ଦୀର୍ଘ ସମୟ କାମ କରୁଛନ୍ତି କି; ଯାଇପାରେ ଜୀବନ

ଜେନେଭା,୧୭।୫:କରୋନା ମହାମାରୀ ଯୋଗୁ ଲୋକଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି। ଖାଇବା ପିଇବା ଠାରୁ ପାର୍ଟି କରିବା, ସାଙ୍ଗମାନଙ୍କୁ ଭେଟିବା, ବାହାରକୁ ଯିବା ଏବଂ ଅଫିସ କାମ କରିବା ପର୍ଯ୍ୟନ୍ତ ସମସ୍ତ ପଦ୍ଧତି ବଦଳି ଯାଇଛି। ଏଥି ସହିତ, କରୋନା ମହାମାରୀ ସମୟରେ ଲୋକଙ୍କ ଦୀର୍ଘ ଘଣ୍ଟା କାମ କରିବାର ପ୍ରବୃତ୍ତି ବୃଦ୍ଧି ପାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ସୋମବାର କହିଛି ଯେ ଦୀର୍ଘ ଘଣ୍ଟା କାମ କରିବାର ପ୍ରବୃତ୍ତି ହେତୁ ପ୍ରତିବର୍ଷ ଶହ ଶହ ଲୋକଙ୍କ ଜୀବନ ନଷ୍ଟ ହୋଇଥାଏ। ମହାମାରୀ ସମୟରେ ଏହି ସଂଖ୍ୟା ହଜାରରୁ ଅଧିକରେ ପହଞ୍ଚିପାରେ।
‘ଦୀର୍ଘ କାର୍ଯ୍ୟ, ଜୀବନ ଉପରେ ପ୍ରଭାବ’ ବିଷୟରେ ଅନ୍ତର୍ଜାତୀୟ ପରିବେଶ ଜର୍ଣ୍ଣାଲରେ ଦୁନିଆର ପ୍ରଥମ ଅଧ୍ୟୟନ ପ୍ରକାଶ ପାଇଛି। ରିପୋର୍ଟ ହୋଇଛି ଯେ, ୨୦୧୬ ମସିହାରେ ଦୀର୍ଘ କାର୍ଯ୍ୟ ସମୟ ହେତୁ ଷ୍ଟ୍ରୋକ ଏବଂ ହୃଦରୋଗ ବୃଦ୍ଧି ପାଇଥିଲା, ଯାହା ଦ୍ୱାରା ସାରା ବିଶ୍ୱରେ ୭.୪୫ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା। ୨୦୦୦ ମସିହା ତୁଳନାରେ ଏହି ସଂଖ୍ୟା ପ୍ରାୟ ୩୦ ପ୍ରତିଶତ ଅଧିକ ଥିଲା।
ଡବ୍ଲ୍ୟୁଏଚ୍‌ଓର ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ମାରିଆ ନେରା କହିଛନ୍ତି ଯେ, ସପ୍ତାହରେ ୫୫ ଘଣ୍ଟା କିମ୍ବା ଅଧିକ କାର୍ଯ୍ୟ କରିବା ସ୍ବାସ୍ଥ୍ୟ ପାଇଁ ଗୁରୁତର ବିପଦ ଅଟେ। ସେ କହିଛନ୍ତି ଯେ, ଏହି ସୂଚନା ସହିତ ଆମେ ଦୀର୍ଘ ଦିନ ଧରି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ଜୀବନ ବଞ୍ଚାଇବାକୁ ଚାହୁଁଛୁ। ଡବ୍ଲ୍ୟୁଏଚ୍‌ଓ ଏବଂ ନ୍ତର୍ଜାତୀୟ ଶ୍ରମ ସଂଗଠନର ଏହି ମିଳିତ ଅଧ୍ୟୟନ ମୋଟ ୧୯୪ଟି ଦେଶର ତଥ୍ୟ ଉପରେ ଆଧାରିତ। ଏହି ଅଧ୍ୟୟନ ୨୦୦୦ରୁ ୨୦୧୬ ପର୍ଯ୍ୟନ୍ତ ତଥ୍ୟ ଅଧ୍ୟୟନ କରିଛି। ଏଥିରେ ଦର୍ଶାଯାଇଛି ଯେ ଯେଉଁମାନେ ୫୫ ଘଣ୍ଟା କିମ୍ବା ତା’ଠାରୁ ଅଧିକ କାମ କରନ୍ତି ସେମାନଙ୍କ ପ୍ରତି ସପ୍ତାହରେ ୩୫-୪୦ ଘଣ୍ଟା କାମ କରୁଥିବା ଲୋକଙ୍କ ତୁଳନାରେ ୩୫% ଷ୍ଟ୍ରୋକ ଏବଂ ୧୭% ଜୀବନ ହାନି ହେବାର ଆଶଙ୍କା ଥାଏ। ଦୀର୍ଘମିଆଦି ପାର୍ଶ୍ୱ ପ୍ରତିକ୍ରିୟାରେ ଚାଇନା, ଜାପାନ ଏବଂ ଅଷ୍ଟ୍ରେଲିଆ ସର୍ବାଧିକ ପ୍ରଭାବିତ ଦେଶ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ କହିଛନ୍ତି ଯେ, କରୋନା ମହାମାରୀରେ ଦୀର୍ଘକାଳୀନ କାର୍ଯ୍ୟ ଧାରା ୯% ବୃଦ୍ଧି ପାଇଛି। ଏହି ଧାରାକୁ ସୁଧାରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri