ଛୋଟପିଲା ସହ ଓ୍ବାର୍କ ଫ୍ରମ୍‌ ହୋମ୍‌

ଘରୁ ବାହାରି ଅଫିସ ଗଲେ ରୋଗ ସଂକ୍ରମଣର ଭୟ। ଯାହାର ବିକଳ୍ପ ସାଜିଛି ଓ୍ବାର୍କ ଫ୍ରମ୍‌ ହୋମ। ହେଲେ ଏପଟେ ଘରେ ଛୋଟ ପିଲା। କାମ ବେଳେ କେତେବେଳେ ଲାପ୍‌ଟପ୍‌ ଟାଣି ନିଅନ୍ତି ତ ଆଉ କେତେବେଳେ କୋଳରେ ବସି କାର୍ଟୁନ ଦେଖିବାର ଜିଦ୍‌ କରନ୍ତି। ଏମିତିରେ ପିଲା ସହିତ ଅଫିସ କାମ ଉଭୟକୁ ସମାନ୍ତରାଳ ଭାବେ ସମ୍ଭାଳିବା କୌଣସି ଚ୍ୟାଲେଞ୍ଜଠୁ କମ୍‌ ନୁହେଁ…

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅନେକ କର୍ମଜୀବୀ ମହିଳା ଘରେ ରହି ଅଫିସ କାମ ବା ଓ୍ବାର୍କ ଫ୍ରମ୍‌ ହୋମ କରୁଛନ୍ତି। ହେଲେ ଯେଉଁମାନଙ୍କର ଘରେ ଛୋଟପିଲା ଅଛନ୍ତି, ସେମାନଙ୍କୁ ଘରେ ଅଫିସ କାମ କରିବାରେ ଅନେକ ଅସୁବିଧା ହେଉଛି। କାରଣ ପିଲାଙ୍କୁ ବୁଝାଇ, ସେମାନଙ୍କ ଦୁଷ୍ଟାମୀ ସମ୍ଭାଳିବା ସହିତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଫିସ କାମ ସାରିବା ସେମାନଙ୍କ ପାଇଁ କୌଣସି ଚ୍ୟାଲେଞ୍ଜଠୁ କମ୍‌ ନୁହେଁ। ତେବେ ଏମିତରେ ଛୋଟ ପିଲା ଡିଷ୍ଟର୍ବ ନ କରିବା ଲାଗି କେତୋଟି ଉପାୟ ଆପଣେଇଲେ ଆପଣଙ୍କୁ ଘରେ ଅଫିସ କାମ କରିବା ସହଜ ହୋଇପାରିବ…
ପିଲାଙ୍କୁ ଧ୍ୟାନ ଦିଅନ୍ତୁ: ମା’ ପିଲାଙ୍କୁ ବ୍ୟତୀତ ଅନ୍ୟ କେଉଁଆଡେ ଧ୍ୟାନ ଦେଲେ ପିଲା ତାହା ପସନ୍ଦ କରନ୍ତି ନାହିଁ। ଏମିତିରେ ଘରେ ଅଫିସ୍‌ କାମ କରିବା କଷ୍ଟ ହୋଇଥାଏ। ତେଣୁ ପିଲା ଡ଼ିଷ୍ଟର୍ବ ନ କରିବା ଲାଗି କାମ ଆରମ୍ଭ କରିବା ପୂର୍ବରୁ କିଛି ସମୟ ପିଲାଙ୍କ ସହ ଭଲ ଭାବେ ଖେଳନ୍ତୁ, ଗପନ୍ତୁ ଏବଂ ଏହା ମଧ୍ୟରେ ତାଙ୍କ ଧ୍ୟାନ ଅନ୍ୟଆଡେ ଆକର୍ଷିତ କରିବାକୁ ଚେଷ୍ଟା କରନ୍ତୁ। କାମ ପାଇଁ ଏକାସାଙ୍ଗେ ଦୀର୍ଘ ସମୟ ବସି ନ ରହି କିଛି ସମୟ ବିରତି ନେଇ ମଝିରେ ମଝିରେ ପିଲାଙ୍କ ସହ କଥାହୁଅନ୍ତୁ କିମ୍ବା କିଛି ଖାଇବାକୁ ଦିଅନ୍ତୁ, ଯେପରି ସେ ଅନୁଭବ କରିବେ ଯେ, ଆପଣ ତାଙ୍କୁ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି।
ଡିମାଣ୍ଡ ପୂରଣ କରନ୍ତୁ: ବେଳେ ବେଳେ ପିଲା କିଛି ଡିମାଣ୍ଡ କରିଥାନ୍ତି ଏବଂ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ମା’ ତାହା ଭୁଲି ଯାଆନ୍ତି ଅବା କିଛି ସମୟ ପରେ କରିବା ଭାବି ଅବହେଳା କରିବସନ୍ତି। ଏପରି କରିବା ଦ୍ୱାରା ପିଲା ବିରକ୍ତ ହୋଇଯାଆନ୍ତି ଏବଂ ଅଫିସ କାମ ବେଳେ ବାରମ୍ବାର ଡ଼ିଷ୍ଟର୍ବ କରିଥାନ୍ତି। ତେଣୁ ପ୍ରଥମେ ପିଲା କ’ଣ ଚାହୁଁଛି ଜାଣିବାକୁ ଚେଷ୍ଟା କରନ୍ତୁ ଏବଂ ଯଥା ସମ୍ଭବ ଏହାକୁ ପୂରଣ କରିବାକୁ ଚେଷ୍ଟା କରନ୍ତୁ। କାରଣ ପିଲାଙ୍କ ମନ ଖୁସି ରହିଲେ ସେ କାମ ବେଳେ ଜିଦ୍‌ କିମ୍ବା ଦୁଷ୍ଟାମୀ କରିବେ ନାହିଁ।
ପିଲାଙ୍କୁ ବ୍ୟସ୍ତ ରଖନ୍ତୁ: ପିଲାମାନେ ସାଧାରଣତଃ କମ୍ପ୍ୟୁଟର, ଲାପଟପ୍‌ ଆଦି ଦେଖିଲେ ଆକର୍ଷିତ ହୋଇ ଚାଲିଆସନ୍ତି ଏବଂ ସେଥିରେ ଲାଗନ୍ତି। ଫଳରେ ସେମାନଙ୍କ ଉପସ୍ଥିତିରେ ଅଫିସକାମ କରିବାରେ ଅସୁବିଧା ହୋଇଥାଏ। ତେଣୁ ନିଜେ ଅଫିସ କାମ କରିବା ବେଳେ ପିଲା ମଧ୍ୟ ଯେପରି କୌଣସି କାମରେ ବ୍ୟସ୍ତ ରହିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ପିଲାଙ୍କୁ ପିକ୍ଚର ବୁକ୍‌, ବିଲ୍ଡିଙ୍ଗ ବ୍ଲକ୍ସ କିମ୍ବା ସେ ଖେଳିବାକୁ ପସନ୍ଦ କରୁଥିବା କୌଣସି ଖେଳନା ଦିଅନ୍ତୁ। ଏହାଧ୍ୟାରା ପିଲାଙ୍କ ଧ୍ୟାନ ଆପଣଙ୍କ କାମରୁ ଦୂରେଇ ନିଜ ଖେଳ ଉପରେ ରହିବ।
କିଛି ସମୟ ପାଖରେ ବସାନ୍ତୁ: କାମ ସମୟରେ ପିଲାଙ୍କୁ ସମ୍ପୂର୍ଣ୍ଣ ଅଲଗା ରୁମ୍‌ରେ ଛାଡିଦେବା ଦ୍ୱାରା ବି ପିଲାଙ୍କୁ ବିରକ୍ତ କରିଥାଏ ଏବଂ ସେ ବାରମ୍ବାର ଆସି ଡିଷ୍ଟର୍ବ କରିଥାନ୍ତି। ତେଣୁ ପିଲାଙ୍କୁ ବୁଝାଇବା ଲାଗି କିଛି ସମୟ ପାଖରେ ଅନ୍ୟ ଏକ ଚେୟାରରେ ବସାଇ ଦେଖିବାକୁ ଦିଅନ୍ତୁ ଏବଂ କିଛି ଖେଳନା ମଧ୍ୟ ଦିଅନ୍ତୁ। ଏହାଦ୍ୱାରା ଧିରେ ଧିରେ ସେ ଖେଳରେ ବ୍ୟସ୍ତ ରହିବ।
ପିଲାଙ୍କୁ ଶୁଆଇବା ପରେ କାମ କରନ୍ତୁ: ପିଲାଙ୍କ ଶୋଇବା ସମୟ କାମ ପାଇଁ ସବୁଠୁ ଭଲ। ଏହି ସମୟକୁ ଅନ୍ୟ କାମରେ ନଷ୍ଟ ନ କରି ଅଧିକରୁ ଅଧିକ କାମ ସାରିବାକୁ ଚେଷ୍ଟା କରନ୍ତୁ।
ପରିବାର ସଦସ୍ୟଙ୍କ ସାହାଯ୍ୟ ନିଅନ୍ତୁ: ଘରେ ଥିବା ଅନ୍ୟ ସଦସ୍ୟଙ୍କ ଠାରୁ ଅଫିସ କାମ ସମୟରେ ପିଲାଙ୍କୁ ରଖିବା ଲାଗି ସାହାଯ୍ୟ ନିଅନ୍ତୁ। ଯଦି କେବଳ ପତ୍ନୀପତି ଏବଂ ପିଲା ରହୁଛନ୍ତି ଏବଂ ପତି ମଧ୍ୟ ଓ୍ବାର୍କ ଫ୍ରମ୍‌ ହୋମ କରୁଛନ୍ତି ତେବେ ଉଭୟ ନିଜର ସୁବିଧା ଅନୁଯାୟୀ ସମୟ ବାଣ୍ଟିନିଅନ୍ତୁ, ଯେପରି ଜଣେ ପିଲାକୁ ସମ୍ଭାଳିବା ସମୟରେ ଅନ୍ୟଜଣେ ଅଫିସ କାମ କରିପାରିବେ।

କ’ଣ କରନ୍ତି ଏମାନେ…

ଡଃ ସୁଶ୍ରୀ ସସ୍ମିତା ରାଉତ( ଆସୋସିଏଟ୍‌ ପ୍ରଫେସର, ସିଲିକନ୍‌ ଇଞ୍ଜିନିୟରିଂ କଲେଜ, ଭୁବନେଶ୍ୱର)- ଅଫିସ କାମ ପୁଅ ସହତ ଘରେ କରିବା ନିଶ୍ଚିତ ଭାବେ କଷ୍ଟ, ହେଲେ ଅସମ୍ଭବ ନୁହେଁ। କାରଣ ନିଜ କଥା କହିବି, ବର୍ତ୍ତମାନ କରୋନା ଲାଗି କଲେଜ ବନ୍ଦ ଥିବାରୁ ଘରେ ରହି ଅନ୍‌ଲାଇନ୍‌ କ୍ଲାସ୍‌ ନେବା ସହ ଅଫିସିଆଲ୍‌ ମିଟିଙ୍ଗ୍‌ ବି ଆଟେଣ୍ଡ କରିବାକୁ ହେଉଛି। ଏମିତିରେ ଏସବୁ ଲାଗି ଲାପ୍‌ଟପ୍‌ ଖୋଲିବା ମାତ୍ରେ କେବେ ପୁଅ ଆସି କାର୍ଟୁନ୍‌ ଦେଖିବାକୁ ଜିଦ୍‌ କରୁଛି ତ ଆଉ କେବେ କିଛି ଖାଦ୍ୟ ପ୍ରସ୍ତୁତ କରିବାକୁ ଡିମାଣ୍ଡ କରୁଛି। ତେଣୁ ଉଭୟକୁ ବାଲାନ୍ସ କରିବାକୁ ପଡୁଛି। ମାମା କାମ ଲାଗି ତାକୁ ଅବହେଳା କରୁଛି, ଏ ଭାବନା ତା’ ମନରେ ନ ଆସିବା ଲାଗି ତା’କୁ ସମ୍ପୂର୍ଣ୍ଣ ଆଟେନ୍ସନ ଦେବା ସହିତ ଅଫିସ୍‌ କାମ ସମୟରେ ତା’କୁ ଅନ୍ୟ କାମରେ ବ୍ୟସ୍ତ ରଖିବାର ବ୍ୟବସ୍ଥା ମଧ୍ୟ କରୁଛି।
ସଂଘମିତ୍ରା ଘୋଷ (ବିଜ୍‌ନେସ୍‌ ପାର୍ଟନର ଅଫ୍‌ ଏସ୍କାଲେଟେଡ୍‌ ଓ୍ବେଲ୍‌ଥ କନ୍‌ସଲ୍ଟାଣ୍ଟ୍ସ, ଭୁବନେଶ୍ୱର)- ପିଲାମାନେ ସବୁବେଳେ ନିଜ ପାଖରେ ମା’ର ଉପସ୍ଥିତି ସହିତ ତା’ ପ୍ରତି ସମ୍ପୂର୍ଣ୍ଣ ଆଟେନ୍ସନ ଚାହାନ୍ତି। ତେଣୁ କରୋନା ଲାଗି ବର୍ତ୍ତମାନ ଓ୍ବାର୍କ ଫ୍ରମ୍‌ ହୋମ୍‌ କରିବାକୁ ପଡଥିବାରୁ ଛୋଟ ଝିଅ ଉପସ୍ଥିତରେ ନିର୍ଦ୍ଧାରୀତ ସମୟ ମଧ୍ୟରେ ଅଫିସ୍‌ କାମ ସାରିବା ଟିକେ କଷ୍ଟ ଯଦିଓ ହେଉଛି, ତଥାପି ମୁଁ ବିଭିନ୍ନ ଉପାୟରେ ଝିଅକୁ ବୁଝାଇ ସବୁ କାମ ସମ୍ଭାଳି ନେଉଛି। ହେଲେ ସତ କହିବାକୁ ଗଲେ, ପରିବାର ସହ ସାରାଦିନ ରହିବାକୁ ମିଳୁଥିବାରୁ କାମର ଚାପ ଜଣା ପଡୁନି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?