କାନ୍ତାରା ୨ ଉପରେ ଆରମ୍ଭ ହେଲା କାମ, ସ୍କ୍ରିପ୍ଟ ପାଇଁ କର୍ନାଟକ ଜଙ୍ଗଲରେ ପହଞ୍ଚିଲେ ରିଷଭ ସେଟ୍ଟି

ମୁମ୍ବାଇ: ରିଷଭ ସେଟ୍ଟିଙ୍କ ବ୍ଲକବୁଷ୍ଟର ହିଟ୍ ମୁଭି କାନ୍ତାରା ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ଦଖଲ କରି ଦେଇଛି । ଦର୍ଶକେ ଏହି ଫିଲ୍ମକୁ ଏତେ ଭଲପାଇବା ଦେଇଛନ୍ତି ଯେ ନିର୍ଦ୍ଦେଶକ ଏହାର ଦ୍ୱିତୀୟ ଭାଗ ନିର୍ମାଣ କରିବାରେ ଲାଗି ପଡିଲେଣି । ରିଷଭ ସେଟ୍ଟି କାନ୍ତାରା ୨ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲେଣି । ରିଷଭ ସେଟ୍ଟି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଅଭିନୟ ବି କରିବେ । ମିଳିଥିବା ସୂଚନା ଅନୁଯାୟୀ, ରିଷଭ ସେଟ୍ଟି ଏବେ ବହୁ ପ୍ରତିକ୍ଷିତ ଫିଲ୍ମର ସ୍କ୍ରିପଟିଂରେ ବ୍ୟସ୍ତ ହୋଇଗଲେଣି ।
ହୋମ୍ବେଲେ ଷ୍ଟୁଡିଓ ନିକଟରେ ଆଗାମୀ ୫ ବର୍ଷରେ ଫିଲ୍ମ ଓ ସିରିଜରେ ୩୦ ଅରବ ଟଙ୍କା ନିବେଶ କରିଥିବା ଦାବି କରିଛି । ହୋମ୍ବେଲ ପ୍ରଡକସନର ସଂସ୍ଥାପକ ବିଜୟ କିରଙ୍ଗଦୁର ଏକ ମିଡିଆ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ରିଷଭ ସେଟ୍ଟି କାନ୍ତାରା ୨ ଉପରେ କାମ ଆରମ୍ଭ କରି ଦେଇଛନ୍ତି ।
ସେ କହିଛନ୍ତି ରିଷଭ ସେଟ୍ଟି ଏବେ କାହାଣୀ ଲେଖୁଛନ୍ତି । ଫିଲ୍ମର ରିସର୍ଚ୍ଚକୁ ନେଇ ୨ ମାସ ହେବ ତାଙ୍କ ଲେଖନ ସହଯୋଗୀଙ୍କ ସହ କର୍ନାଟକର ଜଙ୍ଗଲରେ ରହିଛନ୍ତି । ବିଜୟ ଆହୁରି ମଧ୍ୟ କହିଛନ୍ତି, ଟିମ ଜୁନରେ ଶୁଟିଂ ଆରମ୍ଭ କରିପାରେ । କାରଣ ଶୁଟିଂର ଗୋଟିଏ ଭାଗରେ ବର୍ଷାର ଆବଶ୍ୟକତା ରହିଛି । ତେବେ ଆସନ୍ତା ବର୍ଷ ଏପ୍ରିଲ ବା ମେରେ ଫିଲ୍ମ ସାରା ଦେଶରେ ରିଲିଜ କରିବାର ଯୋଜନା ରହିଛି । ତେବେ କାନ୍ତାରା ୨ ର ବଜେଟ ପ୍ରଥମ ଫିଲ୍ମଠାରୁ ବହୁ ଅଧିକ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନବନ୍ଦରରେ ଝିଅକୁ ଛାତିରେ ଜାବୁଡି ଧରିଲେ ଅନୁଷ୍କା

ଚେନ୍ନାଇ,୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ସମସ୍ତ ମ୍ୟାଚ କରୋନା ଯୋଗୁ ଚଳିତ ବର୍ଷ କେବଳ ୬ଟି ସ୍ଥାନରେ ଖେଳାଯାଉଛି। ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ସ୍ଥାନ...

ପ୍ରିୟଙ୍କାଙ୍କ ଜନ୍ମଦିନରେ ସ୍ବାମୀ ଦେଲେ ସ୍ବତନ୍ତ୍ର ଉପହାର: ଦାମ୍‌ ଜାଣିଲେ…

ବଲିଉଡରୁ ହଲିଉଡ୍‌କୁ ଜମ୍ପ୍‌ ମାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗୋଟିଏ ଦିନ ପୂର୍ବରୁ ନିଜ ୩୮ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କୁ ଅନେକ...

ଖଳନାୟକ ଅଂଶୁମାନ

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି ଅଂଶୁମାନ ସାମନ୍ତରାୟ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ଲକ୍‌ଡାଉନ ପରେ...

ଅଭିନେତ୍ରୀ ରେଖାଙ୍କ ହେବ କରୋନା ଟେଷ୍ଟ

ମହାମାରୀ କରୋନା ଏବେ ବଲିଉଡ୍‌ ମୁହାଁ ହୋଇଛି। ବିଗ ବି ଅମିତାଭ ବଚ୍ଚନ ଓ ପୁତ୍ର ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହେବାର ଗୋଟିଏ...

ଚର୍ଚ୍ଚାରେ ଶମିତା

ବଲିଉଡ୍‌ରେ ଭାଗ୍ୟ ଏବଂ ପରିଶ୍ରମ ଏକାସାଙ୍ଗରେ କାମ କରିଥାଏ। ସୁପରହିଟ୍‌ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ଭାଗ୍ୟ ବେଳେ ବେଳେ ସାଥ୍‌ ଦେଇ ନ...

ଶାହାରୁଖଙ୍କଠାରୁ ସୁସ୍ମିତାଙ୍କ ପର୍ଯ୍ୟନ୍ତ ଆର୍ଜେଣ୍ଟିନାର ବିଜୟକୁ ନେଇ ପାଳିଲେ ଉତ୍ସବ

ମୁମ୍ବାଇ: କତରର ଲୁସୈଲ ଷ୍ଟାଡିୟମରେ ରବିବାର ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳା ଯାଇଥିବା ଫିଫା ବିଶ୍ୱକପ ଫାଇନାଲରେ ଲିଓନେଲ ମେଶିଙ୍କ ଟିମ ବାଜି ମାରିଛି...

ରାହୁଲ ଗାନ୍ଧୀଙ୍କ ପାଇଁ ବ୍ରତ ରଖୁଥିବା ଅଭିନେତ୍ରୀ ମୋଦିଙ୍କୁ ନେଇ ଏମିତି କହିଲେ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ବ୍ରତ ରଖୁଥିବା ଟିଭି ଅଭିନେତ୍ରୀ ତଥା ମଡେଲ ମାହିକା ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବଡ...

ଝିଅ ସହ ର‌୍ୟାମ୍ପରେ ଚାଲିଲେ ଇଶା କୋପିକର

ମୁମ୍ବାଇ: ବମ୍ବେ ଟାଇମ୍ସ ଫ୍ୟାଶନ ୱିକ ୨୦୨୨ର ଦ୍ୱିତୀୟ ସିଜନ ଶେଷ ହୋଇଛି । ଫ୍ୟାଶନ ୱିକର ପ୍ରଥମ ଦିନରେ ଗ୍ଲାମରସ ଓ ଇଣ୍ଡିଆନ ଆଉଟଫିଟରେ...

Advertisement
Archives

Model This Week