କମ୍ପାନୀ ସମ୍ମୁଖରେ ଶ୍ରମିକଙ୍କ ଉତ୍ତେଜନା

ଯାଜପୁର ଅଫିସ୍‌/କଳିଙ୍ଗନଗର, ୪ା୭(ଡି.ଏନ୍‌.ଏ.): ଯାଜପୁର ଜିଲାରେ ଖୋଲିଥିବା ଶିଳ୍ପ କାରଖାନାଗୁଡ଼ିକରେ ନିଯୁକ୍ତିରେ ଅଣଓଡ଼ିଆଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ କ୍ରମେ ଏକ ଅଣଓଡିଆ ସଂସ୍ଥା ସ୍ଥାନୀୟ ଶ୍ରମିକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। କଳିଙ୍ଗନଗର ଟାଟା ଷ୍ଟିଲର ଜୁସକୋ (ଜାମସେଦପୁର ୟୁଟିଲିଟି ଆଣ୍ଡ ସର୍ଭିସେସ କମ୍ପାନୀ) ବା ଟିଏସ୍‌ୟୁଆଇଏସ (ଟାଟା ଷ୍ଟିଲ ୟୁଟିଲିଟି ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ସର୍ଭିସେସ ଲିଃ) ପକ୍ଷରୁ ଦରମା ଓ ଫୁଲ ଆଣ୍ଡ ଫାଇନାଲ ମିଳି ନ ଥିବାରୁ ଶ୍ରମିକ ମହଲରେ ଉତ୍ତେଜନା ପ୍ରକାଶ ପାଇଛି। ଦରମା ନ ପାଇ ଶ୍ରମିକମାନେ ଉକ୍ତ କମ୍ପାନୀ ଜାଲରେ ଛନ୍ଦି ହୋଇ ଛଟପଟ ହେଉଥିବା ମତପ୍ରକାଶ ପାଇଛି। ଏ ନେଇ ଜୁସକୋ କମ୍ପାନୀ ସମ୍ମୁଖରେ ଶତାଧିକ ଶ୍ରମିକ ଶୁକ୍ରବାର ଏକତ୍ରିତ ହୋଇ ବକେୟା ଦରମା ଏବଂ ଫୁଲ ଆଣ୍ଡ ଫାଇନାଲ କରିବାକୁ ଦାବି କରିଥିଲେ। ଏହାବାଦ ତୁରନ୍ତ ଦାବି ପୂରଣ କରା ନ ଗଲେ ବ୍ୟାପକ ଆନ୍ଦୋଳନ କରାଯାଇ ଆଇନର ଆଶ୍ରୟ ନିଆଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଜୁସକୋ ଅଧୀନରେ କାର୍ଯ୍ୟରତ ସତ୍ୟବ୍ରତ ଦାସ, ତ୍ରିଲୋଚନ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ରାଉତ, ହେମାନନ୍ଦ ରାଉତ ପ୍ରମୁଖ କହିଛନ୍ତି ଶତାଧିକ ଶ୍ରମିକ ଓ କର୍ମଚାରୀଙ୍କର ପ୍ରାୟ ୨୫ ଲକ୍ଷ ଟଙ୍କା ମିଳିବା ବାକି ରହିଛି। ଦରମା ଦେବାକୁ ଏହି ସଂସ୍ଥା ଦିନ ଗଡାଇ ଚାଲିଛି। ଗତ ୧୮ ତାରିଖରୁ ସେମାନେ ଏ ସମ୍ପର୍କରେ ଜୁସକୋ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ ବି କିଛି ଲାଭ ହୋଇ ନ ଥିବା କହିଛନ୍ତି। ଅନ୍ୟପକ୍ଷେ ଜୁସକୋ ତଥା ଟିଏସୟୁଆଇଏସର ପ୍ରୋଜେକ୍ଟ ହେଡ୍‌ ସୌମିତ୍ର ସରକାରଙ୍କୁ ପଚାରିବାରେ ଅଭିଯୋଗ ଉପରେ ତଦନ୍ତ କରାଯିବ। ଏ ନେଇ କମ୍ପାନୀର ପ୍ରଶାସକଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୨୦୧୫ରୁ ଟାଟା ଷ୍ଟିଲ କାରଖାନାର ବିଭିନ୍ନ ପରିଚାଳନା କାର୍ଯ୍ୟରେ ଜୁସକୋ ଅଂଶୀଦାର ଭାବେ ନିୟୋଜିତ ହୋଇଛି। ଜାମେସେଦପୁରର ଏହି କମ୍ପାନୀ ଜୁସକୋ କ୍ରମେ ୨୦୧୯ ଡିସେମ୍ବରରେ ଟିଏସୟୁଆଇଏସ ନାମରେ ପରିଚିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଘଣ୍ଟା ପରେ ବାଇକ୍‌ରେ ଗଲେ ୬ ପ୍ରବାସୀ

ଅନୁଗୋଳ ଅଫିସ, ୫।୫ ଓଡ଼ିଶା ଫେରିବାକୁ ଚାହଁୁଥିବା ପ୍ରବାସୀମାନଙ୍କୁ କିପରି ଅଣାଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯିବ ସେ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା କରିଛନ୍ତି। ଯେଉଁମାନେ...

ଫସଲ କ୍ଷୟକ୍ଷତି ରିପୋର୍ଟ ମାଗିଲେ ସରକାର

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ବାତ୍ୟା ‘ଜଓ୍ବାଦ’ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ଧାନ ସହିତ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଛି।...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ୪ର୍ଥ ଶ୍ରେଣୀ କର୍ମଚାରୀ

ମୋରଡ଼ା,୧୨ା୫(ଡି.ଏନ୍‌.ଏ.): ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ବର୍ତ୍ତମାନ ରାଜ୍ୟର ପ୍ରାୟ ସମସ୍ତ ବିଦ୍ୟାଳୟ ୫-ଟି ଅନ୍ତର୍ଭୁକ୍ତ...

ଏମାର ମଠରୁ ମିଳିଲା ୪୫ ରୁପା ଇଟା, ୪ଫୁଟ ତଳେ ପୋତା ହୋଇ ରହିଥିଲା

ପୁରୀ ଅଫିସ,୧୧।୪: ରୁପା ଇଟାକୁ ନେଇ ଚର୍ଚ୍ଚାରେ ଥିବା ପୁରୀ ଏମାର ମଠରୁ ଦେବୋତ୍ତର ବିଭାଗର ତାଲିକାଭୁକ୍ତ ୪୫ଖଣ୍ଡ ରୁପା ଇଟାକୁ ଶନିବାର ଜିଲା କୋଷାଗାରକୁ...

ବର୍ଷେ ବିତିବ, ହେଲାନି ବଦଳି ବାତିଲ

ଅନୁଗୋଳ ଅଫିସ, ୧୯।୫: ସରକାରୀ ନିର୍ଦ୍ଦେଶ ପହଞ୍ଚିବାର ୫ ମାସ ପରେ ତାହାକୁ ଉଲ୍ଲଂଘନ କରି ଏନ୍‌ଭିବିଡିସିପି (ନ୍ୟାଶନାଲ ଭେକ୍ଟର ବୋନ୍‌ ଡିଜିଜ୍‌ କଣ୍ଟ୍ରୋଲର ପ୍ରୋଗ୍ରାମ) ମଲ୍ଟି...

ପ୍ରତିମାସ ୨୩ରେ ଛତୁଆ ମିଶ୍ରଣ, ୧ରେ ବଣ୍ଟନ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ସମନ୍ବିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତିଙ୍କ ଅତିରିକ୍ତ ପୁଷ୍ଟି ସାଧନ ପାଇଁ...

CORONAVIRUS UPDATE: ବଢୁଛି କରୋନା ଭୟ, ରାଜ୍ୟରେ ଦିନକରେ ୫୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩ା୭(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ସର୍ବାଧିକ ୫୬୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮,୧୦୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ...

ସ୍ବାଧୀନତା ଦିବସରେ ସ୍ବତନ୍ତ୍ର ଅତିଥି ହେବେ ଓଡ଼ିିଶା ଚାଷୀ

ଭୁବନେଶ୍ୱର,୧୪।୮(ଅନୁରାଧା ମହାରଣା): ନୂଆଦିଲ୍ଲୀରେ ହେବାକୁ ଥିବା ୭୭ତମ ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୧୮ଶହ ସ୍ବତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି।...

Advertisement
Archives

Model This Week