ଅଭାବ ଅନଟନରେ ବିଡ଼ି ଶ୍ରମିକ

ନୟାଗଡ଼ ଅଫିସ,୮ା୫: ନୟାଗଡ଼ ଜିଲାର ବିଡ଼ି ଶ୍ରମିକମାନେ ଆର୍ଥିକ ଅନଟନରେ ଛନ୍ଦି ହୋଇ ଦୁଃଖଦ ଜୀବନଯାପନ କରୁଛନ୍ତି। ସ୍ବାସ୍ଥ୍ୟସେବା ମିଳୁ ନ ଥିବାବେଳେ ଶ୍ରମ ଆଇନରେ ପରିବର୍ତ୍ତନ ପରେ ଜନକଲ୍ୟାଣ ପାଣ୍ଠିର ସହାୟତା ରାଶି ୭ ବର୍ଷ ହେଲା ବନ୍ଦ ହୋଇଯାଇଛି। ଯାହାକି ବିଡି ଶ୍ରମିକଙ୍କ ଦୁଃଖ ବଢ଼ାଇ ଚାଲିଛି। ଆର୍ଥିକ ଅନଟନରେ ରହିଥିବା ବିଡି ଶ୍ରମିକଙ୍କୁ ସହାୟତା ରାଶି ଯୋଗାଇବାକୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଶୁଣୁନାହାନ୍ତି। ବିଡି ମୋଡ଼ାରେ ସ୍ବଳ୍ପ ପାରିଶ୍ରମିକ ମିଳୁଥିଲେ ହେଁ ନିଜର ବେଉସାକୁ ଛାଡି ପାରୁନାହାନ୍ତି। ନୟାଗଡ଼ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବିଡି ଶ୍ରମିକ ରହିଥିଲେ ହେଁ ଖଣ୍ଡପଡ଼ା ବ୍ଲକର ୨୨ପଞ୍ଚାୟତ ଅଞ୍ଚଳରେ ଅଧିକାଂଶ ଏହି ଶ୍ରମିକଙ୍କୁ ଦେଖିବାକୁ ମିଳେ। ଏହି ବ୍ଲକର ସିଦ୍ଧାମୂଳା, ବାଣପୁର, ସିଂଘାପଡ଼ା, ବୋଦସା, ଖଳିସାହି, ବେଣାଗାଡିଆ, ହରିଚନ୍ଦନପୁର, ଚାଉପଲ୍ଲୀ, ମର୍ଦ୍ଦରାଜପୁର, ଗିରିଡ଼ିପାଟଣା, ବରକୋଳି, ଢୋଲମରା, କିଆଝର ଅଞ୍ଚଳର ବିଡ଼ି ଶ୍ରମିକମାନଙ୍କୁ ଦେଖିଲେ ସେମାନେ କିପରି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ବି ଏହି କାମ ଛାଡ଼ି ପାରୁ ନ ଥିବା ଦେଖିବାକୁ ମିଳୁଛି। ବିଡ଼ିରେ ବ୍ୟବହୃତ ରାସାୟନିକ ଦ୍ରବ୍ୟର ପ୍ରଭାବ ଦ୍ୱାରା କ୍ରମାଗତ କାଶ, ଯକ୍ଷ୍ମା, ଜ୍ୱର, ଶ୍ୱାସ ଆଦି ସମସ୍ୟା ଦେଖାଯାଉଥିଲେ ମଧ୍ୟ ଶ୍ରମିକଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ। ସେହିପରି ଅଣସଙ୍ଗଠିତ ହୋଇଥିବାରୁ ଶ୍ରମିକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସରକାରୀ ଯୋଜନା ସେମାନଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ବିଡ଼ି ଶ୍ରମିକଙ୍କ ପାଇଁ ସ୍ବାସ୍ଥ୍ୟକେନ୍ଦ୍ର ଥିଲେ ହେଁ ଆବଶ୍ୟକ ମୁତାବକ ଚିକିତ୍ସା ସୁବିଧା ମିଳିପାରୁନାହିଁ ବୋଲି ଅଭିଯୋଗ ହେଉଛି।
ଏ ନେଇ ମର୍ଦ୍ଦରାଜପୁର ଗୀତାଞ୍ଜଳି ରାଉତ, ପ୍ରଭାତୀ ବେହେରା, ସୁଷମା ବେହେରା କୁହନ୍ତି, ୧ ହଜାର ବିଡ଼ି ମୋଡିବା ପାଇଁ ଜଣେ କାରିଗରଙ୍କୁ ଦେଢ଼ରୁ ୨ଦିନ ଲାଗେ। ଆଉ ୧ ହଜାର ବିଡ଼ି ମୋଡିଲେ ୧୦୦ ଟଙ୍କା ମିଳିଥାଏ। ସ୍ବଳ୍ପ ଟଙ୍କା ମିଳୁଥିଲେ ହେଁ ବେଉସାକୁ ଛାଡ଼ି ହେଉନି। କାରଣ ଘରେ ବସି କିଛି ରୋଜଗାର କରି ହେଉଛି। ଅନ୍ୟ ଧନ୍ଦାରେ ଘରେ ବସି ଟଙ୍କା ରୋଜଗାର କରି ହେଉଥିଲେ ହେଁ ସମ୍ପୃକ୍ତ କାର୍ଯ୍ୟ ସହଜ ହେଉନାହିଁ। ତେବେ ସରକାରୀ ସହାୟତା କିଛି ମିଳୁନି। ଏହି କାର୍ଯ୍ୟରେ ବେଶି ମହିଳା ସାମିଲ ହୋଇଥାନ୍ତି। ମହିଳା ଘର କାମ କରି ଅବସର ସମୟରେ ବିଡ଼ି ମୋଡ଼ି ରୋଜଗାର କରୁଥିବାରୁ ବେଉସାକୁ ଛାଡ଼ି ପାରୁନାହାନ୍ତି । ଚାଉପଲ୍ଲୀର ସୁଦାମ ପ୍ରଧାନ କୁହନ୍ତି, ଆଗ ଭଳି ଆଉ ବିଡ଼ି ମୋଡ଼ା ହେଉନାହିଁ। ବିଡି ଶ୍ରମିକଙ୍କ ସଂଖ୍ୟା କମି ନ ଥିଲେ ହେଁ ମହିଳାମାନେ ଏଥିରେ ରୋଜଗାର କରି ପାରୁଛନ୍ତି। ଯଦିଓ ବିଡ଼ି ମୋଡାରେ ସ୍ବଳ୍ପ ପାରିଶ୍ରମିକ ମିଳୁଛି ତେବେ ମୂଲ୍ୟ ବଢ଼ାଇଲେ କିଛି ଅସୁବିଧା ହେବନି। ବର୍ତ୍ତମାନର ମହଙ୍ଗା ବଜାରରେ ବିଡ଼ି ଶ୍ରମିକଙ୍କ ପରିବାର ଦୋକାନ ବଜାରରୁ ସଉଦା କିଣିବାରେ ସକ୍ଷମ ହୋଇପାରୁନାହାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଆମମାନଙ୍କର ଦୁଃଖ ବୁଝିବା ଦରକାର ବୋଲି କହିଛନ୍ତି। ଗିରିଡ଼ିପାଟଣାର ବିପିନ ବେହେରା କୁହନ୍ତି, କେନ୍ଦ୍ରୀୟ ଶ୍ରମ ଆଇନ ଦ୍ୱାରା ପଞ୍ଜୀକୃତ ବିଡ଼ି ଶ୍ରମିକ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ପାଣ୍ଠିରୁ ମୃତ୍ୟୁକାଳୀନ, ଶିକ୍ଷା, ଗୃହ ଓ ଝିଅ ବିବାହ ପାଇଁ ସହାୟତା ରାଶି ପାଉଥିଲେ। ତେବେ କେନ୍ଦ୍ର ସରକାର ଶ୍ରମ ଆଇନରେ ପରିବର୍ତ୍ତନ ଆଣିବା ପରେ ୨୦୧୬ ପରଠାରୁ ଆଉ ଜନକଲ୍ୟାଣ ପାଣ୍ଠିରୁ ସହାୟତା ରାଶି ବିଡ଼ି ଶ୍ରମିକ ପାଉନାହାନ୍ତି। ସ୍ବଳ୍ପ ଟଙ୍କାରେ ଘର ଚଳାଇବା କାଠିକର ପାଠ ହେଉଛି। ଶ୍ରମ ଆଇନ ପରିବର୍ତ୍ତନ ପରେ ଜନକଲ୍ୟାଣ ପାଣ୍ଠି ପରି ଅନୁରୂପ ପାଣ୍ଠିର ବ୍ୟବସ୍ଥା କରି ବିଡ଼ି ଶ୍ରମିକଙ୍କୁ ସହାୟତା ରାଶି ଯୋଗାଇବାର ବ୍ୟବସ୍ଥା କରାଯିବା ଦରକାର। ମର୍ଦ୍ଦରାଜପୁରର ପ୍ରଦୀପ ପ୍ରଧାନ କୁହନ୍ତି, ବିଡ଼ି ଶ୍ରମିକଙ୍କ ପାଇଁ ଖଳିସାହିରେ ଏକ ସ୍ବାସ୍ଥ୍ୟକେନ୍ଦ୍ର ଅଛି। ସ୍ବାସ୍ଥ୍ୟକେନ୍ଦ୍ର ମନଇଚ୍ଛା ଖୋଲେ। ଡାକ୍ତରଙ୍କୁ ବି ଦେଖିବାକୁ ମିଳେନା। ରୋଗୀମାନେ ଔଷଧ ପାଉ ନ ଥିବା ଅଭିଯୋଗ କଲେ ସୁଫଳ ମିଳୁନି। ସରକାର ମଧ୍ୟ ସେମାନଙ୍କ ସ୍ବାସ୍ଥ୍ୟଗତ ଦିଗକୁ ଅନୁଧ୍ୟାନ କରୁନାହାନ୍ତି। ପୁଣି ବିଡ଼ି ମୋଡ଼ାର ପାରିଶ୍ରମିକ ମଧ୍ୟ ବଢ଼ାଉ ନାହାନ୍ତି କହି କ୍ଷୋଭ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri