ଶ୍ରମିକ ଅସୁରକ୍ଷିତ

ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଶିବଶକ୍ତି ଷ୍ଟୋନ୍‌ କ୍ରଶରରେ ଚକା ବେଲ୍ଟ ଛିଣ୍ଡି ୧୭ ମାର୍ଚ୍ଚରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ। ମୃତକ ଶ୍ୟାମସୁନ୍ଦର ହଁାସଦା ଓ ଆହତ ଅନିଲ ସୋରେନଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣାପଡ଼ିଛି। ଓଡ଼ିଶାରେ ଏଭଳି ଦୁର୍ଘଟଣା ନୂଆ ନୁହେଁ, ସମୟାନ୍ତରରେ ଏହା ଘଟି ଅନେକ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଉଲ୍ଲେଖନୀୟ ଯେ ବିଗତ ବର୍ଷଗୁଡ଼ିକରେ ଖୋର୍ଦ୍ଧା, ଯାଜପୁର ଓ କେନ୍ଦୁଝର ଜିଲାରେ ଅନେକ ବେଆଇନ କ୍ରଶରକୁ ବନ୍ଦ କରାଯାଇଛି। କିନ୍ତୁ ଏବେ ଚାଲୁଥିବା କ୍ରଶରଗୁଡ଼ିକ ଯୋଗୁ ହେଉଥିବା ପ୍ରଦୂଷଣ ଓ ସେଥିରେ କାର୍ଯ୍ୟରତ ଶ୍ରମିକମାନଙ୍କ ସ୍ଥିତି ସାମ୍ନାକୁ ଆସିପାରୁନାହିଁ। କେବଳ କ୍ରଶର ନୁହେଁ ପଥର ଖାଦାନ, ଖଣି ଖନନ, ନିର୍ମାଣ, ଇଟାଭାଟି, କଳକାରଖାନା ଭଳି ଅନେକ ଅଣସଙ୍ଗଠିତ କ୍ଷେତ୍ରରେ ଶ୍ରମିକମାନେ ଦୁର୍ଘଟଣାରେ ମୃତାହତ ହେଉଥିବା ଖବର ମଧ୍ୟ ପ୍ରକାଶ ପାଉଛି। ଦୁର୍ଘଟଣା ଘଟିବାର କିଛିଦିନ ଧରି ଶ୍ରମ ଆଇନ କିମ୍ବା କାର୍ଯ୍ୟକ୍ଷେତ୍ରର ବୈଧତାକୁ ନେଇ ବିତର୍କ ଚାଲେ। କିନ୍ତୁ ଶ୍ରମିକଙ୍କ ଭାଗ୍ୟରେ କିଛି ପରିବର୍ତ୍ତନ ଦେଖାଯାଏ ନାହିଁ। ଶ୍ରମିକଙ୍କ ମୃତ୍ୟୁ ଘଟିଲେ କିମ୍ବା ଅକର୍ମଣ୍ୟ ହୋଇଗଲେ ଯତ୍‌କିଞ୍ଚିତ୍‌ କ୍ଷତିପୂରଣରେ ପରିବାରଗୁଡ଼ିକୁ ସନ୍ତୁଷ୍ଟ ହେବାକୁ ପଡ଼େ। ଉଦାହରଣ ସ୍ବରୂପ, ଓଡ଼ିଶାରୁ କଳାହାଣ୍ଡି, କୋରାପୁଟ, ମାଲକାନଗିରି, ବଲାଙ୍ଗୀର ଆଦି ଜିଲାରୁ ଆନ୍ଧ୍ର, ତେଲଙ୍ଗାନାକୁ ଦାଦନ ଶ୍ରମିକ ଭାବେ ଅନେକେ ଯାଉଛନ୍ତି। ସେଠାରେ ଇଟାଭାଟି କିମ୍ବା କୌଣସି କାରଖାନାରେ ଦୁର୍ଘଟଣା ଘଟି ଶ୍ରମିକଙ୍କ ମୃତ୍ୟୁ ଘଟିଲେ କିମ୍ବା ଆହତ ହେଲେ ସେମାନଙ୍କ ନଁା ଓ ଗାଁ ଠିକଣା ଜଣାପଡ଼େ। ସେମାନଙ୍କ ମୃତଦେହ ଅଣାଯାଏ କିମ୍ବା ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିଥାନ୍ତି। କିନ୍ତୁ ତା’ପର ସ୍ଥିତିରେ ସେମାନଙ୍କ ପରିବାର କେମିତି ବଞ୍ଚନ୍ତି, ସେଥିପ୍ରତି କାହାର ନିଘା ନ ଥାଏ। ସାଧାରଣତଃ ରାଜ୍ୟରୁ କେତେ ସଂଖ୍ୟକ ଶ୍ରମିକ ବାହାରକୁ ଦାଦନ ଘଟିବାକୁ ଯାଉଛନ୍ତି କିମ୍ବା ରାଜ୍ୟ ଭିତରେ ବିଭିନ୍ନ ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି, ତାହାର ବିବରଣୀ ଜାଣିବା କଷ୍ଟକର। ଏହାର ପ୍ରମାଣ କୋଭିଡ୍‌ ସମୟରେ ସାମ୍ନାକୁ ଆସିଥିଲା। ସେତେବେଳେ ଏ ସଂକ୍ରାନ୍ତ ତଥ୍ୟ କାହା ପାଖରେ ନ ଥିଲା। ଏବେ ବି ଏହାର ପୂର୍ଣ୍ଣ ତାଲିକା ପାଇବା ସମ୍ଭବ ନୁହେଁ।
ପାଶ୍ଚାତ୍ୟରେ ଶ୍ରମିକମାନଙ୍କୁ ଉପଯୁକ୍ତ ତାଲିମ ଦିଆଯିବା ସହ ସେମାନଙ୍କ ଶାରୀରିକ ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇ କାର୍ଯ୍ୟକ୍ଷେତ୍ରରେ ନିୟୋଜିତ କରାଯାଇଥାଏ। ହେଲେ ଓଡ଼ିଶା ସମେତ ଭାରତର ସ୍ଥିତି ଦେଖିଲେ ବିଭିନ୍ନ ବିପଦପୂର୍ଣ୍ଣ କାରଖାନାଠାରୁ ଆରମ୍ଭ କରି ନିର୍ମାଣ କ୍ଷେତ୍ର ଯାଏ ବିନା ପ୍ରଶିକ୍ଷଣରେ ଅଧିକାଂଶ ଶ୍ରମିକ କାମ କରନ୍ତି। ଏଠାରେ ଯେହେତୁ କମ୍ପାନୀ କିମ୍ବା ସଂସ୍ଥାର ମାଲିକ ଏହି ସୂକ୍ଷ୍ମ ତଥା ନିତାନ୍ତ ଜରୁରୀ ଦିଗ ପ୍ରତି ଗୁରୁତ୍ୱ ଦିଅନ୍ତି ନାହିଁ, ସେହି ଦୃଷ୍ଟରୁ ଦେଖିଲେ ଦୁର୍ଘଟଣା ବଢ଼ିଯାଉଛି। ଏଥିସହିତ ଶ୍ରମ ଆଇନ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟନିର୍ଘଣ୍ଟଠାରୁ ଅଧିକ ସମୟ ଶ୍ରମିକ କାମ କରୁଥିବାରୁ ସେମାନଙ୍କ ଉପରେ ଚାପ ରହୁଛି। ଶାରୀରିକ ଓ ମାନସିକ କ୍ଷେତ୍ରରେ ସେମାନେ ପ୍ରଭାବିତ ହେଉଛନ୍ତି। ଖଣି ଶ୍ରମିକମାନେ ସ୍ବାସ୍ଥ୍ୟଗତ ସମସ୍ୟାର ସର୍ବାଧିକ ପ୍ରଭାବିତ ହେଉଛନ୍ତି। କେବଳ ଶ୍ରମିକ ନୁହନ୍ତି, ସେମାନଙ୍କ ପରିବାର ମଧ୍ୟ ଅନେକାଂଶରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ରାଜ୍ୟ ଓ ଜାତୀୟସ୍ତରରେ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଆଇନ ରହିଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ଠିକ୍‌ ଭାବେ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ଅନେକ ସମୟରେ ଶ୍ରମିକ ସୁରକ୍ଷା ମାନକ ପାଳନ କରାଯାଉ ନାହିଁ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା ଉତ୍ତରାଖଣ୍ଡ ସିଲ୍‌କେରା ଟନେଲ୍‌ ଦୁର୍ଘଟଣା ସମୟରେ। ଏହା ସ୍ପଷ୍ଟ ଯେ ଭାରତର ଅର୍ଥ ବ୍ୟବସ୍ଥାରେ ଶ୍ରମ ଭାଗୀଦାରିର ଯଥେଷ୍ଟ ଭୂମିକା ରହିଥିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ସୁରକ୍ଷାକୁ ଅଣଦେଖା କରାଯିବା ପରିତାପର ବିଷୟ। ଅନ୍ୟପକ୍ଷରେ ଶ୍ରମିକଙ୍କ ଦୁର୍ଘଟଣା ପରେ ସମ୍ପୃକ୍ତ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା କ୍ୱଚିତ ଦେଖାଯାଉଛି। କେବଳ କାରଖାନାରେ ମୃତ ଶ୍ରମିକଙ୍କ ଉଦାହରଣ ନେଲେ ଏହା ସହଜରେ ବୁଝିହେବ। ‘ଇଣ୍ଡିଆ ସ୍ପେଣ୍ଡ୍‌’ ଦ୍ୱାରା ପ୍ରାପ୍ତ ଆର୍‌ଟିଆଇ ତଥ୍ୟ ଅନୁଯାୟୀ ୨୦୧୮ରୁ ୨୦୨୦ ମଧ୍ୟରେ ୩,୩୩୧ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ବେଳେ ମାତ୍ର ୧୪ ଜଣଙ୍କ ବିରୋଧରେ ଫ୍ୟାକ୍ଟ୍ରି ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ନିର୍ମାଣ କ୍ଷେତ୍ରକୁ ଯଦି ବିଚାରକୁ ନିଆଯାଏ, ତେବେ କୌଣସି କ୍ଷେତ୍ରରେ ଶ୍ରମିକଙ୍କ ମୃତ୍ୟୁ ହେଲେ ଇଞ୍ଜିନିୟର କିମ୍ବା ଠିକାଦାରଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସେଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳେ ନାହିଁ। ଉଲ୍ଲେଖନୀୟ ଯେ ଭାରତର ଶ୍ରମ ଶକ୍ତିର ୮୦ ପ୍ରତିଶତ ଅଣସଙ୍ଗଠିତ କ୍ଷେତ୍ର ସହ ଜଡ଼ିତ। ତେଣୁ ଶ୍ରମ ବଜାରର ଏକ ବୃହତ୍‌ ବର୍ଗଙ୍କ ସୁରକ୍ଷାକୁ ଅଣଦେଖା କରିଚାଲିଲେ ଏକ ଉପତ୍ାଦନକ୍ଷମ ତଥା ସମୃଦ୍ଧ ରାଷ୍ଟ୍ର ଗଠନ କଷ୍ଟକର ହୋଇପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri