ପ୍ରାଣୀଙ୍କ ଉପସ୍ଥିତି ଅପରିହାର୍ଯ୍ୟ

ପରିବେଶର ସୁରକ୍ଷା ଏବଂ ମାନବ ସୁସ୍ଥତା ପାଇଁ ପ୍ରାଣୀମାନେ ପ୍ରକୃତିର ସମାନ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ପ୍ରକୃତିର ପରିବେଶକୁ ସନ୍ତୁଳିତ କରିବା ପାଇଁ ଇକୋସିଷ୍ଟମରେ ଥିବା ସମସ୍ତ ପ୍ରାଣୀ ଏକତ୍ରିତ ହୋଇଥାନ୍ତି। କେତେକ ପ୍ରାଣୀ ଆମକୁ ପୋଷକତତ୍ତ୍ୱ ଆଣିବାରେ ସାହାଯ୍ୟ କରୁଥିବାବେଳେ ଅନ୍ୟମାନେ ଅଙ୍ଗାରକାମ୍ଳ ଏବଂ ନାଇଟ୍ରୋଜେନ୍‌ ଚକ୍ରକୁ ତ୍ୱରାନ୍ବିତ କରିଥାନ୍ତି।
ସେମାନଙ୍କ ଅବଦାନକୁ ଅଣଦେଖା କରିବା ଉଚିତ ନୁହେଁ। ସମସ୍ତ ପ୍ରାଣୀଙ୍କ ପାଇଁ ବିଶ୍ୱରେ ଏକ ଉତ୍ତମ ସ୍ଥାନ ଦେବାକୁ ଚେଷ୍ଟା କରିବା ଜରୁରୀ। ଏହାକୁ ଦୃଷ୍ଟିରେ ରଖି ପ୍ରାଣୀଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅକ୍ଟୋବର ୪ରେ ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ ପାଳିତ ହୋଇଥାଏ।
ପ୍ରାଣୀ କଲ୍ୟାଣ ଦିବସ ୧୯୨୫ ମସିହାରୁ ଆରମ୍ଭ ହୋଇଥିଲା। ସାଇନୋଲୋଜିଷ୍ଟ ହେନ୍‌ରିଚ୍‌ ଜିମର୍ମନ ୨୪ ମାର୍ଚ୍ଚ ୧୯୨୫ରେ ଜର୍ମାନୀର ବର୍ଲିନ ସ୍ଥିତ ସ୍ପୋର୍ଟସ ପ୍ୟାଲେସ୍‌ରେ ପ୍ରଥମ ବିଶ୍ୱ ପ୍ରାଣୀ ଦିବସ ଆୟୋଜନ କରିଥିଲେ। ପଶୁମାନଙ୍କ କଲ୍ୟାଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରଥମ କାର୍ଯ୍ୟକ୍ରମରେ ୫୦୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ୧୯୨୯ରେ ଏହାକୁ ୪ ଅକ୍ଟୋବରକୁ ସ୍ଥାନାନ୍ତରିତ କରାଯାଇଥିଲ॥
ପ୍ରାଣୀ କଲ୍ୟାଣକାରୀ ସଂସ୍ଥା ନେଚର ୱାଚ୍‌ ଫାଉଣ୍ଡେଶନ ୨୦୦୩ରେ ପ୍ରଥମ ବିଶ୍ୱ ପ୍ରାଣୀ ଦିବସ ୱେବ୍‌ସାଇଟ ଲଞ୍ଚ୍‌ କରିଥିଲା। ପଶୁ ଅଧିକାର ଏବଂ କଲ୍ୟାଣ ପାଇଁ ଏହା ଏକ ଅନ୍ତର୍ଜାତୀୟ ଦିବସ। ଏହି ଦିନଟି ପ୍ରାଣୀ ପ୍ରେମୀ ଦିବସ ଭାବରେ ମଧ୍ୟ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

ଆମେରିକା-ଇରାନ ଯୁଦ୍ଧରେ ମଧ୍ୟସ୍ଥତା କରିବା ପରେ ଏତେ ବଡ଼ ପୁରସ୍କାର ମାଗିଦେଲା ପାକିସ୍ତାନ, ସାରା ବିଶ୍ୱ ଚକିତ

ଇସଲାମାବାଦ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତିରେ ସାମିଲ ହେବାରେ ପାକିସ୍ତାନ ଅତ୍ୟନ୍ତ ଖୁସି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଏହି ସଙ୍କଟକୁ ଏଡାଇବାରେ ଇସଲାମାବାଦ…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri