ଦଦରା ଗାଡ଼ିରେ କାମ ଚଳୁଛି

ଖଇରା, ୧୬।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ଏକ ସମ୍ବେଦଦନଶୀଳ ଥାନା ହୋଇଥିବା ବେଳେ ବହୁବିଧ ସମସ୍ୟା ସାଧାରଣ ଲେକଙ୍କୁ ନ୍ୟାୟ ପ୍ରଦାନରେ ବାଧକ ସାଜିଛି। କର୍ମଚାରୀ ସାଙ୍ଗକୁ ଗାଡି ଅଭାବ ଓ ନୂତନ ଗୃହ ନିର୍ମାଣରେ ବିଳମ୍ବ କେବଳ କର୍ମଚାରୀଙ୍କ ମନୋବଳକୁ କାର୍ଯ୍ୟ କରିବାରେ ଅନ୍ତରାୟ ହେଉନାହିଁ ବରଂ ଥାନା ଉପରୁ ସାଧାରଣ ଲୋକଙ୍କ ଭରସାକୁ ଏହା ପ୍ରଭାବିତ କରୁଛି। ତୁରନ୍ତ ସମସ୍ୟାର ସମାଧାନ ପାଇଁ ବୁଦ୍ଧିଜୀବୀ ଶିକ୍ଷାବିତ୍‌ ତଥା ବିଭିନ୍ନ ନାଗରିକ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।
ଥାନା ସ୍ବାଧୀନତା ପୂର୍ବରୁ ପ୍ରତିଷ୍ଠା ଲାଭ କରିଥିବା ବେଳେ ଏହା ଅଧୀନରେ ୨୯ ପଞ୍ଚାୟତ ରହିଛି। ୫ବର୍ଷର ରିପୋର୍ଟକୁ ଅନୁଧ୍ୟାନ କଲେ ବର୍ଷକୁ ହାରାହାରି ୨୮୦ ମାମଲା ରୁଜୁ କରାଯାଇଥାଏ। ଆବଶ୍ୟକ କର୍ମଚାରୀ ଓ ଗାଡି ଅଭାବରୁ ପୋଲିସକୁ ସମୟୋଚିତ ପଦକ୍ଷେପ ଦେବା ମୁସ୍କିଲ ହୋଇପଡୁଛି। ୬ ଏଏସ୍‌ଆଇ ପଦବୀ ଥିବା ବେଳେ ବର୍ତ୍ତମାନ ଥାନାରେ ଜଣେ ହେଲେ ଏଏସ୍‌ଆଇ ନାହାନ୍ତି। ସେହିଭଳି ହାବିଲଦାର ପଦବୀଗୁଡିକ ମଧ୍ୟ ଖାଲିପଡିଛି। ୨ବର୍ଷ ତଳେ ଖଇରା ଥାନାର ନିଜସ୍ବ ବୋଲେରୋ ଦୁର୍ଘଟଣାରେ ଭାଙ୍ଗିରୁଜି ନଷ୍ଟ ହୋଇପଡିଥିବା ବେଳେ ଏ ପର୍ଯ୍ୟନ୍ତ ନୂଆଗାଡି ବ୍ୟବସ୍ଥା କରାଯାଉନାହିଁ। କିଛିଦିନ ତଳେ ଥାନାକୁ ଦିଆଯାଇଥିବା ଏକ ଦଦରା ଗାଡି ପ୍ରତ୍ୟେକ ଦିନ କିଛି ନା କିଛି ମରାମତି ଆବଶ୍ୟକ କରୁଛି। ନୂତନ ଗୃହ ନିର୍ମାଣକୁ ନେଇ ସାଧାରଣରେ ଅସନ୍ତୋଷ ବଢି ବଢି ଚାଲିଛି। ଗୃହ ନିର୍ମାଣ ଅବଧି ସରିବାକୁ ଆଉ ମାତ୍ର କିଛି ମାସ ବାକିଥିବା ବେଳେ ଏ ପର୍ଯ୍ୟନ୍ତ ୪୦ ଭାଗ କାର୍ଯ୍ୟ ମଧ୍ୟ ସରିନାହିଁ।
ବୋରିଂଗୁଡିକ ୮ମିଟର କରାଯିବାର ନିୟମ ଥିବା ବେଳେ ଏହାଠାରୁ ଯଥେଷ୍ଟ କମ୍‌ କରାଯିବା ଏବଂ ବ୍ୟବହୃତ କଞ୍ଚାମାଲ ବିଶେଷ କରି ବାଲି ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଘରର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ ନରହରି ବେହେରାଙ୍କୁ ଯୋଗାଯୋଗ କରାଯିବାରେ ମାଟି ଖରାପ ଯୋଗୁ ଏଷ୍ଟିମେଟରେ କିଛିଟା ପରିବର୍ତ୍ତନ କରାଯାଇଥିବା କହିଛନ୍ତି।
ଖଇରା ଥାନା ଅଧିକାରୀ ସୁବ୍ରତ ବେହେରାଙ୍କୁ ପଚାରିବାରେ ଅଭାବ ଅସୁବିଧା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?