ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମକରି ମିଳୁନି ପାଉଣା

ନୂଆପଡ଼ା,୧୨ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଶ୍ରମିକମାନଙ୍କୁ କାମ ଯୋଗାଇ ପ୍ରବାସୀ ଶ୍ରମିକ ରୋକିବାରେ ସହାୟକ ହୋଇଛି ବୋଲି ପ୍ରଶାସନ କହୁଛି। ହେଲେ ଏହି ଯୋଜନାରେ କାମକରି ମଧ୍ୟ ଦୀର୍ଘ ୩ ବର୍ଷ ହେବ ପାଉଣା ନ ପାଇ ଦୁର୍ଦ୍ଦିନରେ କାଳ କାଟୁଛନ୍ତି ବହୁ ଶ୍ରମିକ। ଏଭଳି ଦୃଶ୍ୟ ନୂଆପଡ଼ା ସଦର ବ୍ଲକ୍‌ ଟାନ୍‌ୱାଟ ପଞ୍ଚାୟତରେ ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଟାନ୍‌ୱାଟ ପଞ୍ଚାୟତ ଟାନ୍‌ୱାଟ ଗାଁର ହିତାଧିକାରୀ ହେମୁ କୁମାର ନିଆଲ ୨୦୨୧-୨୨ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପଞ୍ଚାୟତ ତରଫରୁ ଏକ ଚହଲା (ଫାର୍ମପଣ୍ଡ) ଖନନ ପାଇଁ ଅର୍ଥ ମଞ୍ଜୁର ହୋଇ ଖନନ କାର୍ଯ୍ୟ ଆରମ୍ଭ କଲେ। ହେଲେ ଆଜକୁ ୩ ବର୍ଷରୁ ଊର୍ଦ୍ଧ୍ୱ ହେବ ଚହଲା ଖନନରେ ନିୟୋଜିତ ଶ୍ରମିକଙ୍କୁ ପାଉଣା ମିଳିନାହିଁ। ଟାନ୍‌ୱାଟ ଗାଁର ଶ୍ରମିକ ଗୋବର୍ଦ୍ଧନ ରାଉତ ୨୪ ଗୋଦି, ସତ୍ୟଭାମା ରାଉତ ୨୪ ଗୋଦି, ସୁଶୀଳା ରାଉତ ୧୪ ଗୋଦି, ପେକଲାଲ ସାହୁ ୧୧ ଗୋଦି, ଭିକୁରାମ ସାହୁ ୧୫ ଗୋଦି, କାଶୀରାମ ରାଉତ ଓ ରଇବାରୀ ରାଉତ ୧୬ ଗୋଦି, ରାମଦେଓ ସାହୁ ୨୩ ଗୋଦି, ଆଶାରାମ ସାହୁ ୩୩ ଗୋଦି, ଛବି ସାହୁ ୨୧ ଗୋଦି, ରଜନୀ ରାଉତ ୮ ଗୋଦି, ହଳଧର ସାହୁ ୧୪ ଗୋଦି, ପିଲି ରାଉତ ୧୦ ଗୋଦି, ଗଣେଶୀ ସାହୁ ୭ ଗୋଦି, ରଜନୀ ସାହୁ ୧୨ ଗୋଦି, ଗିରିବର ସାହୁ, ବିଶାଳ ରାଉତ, ରାଜାରାମ ରାଉତ ପ୍ରମୁଖ ମାଟି କାମ କରି ପାଉଣା ପାଇନାହାନ୍ତି। ବର୍ଷ ବର୍ଷ ଧରି ପାଉଣା ନ ପାଇ ସେମାନଙ୍କ ପରିବାର କିପରି ଚଳୁଥିବେ ତାହା ସହଜେ ଅନୁମେୟ। ଶୀଘ୍ର ସେମାନଙ୍କ ପାଉଣା ପ୍ରଦାନ କରିବାକୁ ଶ୍ରମିକମାନେ ଦାବି କରିଛନ୍ତି।ଏ ସଂକ୍ରାନ୍ତରେ ସଦର ବ୍ଲକ୍‌ ବିଡିଓ ରୋହିତ ଭୋଇଙ୍କୁ ପଚାରିବାରୁ ଏହାର ତଦନ୍ତକରି ଶୀଘ୍ର ଶ୍ରମିକମାନଙ୍କୁ ପାଉଣା ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଆଖି ବୁଜିଛନ୍ତି ଗୁରୁ, ହେଲେ ଆଦର୍ଶକୁ ଭୁଲିନାହାନ୍ତି ଶିଷ୍ୟ: ପ୍ରତିମୂର୍ତ୍ତୀ ଗଢ଼ି ଗୁରୁଦିବସ ପାଳିଲା…

ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri