କାମଚଳାରେ ଚାଲିଛି କାମ

ଢେଙ୍କାନାଳ ଅଫିସ, ୫।୧୧:  ଶିଳ୍ପରେ ସମୃଦ୍ଧ। ପର୍ଯ୍ୟଟନ ସମ୍ଭାରରେ ଭରପୂର। ରାଜନୈତିକ ଏବଂ ପ୍ରଶାସନିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। ଏସବୁ ବଢ଼ାଇଛି ଢେଙ୍କାନାଳର ଗୁରୁତ୍ୱ। ହେଲେ ରାଜ୍ୟର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ଜିଲାର ପ୍ରଶାସନିକ ପରିଚାଳନା ବ୍ୟବସ୍ଥା ଢିଲା ପଡ଼ିଛି। ଦୀର୍ଘଦିନ ଧରି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଖାଲି ପଡ଼ିଥିବାରୁ ଲାଗିରହିଛି ଅଚଳାବସ୍ଥା। କାମଚଳାରେ ହେଉଥିବା କାମ ହିତାଧିକାରୀଙ୍କୁ ସନ୍ତୁଷ୍ଟ କରିପାରୁ ନ ଥିବାବେଳେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଢେଙ୍କାନାଳ ଜିଲାରେ ପୋଲିସ ମୁଖିଆ ପଦବୀ ମାସେ ହେଲା ଖାଲିପଡ଼ିଛି। ସେହିପରି ୬ମାସ ହେବ ଜିଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳ (ପ୍ରଶାସନ), ୨ବର୍ଷ ହେବ ଜିଲା ପର୍ଯ୍ୟଟନ ଅଧିକାରୀ ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ପଦବୀରେ ସ୍ଥାୟୀ ନିଯୁକ୍ତି ଦିଆଯାଇନାହିଁ। ଭାରପ୍ରାପ୍ତ ଅଧିକାରୀମାନେ ଅତିରିକ୍ତ ଭାବେ ଏହି ଦାୟିତ୍ୱ ସମ୍ଭାଳୁଛନ୍ତି। ଜିଲାରେ ଦୁଇ ଅତିରିକ୍ତ ଜିଲାପାଳ ପଦବୀ ରହିଛି। ସେଥିରୁ ଗୋଟିଏ ରାଜସ୍ବ, ଅନ୍ୟଟି ପ୍ରଶାସନ। ଜୁନ୍‌ରୁ ଅତିରିକ୍ତ ଜିଲାପାଳ (ପ୍ରଶାସନ)ଙ୍କ ବଦଳି ହୋଇଯାଇଥିଲା। ରାଜସ୍ବ ବିଭାଗର ଅତିରିକ୍ତ ଜିଲାପାଳ ଏବେ ଏହି ଦାୟିତ୍ୱରେ ଅଛନ୍ତି। ସେହିପରି ମାସେ ତଳେ ଏସ୍‌ପିଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରିଦିଆଯାଇଥିଲା। ଦଶହରା ଓ ଲକ୍ଷ୍ମୀପୂଜା ପାଖେଇ ଆସୁଥିବା ବେଳେ ହଠାତ୍‌ ଏସ୍‌ପିଙ୍କୁ ବଦଳି କରାଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ଅନୁଗୋଳ ଏସ୍‌ପି ଢେଙ୍କାନାଳ ଦାୟିତ୍ୱରେ ରହିଛନ୍ତି। ପାର୍ବଣ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ପୋଲିସ ମୁଖିଆଙ୍କ ବିନା କିପରି ଏହାକୁ ନିୟନ୍ତ୍ରଣ କରିହେବ ତାକୁ ନେଇ ଏବେ ଚର୍ଚ୍ଚା ହେଉଛି। ସେହିପରି ଦୁଇବର୍ଷ ହେବ ଖାଲି ପଡ଼ିଥିବା ଜିଲା ପର୍ଯ୍ୟଟନ ଅଧିକାରୀ ଦାୟିତ୍ୱରେ ଅନୁଗୋଳ ଜିଲା ପର୍ଯ୍ୟଟନ ଅଧିକାରୀ ଦାୟିତ୍ୱ ତୁଲାଉଛନ୍ତି। ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାବେଳେ ବିଭାଗୀୟ ମୁଖିଆ ନ ଥିବା ନେଇ ଆଲୋଚନା ଜୋର୍‌ ଧରିଛି। ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗରେ ମଧ୍ୟ ଅନୁରୂପ ଅବସ୍ଥା। ଏଠାରେ ମଧ୍ୟ ଦୁଇବର୍ଷ ହେଲା ମୁଖ୍ୟ ପଦବୀ ଖାଲିପଡ଼ିଛି। ଜଣେ ଡେପୁଟି କଲେକ୍ଟର ଏହି ଦାୟିତ୍ୱରେ ସମ୍ଭାଳୁଛନ୍ତି। ଜିଲାରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସ୍ଥାୟୀ ଅଧିକାରୀ ନ ଥିବାରୁ ବ୍ୟାପକ ସମସ୍ୟା ଦେଖାଦେଇଛି। ସରକାର ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।

ବହୁ ମାମଲା ପଡ଼ିରହିଛି
ଢେଙ୍କାନାଳ ଭଳି ପ୍ରମୁଖ ଜିଲାରେ ମାସେ ହେବ ଏସ୍‌ପି ପଦବୀ ଏବଂ ୬ମାସ ହେଲା ଗୋଟିଏ ଏଡିଏମ୍‌ ପଦବୀ ଖାଲି ପଡ଼ିବା ଦୁର୍ଭାଗ୍ୟର ବିଷୟ। ପାର୍ବଣ ସମୟରେ ଜିଲାରେ ପୋଲିସ ମୁଖିଆ ନ ରହିବା ଯୋଗୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ କିଭଳି ଧ୍ୟାନ ଦିଆଯିବ ତାହା ସରକାର ଜାଣିବା କଥା। ଏଡିଏମ୍‌ ପଦବୀ ଖାଲି ପଡ଼ିଥିବା ଯୋଗୁ କୋର୍ଟ କାମ ହୋଇପାରୁନାହିଁ। ବହୁ ମାମଲା ମଧ୍ୟ ପଡ଼ିରହିଛି।
-ଭାବଗ୍ରାହୀ ପଣ୍ଡା, ଆଇନଜୀବୀ

ଜନପ୍ରତିନିଧି ଦୃଷ୍ଟି ନ ଦେବା ଦୁଃଖର ବିଷୟ
ଢେଙ୍କାନାଳ ଜିଲାରେ ଐତିହ୍ୟସମ୍ପନ୍ନ ଗଣପର୍ବ ଲକ୍ଷ୍ମୀପୂଜା ପାଳନ କରାଯାଉଥିବା ବେଳେ ଏସ୍‌ପି ପଦବୀ ଖାଲି ପଡ଼ିବା ଚିନ୍ତାର ବିଷୟ। ଯଦିଓ କୋଭିଡ୍‌ କଟକଣା ପାଇଁ ଏଥର ପୂଜା ନିରାଡମ୍ବରରେ ହେଉଛି, ତଥାପି ପାର୍ବଣକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ଜିଲା ପୋଲିସ ମୁଖ୍ୟଙ୍କ ଗୁରୁଦାୟିତ୍ୱ ରହିଛି। ଜନପ୍ରତିନିଧି କିମ୍ବା ସରକାର ଏଥିପ୍ରତି ଦୃଷ୍ଟି ନ ଦେବା ଦୁଃଖର ବିଷୟ।
-ବିଶ୍ୱନାଥ ବେହେରା, ସଭାପତି ମିଳିତବଜାର ଲକ୍ଷ୍ମୀପୂଜା କମିଟି

ଆଇନଶୃଙ୍ଖଳା ବିଗୁଡୁଛି
ପ୍ରଶାସନିକ ତଥା ରାଜନୈତିକ ଦୃଷ୍ଟିକୋଣରୁ ଢେଙ୍କାନାଳର ଗୁରୁତ୍ୱ ଅଧିକ। ଏଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଧିକାରୀ ଚୌକି ଖାଲିପଡ଼ିଛି। ଅନ୍ୟ ଜିଲାର ଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଛି। ଟ୍ରାଫିକ୍‌ ପରିଚାଳନାରେ ସମସ୍ୟା ହେଉଛି। ଲକ୍ଷ୍ମୀପୂଜା ପରିଚାଳନାରେ ସମସ୍ୟା ଉପୁଜୁଛି। ଆଇନଶୃଙ୍ଖଳା ବିଗୁଡୁଛି। ସରକାର ଏହାକୁ ଗୁରୁତ୍ୱର ସହ ବିଚାର କରିବା ଆବଶ୍ୟକ।
-ସୁଧାଂଶୁ କୁମାର ଦଳେଇ, ସମ୍ପାଦକ, ଜବାହର ଚୌକ ଲକ୍ଷ୍ମୀପୂଜା କମିଟି


Enter your email to get our daily news in your inbox.

All Right Reserved By Dharitri.Com

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ…

୧୧ ପଦକ ଜିତିଲେ ଗଞ୍ଜାମର ୩ ଖେଳାଳି, ଛୁଟୁଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ପାରା ଅସିଚାଳନା ପ୍ରତିଯୋଗିତାରେ ଦଶରୁ ଅଧିକ ପଦକ ଜିତିଛନ୍ତି ଗଞ୍ଜାମର ୩ ଖେଳାଳି। ଛତ୍ରପୁର ଗିଲିଟିପେଟା…

ଟ୍ରମ୍ପଙ୍କ ହୃଦୟ ଭାଙ୍ଗିଲେ ନେତାନ୍ୟାହୁ! ଇସ୍ରାଏଲ ଘୋଷଣା କରି କହିଲା….

ନୂଆଦିଲ୍ଲୀ,୩୦ା୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଇସ୍ରାଏଲ ଆମେରିକାକୁ ଏକ ବଡ଼ ଧୋକା ଦେଇଛି। ଇସ୍ରାଏଲ ସ୍ପଷ୍ଟ ଭାବରେ କହିଛି ଯେ ଏହାର ସେନା ଗ୍ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri