ଭାରତକୁ ପ୍ରଶଂସା କଲା ବିଶ୍ୱ ବ୍ୟାଙ୍କ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭।୧୦: କରୋନା ମହାମାରୀ ବିରୋଧରେ ସଫଳ ଟିକାକରଣ କାର୍ଯ୍ୟକ୍ରମ ପାଇଁ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ ମାଲପାସ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଏକ ବୈଠକରେ ସେ ଟିକା ଉତ୍ପାଦନ ତଥା ବିତରଣରେ ଅନ୍ତର୍ଜାତୀୟସ୍ତରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି।

ସୀତାରମଣଙ୍କ ସହ ତାଙ୍କର ସାକ୍ଷାତ ସମୟରେ ମାଲପାସ ୱାଶିଂଟନ ଭିତ୍ତିକ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନର ଆନ୍ତର୍ଜାତୀକ ଅର୍ଥ ନିଗମ ଏବଂ ବହୁପକ୍ଷୀୟ ନିବେଶ ଗ୍ୟାରେଣ୍ଟି ଏଜେନ୍ସି ସମେତ ବିଶ ବ୍ୟାଙ୍କ ଗ୍ରୁପର ସମସ୍ତ ସଂସ୍ଥା ମଧ୍ୟରେ ଭାରତ ସହିତ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିଶ୍ୱ ବ୍ୟାଙ୍କ ଏକ ବିବୃତ୍ତି ଜାରି କରି କହିଛି ଯେ ଜଳବାୟୁ ପରିବର୍ତ୍ତନ ନେଇ ଭାରତର ଉଦ୍ୟମ ଉପରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି।

ଏସବୁ ବ୍ୟତୀତ ଡେଭିଡ ଅନ୍ତର୍ଜାତୀୟ ବିକାଶ ଆସୋସିଏଶନରେ ଭାରତର ସକ୍ରିୟ ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ଭବିଷ୍ୟତରେ ମଧ୍ୟ ଭାରତ ଏଭଳି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ବାର୍ତ୍ତାଳାପ ସମୟରେ ଭାରତୀୟ ଅର୍ଥନୀତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଖୁସି ବ୍ୟକ୍ତ କରିଛନ୍ତି ଯେ ସମୟ ସହିତ ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛି। ସେ କହିଛନ୍ତି ଯେ ବିଶ୍ୱ ବ୍ୟାଙ୍କରୁ ଭାରତ ସବୁ ପ୍ରକାର ସହାୟତା ପାଇ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ଳୀଳ ମେସେଜ୍‌ ପଠାଉଥିଲେ ବସ୍‌: ମହିଳା କର୍ମଚାରୀ କଲେ ଏପରି….

ବେଜିଂ,୧୫।୪: ଚାଇନାର ଏକ ସରକାରୀ ଅଫିସର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା କର୍ମଚାରୀ ଅଫିସରେ ଚେୟାରରେ ବସିଥିବା ବସ୍‌ଙ୍କୁ...

ବିମାନ ଦୁର୍ଘଟଣାରେ ୪୦ ମୃତ

କାଠମାଣ୍ଡୁ,୧୫ା୧: ରବିବାର ନେପାଳର ପୋଖରାଠାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିମାନରେ ୪ କ୍ରୁ ସଦସ୍ୟଙ୍କୁ ମିଶାଇ...

ଏଲିଅନ୍‌ ଆତଙ୍କ: ଆମେରିକା ନୌବାହିନୀ ଯୁଦ୍ଧପୋତ ଉପରେ ଉଡ଼ିବୁଲିଲା ୧୪ ୟୁଏଫ୍‌ଓ…

ଓ୍ବାଶିଂଟନ,୩୦।୫: ଏଲିଅନ୍‌ଙ୍କୁ ନେଇ ଆମେରିକାର ଡେଲି ମେଲ୍‌ ଡଟ୍‌ କମ୍‌ରେ ଫିଲ୍ମ ମେକର ଜେରେମି କୋରଓ୍ବେଲଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୪୬ ସେକେଣ୍ଡର ଏକ ଭିଡ଼ିଓ...

ହିନ୍ଦୁଜା ଗ୍ରୁପ୍‌ ଅଧ୍ୟକ୍ଷଙ୍କ ପରଲୋକ

ଲଣ୍ଡନ,୧୮।୫: ଲଣ୍ଡନରେ ବୁଧବାର ହିନ୍ଦୁଜା ଗ୍ରୁପ୍‌ ଅଧ୍ୟକ୍ଷ ଶ୍ରୀଚାନ୍ଦ ପରମାନନ୍ଦ ହିନ୍ଦୁଜାଙ୍କ ପରଲୋକ ଘଟିଛି। ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ୪ ଭାଇଙ୍କ ମଧ୍ୟରେ...

୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୦,୩୮୬

ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ହେଲେ ଆଉ ଏକ ଖୁସି ଖବର ହେଉଛି ଯେ ଗତ ୨୪ ଘଣ୍ଟା...

ଚାଇନାର ମିଥ୍ୟା ପ୍ରଚାର: ଭାରତ ଯୋଗୁ ବ୍ୟାପିଛି କରୋନା

ବେଜିଂ,୨୮।୧୧: ଚାଇନା ଏବେ ଭାରତ ବିରୋଧରେ ମିଥ୍ୟା ପ୍ରଚାର ଆରମ୍ଭ କରିଛି। ଉହାନ ସହର କରୋନାର ଏନ୍ତୁଡ଼ିଶାଳ ପାଲଟିଥିବାବେଳେ ଚାଇନା ଭାରତରୁ କରୋନାର ସଂକ୍ରମଣ ପୃଥିବୀରେ...

ଏସ୍‌ସିଓ ନୂଆ କ୍ଷମତାକେନ୍ଦ୍ର

ସମରକନ୍ଦ,୧୭।୯: ସୋଭିଏଟ୍‌ ସଂଘର ପୂର୍ବତନ ସଦସ୍ୟ ଉଜ୍‌ବେକିସ୍ତାନରେ ଚାଲିଥିବା ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ଏହାକୁ ନୂଆ...

୧୦ ଟଙ୍କିଆ ଏହି ପୁରୁଣା ନୋଟ ଥିଲେ ହୋଇଯିବେ ମାଲାମାଲ୍‌: ଜାଣନ୍ତୁ ଏହା ବଦଳରେ ପାଇବେ ଏତିକି ଟଙ୍କା

ଲୋକମାନେ ଏବେ ଆଉ ହାତରେ ଟଙ୍କା କାରବାର କରିବାକୁ ପସନ୍ଦ କରୁ ନାହାନ୍ତି। ଡିଜିଟାଲ ଯୁଗରେ ଅନ୍‌ଲାଇନ୍‌ ଟଙ୍କା କାରବାର କରିବାକୁ ସମସ୍ତେ ଭଲ ପାଉଛନ୍ତି।...

Advertisement
Archives

Model This Week