ପେଟ ପାଇଁ ବିଡ଼ି ମୋଡୁଛନ୍ତି ମହିଳା, ଶିଶୁ

କେନ୍ଦ୍ରାପଡ଼ା ଅଫିସ,୬ା୫: ପେଟ ଚାଖଣ୍ଡକ ପାଇଁ ଦାନା ସଂଗ୍ରହ କରିବାକୁ ସମସ୍ତଙ୍କୁ କାମ କରିବାକୁ ପଡୁଛି। ଏଥିରୁ ମହିଳା ଓ ଶିଶୁ ଶ୍ରମିକ ବାଦ୍‌ ପଡୁନାହାନ୍ତି। ନିଜ ଜୀବନକୁ ବାଜି ଲଗାଇ ସେମାନେ କାମକୁ ଆପଣେଇ ନେଉଛନ୍ତି। ରବିବାର ବିଶ୍ୱ ଶ୍ରମିକ ଦିବସରେ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ କଥା ସଭା ସମିତିରେ ଉଠାଯାଇଛି। ହେଲେ ଅଣସଙ୍ଗଠିତ ହୋଇ କେନ୍ଦ୍ରାପଡ଼ା ଜିଲାର ରହିଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ବିଡି ଶ୍ରମିକଙ୍କ ଦୁଃଖକୁ କେହି ବୁଝିବାକୁ ନାହାନ୍ତି। ଜିଲାରେ ପ୍ରାୟ ୧୦ ହଜାର ଲୋକ ଏହି ବୃତ୍ତିରେ ଥିବା ବେଳେ ଅନୂ୍ୟନ ୮ ହଜାର ମହିଳା ଓ ଶିଶୁ ପେଟ ପୋଷିବା ପାଇଁ ଏହି ବୃତ୍ତି କରୁଛନ୍ତି। ବିଡିରେ ବ୍ୟବହୃତ ରାସାୟନିକ ଦ୍ରବ୍ୟର ପ୍ରଭାବ ଦ୍ୱାରା କ୍ରମାଗତ କାଶ, ଯକ୍ଷ୍ମା, ଜର, ଶ୍ୱାସ ଆଦି ସମସ୍ୟା ଦେଖାଯାଉଛି। କିନ୍ତୁ ଶ୍ରମିକଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ। ସେହିପରି ଅସଙ୍ଗଠିତ ହୋଇଥିବାରୁ ଶ୍ରମିକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସରକାରୀ ଯୋଜନା ସେମାନଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ବିଡ଼ି ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।
ଏ ସମ୍ପର୍କରେ ଶ୍ରମିକ ନେତା ଜଗଜ୍ଜୀବନ ଦାସ କହିଛନ୍ତି, ଜିଲାର ବିକଶିତ ଅର୍ଥନୀତିକୁ ପ୍ରଭାବିତ କରିବା ପରି କୌଣସି ଉତ୍ସ ନାହିଁ। ପ୍ରାୟ ୫୧% ପରିବାରର ପୁରୁଷ କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ଯାଇଥା’ନ୍ତି। ଏହାସତ୍ତ୍ୱେ ଘରେ ଥିବା ପରିବାର ସଦସ୍ୟ ପେଟ ଚିନ୍ତାରେ ଅଛନ୍ତି। ଏଥିପାଇଁ ବିଡ଼ି ମୋଡ଼ିବା ଏକ ବୃତ୍ତି ହୋଇଛି। ଏହି ବୃତ୍ତିରେ ୮ ହଜାରରୁ ଊର୍ଦ୍ଧ୍ୱ ମହିଳା ଓ ଶିଶୁ କାର୍ଯ୍ୟ କରୁଛନ୍ତି। ତେବେ ବିଡ଼ି ଶ୍ରମିକ ଅସଙ୍ଗଠିତ ହୋଇ ରହିଥିବାରୁ ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ମହାକାଳପଡା ଡଳିହା ଗଁାର ଶ୍ରୀମତୀ ପାତ୍ର କହିଛନ୍ତି, ପରିବାର ଆର୍ଥିକ ଦୃଷ୍ଟିରୁ ଅନଗ୍ରସର। ଏକମାତ୍ର ରୋଜଗାରକ୍ଷମ ସ୍ବାମୀ ସୁରଟରେ ସୂତାକଳରେ କାମ କରୁଥିଲେ। କରୋନା ସଂକ୍ରମଣ ଚାକିରି ଛଡ଼ାଇ ନେଇଥିବା ବେଳେ ପରିବାର ପ୍ରତିପୋଷଣରେ ସମସ୍ୟା ଦେଖାଦେଇଥିଲା। ଏଥିପାଇଁ ମହାଜନ ନିକଟରୁ ବିଡି ପତ୍ର ଆଣି ବିଡି ପ୍ରସ୍ତୁତ କରୁଛନ୍ତି। ଦୈନିକ ୧୦୦୦ ବିଡ଼ି ମୋଡ଼ିଲେ ମାତ୍ର ୧୦୦ ଟଙ୍କା ମିଳୁଛି। ଏଥିପାଇଁ ନିଜ ସହ ଝିଅଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରିଛନ୍ତି। କେନ୍ଦ୍ରାପଡ଼ା ବ୍ଲକ ଦୋବନ୍ଧା ଗଁାର ସଜେଦା ଖାତୁନ କୁହନ୍ତି, ବିଡି ନ ମୋଡିଲେ ଆମ ପରିବାରର ଖାଇବା ବନ୍ଦ। ପ୍ରାୟ ୧୦ ବର୍ଷ ଧରି ଏହି କାର୍ଯ୍ୟ କରୁଛୁ। ଏଥିପାଇଁ ପରିବାର ସଦସ୍ୟ ଯକ୍ଷ୍ମା, ଶ୍ୱାସ ଆଦି ବିଭିନ୍ନ ରୋଗରେ ପଡିଛନ୍ତି। ଚିକିତ୍ସା ପାଇଁ ଆମକୁ ପ୍ରାୟ ୨୦ କିଲୋମିଟର ଦୂର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡୁଛି। ବିଡି ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସାଳୟ ନ ଥିବାରୁ ଔଷଧ ପାଇବାରେ ଅବହେଳା ହେଉଛି। କମ ରୋଜଗାରକୁ ଚିକିତ୍ସା ଖର୍ଚ୍ଚ ପରିବାରର ସାମାଜିକ ଚଳଣିକୁ ବ୍ୟତିବ୍ୟସ୍ତ କରିପକାଉଛି। ଏ ସମ୍ପର୍କରେ ଶ୍ରମିକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ବିଡ଼ି ଶ୍ରମିକମାନେ ସାଧାରଣରେ ଅସଙ୍ଗଠିତ ହୋଇ ରହିଛନ୍ତି। ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତାଙ୍କ ଦୃଷ୍ଟିକୁ ଆସୁନାହିଁ। ବିଡି ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସାଳୟ ସହ ଶ୍ରମ ମଜୁରିକୁ ଅଧିକ କରିବାକୁ ସେ ଦାବି ଉଠାଇଛନ୍ତି। ଜିଲା ଶ୍ରମ ଅଧିକାରୀ ମହେଶ୍ୱର ନାୟକ କହିଛନ୍ତି, ଶ୍ରମିକଙ୍କ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଯୋଜନା କରିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗୃହ ନିର୍ମାଣଠାରୁ ଆରମ୍ଭ କରି ବିବାହ ଖର୍ଚ୍ଚରେ ସାହାଯ୍ୟ ଦିଆଯାଉଛି। ଏହି ଶ୍ରେଣୀର ଶ୍ରମିକ ଜିଲା କାର୍ଯ୍ୟାଳୟକୁ ଆସି ପଞ୍ଜୀକରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri