ବିଶ୍ବ କଳା ଦିବସ: କଳା ବଦଳିଲେ ବି ସତ୍ୟ ଲୁଚିବ ନାହିଁ

ବରଗଡ଼, ୧୭।୪(ପ୍ରେମାନନ୍ଦ ଖମାରୀ): ପ୍ରତିଟି ମଣିଷ ଭିତରେ ଆତ୍ମ ଅଭିବ୍ୟକ୍ତି ଓ ଆତ୍ମପ୍ରତିଷ୍ଠାର ମୋହ ରହିଛି। ଅର୍ଥାତ୍ ମଣିଷ ସର୍ବଦା ଚାହୁଁଥାଏ ଯେ, ଯାହା ଅଛି ସେ ତାହାଠାରୁ ଅଧିକ ହୋଇ ଦୁନିଆରେ ନିଜକୁ ସାବ୍ୟସ୍ତ କରିବ। ତେଣୁ ଅନ୍ୟମାନଙ୍କ ପରି କଳାକାର ମଧ୍ୟ ତାର କଳା ମାଧ୍ୟମରେ ନିଜଠାରୁ ଅଧିକ ହୋଇ ବିବିଧ ବିଷୟରେ ଉନ୍ନତ ସୌନ୍ଦର୍ଯ୍ୟ ଓ ଅର୍ଥ ଫୁଟାଇବାକୁ ଚେଷ୍ଟାକରେ। ଏଥିପାଇଁ ସେ କେତେବେଳେ ପ୍ରକୃତି ତ ପୁଣି କେବେ ସାମାଜିକ ଚେତନାର ଆଶ୍ରୟ ନେଇଥାଏ। କଳାକାର କୁତ୍ସିତ ଓ ଅସୁନ୍ଦରକୁ ସୁନ୍ଦର କରି ଗଢ଼ି ତୋଳିବାର ପ୍ରୟାସ କରିଥାଏ ବୋଲି ବରଗଡ଼ ମହିଳା ସମିତି ପକ୍ଷରୁ ଆୟୋଜିତ ବିଶ୍ଵ କଳା ଦିବସ ପାଳନ ସମାରୋହରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଏହି ଉତ୍ସବରେ ବରଗଡ଼ ତହସିଲଦାର ସୋନାଲି ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ସମାଜ ଓ କଳା ଶୀର୍ଷକ ଆଲୋଚନାରେ ସ୍ୱନାମଧନ୍ୟ ଚିତ୍ରଶିଳ୍ପୀ ରାଜେନ୍ଦ୍ର ସିକନ୍ଦର ଓ ଅଶୋକ କୁମାର ଦାଶ ମୁଖ୍ୟ ଆଲୋଚକ ଭାବରେ ଅଂଶଗ୍ରହଣ କରି ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ସାମାଜିକ କୁରୀତି ଗୁଡ଼ିକୁ ନୂତନ ଚେତନାର ସ୍ପର୍ଶରେ ସଜାଡ଼ି ସମାଜକୁ ଠିକ୍ ବାଟକୁ ଆଣିବା ପାଇଁ ଚିତ୍ରଶିଳ୍ପୀ ସର୍ବଦା ଚେଷ୍ଟା କରିଥାଏ ବୋଲି ସିକନ୍ଦର କହିଥିଲେ । ଅନ୍ୟପକ୍ଷରେ କଳା କେବେ ବି ପ୍ରଦର୍ଶନ ବା ପ୍ରଖ୍ୟାପନର ମୋହ ନେଇ ସୃଷ୍ଟି ହୋଇ ନଥିଲା। ସେ ଥିଲା ଜୀବନଧାରଣର ଉତ୍ସ ଓ ପ୍ରେରଣା ଏବଂ ଏହା ମଣିଷର ଦୈନନ୍ଦିନ ଜୀବନ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ରହି ଆସିଛି ବୋଲି ଦାଶ ମତପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ପଟ୍ଟନାୟକ କହିଲେ ଯେ, ନଗରୀକରଣ, ସମାଜର ଅସ୍ଥିରତା, ସମ୍ପର୍କରେ ଫାଟ ଆସିବା ସହ ମଣିଷ ବଜାରରେ ଫିଙ୍ଗିହୋଇ ତା ମଧ୍ୟରେ କଳାକୁ ନୂଆନୂଆ ରୂପେ ଗଢ଼ିବାରେ ଲାଗିଛି। ଆମେ ଆଧୁନିକ କଳାରେ ଦେଖିବା ମଣିଷର ଜୀବନର ଗତି ଅନୁସାରେ କଳା ମଧ୍ୟ ନିଜକୁ ଖାପଖୁଆଇ ସାମିଲ କରିନେଇଛି। ତେଣୁ ପ୍ରତିଟି ଯୁଗରେ ଦାର୍ଶନିକ ମାନଙ୍କ କଳା ଓ ସଂଜ୍ଞା ଆଦି ଅନେକାଂଶରେ ବଦଳି ଗଲେ ମଧ୍ୟ ଚିରନ୍ତନ ସତ୍ୟକୁ ଆମେ ଏଡ଼ାଇ ଯାଇ ପାରିବା ନାହିଁ ।

ଏହି ଅବସରରେ ଅନୁଷ୍ଠିତ ଚିତ୍ରକଳା ପ୍ରଦର୍ଶନୀରେ ସ୍କୁଲ ଅଫ ଫାଇନ୍ ଆର୍ଟ ଏବଂ କଳା କଳ୍ପନା ଚିତ୍ରକଳା ଅନୁଷ୍ଠାନର ଛାତ୍ରମାନେ ସେମାନଙ୍କ କଳା ନିପୁଣତା ପ୍ରଦର୍ଶନ କରିଥିଲେ । ସେମାନଙ୍କୁ ମହିଳା ସମିତି ପକ୍ଷରୁ ପ୍ରଶଂସା ପତ୍ର ଓ ସ୍ମାରକ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦିକା ସୁଧାଂଶୁବାଲା ଦାସ, ବରିଷ୍ଠ ସଭ୍ୟା ଗୀତା ମିଶ୍ର, କନକ ପ୍ରଧାନ, ଡ଼ା. କମଳିନୀ ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ । ଉତ୍ସବରେ ସମିତିର ସଭାନେତ୍ରୀ ଅଞ୍ଜନା ଦାସ ସଭାପତିତ୍ବ କରିଥିବା ବେଳେ ମମତା ମିଶ୍ର ଅତିଥି ପରିଚୟ ପ୍ରଦାନ, ପ୍ରୀତି ଗୁରୁ ସଭାକାର୍ଯ୍ୟ ପରିଚାଳନା ଏବଂ ପରିଶେଷରେ ରାଧାରାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଅପେକ୍ଷା ଅଧିକ ବୃଦ୍ଧି ପାଉଛି ରୂପା ମୂଲ୍ୟ, ପ୍ରଥମ ଥର ଟପିଲା ୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୫।୧୨: ସୁନା ଅପେକ୍ଷା ରୂପା ଦରରେ ଅଧିକ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି। ଡିସେମ୍ବର ୧୨ ତାରିଖରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ରୂପା ଦର...

ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ ମା’-ପୁଅ: ଏବେ ଜେଲ୍‌ରେ…

ଦିଗପହଣ୍ଡି,୧୫।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଏସ୍‌.ଚାଞ୍ଚଡାପଲ୍ଲୀ ଗ୍ରାମର ଗଗନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ ପାତ୍ରଙ୍କୁ ଘରେ ପଶି...

୯ ଘଣ୍ଟା ହେବ ବିଦ୍ୟୁତ୍‌ କାଟ: ଏହି ଦିନ ସକାଳ ୮ଟାରୁ କଟିଯିବ….

ବରଗଡ଼,୧୫।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ଭଟଲି ଏବଂ ଘେଁସ ଗ୍ରୀଡ ସବଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ...

ଶୀତରେ ଥରୁଛି ଖଜୁରିପଡ଼ା: ତାପମାନ ଯନ୍ତ୍ର ବସାଇବାକୁ ଦାବି

ଖଜୁରିପଡ଼ା, ୧୫ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ୍‌ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ବେଶୀ ଅନୁଭୂତ ହେଉଛି।...

ସ୍ବାମୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରୁଥିଲେ ସ୍ତ୍ରୀ… ଜଣାପଡ଼ିବା ପରେ ଘଟିଗଲା ଏମିତି

ନୂଆଦିଲ୍ଲୀ,୧୫।୧୨: ମହିଳାଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ ଏକ ସାଧାରଣ ଘଟଣା। କିନ୍ତୁ ଗାଜିପୁରର ମହମ୍ମଦାବାଦରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଅଶ୍ଳୀଳ ଫଟୋ...

ଶେଫାଳି ବର୍ମା ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୫ା୧୨: ଭାରତ ଓପନର ଶେଫାଳି ବର୍ମା ନଭେମ୍ୱର ମାସ ପାଇଁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ...

New Labour Law: ସପ୍ତାହକୁ ମିଳିବ କି ୩ଦିନ ଛୁଟି? କଣ କହିଲା ଶ୍ରମ ମନ୍ତ୍ରଣାଳୟ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୧୨: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରୁ ଅଫିସ୍ ପର୍ଯ୍ୟନ୍ତ, ଲୋକଙ୍କ ମନରେ ସମାନ ପ୍ରଶ୍ନ ଘୂରି ବୁଲୁଛି ଯେ, ଭାରତରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ...

ମେସିଙ୍କ କ୍ରିକେଟ୍‌ କ୍ରେଜ୍‌: ବଡ଼ ଉପହାର ଦେଲେ ଜୟ ଶାହା

ନୂଆଦିଲ୍ଲୀ, ୧୫।୧୨: ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ତାଙ୍କ ଗୋଟ ଇଣ୍ଡିଆ ଟୁର୍‌ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri