Posted inଖେଳ

DC vs RR: ସୁପର ଓଭରର ରୋମାଞ୍ଚରେ ଜିତିଲା ଦିଲ୍ଲୀ, ଟ୍ରିଷ୍ଟାନ ଷ୍ଟବସ୍ ଛକା ମାରି ଜିତାଇଲେ…

ନୂଆଦିଲ୍ଲୀ,୧୭ା୪: ଚଳିତ ଆଇପିଏଲ୍‌ରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଓ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଦିଲ୍ଲୀ ପ୍ରତିପକ୍ଷ ରାଜସ୍ଥାନ ଆଗରେ ୧୮୯ ରନର ଟାର୍ଗେଟ ଧାର୍ଯ୍ୟ କରିଛି। ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ୫ ମ୍ୟାଚରୁ ୪ଟିରେ ବିଜୟ ହାସଲ କରି ସାରିଛି। ଫଳରେ ଏହି ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ୬ ମ୍ୟାଚ ଖେଳିଥିବାବେଳେ ୪ଟିରେ ପରାଜିତ ହୋଇ ସଂଘର୍ଷ କରୁଛି। ତେଣୁ ଏହି ମ୍ୟାଚ ରାଜସ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଛି।

ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀକୁ ଜେକ ଫ୍ରେଜର-ମ୍ୟାକଗର୍କ ଓ ଅଭିଷେକ ପୋରେଲ ବିସ୍ଫୋରକ ଆରମ୍ଭ ଦେଇଥିଲେ। ଦୁହେଁ ୨.୩ ଓଭରରେ ୩୪ ରନ ଯୋଡ଼ିଥିଲେ। ମ୍ୟାକଗର୍କ (୯) ପ୍ରଥମ ବ୍ୟାଟର ଭାବେ ଆଉଟ୍‌ ହୋଇଥିବାବେଳେ ଗତ ମ୍ୟାଚରେ ବିସ୍ଫୋରକ ଅର୍ଦ୍ଧଶତକ ସହ ଆଇପିଏଲ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବା କରୁନ ନାୟକ ଦୁର୍ଭାଗ୍ୟବଶତଃ ଖାତା ଖୋଲିବା ପୂର୍ବରୁ ରନଆଉଟ୍‌ ହୋଇଥିଲେ। ଏହାପରେ ପୋରେଲ ଓ ଲୋକେଶ ରାହୁଲ ତୃତୀୟ ଉଇକେଟରେ ୬୩ ରନ ଯୋଡ଼ିଥିଲେ। ଦୁଇ ସେଟ୍‌ ବ୍ୟାଟର କ୍ରମାଗତ ବ୍ୟବଧାନରେ ଆଉଟ୍‌ ହୋଇଥିଲେ। ରାହୁଲ ୨ ଲେଖାଏ ଚୌକା ଓ ଛକା ସହିତ ୩୮ ଏବଂ ପୋରେଲ ୫ ଚୌକା ଓ ୧ ଛକା ସହିତ ୪୯ ରନ କରି ପାଭିଲିଅନ ଫେରିଥିଲେ। ଅଧିନାୟକ ଅକ୍ଷର ପଟେଲ ୧୪ ବଲରେ ୪ ଚୌକା ଓ ୨ ଛକା ସହିତ ୩୪ ରନ କରି ଆଉଟ୍‌ ହୋଇଥିଲେ। ଶେଷ ଆଡ଼କୁ ଟ୍ରିସ୍ତାନ ଷ୍ଟବ୍ସ ୧୮ ବଲରେ ୨ ଲେଖାଏ ଚୌକା ଓ ଛକା ସହିତ ୩୪ ଏବଂ ଆଶୁତୋଷ ଶର୍ମା ୨ ଚୌକା ସହିତ ୧୫ ରନ କରି ଅପରାଜିତ ରହିଥିଲେ। ଫଳରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୮୮ ରନ କରିବାକୁ ସକ୍ଷମ ହୋଇଥିଲା। ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚ୍ଚର ଦୁଇ ଉଇକେଟ ନେଇଥିବା ବେଳେ ମହିଶ ଥିକ୍ଷଣା ଓ ଓ୍ବାନିନ୍ଦୁ ହାସାରଙ୍ଗା ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ: ୨୦ ଓଭରରେ ୧୮୮/୫ (ଅଭିଷେକ ପୋରେଲ-୪୯, ଲୋକେଶ ରାହୁଲ-୩୮, ଅକ୍ଷର ପଟେଲ-୩୪, ଟ୍ରିସ୍ତାନ ଷ୍ଟବ୍ସ-୩୪*, ଜୋଫ୍ରା ଆର୍ଚ୍ଚର-୨/୩୨, ଓ୍ବାନିନ୍ଦୁ ହସରଙ୍ଗା-୧/୩୮)।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri