କାର୍ଯ୍ୟବୋଝ

Dillip Cherian

ପୂର୍ବତନ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ସଚିବ ଅମରଜିତ ସିହ୍ନାଙ୍କୁ ପବ୍ଲିକ୍‌ ଏଣ୍ଟରପ୍ରାଇଜ୍‌ ସିଲେକ୍‌ସନ ବୋର୍ଡ (ପିଇଏସ୍‌ବି)ର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୂର୍ବତନ ପରାମର୍ଶଦାତା ଥିଲେ। ତେବେ ତାଙ୍କ ନିଯୁକ୍ତିକୁ ବାବୁମାନେ ଉତ୍ସୁକତାର ସହ ନିରୀକ୍ଷଣ କରିଛନ୍ତି ଓ ବୋର୍ଡରେ ରହିଯାଇଥିବା ବହୁ ଅପୂରଣୀୟ କାର୍ଯ୍ୟ ସେ ସମ୍ପାଦନ କରିବେ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ,ସିହ୍ନାଙ୍କ ନିଯୁକ୍ତିକୁ ଅନେକେ ଏକ ଆଶାବାଦୀ ସଙ୍କେତ ଭାବେ ଗ୍ରହଣ କରିଛନ୍ତି। ପିଇଏସ୍‌ବି ଅଧ୍ୟକ୍ଷ ମଲ୍ଲିକା ଶ୍ରୀନିବାସନ୍‌ଙ୍କ ସହ ଏବେ ସିହ୍ନା ଯୋଗ ଦେଇଛନ୍ତି। ଅତ୍ୟଧିକ କାର୍ଯ୍ୟଚାପରୁ ମୁକ୍ତ କରିବା ଲାଗି କିଛି ମାସ ପୂର୍ବେ ଶ୍ରୀନିବାସନ୍‌ କେନ୍ଦ୍ରକୁ ଅନୁରୋଧ କରିଥିଲେ। କେନ୍ଦ୍ର ମଧ୍ୟ ତାଙ୍କ ଅନୁରୋଧ ରକ୍ଷା କରି ପିଇଏସ୍‌ବିର କାର୍ଯ୍ୟପଦ୍ଧତି ସମ୍ପର୍କିିତ ସଙ୍କଳ୍ପ ବା ଧାରାରେ ପରିବର୍ତ୍ତନ କରିଥିଲେ। ପିଇଏସ୍‌ବି ସାର୍ବଜନୀନ ସେକ୍ଟରଗୁଡ଼ିକରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ବିଭିନ୍ନ ପଦବୀ ପାଇଁ ଲୋକ ଚୟନ କରି ସେମାନଙ୍କୁ କାର୍ଯ୍ୟ କରିବା ଲାଗି ଉତ୍ସାହିତ କରିଥାଏ। ଏବେ ବୋର୍ଡରେ ସିହ୍ନାଙ୍କ ନିଯୁକ୍ତିକୁ ନେଇ ଗୋଟିଏ ଗୋଷ୍ଠୀର ବାବୁମାନେ କିଛି ଭିନ୍ନ ଚିନ୍ତା କରିଛନ୍ତି। ଏହାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ‘ବାର୍ତ୍ତା’ବୋଲି ଅନେକେ ବିବେଚନା କରୁଛନ୍ତି। ସିହ୍ନା ପୂର୍ବତନ କେନ୍ଦ୍ର ସଚିବ ଏବଂ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ଦାୟିତ୍ୱ ତୁଲାଇଥିବାରୁ ତାଙ୍କର ଅଭିଜ୍ଞତା,ଦକ୍ଷତା,ବରିଷ୍ଠତା ଏବଂ ପ୍ରଶାସନରେ ଆମତ୍ବିଶ୍ୱାସ ରହିଛି। ଏହାକୁ ଆଧାର କରି ସେ ପିଇଏସ୍‌ବିକୁ ଏକ ସ୍ବତନ୍ତ୍ର ସଂସ୍ଥା ଭାବେ ଗଢି ତୋଳିବେ ବୋଲି ଆଶା କରାଯାଉଛି। ଜଣାପଡ଼ିଛି, ପିଇଏସ୍‌ବିରେ ନିୟମିତ ଦାୟିତ୍ୱଗୁଡ଼ିକରୁ ମୁକ୍ତ କରିବା ଲାଗି ଶ୍ରୀନିବାସନ୍‌ କେନ୍ଦ୍ର ନିକଟରେ ଦାବି କରିବା ଯୋଗୁ ସିହ୍ନାଙ୍କୁ ନିଯୁକ୍ତି ପାଇଁ ଚୟନ କରାଯାଇଥିଲା। ସିହ୍ନା ଏବେ ସେହି କାର୍ଯ୍ୟବୋଝର ଏକ ବଡ଼ ଭାଗ ନିଜ ମୁଣ୍ଡକୁ ନେବେ ଏବଂ ଏଥିପାଇଁ ଶୀର୍ଷ କର୍ତ୍ତୃପକ୍ଷଙ୍କଠାରୁ ସେ ସବୁଜ ସଙ୍କେତ ପାଇଛନ୍ତି ବୋଲି ବିଶ୍ୱାସ କରାଯାଉଛି।
ଗୋଳମାଳିଆ ବଦଳି
ପଞ୍ଚକୁଲାର ସହକାରୀ ବନ ସଂରକ୍ଷକ ଏସ୍‌.ଏସ୍‌. ସାଇନିଙ୍କ ବଦଳି ଆଦେଶ ପ୍ରତ୍ୟାହାର କରିବା ପାଇଁ ହରିୟାଣା ସରକାରଙ୍କୁ କେନ୍ଦ୍ର ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ କେନ୍ଦ୍ର ପ୍ରଶାସନିକ ନ୍ୟାୟାଧୀକରଣ (ସିଏଟି)ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଡିସେମ୍ବରରେ ଏହି ବଦଳି ଆଦେଶ ଜାରି କରାଯାଇ ସାଇନିଙ୍କୁ କୈଥଲ୍‌ର ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଭାବେ ରଣବୀର ସିଂ ଧୁଲଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଥିଲା। ଧୁଲ ଏବେ କୈଥଲର ଡେପୁଟି ବନ ସଂରକ୍ଷକ ଅଛନ୍ତି। ଏହି ଆଦେଶକୁ ଧୁଲ ସିଏଟିରେ ଚ୍ୟାଲେଞ୍ଜ କରିବା ପରେ ସିଏଟି ରାଜ୍ୟ ମୁଖ୍ୟ ଶାସନ ସଚିବ ସଞ୍ଜୀବ କୌଶଲଙ୍କୁ ଏହି ଘଟଣାରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ନିର୍ଦ୍ଦେଶ ପରେ ହିଁ ବଦଳି ଆଦେଶ ପ୍ରତ୍ୟାହାର ନିଷ୍ପତ୍ତି ସାମ୍ନାକୁ ଆସିଲା। ଧୁଲ ପିଟିଶନରେ ଦାବି କରିଥିଲେ ଯେ,ତାଙ୍କ ବଦଳିକୁ ସିଭିଲ୍‌ ସର୍ଭିସ ବୋର୍ଡ ଅନୁମୋଦନ କରି ନ ଥିଲା। ଏହାସହ ଆଗେ ତାଙ୍କର ନିଯୁକ୍ତି ଆଦେଶ ଜାରି ନ କରି ସାଇନିଙ୍କୁ କୈଥଲରେ ଅବସ୍ଥାପିତ କରାଯାଇଥିଲା ବୋଲି ସେ ଦର୍ଶାଇଥିତ୍ଲେ। କୌତୂହଳର କଥା ହେଉଛି, ଧୁଲଙ୍କୁ ଭୁଲବଶତଃ କୈଥଲକୁ ବଦଳି କରାଯାଇଥିଲା ବୋଲି ରାଜ୍ୟ ସରକାର ପ୍ରଥମରୁ ଜୋର୍‌ ଦେଇ କହୁଥିଲେ। ଧୁଲଙ୍କ ଯୁକ୍ତିକୁ ଟ୍ରିବ୍ୟୁନାଲ ଗ୍ରହଣ କରିବା ଫଳରେ ସରକାରଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି ଓ ସାଇନିଙ୍କ ବଦଳି ଆଦେଶ ପ୍ରତ୍ୟାହାର କରିଛନ୍ତି। ତେବେ ଧୁଲ କାର୍ଯ୍ୟକରୁଥିବା ପଦବୀରେ ରହିବେ ନା ବଦଳି ହେବେ, ସେ ସମ୍ପର୍କରେ ସରକାର କି ନିଷ୍ପତ୍ତି ନେବେ ତାହା ଦେଖିବାକୁ ବାକି ରହିଛି। ଆଶା କରାଯାଏ, ସରକାର ଆଉ ଭୁଲ୍‌ ନ କରି ଏବଂ ଅଧିକ ଲଜ୍ଜିତ ନ ହୋଇ ଠିକ୍‌ ନିଷ୍ପତ୍ତି ନେବେ। ଏଭଳି ଗୋଳମାଳିଆ ବଦଳି ମାମଲାରେ କୌଶଲ ସତ୍ୟପାଠ ଦାଖଲ କରିବା କ୍ଷଣି ହିଁ ଏହା ଉପରେ ସ୍ଥିର କରାଯିବ।
ରାୟକୁ ଉପେକ୍ଷା
ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟଙ୍କର ଏକ ରାୟକୁ ଅବଜ୍ଞା ବା ଉପେକ୍ଷା କରିବା ପରେ ବିହାରରେ ନୀତିଶ କୁମାର ସରକାର ସମସ୍ୟାରେ ପଡିଯାଇଛନ୍ତି। ଏହି ଘଟଣାରେ କେବଳ ନିଯୁକ୍ତି ପାଇଥିତ୍ବା ଏସ୍‌. କେ. ସିଂଘଲଙ୍କୁ ଯିବାକୁ ପଡ଼ିବନି, ବରଂ ସିଂଘଲଙ୍କୁ କାର୍ଯ୍ୟବାହୀ ଡିଜିପି ଭାବେ ନିଯୁକ୍ତ କରି ଶୀର୍ଷ ଅଦାଲତଙ୍କ ରାୟକୁ ଅଣଦେଖା କରିବା ଯୋଗୁ ନୀତିଶ ସରକାର ମଧ୍ୟ ଅଦାଲତ ଅବମାନନାର ସାମ୍ନା କରିବେ। ସୂତ୍ରରୁ ଜଣାପଡ଼ିଛି ଯେ,ଡିଜିପି ପାଇଁ ନାମ ପ୍ରକାଶ କରିବା ପୂର୍ବରୁ ଚୂଡାନ୍ତ ଲାଗି ରାଜ୍ୟ ସରକାରଙ୍କୁ ଯୋଗ୍ୟ ପ୍ରାର୍ଥୀମାନଙ୍କର ଏକ ତାଲିକା ୟୁନିୟନ ପବ୍ଲିକ ସର୍ଭିସ କମିଶନ ବା କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି)କୁ ପଠାଇବାକୁ ପଡ଼ିବ। କିନ୍ତୁ ବିହାର ସରକାର ଏହି ପ୍ରକ୍ରିୟାକୁ ଅଣଦେଖା କରିଛନ୍ତି। ପୁନଶ୍ଚ, ଜଣେ କାର୍ଯ୍ୟବାହୀ ଡିଜିପିଙ୍କୁ ନିଯୁକ୍ତି ନ ଦେବା ସକାଶେ ସୁପ୍ରିମ୍‌କୋର୍ଟ ତାଙ୍କ ପ୍ରଥମ ରାୟରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନୀତିଶ ସରକାର ସିଂଘଲଙ୍କୁ କାର୍ଯ୍ୟବାହୀ ଡିଜିପି ଭାବେ ନିଯୁକ୍ତି ଦେଇ କୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରିଛନ୍ତି । ଯାହାହେଲେ ବି ଏବେ ସ୍ଥିତି ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଇବାକୁ ପଡ଼ିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri