ସପ୍ତାହରେ ୪ ଦିନ କାମ…

ବ୍ରୁସେଲ୍ସ୍‌,୧୭।୨ : ବେଲଜିୟମରେ ଏବେ କର୍ମଚାରୀମାନେ ସପ୍ତାହରେ ଚାରି ଦିନ କାମ କରିବେ। ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର୍‌ ଡି କ୍ରୁ ଶ୍ରମ ଆଇନରେ ଏଭଳି ଏକ ପ୍ରମୁଖ ପରିବର୍ତ୍ତନ କରିଥିବା ସମ୍ପର୍କରେ ଘୋଷଣା କରିଛନ୍ତି। ପରିବର୍ତ୍ତନଗୁଡିକ ବିଷୟରେ ରାତାରାତି ବାର୍ତ୍ତାଳାପ ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, କୋଭିଡ୍‌ ଅବଧି ଆମକୁ ନୂତନ ଶୈଳୀରେକାର୍ଯ୍ୟ କରିବାକୁ ବାଧ୍ୟ କରିଛି। ଏପରିସ୍ଥଳେ ଶ୍ରମ ବଜାର ସହିତ ଖାପ ଖୁଆଇ ଚଳିବା ଆବଶ୍ୟକ।

ଓ୍ବାର୍କ ଡିଭାଇସ୍‌ଗୁଡ଼ିକୁ ବନ୍ଦ କରିବା ଏବଂ କାର୍ଯ୍ୟ ସମୟ ପରେ କାର୍ଯ୍ୟ ସମ୍ବନ୍ଧୀୟ ମେସେଜଗୁଡ଼ିକୁ ଉପେକ୍ଷା କରିବାର ଅଧିକାରକୁ ଏଥିରେ ସାମିଲ୍‌ କରାଯାଇଛି। ବେଲଜିୟମ ଲୋକଙ୍କ ଜୀବନଶୈଳୀର ଗୁଣବତାକୁ ବୃଦ୍ଧି କରିବା ଏବଂ ସେମାନଙ୍କୁ ଏକ ଉତ୍ତମ କାର୍ଯ୍ୟ-ଜୀବନ(ଓ୍ବାର୍କ-ଲାଇଫ୍‌) ସନ୍ତୁଳନ ଯୋଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ନୂତନ ପରିବର୍ତ୍ତନରେ କର୍ମଚାରୀମାନଙ୍କୁ ପାଞ୍ଚ ବଦଳରେ ଚାରି ଦିନରେ ୩୮ ଘଣ୍ଟା କାମ କରିବାକୁ ପଡ଼ିବ। ଫଳାରେ କର୍ମଚାରୀମାନେ ଅଧିକ ଦିନର ଓ୍ବିକ୍‌ଏଣ୍ଡ ପାଇପାରିବେ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏହି ପରିବର୍ତ୍ତନ ତୁରନ୍ତ କାର୍ଯ୍ୟକାରୀ ହେବ ନାହିଁ। ସଂଶୋଧନ ପୂର୍ବରୁ ଏକ ଡ୍ରାଫ୍ଟ ବିଲ ଉପରେ ୟୁନିଅନଗୁଡ଼ିକ ନିଜର ନିଜର ମତ ରଖିବେ। ସଂସଦ ଭୋଟ ପୂର୍ବରୁ ସରକାରଙ୍କୁ ପରାମର୍ଶ ଦେଇ ରାଜ୍ୟ ପରିଷଦ ଦ୍ୱାରା ଏହି ଆଇନ ଯାଞ୍ଚ କରାଯିବ।

ଚଳିତ ବର୍ଷ ମଧ୍ୟଭାଗରେ ଏହା କାର୍ଯ୍ୟକାରୀ ହେବ ବୋଲି ପର୍ଯ୍ୟବେକ୍ଷକମାନେ ଆଶା କରୁଛନ୍ତି। ମଲ୍ଟି ପାର୍ଟି ବେଲଜିୟମ ସରକାରଙ୍କ ଦ୍ୱାରା ଅନୁମୋଦିତ ଅନ୍ୟାନ୍ୟ ସଂସ୍କାରରେ ବ୍ୟକ୍ତିଗତ କର୍ମଚାରୀଙ୍କ ତାଲିମ ଏବଂ ଇ-ବାଣିଜ୍ୟ କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ରାତ୍ରି କାର୍ଯ୍ୟ କରିବାକୁ ଏକ ପରୀକ୍ଷା କାର୍ଯ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ।

ସେପ୍ଟେମ୍ବର ୨୦୨୧ ରେ, ସ୍କଟଲ୍ୟାଣ୍ଡରେ ଏକ ଚାରି ଦିନିଆ କାର୍ଯ୍ୟ ସପ୍ତାହ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା। ଯାହାକି ଶାସକ ସ୍କଟଲ୍ୟାଣ୍ଡ ନ୍ୟାଶନାଲ ପାର୍ଟି ଦ୍ୱାରା ପ୍ରସ୍ତୁତ ଏକ ଅଭିଯାନର ପ୍ରତିଶ୍ରୁତି ଥିଲା। ଗତ ବର୍ଷ ଆଇସଲ୍ୟାଣ୍ଡ, ସ୍ପେନ ଏବଂ ଜାପାନ ମଧ୍ୟ ଚାରି ଦିନିଆ କାର୍ଯ୍ୟ ସପ୍ତାହ ଉପରେ ପରୀକ୍ଷା କରିଥିଲେ। ଗତ ବର୍ଷ ଡିସେମ୍ବରରେ ଚାରି ଦିନିଆ କାର୍ଯ୍ୟ ସପ୍ତାହକୁ ଆନୁଷ୍ଠାନିକ ଭାବରେ କାର୍ଯ୍ୟକାରୀ କରିବାରେ ୟୁଏଇ ପ୍ରଥମ ଦେଶର ମାନ୍ୟତା ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri