ଟ୍ରେନ୍‌ ଯୋଗେ ଚୋରା କାଠ ଚାଲାଣ: ନିରବ ଅଧିକାରୀ

କେସିଙ୍ଗା,୨୧।୧(ଡି.ଏନ୍‌.ଏ.): ସମ୍ବଲପୁର ରେଳ ଡିଭିଜନ୍‌ ଅନ୍ତର୍ଗତ ଲାଞ୍ଜିଗଡ଼, ଆମ୍ବାଦୁଲାଠାରୁ ରୁପ୍ରା, ନର୍ଲା, କେସିଙ୍ଗା ଓ ଟିଟିଲାଗଡ଼କୁ ବିଶାଖାପାଟଣା-ରାୟପୁର ପାସେଞ୍ଜରରେ କାଠ ଚାଲାଣ ହେଉଛି। କାଠ ମାଫିଆମାନେ ଟ୍ରେନ ବଗିର ମୁଖ୍ୟ ଗେଟ୍‌ରେ କାଠ ରଖୁ ଥିବାରୁ ଯାତ୍ରୀମାନେ ଓହ୍ଲାଇବା ଓ ଚଡ଼ିବା ସମୟରେ ବହୁତ ହଇରାଣ ହରକତ ହେଉଛନ୍ତି। ବିନା ଟିକେଟରେ କାଠ ମାଫିଆମାନେଏହି କାରବାର କରୁଥିବା ଜଣାପଡ଼ିଛି। ଏ ନେଇ ରେଳ ବିଭାଗର ଆରପିଏଫ୍‌ କିମ୍ବା ଜିଆର୍‌ପି କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। କର୍ତ୍ତୃପକ୍ଷ ନିରବ ଥିବାରୁ ଦିନକୁ ଦିନ କାଠ ମାଫିଆଙ୍କ ପ୍ରାର୍ଦୁଭାବ ବଢ଼ିବାରେ ଲାଗିଛି।