କାର୍ଯ୍ୟସ୍ଥଳୀରେ ଶ୍ରମିକଙ୍କ ସୁରକ୍ଷା

ଅନିଲ କୁମାର ନନ୍ଦ

 

ଭାରତରେ ମାର୍ଚ୍ଚ ୪ ତାରିଖକୁ ୧୯୭୨ ମସିହାରୁ ଜାତୀୟ ସୁରକ୍ଷା ଦିବସ ରୂପେ ପାଳନ କରାଯାଇ ଆସୁଅଛି। ସୁରକ୍ଷିତ କାର୍ଯ୍ୟ ପ୍ରତି କର୍ମଚାରୀ, ଶ୍ରମିକ ତଥା ସାଧାରଣ ଜନତାଙ୍କ ପ୍ରତିବଦ୍ଧତା ଏବଂ ସୁରକ୍ଷିତ କାର୍ଯ୍ୟ ସଂସ୍କୃତି ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଏହି ବର୍ଷ ଆମେ ୫୧ତମ ସୁରକ୍ଷା ଦିବସ ପାଳନ କରୁଅଛୁ। ଏ ବର୍ଷର ବାର୍ତ୍ତା ହେଉଛି ସୁରକ୍ଷା ସଂସ୍କୃତିର ବିକାଶ ହେତୁ ଯୁବବର୍ଗଙ୍କୁ ପ୍ରୋତ୍ସାହିତ କରନ୍ତୁ।
ଦ୍ରୁତ ଶିଳ୍ପାୟନ ଏବଂ ସୁଗମ ବ୍ୟବସାୟିକ ବାତାବରଣ ସଙ୍ଗେ ସଙ୍ଗେ କାର୍ଯ୍ୟସ୍ଥଳରେ ଶ୍ରମିକମାନଙ୍କ ସୁରକ୍ଷା ଏକ ପ୍ରମୁଖ ଆହ୍ବାନ ରୂପେ ଉଭା ହୋଇଛି। ମାନବ ଜୀବନ ଅମୂଲ୍ୟ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତିଟି ଶ୍ରମିକଙ୍କର ପରିବାର ପାଇଁ ଏକ ଅପୂରଣୀୟ କ୍ଷତି। ଅସୁରକ୍ଷିତ କାର୍ଯ୍ୟସ୍ଥଳ ଓ ଅସାବଧାନ କାର୍ଯ୍ୟ ହିଁ ମୁଖ୍ୟତଃ କାରଖାନାରେ ଘଟୁଥିବା ଦୁର୍ଘଟଣାଗୁଡ଼ିକର କାରଣ। ଶ୍ରମିକମାନଙ୍କ ମଧ୍ୟରେ ସୁରକ୍ଷା ସଚେତନତା, ବୈଷୟିକ ଜ୍ଞାନକୌଶଳ ଏବଂ ପ୍ରଶାସନିକ ନିୟନ୍ତ୍ରଣ ଦ୍ୱାରା କାରଖାନାରେ ଘଟୁଥିବା ଦୁର୍ଘଟଣାଗୁଡ଼ିକୁ ରୋକାଯାଇପାରିବ।
ଆମ ରାଜ୍ୟରେ ୪୮୦୦ଟି ପଞ୍ଜୀକୃତ କାରଖାନା ରହିଛି; ଯେଉଁଥିରେ ପ୍ରାୟ ୫, ୭୫,୦୦୦ ଶ୍ରମିକ ଓ କର୍ମଚାରୀ କାର୍ଯ୍ୟରତ। କାରଖାନାଗୁଡ଼ିକରେ ଶ୍ରମିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ କାରଖାନା ଅଧିନିୟମ ୧୯୪୮ ତଥା ଓଡ଼ିଶା କାରଖାନା ନିୟମାବଳୀ, ୧୯୫୦ରେ ବ୍ୟବସ୍ଥା କରାଯାଇଛି। ରାଜ୍ୟ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ କାରଖାନାଗୁଡ଼ିକରେ ଉପରୋକ୍ତ ସୁରକ୍ଷା ନିୟମଗୁଡ଼ିକ ପାଳନର ତଦାରଖ କରିଥାନ୍ତି। କାରଖାନା ଅଧିନିୟମର ଧାରା ୭(କ)ଅନୁଯାୟୀ ପ୍ରତ୍ୟେକ ଶ୍ରମିକ ତଥା କର୍ମଚାରୀଙ୍କୁ ଏକ ସୁରକ୍ଷିତ ଏବଂ ସୁସ୍ଥ କାର୍ଯ୍ୟସ୍ଥଳ ଯୋଗାଇବା କାରଖାନା ମାଲିକମାନଙ୍କ ଦାୟିତ୍ୱ ଏବଂ ଧାରା ୪୧(ଜ) ପ୍ରତ୍ୟେକ ଶ୍ରମିକଙ୍କୁ ନିଜ ତଥା କାରଖାନାରେ ଅନ୍ୟ ଶ୍ରମିକମାନଙ୍କ ସୁରକ୍ଷା ନିମନ୍ତେ ମାଲିକଙ୍କୁ ଅବଗତ କରାଇବା ଅଧିକାର ଦେଇଥାଏ।
ଆମ ରାଜ୍ୟରେ ବିଗତ ବର୍ଷଗୁଡ଼ିକରେ କାରଖାନାରେ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ନେଇଛନ୍ତି। ଫଳସ୍ବରୂପ ୨୦୦୯ରେ ୧୨୨ଟି ଦୁର୍ଘଟଣାଜନିତ ମୃତ୍ୟୁ ଘଟିଥିବାବେଳେ ଏହା ହ୍ରାସ ପାଇଁ ୨୦୨୧ରେ ୩୭ରେ ପହଞ୍ଚତ୍ପାରିଛି। ଏହା ଏକ ସଫଳ ରୂପାୟନ । କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ଏଥିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ରାଜ୍ୟ ସରକାର ଦୁର୍ଘଟଣା ରୋକିବା ନିମନ୍ତେ ୧୦ସୂତ୍ରୀ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି ଏବଂ କାରଖାନାଗୁଡ଼ିକ ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତନ୍ମଧ୍ୟରେ ସୁରକ୍ଷା ମୋବାଇଲ ଆପ୍‌ ଅନ୍ୟତମ। ଏହା ମାଧ୍ୟମରେ କାରଖାନାରେ ଅସୁରକ୍ଷିତ କାର୍ଯ୍ୟଗୁଡ଼ିକ ବାବଦରେ ଶ୍ରମିକମାନେ ସହଜରେ ଉପରିସ୍ଥ କର୍ମଚାରୀ ଏବଂ ସୁରକ୍ଷାରେ ନିୟୋଜିତ ଅଧିକାରୀଙ୍କୁ ଅବଗତ କରିପାରୁଛନ୍ତି। ଏତଦ୍‌ବ୍ୟତୀତ ରାଜ୍ୟ ସରକାର ଦୁର୍ଘଟଣାଗୁଡ଼ିକର ଅନ୍‌ଲାଇନ୍‌ ରିପୋର୍ଟିଂ ଏବଂ ଏଗୁଡ଼ିକର କାରଣ ବିଶ୍ଲେଷଣ, ତ୍ୱରିତ୍‌ ପଦକ୍ଷେପ ପାଇଁ ‘ଆକ୍ସିଡେଣ୍ଟ ମନିଟରିଂ ସିଷ୍ଟମ୍‌’ ନାମକ ଏକ ଅନ୍‌ଲାଇନ୍‌ ପୋର୍ଟାଲ ମଧ୍ୟ କରିଛନ୍ତି। କାରଖାନା ଏବଂ ବାଷ୍ପିତ୍ର ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ପ୍ରତ୍ୟେକ ମାସରେ ଘଟୁଥିବା ଦୁର୍ଘଟଣାଗୁଡ଼ିକର ସମୀକ୍ଷା କରୁଛନ୍ତି। ଏହା ଦୁର୍ଘଟଣା ହ୍ରାସ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏତଦ୍‌ବ୍ୟତୀତ ନିର୍ଦ୍ଦେଶାଳୟ ୨୩ଟି ସେବାକୁ ସମ୍ପୂର୍ଣ୍ଣ ଅନ୍‌ଲାଇନ ପୋର୍ଟାଲ ‘ରେଶ୍ରମ’ ମାଧ୍ୟମରେ ଯୋଗାଉଛି। ଏହା ବ୍ୟବସ୍ଥାରେ ସ୍ବଚ୍ଛତା, ପାରଦର୍ଶିତା ସଙ୍ଗେ ସଙ୍ଗେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେବା ଯୋଗାଇବାରେ ସହାୟକ ହୋଇଛି। କାରଖାନାଗୁଡ଼ିକରେ ସୁରକ୍ଷାକୁ ପ୍ରୋତ୍ସାହନ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ କାଟାଗୋରୀ ଉତ୍କୃଷ୍ଟ ସୁରକ୍ଷା ପୁରସ୍କାରର ବ୍ୟବସ୍ଥା ମଧ୍ୟ କରିଛନ୍ତି।
ସହ ନିର୍ଦ୍ଦେଶକ, କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ (ସୁରକ୍ଷା) ରାଜ୍ୟ ସରକାରଙ୍କ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri