Posted inଜାତୀୟ

୮୨% ଭାରତୀୟଙ୍କ ମତ: ଗୁରୁତ୍ୱ ହରାଇବ କାର୍ଯ୍ୟସ୍ଥଳ

ନୂଆଦିଲ୍ଲୀ,୨୪ା୭:ମହାମାରୀ କରୋନା ଯୋଗୁ ବିଭିନ୍ନ କାର୍ଯ୍ୟ ଘରେ ରହି କରିବାକୁ ପଡ଼ୁଛି। ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟକୁ ଲୋକମାନେ କାର୍ଯ୍ୟସ୍ଥଳକୁ ନ ଯାଇ ଘରେ ରହି କରୁଛନ୍ତି। ଏଭଳି ସ୍ଥିତିରେ ୮୨ ପ୍ରତିଶତ ଲୋକ ମହାମାରୀ ପରେ କାର୍ଯ୍ୟସ୍ଥଳୀ ଗୁରୁତ୍ୱ ହରାଇବ ବୋଲି ମତ ଦେଇଛନ୍ତି। କରାଯାଇଥିବା ସର୍ଭେରେ ମୋଟ ୩୪ ହଜାର ଲୋକଙ୍କ ମତାମତ ଗ୍ରହଣ କରାଯାଇଥିଲା। ବିଭିନ୍ନ ଆଇଟି କମ୍ପାନୀର କର୍ମଚାରୀଙ୍କୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଘରେ ରହି କାମ କରିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ଏଭଳି ସର୍ଭେ କରାଯାଇଥିଲା। କର୍ମଚାରୀମାନଙ୍କ ସୁରକ୍ଷା ଲାଗି ଇନ୍‌ଫୋସିସ୍‌,ଫୁଜିଟ୍‌ସୁ ଭଳି କମ୍ପାନୀ ଘରେ ରହି କାମ କରିବାକୁ କହିଛନ୍ତି। ମାର୍ଚ୍ଚ ପରଠାରୁ ଦେଶର ବିଭିନ୍ନ ସଂସ୍ଥା କର୍ମଚାରୀଙ୍କୁ ଘରେ ରହି କାମ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଲକ୍‌ଡାଉନ୍‌ ଲାଗୁ ହେବା ପରେ ଅଫିସ୍‌ ଆସି କାର୍ଯ୍ୟ କରିବା ଏକପ୍ରକାର ବନ୍ଦ ହୋଇଯାଇଥିଲା।
ଲେନୋଭୋର ଗ୍ଲୋବାଲ ରିସର୍ଚ୍ଚ ରିପୋର୍ଟରେ ଅଧିକାଂଶ ଭାରତୀୟ ଘରେ ରହି କାର୍ଯ୍ୟ କରିବାକୁ ଅଧିକ ପସନ୍ଦ କରିଛନ୍ତି। ଅଫିସ୍‌ ବା କାର୍ଯ୍ୟସ୍ଥଳୀ ପ୍ରତି ସେମାନେ ସେତେ ଆଗ୍ରହୀ ନ ଥିବା ପ୍ରକାଶ କରିଛନ୍ତି। ଲାପ୍‌ଟପ୍‌, ଡେସ୍କଟପ୍‌ କମ୍ପ୍ୟୁଟର ସହ ସେମାନେ କାର୍ଯ୍ୟସ୍ଥଳୀ ଅପେକ୍ଷା ଘରେ କାର୍ଯ୍ୟ କରିବାକୁ ଶ୍ରେୟ ମଣିଛନ୍ତି। ସର୍ଭେରେ ଏଭଳି ଲୋକଙ୍କ ସଂଖ୍ୟା ୮୫% ବୋଲି ଦର୍ଶାଯାଇଛି। ପାଖାପାଖି ଦୁଇ ତୃତୀୟାଂଶ (୬୩%) ଲୋକଙ୍କ ମତ ହେଲା କାର୍ଯ୍ୟସ୍ଥଳୀ ଅପେକ୍ଷା ସେମାନେ ଘରେ ରହି ଅଧିକ ଦକ୍ଷତାର ସହ କାମ କରିପାରିବେ। ୫୨% ଲୋକଙ୍କ ମତ ହେଲା ମହାମାରୀ କରୋନା ଚାଲିଯିବା ପରେ ଅର୍ଥାତ୍‌ ସାମାଜିକ ଦୂରତ୍ୱ କଟକଣା ଉଠିବା ପରେ ମଧ୍ୟ ଘରେ ରହି କାର୍ଯ୍ୟ କରିବା ସେମାନଙ୍କ ଲାଗି ଉପଯୁକ୍ତ ହେବ। ସେମାନେ ଅଧିକ ଦକ୍ଷ ହୋଇ ଅଧିକରୁ ଅଧିକ କାମ କରିପାରେିବେ। ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ ଅଧିକାଂଶ ଲୋକଙ୍କ କାର୍ଯ୍ୟସ୍ଥଳୀ ପ୍ରତି ବିମୁଖତା ଦେଖିବାକୁ ମିଳିଛି। କାର୍ଯ୍ୟସ୍ଥଳୀ ଅପେକ୍ଷା ସେମାନେ ଘରେ ରହି କାର୍ଯ୍ୟ କରିବାକୁ ଉଚିତ ମନେ କରୁଛନ୍ତି ବୋଲି ଲେନୋଭୋ ପକ୍ଷରୁ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri