହି ଟିମ୍ ର ଲକ୍ଷ୍ୟ ରହିଛି ।

Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri