ପେଟ ପାଇଁ ବିଡ଼ି ମୋଡୁଛନ୍ତି ମହିଳା, ଶିଶୁ

କେନ୍ଦ୍ରାପଡ଼ା ଅଫିସ,୬ା୫: ପେଟ ଚାଖଣ୍ଡକ ପାଇଁ ଦାନା ସଂଗ୍ରହ କରିବାକୁ ସମସ୍ତଙ୍କୁ କାମ କରିବାକୁ ପଡୁଛି। ଏଥିରୁ ମହିଳା ଓ ଶିଶୁ ଶ୍ରମିକ ବାଦ୍‌ ପଡୁନାହାନ୍ତି। ନିଜ ଜୀବନକୁ ବାଜି ଲଗାଇ ସେମାନେ କାମକୁ ଆପଣେଇ ନେଉଛନ୍ତି। ରବିବାର ବିଶ୍ୱ ଶ୍ରମିକ ଦିବସରେ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ କଥା ସଭା ସମିତିରେ ଉଠାଯାଇଛି। ହେଲେ ଅଣସଙ୍ଗଠିତ ହୋଇ କେନ୍ଦ୍ରାପଡ଼ା ଜିଲାର ରହିଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ବିଡି ଶ୍ରମିକଙ୍କ ଦୁଃଖକୁ କେହି ବୁଝିବାକୁ ନାହାନ୍ତି। ଜିଲାରେ ପ୍ରାୟ ୧୦ ହଜାର ଲୋକ ଏହି ବୃତ୍ତିରେ ଥିବା ବେଳେ ଅନୂ୍ୟନ ୮ ହଜାର ମହିଳା ଓ ଶିଶୁ ପେଟ ପୋଷିବା ପାଇଁ ଏହି ବୃତ୍ତି କରୁଛନ୍ତି। ବିଡିରେ ବ୍ୟବହୃତ ରାସାୟନିକ ଦ୍ରବ୍ୟର ପ୍ରଭାବ ଦ୍ୱାରା କ୍ରମାଗତ କାଶ, ଯକ୍ଷ୍ମା, ଜର, ଶ୍ୱାସ ଆଦି ସମସ୍ୟା ଦେଖାଯାଉଛି। କିନ୍ତୁ ଶ୍ରମିକଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ। ସେହିପରି ଅସଙ୍ଗଠିତ ହୋଇଥିବାରୁ ଶ୍ରମିକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସରକାରୀ ଯୋଜନା ସେମାନଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ବିଡ଼ି ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।
ଏ ସମ୍ପର୍କରେ ଶ୍ରମିକ ନେତା ଜଗଜ୍ଜୀବନ ଦାସ କହିଛନ୍ତି, ଜିଲାର ବିକଶିତ ଅର୍ଥନୀତିକୁ ପ୍ରଭାବିତ କରିବା ପରି କୌଣସି ଉତ୍ସ ନାହିଁ। ପ୍ରାୟ ୫୧% ପରିବାରର ପୁରୁଷ କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ଯାଇଥା’ନ୍ତି। ଏହାସତ୍ତ୍ୱେ ଘରେ ଥିବା ପରିବାର ସଦସ୍ୟ ପେଟ ଚିନ୍ତାରେ ଅଛନ୍ତି। ଏଥିପାଇଁ ବିଡ଼ି ମୋଡ଼ିବା ଏକ ବୃତ୍ତି ହୋଇଛି। ଏହି ବୃତ୍ତିରେ ୮ ହଜାରରୁ ଊର୍ଦ୍ଧ୍ୱ ମହିଳା ଓ ଶିଶୁ କାର୍ଯ୍ୟ କରୁଛନ୍ତି। ତେବେ ବିଡ଼ି ଶ୍ରମିକ ଅସଙ୍ଗଠିତ ହୋଇ ରହିଥିବାରୁ ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ମହାକାଳପଡା ଡଳିହା ଗଁାର ଶ୍ରୀମତୀ ପାତ୍ର କହିଛନ୍ତି, ପରିବାର ଆର୍ଥିକ ଦୃଷ୍ଟିରୁ ଅନଗ୍ରସର। ଏକମାତ୍ର ରୋଜଗାରକ୍ଷମ ସ୍ବାମୀ ସୁରଟରେ ସୂତାକଳରେ କାମ କରୁଥିଲେ। କରୋନା ସଂକ୍ରମଣ ଚାକିରି ଛଡ଼ାଇ ନେଇଥିବା ବେଳେ ପରିବାର ପ୍ରତିପୋଷଣରେ ସମସ୍ୟା ଦେଖାଦେଇଥିଲା। ଏଥିପାଇଁ ମହାଜନ ନିକଟରୁ ବିଡି ପତ୍ର ଆଣି ବିଡି ପ୍ରସ୍ତୁତ କରୁଛନ୍ତି। ଦୈନିକ ୧୦୦୦ ବିଡ଼ି ମୋଡ଼ିଲେ ମାତ୍ର ୧୦୦ ଟଙ୍କା ମିଳୁଛି। ଏଥିପାଇଁ ନିଜ ସହ ଝିଅଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରିଛନ୍ତି। କେନ୍ଦ୍ରାପଡ଼ା ବ୍ଲକ ଦୋବନ୍ଧା ଗଁାର ସଜେଦା ଖାତୁନ କୁହନ୍ତି, ବିଡି ନ ମୋଡିଲେ ଆମ ପରିବାରର ଖାଇବା ବନ୍ଦ। ପ୍ରାୟ ୧୦ ବର୍ଷ ଧରି ଏହି କାର୍ଯ୍ୟ କରୁଛୁ। ଏଥିପାଇଁ ପରିବାର ସଦସ୍ୟ ଯକ୍ଷ୍ମା, ଶ୍ୱାସ ଆଦି ବିଭିନ୍ନ ରୋଗରେ ପଡିଛନ୍ତି। ଚିକିତ୍ସା ପାଇଁ ଆମକୁ ପ୍ରାୟ ୨୦ କିଲୋମିଟର ଦୂର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡୁଛି। ବିଡି ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସାଳୟ ନ ଥିବାରୁ ଔଷଧ ପାଇବାରେ ଅବହେଳା ହେଉଛି। କମ ରୋଜଗାରକୁ ଚିକିତ୍ସା ଖର୍ଚ୍ଚ ପରିବାରର ସାମାଜିକ ଚଳଣିକୁ ବ୍ୟତିବ୍ୟସ୍ତ କରିପକାଉଛି। ଏ ସମ୍ପର୍କରେ ଶ୍ରମିକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ବିଡ଼ି ଶ୍ରମିକମାନେ ସାଧାରଣରେ ଅସଙ୍ଗଠିତ ହୋଇ ରହିଛନ୍ତି। ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତାଙ୍କ ଦୃଷ୍ଟିକୁ ଆସୁନାହିଁ। ବିଡି ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସାଳୟ ସହ ଶ୍ରମ ମଜୁରିକୁ ଅଧିକ କରିବାକୁ ସେ ଦାବି ଉଠାଇଛନ୍ତି। ଜିଲା ଶ୍ରମ ଅଧିକାରୀ ମହେଶ୍ୱର ନାୟକ କହିଛନ୍ତି, ଶ୍ରମିକଙ୍କ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଯୋଜନା କରିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗୃହ ନିର୍ମାଣଠାରୁ ଆରମ୍ଭ କରି ବିବାହ ଖର୍ଚ୍ଚରେ ସାହାଯ୍ୟ ଦିଆଯାଉଛି। ଏହି ଶ୍ରେଣୀର ଶ୍ରମିକ ଜିଲା କାର୍ଯ୍ୟାଳୟକୁ ଆସି ପଞ୍ଜୀକରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?