ଦିଗହରା ଜୀବନ, ପ୍ରତି ସେକେଣ୍ଡରେ ଜଣେ ଶିଶୁ ପାଲଟୁଛନ୍ତି ଶରଣାର୍ଥୀ…

କ୍ୱିଭ୍‌, ୧୫।୩ : ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ ଏବେ ଧ୍ୱଂସସ୍ତୁପ ପାଲଟିଛି। ଜୀବନ ବିକଳରେ ଇତିମଧ୍ୟରେ ୩୦ ଲକ୍ଷରୁ ଅଧିକ ଲୋକ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣାର୍ଥୀ ପାଲଟିଛନ୍ତି। ସେମାନଙ୍କ ମଧ୍ୟରେ ୧୪ ଲକ୍ଷରୁ ଅଧିକ ଶିଶୁ ରହିଛନ୍ତି। ପ୍ରତି ସେକେଣ୍ଡରେ ଜଣେ ଶିଶୁ ଶରଣାର୍ଥୀ ପାଲଟୁଥିବା ଏକ ରିପୋର୍ଟରେ ଦର୍ଶାଯାଇଛି।

ଜାତିସଂଘ ଶରଣାର୍ଥୀ ଏଜେନ୍ସି ଅନୁସାରେ ଶରଣ ନେଉଥିବା ଲୋକଙ୍କ ସଂଖ୍ୟା ପୁଣି ବଢ଼ିବାର ଆଶଙ୍କା ରହିଛି। ଆଗାମୀ ଦିନରେ ଶରଣାର୍ଥୀଙ୍କ ସଂଖ୍ୟା ୪୦ ଲକ୍ଷରୁ ଅଧିକ ହେବ ବୋଲି ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ରିପୋର୍ଟ ଅନୁସାରେ ଲୋକେ ସୁରକ୍ଷିତ ଅଞ୍ଚଳକୁ ପଳାୟନ କରିଛନ୍ତି। ଏହି ଧାରା ଜାରି ରହିଛି। ରୁଷିଆ ବୋମାମାଡ଼ରେ ୟୁକ୍ରେନ୍‌ର ହସ୍ପିଟାଲ, ସ୍କୁଲ, କଲେଜ ସହିତ ଆବାସିକ ଅଞ୍ଚଳ ଧ୍ୱଂସ ହୋଇଯାଇଛି। ଏହା ସହିତ ବିଦ୍ୟୁତ୍‌ ଏବଂ ଜଳ ଯୋଗାଣ ମଧ୍ୟ ସମ୍ଭବ ହୋଇ ପାରୁନାହିଁ। ଲୋକେ ଭୋକଶୋଷରେ ସୀମା ମୁହାଁ ହେବାରେ ଲାଗିଛନ୍ତି। ସର୍ବାଧିକ ୧୫ ଲକ୍ଷରୁ ଅଧିକ ଲୋକ ପୋଲାଣ୍ଡରେ ଶରଣ ନେଇଛନ୍ତି।

ସେହିପରି ରୋମାନିଆ, ମୋଲଡୋଭା, ସ୍ଲୋଭାକିଆ, ହଙ୍ଗେରୀ ଏବଂ ବେଲାରୁଷ୍‌ରେ ୟୁକ୍ରେନ୍‌ ଶରଣାର୍ଥୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ବହୁ ଲୋକ ନିଜ ନିଜ ପରିବାରଠାରୁ ଅଲଗା ହୋଇ ଯାଇଛନ୍ତି। ପଡ଼ୋଶୀ ଦେଶରେ ୟୁକ୍ରେନ୍‌ ଛାଡ଼ିଥିବା ଲୋକଙ୍କ ରହିବା ତଥା ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଛି। ଏହା ସହିତ ସେମାନଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସୁବିଧା, ଶିକ୍ଷା ଏବଂ ନିଯୁକ୍ତ ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉଛି ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଣ୍ଟାନା ରେଳ ଦୁର୍ଘଟଣା: ୩ ମୃତ ଅନେକ ଆହତ

ୱାଶିଂଟନ,୨୬ ।୯: ଆମେରିକାରର ମୋଣ୍ଟାନା ସହରରେ ଏକ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ...

୫ ହଜାରରୁ ଅଧିକ ରୁଷୀୟ ଗର୍ଭବତୀ ଆର୍ଜେଣ୍ଟିନା ପହଞ୍ଚିଲେ…

ମସ୍କୋ,୧୨।୨ : ଗତ ମାସରେ ୫ ହଜାରରୁ ଅଧିକ ଗର୍ଭବତୀ ରୁଷିଆ ମହିଳା ଆର୍ଜେଣ୍ଟିନାରେ ପ୍ରବେଶ କରିଛନ୍ତି। ଜାତୀୟ ସ୍ଥାନାନ୍ତରଣ ଏଜେନ୍ସି ଅନୁଯାୟୀ ସର୍ବଶେଷ ଗର୍ଭଧାରଣର...

କରୋନା କାରଣରୁ ବନ୍ଦ ହେବାକୁ ଯାଉଥିଲା ରେଷ୍ଟାରାଣ୍ଟ: ଶେଷ ବ୍ୟକ୍ତି ଦେଇଥିଲେ ୨ ଲକ୍ଷ ଟିପ୍ସ

ଆମେରିକା ସମେତ ସମଗ୍ର ବିଶ୍ୱରେ ପୁଣିଥରେ କରୋନା ଭାଇରସ ବ୍ୟାକ୍‌ କରିଛି। ଯେଉଥିପାଇଁ ସରକାରଙ୍କୁ ପୁଣିଥରେ ଲକ୍‌ଡାଉନ୍‌ ଭଳି କଠୋର ନିଷ୍ପତ୍ତି ନେବାକୁ ପଡୁଛି। ଆମେରିକାରେ...

କରୋନା ସଂକ୍ରମଣ: ସହାୟତାର ହାତ ବଢ଼ାଇଲା ଗୁପ୍ତଚର ସଂସ୍ଥା

ତେଲଅଭିଭ୍‌,୧୩।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇସ୍ରାଏଲ୍‌ରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ସାଧାରଣ ଲୋକଙ୍କଠାରୁ...

କରୋନା କବଳରେ ଅଷ୍ଟ୍ରେଲିଆ ଗୃହମନ୍ତ୍ରୀ

କାନବେରା,୧୩।୩: ସାରା ବିଶ୍ୱରେ ମାଡି ଚାଲିଛି କରୋନା ଭାଇରସର ଭୟାବହତା। କାନାଡା ପ୍ରଧାନମନ୍ତ୍ରୀଙ୍କ ସହଧର୍ମିଣୀ କରୋନା ଭାଇରସରେ ପୀଡ଼ିତ ଥିବା ଖବର ଆସିବା ପରେ ଏବେ...

ଏପରି ଦେଶ ଯେଉଁଠି ମୋଟା ହେଲେ ଦେବାକୁ ପଡ଼େ ଜରିମାନା…

ଜାପାନରେ ମେଦବହୁଳ ହେବା ଏକ ଅପରାଧ। ଦେଶର ପ୍ରଚଳିତ ଆଇନ ଅନୁସାରେ ମେଦବହୁଳ ବ୍ୟକ୍ତିଙ୍କ ପ୍ରତି ଦଣ୍ଡବିଧାନ କରାଯାଇଥାଏ। ଏଠାରେ ୪୦ ବର୍ଷରୁ ଅଧିକ ବୟସ୍କ...

ଇୟୁରୁ ବିଦାୟ ନେଲା ବ୍ରିଟେନ

ଲଣ୍ଡନ/ବ୍ରସେଲ୍ସ,୧ା୨: ଦୀର୍ଘ ସାଢ଼େ ୩ ବର୍ଷର ଉଦ୍ୟମ ପରେ ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଶୁକ୍ରବାର ରାତି ୧୧ଟାରେ ଅଲଗା ହୋଇଯାଇଛି। ଏହା ୟୁରୋପ ଏବଂ...

ପାକିସ୍ତାନକୁ ଧମକ ଦେଲେ ଗୁଗୁଲ, ଫେସବୁକ୍‌, ଟୁଇଟର

ଇସ୍‌ଲାମାବାଦ,୨୨ ।୧୧: ପାକିସ୍ତାନରେ ଡିଜିଟାଲ ମିଡିଆକୁ ନେଇ ହୋଇଥିବା ନୂଆ ନିୟମ ଯୋଗୁ ଏବେ ଉଠିଛି ବିବାଦ । ଏହାକୁ ନେଇ ଗୁଗୁଲ ,ଫେସବୁକ୍‌, ଟୁଇଟର...

Advertisement
Archives

Model This Week