ଶ୍ରମିକଙ୍କୁ ଦଳି ଦେଲା ଗୋଠଛଡ଼ା ଦନ୍ତା

ବୈଶିଙ୍ଗା,୬।୬(ରତନ ଦାଶ ): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଞ୍ଚଳରେ ବନବିଭାଗର ଉଦାସୀନତା ଯୋଗୁ ଜଣେ ଶ୍ରମିକ ପ୍ରାଣ ହରାଇ ଥିବା ଅଭିଯୋଗ ହୋଇଛି। ଗୁରୁବାର ରାତିରେ ବେତନଟୀ ବ୍ଲକ ସଇତପୁର ପଞ୍ଚାୟତର ଡେଉଁଚପଦା ଗ୍ରାମ ନିକଟରେ ଜଣେ ଶ୍ରମିକଙ୍କୁ ଏକ ଦନ୍ତାହାତୀ ଦଳି ଦେଇଛି। ମୃତକ ହେଲେ ମୋରଡ଼ା ଥାନା ଜୁଆଳିଭଙ୍ଗା ପଞ୍ଚାୟତ ଅଧୀନ ଅଙ୍ଗାରିଆ ଗାଁର ଲୁସ୍କୁ ମାର୍ଣ୍ଡିଙ୍କ ପୁଅ ବାବୁଲା ମାର୍ଣ୍ଡି।

ମିଳିଥିବା ସୂଚନା ମୁତାବକ, ସବୁ ଦିନ ଭଳି ବାବୁଲା ଗୁରୁବାର ରାତିରେ କାମ ସାରି ୪ଜଣ ସହଯୋଗୀଙ୍କ ସହିତ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ହେଲେ ବାବୁଲା ଡେଉଁଚପଦାଠାରେ ଏକ ଗୋଠଛଡ଼ା ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀଟି ବାବୁଳାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାବୁଲାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ ବାବୁଲାଙ୍କ ସାଙ୍ଗମାନେ ସେଠାରୁ କୌଣସି କ୍ରମେ ଖସି ପଲାଇ ଥିଲେ।

ଖବରପାଇ ବେତନଟୀ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାବୁଲାଙ୍କ ମୃତଦେହ ଜବତ କରି ବେତନଟୀ ଡାକ୍ତରଖାନାକୁ ଆଣିଥିଲେ। ବେତନଟୀ ରେଞ୍ଜର ମନୁୱର ଖାଁ, ବନପାଳ ପ୍ରଦୀପ ଦେହୁରୀ, ଦୀପକ ପାତ୍ର ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରଥିଲେ। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।

ଅନ୍ୟପକ୍ଷେ ଏକ ଗୋଠଛଡା ଦନ୍ତା ଗତ କିଛି ଦିନ ହେଲା ଜଙ୍ଗଲରେ ଏଣେତେଣେ ବୁଲାବୁଲି କରୁଥିବା ବେଳେ ବନବିଭାଗ ହତୀକୁ ଘଉଡ଼ାଇବା ପାଇଁ ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହୋଇଛି। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବାବୁଲା ପରିବାରରେ ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାବେଳେ ତାଙ୍କ ମୃତ୍ୟୁରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ବନବିଭାଗ ଅଧିକାରୀଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେରାବିଶ ବ୍ଲକ୍‌ରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସରକାରୀ ଅର୍ଥ ହଡ଼ପ: ସିନିୟର ଆସିଷ୍ଟାଣ୍ଟଙ୍କ ନାଁରେ ଅଭିଯୋଗ, ତଦନ୍ତ ପାଇଁ…

ଡେରାବିଶ, ୨୮।୧୦(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍‌ରେ ଏକ ବଡ଼ଧରଣର ସରକାରୀ ଅର୍ଥ ହେରଫେର ଓ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି। ବ୍ଲକ୍‌ରେ କାର୍ଯ୍ୟରତ ସିନିୟର…

ଘୁଞ୍ଚିଲା ଆନ୍ଧ୍ର ନିର୍ବାଚନ: ପରିବର୍ତ୍ତନ ହେଲା ଭୋଟ୍-ଗଣନା ତାରିଖ, କୋଟିଆ ପଞ୍ଚାୟତରୁ ପ୍ରାର୍ଥୀ ହେଲେ ୨

ପଟ୍ଟାଙ୍ଗି, ୨୮।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ଜିଲ୍ଲା ପରିଷଦ (ZPTC) ଏବଂ ସମିତି ସଭ୍ୟ (MPTC)…

ତପ୍ତପାଣି ଘାଟି ରାସ୍ତାରେ ପାହାଡ଼ି ଝରଣା ପାଣି: ୩୨୬ ନଂ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ, ଶହ ଶହ…

ଦିଗପହଣ୍ଡି, ୨୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ପାଳୁଖୋଳା ଗାଁ ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥରେ ବୁଧବାର ସକାଳୁ ପାହାଡ଼ି ଝରଣା ପାଣି…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଟିମ ଇଣ୍ଡିଆରେ ବଡ଼ ହଲଚଲ: ଦଳରୁ ବାଦ ପଡ଼ିଲେ ଏହି ଖେଳାଳି!

ନୂଆଦିଲ୍ଲୀ, ୨୮।୧୦: ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ରହି ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ଏହା ପରେ ନଭେମ୍ବର ୪ ତାରିଖରୁ ୫…

୪ ଲେନ୍ ହେବ କନ୍ଦରପୁର-ପାରାଦ୍ବୀପ ରାଜ୍ୟ ରାଜପଥ, ସର୍ଭେ କାର୍ଯ୍ୟ ଆରମ୍ଭ

କଟକ ସଦର, ୨୮।୧୦(ସୁଶାନ୍ତ କୁମାର ଜେନା): ଜଗତସିଂହପୁର ପୂର୍ତ୍ତ ଡିଭିଜନ ଅନ୍ତର୍ଗତ କନ୍ଦରପୁର-ପାରାଦ୍ବୀପ ୧୨ ନମ୍ବର ରାଜ୍ୟ ରାଜପଥର ପ୍ରଶସ୍ତୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବର୍ଷା-ପବନ: ଧାନ ଗଛ ମାଟିରେ ଲୋଟିଲା, ଚାଷୀଙ୍କ ଚିନ୍ତା ବଢ଼ିଲା

ଛତ୍ରପୁର,୨୮।୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଛତ୍ରପୁର ଅଞ୍ଚଳରେ ବିଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ସାଙ୍ଗକୁ ପବନ ଜାରି ରହିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ…

ଘୋଡ଼ାହାଡ଼ ନଦୀରେ ବନ୍ୟା: ପଳାଶପୁର ବ୍ରିଜ୍‌ ଉପରେ ୪ ଫୁଟ୍‌ର ପାଣି, ଆସିକା-ଦିଗପହଣ୍ଡି-ପାଟପୁର ଯୋଗାଯୋଗ ବିଚ୍ଛିନ୍ନ

ଦିଗପହଣ୍ଡି ୨୮।୧୦, ଅଶେଷ ନାଥ ମିଶ୍ର: ଗଞ୍ଜାମ ଜିଲାର ଘୋଡ଼ାହାଡ଼ ନଦୀରେ ସୃଷ୍ଟି ହୋଇଛି ଗମ୍ଭୀର ବନ୍ୟା ପରିସ୍ଥିତି। ନଦୀର ଉପରମୁଣ୍ଡ ଗଜପତି ଜିଲାରେ ପ୍ରବଳ ବର୍ଷା…

ବାତ୍ୟା ‘ଅର୍ଣ୍ଣବ’: ଦାରିଙ୍ଗବାଡ଼ି ଗସ୍ତ କରି ସ୍ଥିତି ପରଖିଲେ ମନ୍ତ୍ରୀ, ସିଲ୍‌ କରାଯାଇଥିବା ଗାଜଲବାଡ଼ି ଘାଟିର…

ଦାରିଙ୍ଗବାଡ଼ି,୨୮।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ ଲୋକଙ୍କ ସୁରକ୍ଷା ଦିଗର ତଦାରଖ କରିବା ପାଇଁ ଓଡ଼ିଶାର ରାଜ୍ୟ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?